• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରତି ବର୍ଷ ଶେଷରେ, ଗୁଗୁଲ କମ୍ପାନୀ ‘ଇୟର ଇନ ସର୍ଚ୍ଚ ତାଲିକା ପ୍ରକାଶ କରିଥାଏ | ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ବିଶ୍ଵବ୍ୟାପୀ କରୋନା ଭୁତାଣୁ (କୋଭିଡ -୧୯) ମହାମାରୀ ବାବଦରେ ଗୁଗୁଲରେ ଅନୁସନ୍ଧାନ କରିଥିବାବେଳେ ଭାରତୀୟମାନେ ଆଇପିଏଲ୍ ବାବଦରେ ଅଧିକ ଖୋଜିଥିଲେ।
  2. ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ଡିସେମ୍ବର ୧୪ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ କୃଷକ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି। କୃଷକମାନେ ଏହା ମଧ୍ୟ କହିଛନ୍ତି ଯେ, ଡିସେମ୍ବର ୧୨ସୁଦ୍ଧା ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ କରାଯିବ।
  3. ଅଭିନେତା ସୋନୁ ସୁଦ ତାଙ୍କର ବିଭିନ୍ନ ସମୟରେ ଅସହାୟ, ନିସହାୟ ଓ ଅଭାବୀ ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେଇ ମାନବିକତାର ଏକ ନୂତନ ନିଦର୍ଶନ ସୃଷ୍ଟି  କାର୍ଯ୍ୟ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ମୁମ୍ବାଇର ଜୁହୁରେ ରହିଥିବା ତାଙ୍କର ଆଠଟି ସମ୍ପତ୍ତିକୁ ବନ୍ଧକ ରଖି ଯୋଗାଡ଼ କରିଛନ୍ତି ୧୦ କୋଟି ଟଙ୍କା।
  4. ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀ ଓ ଜଷ୍ଟିସ୍ ଏମଆର ଶାହାଙ୍କୁ ନେଇ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ ଆଜି (ବୁଧବାର) ଏ ସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ କୋଭିଡ୍-୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇବା ଫଳରେ ତାହା ସେମାନଙ୍କ ପାଇଁ ଏକ ସାମାଜିକ କଳଙ୍କର କାରଣ ହେଉଛି। ଏଥିସହ ଏପରି କରିବା ଦ୍ୱାରା ରୋଗୀର ଗୋପନୀୟତା ଅଧିକାର ମଧ୍ୟ କ୍ଷୁଣ୍ଣ ହେଉଛି।
  5. ଲୁଧିଆନାସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟର ମୃର୍ତ୍ତିକା ବୈଜ୍ଞାନିକ ବୀରେନ୍ଦ୍ରପାଲ ସିଂ କୃଷକଙ୍କ ସମର୍ଥନରେ ବାହାରିଛନ୍ତି । ତାଙ୍କୁ ଗବେଷଣା ପାଇଁ ତାଙ୍କୁ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା ପୁରସ୍କାର ପ୍ରଦାନ କରିବାକୁ ଯାଉଥିବା ବେଳେ ସେ ମନ୍ତ୍ରୀଙ୍କୁ ହାତଯୋଡି ଏହି ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି ।
  6. ଓ଼ଡ଼ିଶା ସହିତ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ତଥା ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ- ଡାମନ ଓ ନଗରହାଭେଲୀ ଏବଂ ଲକ୍ଷାଦ୍ୱୀପରେ କୁଷ୍ଠରୋଗ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ସଂସଦୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଟି ରିପୋର୍ଟରେ ଉଦ୍ବେଶ ପ୍ରକାଶ ପାଇଛି।
  7.  ମଧ୍ୟପ୍ରଦେଶର ଗ୍ବାଲିୟର ସହରର ବସ୍ଷ୍ଟାଣ୍ଡ୍ ନିକଟରେ ଥିବା ଜନଗହଳିପୂର୍ଣ୍ଣ ରାସ୍ତା କଡ଼ରେ ଭିକ ମାଗୁଥିବା  ସୁରେନ୍ଦ୍ର ବଶିଷ୍ଠ ବୟସ ୯୦ ଦେହରେ ଛିଣ୍ଡା କପଡ଼ା ହାତରେ ଭିକ୍ଷା ପାତ୍ର ହେଲେ କଣ୍ଠରୁ ଉଚ୍ଚାରିତ ହେଉଛି ଅନର୍ଗଳ ଶୁଦ୍ଧ ଇଂରାଜୀ।
  8. ସହର ପରିଚାଳନା ସୂଚକାଙ୍କ ରିପୋର୍ଟ କାର୍ଡରେ ଏକ ନମ୍ବର ସ୍ଥାନ ହାସଲ କରିଛି ଓଡିଶା । ସ୍ବେଚ୍ଛାସେବୀ ସଂଗଠନ ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ସର୍ଭେରେ ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ଆଗରେ ରହିଛି । ଦେଶର ବଛା ବଛା ୪୦ଟି ସହର ଓ ୨୯ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୩ ବର୍ଷ ଧରି ପ୍ରଜା ଫାଉଣ୍ଡେସନ ପକ୍ଷରୁ ଏଭଳି ଅଧ୍ୟୟନ କରାଯାଇଥିଲା
  9. ଡିସେମ୍ବର ମାସ ତୃତୀୟ ସପ୍ତାହରୁ ଖୋଲିପାରେ ଶ୍ରୀମନ୍ଦିର। ନାଗାର୍ଜୁନ ବେଶ ପୂର୍ବରୁ ଅନୁଷ୍ଠିତ ଶେଷ ପରିଚାଳନା କମିଟି ବୈଠକରେ ଏହି ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର।
  10. କୃଷି ଆଇନ ରଦ୍ଦ ପାଇଁ ଦାବି କରି ଚାଷୀମାନେ ସେମାନଙ୍କ ଆନ୍ଦୋଳନକୁ ତୀବ୍ର ଓ ବ୍ୟାପକ କରୁଥିବା ବେଳେ ସେମାନଙ୍କ ଦାବିକୁ ଗ୍ରହଣ କରିବାକୁ ସରକାରଙ୍କୁ ପ୍ରବର୍ତ୍ତାଇବାକୁ  ଦେଶର ବିରୋଧୀ ଦଳର ନେତାମାନେ ମିଳିତ ଭାବେ ରାଷ୍ଟ୍ରପତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଅନୁରୋଧ କରିଛନ୍ତି।
  11. ୨୦୨୦ ବର୍ଷ ପାଇଁ ଫୋର୍ବସ୍ର ଏହି ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ କ୍ରମାଗତ ଭାବେ ଦଶମ ବର୍ଷ ପାଇଁ ଜର୍ମାନର ଚାନେ୍ସଲର ଆଞ୍ଜେଲା ମର୍କେଲ ଶୀର୍ଷରେ ରହିଛନ୍ତି। ଆମେରିକାର ଉପରାଷ୍ଟ୍ରପତି ନିର୍ବାଚିତ କମଲା ହାରିସ୍ ଅଛନ୍ତି ଏହି ତାଲିକାରେ ତୃତୀୟ ସ୍ଥାନରେ।
  12. କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଏଚସିଏଲ୍ ଏଣ୍ଟରପ୍ରାଇଜ୍ ସିଇଓ ରୋଶନୀ ନାଦର ମାଲହୋତ୍ରା ଏବଂ ଭାରତୀୟ ବାୟୋଫାର୍ମାସ୍ୟୁଟିକାଲ୍ କମ୍ପାନି ବାୟୋକନର ପ୍ରତିଷ୍ଠାତା କିରଣ ମଜୁମଦାର ବି ଚଳିତ ବର୍ଷ ଫୋର୍ବସ୍ ଦ୍ୱାରା ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।
  13. ଭାରତ ସରକାର ଦେଶବ୍ୟାପୀ ୧୦୦୦ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋଲିବେ ଏବଂ ଏଥିରେ ଅବସରପ୍ରାପ୍ତ କ୍ରୀଡ଼ାବିତ୍ମାନେ ନିଯୁକ୍ତ ହେବେ।
  14. ଦେଶର ଅନ୍ୟ ଏକ ପୁରାତନ ଅର୍ଥାତ୍ ୧୦୫ ବର୍ଷର ମହାରାଷ୍ଟ୍ରରେ କରଦ ଜନତା ସହକାରୀ ବ୍ୟାଙ୍କ ଲାଇସେନ୍ସ  ରିଜର୍ଭ ବ୍ୟଙ୍କ ରଦ୍ଦ କରି ଦେଇଛି ।
  15. ଫୁଲବାଣୀରେ ଖୋଲାଯିବ ୧୦୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜ ଓ ହସପିଟାଲ ।  ସେହିପରି କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକଙ୍କ ନାମରେ ନାମିତ ମେଡ଼ିକାଲ କଲେଜର ଶଯ୍ୟା ସଂଖ୍ୟା ୬୫୦କୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି ।
  16. ଦୀର୍ଘ ୧୮ବର୍ଷ ଧରି କ୍ରିକେଟରେ ରହିବା ପରେ ଟିମ୍ ଇଣ୍ଡିଆର ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।
  17. କେନ୍ଦ୍ର ସରକାର ପିଏମ-ବାଣୀ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ। ପିଏମ-ବାଣୀ ଯୋଜନାରେ ସରକାର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସୁବିଧା ଯୋଗାଇଦେବେ। ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
  18. ଆଗାମୀ ୨୦୨୧ ମସିହାରେ ଉପୁଜିବାକୁ ଥିବା ସଂକଟର ମୁକାବିଲା ଲାଗି ମିଳିତ ଜାତିସଂଘ ୩୭୦ ନିୟୁତ ଡଲାର ପାଣ୍ଠି ସଂଗ୍ରହ କରିଥିବା ଘୋଷଣା କରିଛନ୍ତି।
  19. ସରକାର ଦେଶରେ ଏକ କୋଟି ଡାଟା ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ପାଇଁ ୧୫୮୪ କୋଟି ଟଙ୍କା ମଞ୍ଜୁର ହୋଇଛି।
  20. ଆଫ୍ରିକୀୟ ଦେଶ ସୁଦାନରେ ଋଷ ନୈସେନା ଘାଟି ପ୍ରତିଷ୍ଠା କରିବା ପାଇଁ ଚୁକ୍ତି କରିଛି । ଏଠାରେ ସେ ଆସନ୍ତା ୨୫ ବର୍ଷ ପାଇଁ ଘାଟି ପ୍ରତିଷ୍ଠା କରିବ ।  (ଗଣମାଧ୍ୟମରୁ ସଂଗୃହିତ )

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.