• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆସନ୍ତା ଜାନୁଆରି ୨୦ ତାରିଖରେ ଡେମୋକ୍ରାଟିକ ଦଳର ନେତା ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।
  2. ଆଗାମୀ ଦିନରେ ଫେସବୁକ ଆଣିବାକୁ ଯାଉଛି ନୂଆ ଫିଚର । ଫେସବୁକ ଏକ ନୂଆ ଟୁଲ ତିଆରି କରୁଛି ଯାହା ବ୍ୟବହାରକାରୀଙ୍କ ମସ୍ତିଷ୍କକୁ ପଢିପାରିବ । ବ୍ୟବହାରକାରୀ ଯାହା ଚିନ୍ତା କରୁଥିବେ ବା ଭାବୁଥିବେ ତାହା ଫେସବୁକର ଏହି ଟୁଲ ପଢ଼ିପାରିବା ସହ ତାକୁ କାର୍ଯ୍ୟରେ ପରିଣତ କରିପାରିବ  । ଏଭଳି ଏକ ନୂଆ ପ୍ରୋଜେକ୍ଟ  ଉପରେ କାମ କରୁଛି ଫେସବୁକ ।
  3. ଆଫଗାନିସ୍ଥାନରେ ଏକ ଅଟୋରିକ୍ସାରେ  ବୋମା ବିସ୍ଫୋରଣ ହେବାରୁ ଅତି କମରେ ୧୫ ଜଣ ଶିଶୁ ନିହତ ହୋଇଛନ୍ତି ଓ ୨୦ ଜଣ ଆହତ ହୋଇଛନ୍ତି ।
  4. ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ମୁଖ୍ୟ ବଳରାମ ଭାର୍ଗବ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସ୍ବାବ ନମୁନା ରି‌ପୋର୍ଟ ପଜିଟିଭ ଆସିବା ପରେ ଏବେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି।
  5. ହାଥରସରେ ହୋଇଥିବା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ମୃତ୍ୟୁ ପୂର୍ବରୁ ସେପ୍ଟେମ୍ବର ୨୨ରେ ପୀଡ଼ିତା ଗଣଦୁଷ୍କର୍ମ ହୋଇଥିବା କଥା କହିବା ସହ ହତ୍ୟା ଉଦ୍ୟମ କଥା କହିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏବେ ତଦନ୍ତ ଭାର ସମ୍ଭାଳିଥିବା ସିବିଆଇ ପୀଡ଼ିତା ଦେଇଥିବା ଶେଷ ବୟାନ ଆଧାରରେ ଚାର୍ଜସିଟ ଦାଖଲ କରି ଶେଷ ନିଷ୍ପତ୍ତି କୋର୍ଟ ଉପରେ ଛାଡ଼ିଛନ୍ତି।
  6. ବେଆଇନ ଅନୁପ୍ରବେଶ ରୋକିବାକୁ ମିଆଁମାର୍‌ର ଦକ୍ଷିଣ ସୀମାନ୍ତରେ ଚୀନ୍‌ ୨୦୦୦ କିଲୋମିଟର୍‌ ଦୀର୍ଘ କଣ୍ଟା ତାରବାଡ଼ ନିର୍ମାଣ କରିବା ପ୍ରକ୍ରିୟା ଆରମ୍ଭ କରିଛି। 
  7. କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ କରିପାରିବେ। ଆନ୍ଦୋଳନ କରିବା ସେମାନଙ୍କର ମୌଳିକ ଅଧିକାର। ଆମେ ସେଥିରେ ହସ୍ତକ୍ଷେପ କରିବୁ ନାହିଁ। ଆନ୍ଦୋଳନ ହେଉ, ଏଥିରେ କାହାର ଆପତ୍ତି ନ‌ାହିଁ। ମାତ୍ର କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନର ପନ୍ଥା ବି ବାହାରିବା ଉଚିତ
  8. ବିବାହର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ସହ ଯଦି ସହମତି ଭିତ୍ତିରେ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖାଯାଇଥାଏ, ତେବେ ତାହାକୁ କୌଣସି ପ୍ରତିକୂଳ ପରିସ୍ଥିତିରେ ଦୁଷ୍କର୍ମ କୁହାଯିବନାହିଁ ବୋଲି ତତ୍‌ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି।
  9. ଅଷ୍ଟ୍ରେଲିଆ ବିରୋଧରେ ଜଣେ ଅଧିନାୟକ ଭାବରେ ବିରାଟ କୋହଲି ୧୦ଟି ମ୍ୟାଚରେ ୮୫୧ ରନ ସଂଗ୍ରହ କରିଛନ୍ତି । ଏହାମଧ୍ୟରେ ୪ଟି ଶତକ ଓ ୨ଟି ଅର୍ଧଶତକ ଅନ୍ତର୍ଭୁକ୍ତ । ନବାବ ପଟୌଦୀ ଅଧିନାୟକ ଭାବରେ ଅଷ୍ଟ୍ରେଲିଆ ବିରୋଧରେ ୧୧ଟି ଟେଷ୍ଟରେ ୮୨୯ ରନ୍ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଶତକ ଓ ୮ଟି ଅର୍ଧଶତକ ରହିଥିଲା ।
  10. ସବୁ ବର୍ଷ ଭଳି ୨୦୨୧ରେ ମଧ୍ୟ ହ୍ୱାଟ୍ସଆପ୍‍ର ଫିଚରଗୁଡ଼ିକ ଅପଡେଟ୍‍ ହେବ। ଏଥିସହ ପୁରୁଣା ଆଣ୍ଡ୍ରୋଏଡ଼୍‍ ଭର୍ସନଗୁଡ଼ିକରେ ହ୍ୱାଟ୍ସଆପ୍‍ ସେବା କାମ କରିବା ବନ୍ଦ ହୋଇଯିବ। ବିଶେଷଜ୍ଞଙ୍କ ମୁତାବକ, ଯଦି କୌଣସି ଫୋନରେ ୪.୦.୩ ତଳେ ଆଣ୍ଡ୍ରୋଏଡ଼୍‍ର ଭର୍ସନ ଅଛି, ତେବେ ହ୍ୱାଟ୍ସଆପ୍‍ ଏଥିରେ କାମ କରିବନାହିଁ। 
  11.  ମିଳିତ ଜାତିସଂଘ ମହାସଚିବ ଅଣ୍ଟୋନିଓ ଗୁଟେରସ୍‍ ଗରିବ ଦେଶମାନଙ୍କୁ କୋଭିଡ୍‍-୧୯ ଟିକା କିଣିବାରେ ସହାୟତା କରିବା ଲାଗି ବିଶ୍ୱର ଧନୀ ଦେଶଗୁଡ଼ିକୁ ନିବେଦନ କରିଛନ୍ତି। ଶ୍ରୀ ଗୁଟେରସ୍‍ କହିଛନ୍ତି, ଆମେ କେବଳ ଟିକା ମାଧ୍ୟମରେ କରୋନାକୁ ଦୂର କରିପାରିବା ନାହିଁ, ଏଥିପାଇଁ ଆନ୍ତର୍ଜାତିକ ସହଯୋଗ ଅତ୍ୟନ୍ତ ଅପରିହାର୍ଯ୍ୟ।
  12. ମହିମ ଭର୍ମା ବିସିସିଆଇ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରାଜୀବ ଶୁକ୍ଲା ଏହି ପଦ ଗ୍ରହଣ କରିବାର ସମ୍ଭାବନା ରହିଥିଲା । 
  13. ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ମହାନିର୍ଦ୍ଦେଶକ ୫୯ ବର୍ଷ ବୟସ୍କ ବଲରାମ ଭାର୍ଗବ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। 
  14. କେନ୍ଦ୍ର ସରକାର ଟୋଲ ବୁଥ୍‌ଗୁଡିକରେ GPS ମାଧ୍ୟମରେ କାରବାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଗାମୀ ୨ ବର୍ଷ ମଧ୍ୟରେ କୌଣସି ହାଇଓ୍ବେରେ ଟୋଲ ବୁଥ୍ ରହିବ ନାହିଁ ବୋଲି ଗଡକରୀ ସୂଚନା ଦେଇଛନ୍ତି ।
  15. ଜାନୁଆରୀ ୩ ତାରିଖରୁ ପୁରୀ ଶ୍ରମନ୍ଦିର ସମେତ ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି କରିଛି। ୩ ତାରିଖଠାରୁ ଦର୍ଶନ ବ୍ୟବସ୍ଥା ପାଇଁ କୋଭିଡ ନେଗେଟିଭ୍‌ ରିପୋର୍ଟର ଆବଶ୍ୟକ ରହିଛି। 
  16. କୋଭିଡ୍‌-୧୯ ମହାମାରୀ ପରବର୍ତ୍ତୀ ମାନ୍ଦା ବଜାରରେ ନିଜର ପରିସ୍ଥିତିକୁ ସଜାଡ଼ିବା ନିମନ୍ତେ ‘କୋକା-କୋଲା’ କମ୍ପାନି ଯୁକ୍ତରାଷ୍ଟ୍ର ଆମେରିକାରେ ୧୨୦୦ ଚାକିରି ସମେତ ବିଶ୍ୱବ୍ୟାପୀ ୨୨୦୦ ଚାକିରି କାଟ କରିବ। 
  17. ୨୦୨୧ ଜାନୁଆରି ୩୧ ପର୍ଯ୍ୟନ୍ତ ଆମଦାନି ନିୟମ କୋହଳ ରହିବ। ଫଳରେ ସୁବିଧାରେ ଏବଂ କମ୍‌ ଦାମ୍‌ର ପିଆଜ ଦେଶ ଭିତରକୁ ଆସିପାରିବ। 
  18. ଶିଳ୍ପ ସଂଘ ଆସୋଚାମ୍‌ର ପ୍ରତି‌ଷ୍ଠା ସପ୍ତାହ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଯେ ପ୍ରାୟ ୨୦୦୦ କୋଟି ଡଲାର ନିବେଶରେ ଆଗାମୀ ଦିନରେ ୫୦୦୦ ସିବିଜି ପ୍ଲାଣ୍ଟ୍‌ ସ୍ଥାପନ କରି ବାର୍ଷିକ ୧୫ ନିୟୁତ ଟନ୍ ସିବିଜି ଉତ୍ପାଦନ କରିବାର ଲକ୍ଷ୍ୟ ରହିଛି। 
  19. ଜାନୁଆରି ୩ ତାରିଖରୁ ସମଲେଶ୍ବରୀ ମନ୍ଦିର ସମେତ ସମ୍ବଲପୁରର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଜିଲ୍ଲାପାଳଙ୍କ ଅଫିସରେ ଏସଏମସି କମିସନର ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଧର୍ମାନୁଷ୍ଠାନ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ହୋଇଛି।
  20. ଓଡ଼ିଶାରେ ଟିକାକରଣ ପାଇଁ ସଂପୂର୍ଣ୍ଣ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ସେଥିରେ ଅଛନ୍ତି ୧ଲକ୍ଷ ୪୦ ହଜାର ଅଙ୍ଗନବାଡ଼ି କର୍ମୀ, ସହାୟିକା, ସୁପରଭାଇଜର ଓ ସିଡିପିଓ । ଟିକାକରଣ ପାଇଁ ୨୯ ହଜାର ୨୭୬ଟି କେନ୍ଦ୍ର ଚିହ୍ନଟ କରାଯାଇଛି ।୮୨୭୬ ଜଣ ଟିକାଦାନ କର୍ମୀ ନିୟୋଜିତ ହେବେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.