• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମିଶନ ମଙ୍ଗଳ ଯାଇଥିବା Space-X ଷ୍ଟାରସିପ୍ ରକେଟ୍ର ବିସ୍ଫୋରଣ ହୋଇଛି । ପରୀକ୍ଷଣ ସମୟରେ ଏହାର ଷ୍ଟାରସିପ୍ ରକେଟ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । 
  2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଭୂମି ପୂଜନ କଲେ । ଆଜିର ଭୂମି ପୂଜନ ଉତ୍ସବରେ ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗଦେଇଛନ୍ତି।
  3. ଭାରତର ଆପୋଲୋ  ଡାକ୍ତରଖାନା ଖାନ  ଦାବି କରିଛି ଯେ ଦିନକୁ ଏକ ନିୟୁତ (୧୦ ଲକ୍ଷ) ଲୋକଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ। ଏହା କେବଳ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛି। 
  4. ସରକାରଙ୍କ ପ୍ରସ୍ତାବକୁ ଗତକାଲି ବିକ୍ଷୋଭରତ କୃଷକ ସଂଗଠନମାନେ ଅଗ୍ରାହ୍ୟ କରିବା ପରେ ଆଜି କୃଷକ ନେତାମାନେ କହିଛନ୍ତି ଯେ ୩ଟି କୃଷି ଆଇନ ରଦ୍ଦ କରିବା ପାଇଁ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରାଯିବ ଓ ରେଳ ଟ୍ରାକକୁ ଅବରୋଧ କରାଯିବ।
  5. ଭାରତରେ ପ୍ରାୟ ୭୦ ଲକ୍ଷ ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡଧାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି। ଡ଼ାର୍କୱେବରେ ଏହି ତଥ୍ୟ ଚୋରି ହୋଇଥିବା ସୂଚନା ମିଳିଛି ।  ଇଣ୍ଟରନେଟ୍ ସୁରକ୍ଷା ଗବେଷକ ରାଜଶେଖର ରାଜହରିୟା ଏହି ତଥ୍ୟ ଲିକ୍ ହୋଇଥିବା ଦାବି କରିଛନ୍ତି ।
  6. .ଭାରତୀୟ ବାୟୁସେନା  ପାଇଁ ୨୦୨୦  ସ୍ମରଣୀୟ ବର୍ଷ ହୋଇପାରିଛି | ଚଳିତ ବର୍ଷ ଜୁଲାଇ ୨୯ ରେ  ଯୁଦ୍ଧ ବିମାନ ରାଫେଲ ଭାରତରେ ପହଞ୍ଚିଥିଲା ଓ ସେପ୍ଟେମ୍ବର ୧୦ରେ ଏହାକୁ ବାୟୁସେନାର ଗୋଲଡ଼େନ୍ସ୍କ୍ବା ର୍ଡ଼ନରେ ସାମିଲ କରାଯାଇଥିଲା । 
  7. ଭାରତରେ ପ୍ରାୟ ୭୦ ଲକ୍ଷ ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡଧାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି। ଡ଼ାର୍କୱେବରେ ଏହି ତଥ୍ୟ ଚୋରି ହୋଇଥିବା ସୂଚନା ମିଳିଛି ।  ଇଣ୍ଟରନେଟ୍ ସୁରକ୍ଷା ଗବେଷକ ରାଜଶେଖର ରାଜହରିୟା ଏହି ତଥ୍ୟ ଲିକ୍ ହୋଇଥିବା ଦାବି କରିଛନ୍ତି ।
  8. ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲକୁ ପୂର୍ବ ଭାରତର ପ୍ରମୁଖ ବସ୍ ଟର୍ମିନାଲ ଭାବରେ ଗଢି ତୋଳିବାକୁ ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି । ଅତ୍ୟାଧୁନିକ ଡିଜାଇନ ସହିତ ଯାତ୍ରୀମାନଙ୍କର ସୁବିଧା ସୁଯୋଗ, ବସ୍ ମାନଙ୍କର ପ୍ରସସ୍ଥ ପ୍ରବେଶ ଓ ପ୍ରସ୍ଥାନ ତଥା ବାଣିଜ୍ୟିକ ସ୍ଥାନ ଆଦି ଉପରେ ଏଥିରେ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି। 
  9. ଗତ ସପ୍ତାହରେ ମସ୍କୋରେ ଟୀକାକରଣ ଆରମ୍ଭ ହୋଇଥିଲା। ଆଉ ସ୍ପୁଟନିକ୍ ଭି ଟିକା ନେବା ପରେ ଦୁଇମାସ ପର୍ଯ୍ୟନ୍ତ ମଦ୍ୟପାନ ନକରିବାକୁ ଋଷ କର୍ତ୍ତୃପକ୍ଷ କହିଛନ୍ତି। ଆଉ ଏହାକୁ ନେଇ ବିବାଦ ବଢିଛି | 
  10. ଡିସେମ୍ବର ୧୪ରେ ହେବାକୁ ଯାଉଛି ଚଳିତ ବର୍ଷର ଦ୍ବିତୀୟ ଏବଂ ଶେଷ ସୂର୍ଯ୍ୟୋପରାଗ। ପ୍ରଥମ ସୂର୍ଯ୍ୟ ପରାଗଟି ଜୁନ ୨୧ରେ ହୋଇଥିବା ବେଳେ ତାହା ବଳୟଯୁକ୍ତ ଥିଲା। ହେଲେ ଡିସେମ୍ବର ୧୪ରେ ହେବାକୁ ଯାଉଥିବା ଦ୍ବିତୀୟ ସୂର୍ଯ୍ୟ ପରାଗଟି ପୂର୍ଣ୍ଣ ସୂର୍ଯ୍ୟୋପରାଗ ହେବ।
  11. ଭାରତରେ ନିଷିଦ୍ଧ ହୋଇଥିବା ମୋବାଇଲ ଆପ୍‌ ଟିକ୍‌ଟକ୍‌ ଲୋକପ୍ରୀୟ ସୋସିଆଲ ସାଇଟ୍‌ ଫେସବୁକ୍‌କୁ ପଛରେ ପକାଇ ଦେଇଛି। 
  12. ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ବିକଶିତ ଏକ ସ୍ବଦେଶୀ ‘ଜିପିଏସ୍’କୁ ‘ଇଣ୍ଟର୍ନ୍ୟାସ୍ନାଲ୍ ମେରିଟାଇମ୍ ଅର୍ଗାନାଇଜେସନ୍’ (ଆଇଏମ୍ଓ) ସ୍ବୀକୃତି ଦେଇଛି।‘ନେଭିଗେସନ୍ ୱିଥ୍ ଇଣ୍ଡିଆନ୍ କନ୍ଷ୍ଟେଲେସନ୍’ (ଏନ୍ଭିଆଇସି) ବୋଲି ନାମକରଣ କରାଯାଇଥିବା ଏହି ‘ଜିଏସ୍ପି’ ‘ୱାର୍ଲଡ୍-ୱାଇଡ୍ ରେଡିଓ ନେଭିଗେସନ୍ ସିଷ୍ଟମ୍’ର (ଡବ୍ଲୁଡବ୍ଲୁଆର୍ଏନ୍ଏସ୍) ଉପକରଣ ଭାବେ ବ୍ୟବହୃତ ହେବ। 
  13. ଅଧିକାରୀକ ବିବୃତ୍ତିରେ ହ୍ୟାକରମାନେ କରୋନା ଭାକ୍ସିନ ସମ୍ପର୍କିତ ଫାଇଲ ଆକ୍ସେସ୍ କରିଥିବା କହିଛନ୍ତି। ଭାକ୍ସିନକୁ ନେଇ କରାଯାଇଥିବା ମିଳିତ ଗବେଷଣାର ତଥ୍ୟ ୟୁରୋପୀୟ ମେଡିସିନ ଏଜେନ୍ସୀଙ୍କ ସର୍ଭରରେ ଥିଲା। ସାଇବର ହ୍ୟାକର ଏହାକୁ ହାତେଇ ନେଇଥିବା ଉଭୟ କମ୍ପାନୀ ଅଭିଯୋଗ କରିଛନ୍ତି।
  14. ଋଷର ଅର୍ଖାଗ୍ଲେସ୍କରେ ଜଣେ ୨୪ବର୍ଷୀୟା ମହିଳାଙ୍କ ବାଥଟବରେ କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇ ଯାଇଛି। ଓଲେସ୍କା ସେମେନୋଭାଙ୍କ ଆଇଫୋନ୍ ୮ଚାର୍ଜ ହେଉଥିଲା। ହଠାତ୍ ଏହି ଫୋନ୍ ତାଙ୍କ ବାଥଟବରେ ଖସି ପଡ଼ିଥିଲା। ଓଲେସ୍କା ସେହି ସମୟରେ ଗାଧୋଉଥିଲେ। ତାଙ୍କୁ ଜୋରଦାର ବିଦ୍ୟୁତ୍ ଆଘାତ ଲାଗିବାରୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।
  15. ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ABRY) ଅନୁଯାୟୀ ସରକାର କହିଛନ୍ତି ଯେ, ୨୦୨୦ ଅକ୍ଟୋବର ୧ ତାରିଖରୁ ୨୦୨୧ ଜୁନ ୩୦ ତାରିଖ ଯାଏଁ କମ୍ପାନୀ ନିଯୁକ୍ତ କରିଥିବା ନୂଆ କର୍ମଚାରୀଙ୍କ ପାଇଁ ଦୁଇ ବର୍ଷ ଯାଏଁ ରିଟାୟରମେଣ୍ଟ ଫଣ୍ଡରେ ଅଂଶଦାନ କରିବେ।ପ୍ରତି ମାସରେ ୧୫ ହଜାର ଟଙ୍କା କିମ୍ବା ତାଠାରୁ କମ ଦରମା ପାଉଥିବା କର୍ମଚାରୀଙ୍କୁ ଫାଇଦା ମିଳିବ।
  16. ପ୍ରସିଦ୍ଧ ହିନ୍ଦୀ କବି ତଥା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ମଂଗଳେଶ ଡବରାଲଙ୍କ ୭୨ ବର୍ଷ ବୟସ ପରଲୋକ ଘଟିଛି। 
  17. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି। ଏହି ନୂଆ ସଂସଦ ଭବନ ‘ଆତ୍ମନିର୍ଭରଶୀଳ ଭାରତ’ର ସାକ୍ଷୀ ହେବ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। 
  18. ବୁଧବାର ଐତିହାସିକ ଶିଖର ଛୁଇଁବା ପରେ ଗୁରୁବାର ସେନସେକ୍ସ ବିଯୁକ୍ତାତ୍ମକ ପ୍ରଦର୍ଶନ କରିଛି । ସୂଚକାଙ୍କ ୧୪୩.୬୨ ପଏଣ୍ଟ ହ୍ରାସ ପାଇ ୪୫୯୫୯.୮୮ରେ ବନ୍ଦ ହୋଇଛି । 
  19. ସରକାର ଚାଷୀଙ୍କୁ ଏକ ଲିଖିତ ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ ଚାଷୀଙ୍କୁ ସେମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦିଆଯାଇଥିଲା। ଏହା ସତ୍ତ୍ୱେ ସେମାନେ କୌଣସି ନିଷ୍ପତ୍ତିରେ ଉପନୀତ ହୋଇ ନପାରିବା ଦୁର୍ଭାଗ୍ୟଜନକ କହିଛନ୍ତି। ତେବେ ଚାଷୀଭାଇଙ୍କୁ ଏମଏସପି ପୂର୍ବବତ ଜାରି ରହିବ ବୋଲି ସେ ବିଶ୍ୱାସ ଦେଇଛନ୍ତି।
  20. ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିପାକ୍ଷିକ ସିରିଜ୍ ପାଇଁ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ପ୍ରଥମ ଟେଷ୍ଟ୍- ୫ ରୁ ୯ ଫେବୃଆରୀ ମଧ୍ୟରେ ଚେନ୍ନାଇରେ ଖେଳାଯିବ ,ଦ୍ବିତୀୟ ଟେଷ୍ଟ୍- ୧୩ ରୁ ୧୭ ଫେବୃଆରୀ ମଧ୍ୟରେ ଚେନ୍ନାଇରେ ଖେଳାଯିବ, ତୃତୀୟ ଟେଷ୍ଟ୍- ୨୪ ରୁ ୨୮ ଫେବୃଆରୀ ମଧ୍ୟରେ ଅହମଦାବାଦରେ ଖେଳାଯିବ, ଚତୁର୍ଥ ଟେଷ୍ଟ- ୪ ରୁ ୮ ମାର୍ଚ୍ଚ ମଧ୍ୟରେ ଅହମଦାବାଦରେ ଖେଳାଯିବ    (ଗଣମାଧ୍ୟମରୁ ସଂଗୃହିତ )

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.