• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଲୋକପ୍ରିୟ ପତ୍ରିକା ଟାଇମ୍‌ ପକ୍ଷରୁ ଉଭୟଙ୍କୁ ୨୦୨୦ ବର୍ଷ ପାଇଁ ‘ପର୍ସନ ଅଫ୍‌ ଦ ଇୟର’ ସମ୍ମାନରେ ସମ୍ମାନିତ କରାଯାଇଛି। ଉଭୟ ବାଇଡେନ୍‌ ଏବଂ ହ୍ୟାରିସଙ୍କ ଫଟୋକୁ ଟାଇମ ମାଗାଜିନ୍‌ର କଭର ପୃଷ୍ଠାରେ ସ୍ଥାନିତ କରାଯାଇଛି।। 
  2. ଭାରତୀୟ-ଆମେରିକୀୟ ମହାକାଶଚାରୀ ରାଜା ଚାରିଙ୍କ ସମେତ ଚନ୍ଦ୍ରାବତରଣ କାର୍ଯ୍ୟକ୍ରମ ‘ଆର୍ଟେମିଜ୍‌’ ନିମନ୍ତେ ତାଲିମ ନେବାକୁ ଥିବା ୧୮ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରିଛି ‘ନାସା’। ଏହି ଟିମ୍‌ର ଅର୍ଦ୍ଧେକ ହେଉଛନ୍ତି ମହିଳା। 
  3. କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା । କେନ୍ଦ୍ର ସରକାର ଅନ୍ନଦାତାଙ୍କ ସହନଶୀଳତା ଓ ଧୈର୍ଯ୍ୟର ପରୀକ୍ଷା ନିଅନ୍ତୁ ନାହିଁ ବୋଲି ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର ସତର୍କ କରାଇଦେଇଛନ୍ତି ।
  4.  କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଭାରତୀୟ କିଷାନ ୟୁନିୟନ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ସରକାରଙ୍କ ଦ୍ୱାରା ପ୍ରଣୀତ ତିନୋଟି କୃଷି ଆଇନକୁ ବେଆଇନ ଦର୍ଶାଇ ସେଗୁଡ଼ିକୁ ରଦ୍ଦ କରିବାକୁ ୟୁନିୟନ ନିଜ ଆବେଦନରେ ଦର୍ଶାଇଛି ।
  5. ସଂପ୍ରତି ଅଯୋଧ୍ୟାରେ ନିର୍ମାଣଧୀନ ଥିବା ବହୁ ଚର୍ଚ୍ଚିତ ରାମ ମନ୍ଦିରର ପ୍ରକୃତ ପ୍ରତିକୃତିକୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆସନ୍ତା ଜାନୁଆରୀ ୨୬ର ଗଣତନ୍ତ୍ର ଦିବସ ପରେଡରେ ପ୍ରଦର୍ଶିତ କରିବା ପାଇଁ ଉତ୍ତରପ୍ରଦେଶ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି।
  6. ସାଇବେରିଆରେ ଏମିତି ଏକ ସ୍କୁଲ ରହିଛି | ହାଡ ଭଙ୍ଗା ଶୀତରେ ଏଠାରେ ଥିବା ସ୍କୁଲକୁ ପିଲାମାନେ ପଢିବାକୁ ଯାଉଥିବାବେଳେ ଯେତେବେଳେ ତାପମାତ୍ରା -୫୨ ଡିଗ୍ରୀ ତଳକୁ କମିଯାଇଥାଏ, ସେତେବେଳେ ୧୧ ବର୍ଷ କିମ୍ବା ତା’ଠାରୁ କମ୍ ବୟସର ଛାତ୍ରମାନଙ୍କ ପାଇଁ ବିଦ୍ୟାଳୟକୁ ବନ୍ଦ କରାଯାଇଥାଏ |
  7. ହକିର ଅନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ହେବ ୨୦୨୩ ପୁରୁଷ ହକି ବିଶ୍ୱକପ୍। ଏଥିପାଇଁ ରାଉରକେଲାରେ ଥିବା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ସହିତ ବିଭିନ୍ନ ଭିତ୍ତିଭୂମିର ବିକାଶ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି।
  8. ଭାରତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଉତକ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଥିବା ସୂଚନା ମିଳିଛି। ଏହା ଦେଶର ୪୨ତମ ଯୋଗାଯୋଗ ଉପଗ୍ରହ ହେବ। ଚଳିତ ମାସ ୧୭ ତାରିଖ ଅପରାହ୍ନ ୩ଟା ୪୧ ମିନିଟରେ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୦ ଦ୍ୱାରା ଏହାକୁ ଉତକ୍ଷେପଣ କରାଯିବାକୁ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର ହୋଇଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ, ଇସ୍ରୋ ଜଣାଇଛି।
  9. କର୍ଣ୍ଣେଲ ପ୍ରୀତିପାଲ ସିଂ ଗିଲ ତାଙ୍କ ଜୀବନର ୧୦୦ ବର୍ଷ ପୂରଣ କରିଛନ୍ତି । ସେ ହେଉଛନ୍ତି ଏକମାତ୍ର ଅଧିକାରୀ ଯିଏକି ଭାରତୀୟ ନୌସେନା, ବାୟୁସେନା ଏବଂ ସ୍ଥଳରେ କାର୍ଯ୍ୟ କରିଛନ୍ତି । 
  10. ଦ୍ରୁତ ଶିଳ୍ପାୟନ ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରାୟ ୫୮୮ କୋଟି ଟଙ୍କା ବିନିଯୋଗରେ ହେବାକୁ ଥିବା ୨୮ଟି ପ୍ରକଳ୍ପକୁ ରାଜ୍ୟ ସରକାର ଜମି ବଣ୍ଟନ କରିଛନ୍ତି ।
  11. ମାଣ୍ଡିଆ ଚାଷୀଙ୍କୁ ଖାଦ୍ୟଶସ୍ୟର ଉଚିତ ମୂଲ୍ୟ ମିଳିବ। ମାଣ୍ଡିଆ ବିକ୍ରୀ କରିବାକୁ ଏଣିକି ହଟହଟା ହେବେନି ଚାଷୀ। କାରଣ ନବରଙ୍ଗପୁର ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଶୁଭାରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ମାଣ୍ଡିଆ ସଚେତନତା ପ୍ରଚାର ପ୍ରସାର ରଥ ୩୨୯୫ ଟଙ୍କା ପ୍ରତି କ୍ୟୁଣ୍ଟାଲ ମୂଲ୍ୟରେ ଚାଷୀଙ୍କ ଠାରୁ ସିଧାସଳଖ ମାଣ୍ଡିଆ 
  12. ଅଷ୍ଟ୍ରେଲିଆ କୋଭିଡ ଟିକାକରଣ କାର୍ଯ୍ୟକ୍ରମକୁ ଦେଶରେ ବାତିଲ କରିଦେଇଛି। ଏହା ସହ ଟିକାକରଣ ଲାଗି ଦେଶରେ ନିର୍ମିତ ହେବାକୁ ଯାଉଥିବା ୫.୧କୋଟି ଡୋଜ ମଧ୍ୟ ସରକାର ରଦ୍ଦ କରିଛନ୍ତି।  ଅଷ୍ଟ୍ରେଲିଆରେ ଟିକାକରଣ ଲାଗି ପରୀକ୍ଷଣ ବେଳେ ନୂଆ ତଥ୍ୟ  ସାମ୍ନାକୁ ଆସିଛି।  ପରୀକ୍ଷାମୂଳକ ଟିକା ନେଇଥିବା ଲୋକଙ୍କ ଠାରେ ଏଚଆଇଭି ଆଣ୍ଟିବଡି ବିକଶିତ ହେଉଥିବା ଜଣା ପଡିବାମାତ୍ରେ ସରକାର ଟିକାକରଣ ନିଷ୍ପତ୍ତି ବଦଳାଇଦେଇଛନ୍ତି।  
  13. ଦେଶର ପ୍ରଥମ mRNA କରୋନା ଭାକ୍ସିନକୁ ମିଳିଲା ମାନବ ପରୀକ୍ଷଣ ଲାଗି ମଞ୍ଜୁରି, ତେବେ ସର୍ତ୍ତ ରଖିଛନ୍ତି DCGI
  14. ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ  ଫ୍ଲଏଡଙ୍କ ହତ୍ୟା ପରେ ବିରୋଧ ପ୍ରଦର୍ଶନରେ ସାମିଲ ୭୦ରୁ ଅଧିକ ଲୋକଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ପ୍ରବାସୀ ଭାରତୀୟ ରାହୁଲ ଦୁବେଙ୍କୁ ସମ୍ମାନିତ କରାଯାଇଛି । ରାହୁଲଙ୍କୁ ଟାଇମ୍ସ ମାଗାଜିନର ହିରୋଜ୍ ଅଫ୍-୨୦୨୦ରେ ସାମିଲ କରାଯାଇଛି । ଏହାସହ ତାଙ୍କ ମାନବିକତା ପ୍ରଦର୍ଶନ ଓ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରାଯାଇଛି ।
  15. ନାସା    ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏହି ଅଭିଯାନ ପାଇଁ ମୋଟ ୧୮ ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରାଯାଇଛି ।  ତାଲିକାରେ ୯ ଜଣ ମହିଳା ମହକାଶଚାରୀଙ୍କୁ ସ୍ଥାନ ମିଳିଛି। ‘ଆର୍ଟମିସ ଚନ୍ଦ୍ର ଅଭିଯାନ’ ପାଇଁ ନାସା ମହାକଶଚାରୀଙ୍କୁ ତାଲିମ ପ୍ରଦାନ କରିବ।
  16. ସର୍ବନିମ୍ନ ବାଲାନ୍ସ ନରଖିଲେ ଗ୍ରାହକଙ୍କୁ ଜରିମାନା ଭରିବାକୁ ପଡ଼ିବ। ପୋଷ୍ଟ ଅଫିସ୍‌ ସେଭିଂସ୍‌ ଖାତାରେ ଖାତାଧାରକ ସର୍ବନିମ୍ନ ବାଲାନ୍ସ ନରଖିଲେ ୧୦୦ ଟଙ୍କା ତଣ୍ଡ ଗଣିବେ। ତେବେ ଆକାଉଣ୍ଟରେ ଅତି କମ୍‌ରେ ୫୦୦ ଟଙ୍କା ରଖିବା ବାଧ୍ୟତାମୂଳକ ବୋଲି ଇଣ୍ଡିଆ ପୋଷ୍ଟ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। 
  17. ୨୦୨୧  ସାଧାରଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ପରେଡ୍ ଖାସ୍ ହେବାକୁ ଯାଉଛି। ଏଥର ରାଜପଥରେ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିବ। 
  18. ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଫଆଇସିସିଆଇ)ର ନୂଆ ସଭାପତି ହେବାକୁ ଯାଉଛନ୍ତି ଜଣେ ସାମ୍ବାଦିକ ତଥା କର୍ପୋରେଟ୍‌ ଏକ୍ଜିକ୍ୟୁଟିଭ୍‌ ଉଦୟ ଶଙ୍କର
  19. ୨୪ ବର୍ଷ ପରେ ଆମେରିକୀୟ କମ୍ପାନୀର ମାଲିକାନାରୁ ମୁକ୍ତ ହେଲା ଓପିଜିସି। ଝାରସୁଗୁଡା ଜିଲ୍ଲା ବନହରପାଲି ଠାରେ ଥିବା ଇବ ଥର୍ମାଲରେ ୧୯୯୭ ମସିହାରୁ ୪୯ ପ୍ରତିଶତ ଅଂଶଧନ ନିଜ ଅକ୍ତିଆରକୁ ନେଇଥିବା ଆମେରିକୀୟ କମ୍ପାନୀ ଏଇଏସ ଶେଷରେ ଆନୁଷ୍ଠାନିକ ଭାବେ ଗୁରୁବାର ଦିନ ବିଦାୟ ନେଇଛି। 
  20. ବୋଲରଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ଅଷ୍ଟ୍ରେଲିଆ ଏ ପ୍ରଥମ ଇନିଂସରେ ୧୦୮ ରନରେ ଅଲଆଉଟ୍ ହୋଇଛି। ଏଥିସହ ଭାରତ ପ୍ରଥମ ଇନିଂସରେ ଘରୋଇ ଦଳକୁ ୮୬ ରନରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ ଯଶପ୍ରୀତ ବୁମରାଙ୍କ ଅପରାଜିତ ୫୫ ରନ ବଳରେ ୧୯୪ ରନରେ ଅଲଆଉଟ୍ ହୋଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.