• +91-9861016349 / +91-9437281655
  • Email: amarisatya@gmail.com

Odia Current News

୧ .ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମହାସଙ୍ଘର ୯୩ ତମ ବାର୍ଷିକ ସାଧାରଣ ବୈଠକକୁ ଉଦଘାଟନ କରି ନୂଆ ଆଇନ କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ସହ ଏଥିରେ କୃଷକ, କ୍ଷୁଦ୍ର ଚାଷୀଙ୍କୁ ଲାଭ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  ।
2.ଚେନ୍ନାଇରେ ଏକ ଚଢ଼ାଉରୁ ଜବତ କରାଯାଇ ‘ସିବିଆଇ’ ହେପାଜତରେ ଥିବା ପ୍ରାୟ ୪୫ କୋଟି ଟଙ୍କା ମୂଲ୍ୟର ୧୦୩ କିଲୋରୁ ଅଧିକ ସୁନା ଗାଏବ ହୋଇଯାଇଛି।
3.ଦେଶରେ ସାମସଙ୍ଗର ଓଏଲଇଡି ଡିସପ୍ଲେ ୟୁନିଟ୍ ସ୍ଥାପନା ପ୍ରସ୍ତାବକୁ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ  ମଞ୍ଜୁରୀ ଦିଆଯାଇଛି। ଏହି ୟୁନିଟ୍ ପାଇଁ  ସାମସଙ୍ଗ ଭାରତରେ ୪୮୨୫ କୋଟି ଟଙ୍କାର ନିବେଶ କରିବାକୁ ନିଷ୍ପତ୍ତି ନେଇଛି। ପ୍ରକାଶଥାଉକି ଏହି ୟୁନିଟ୍ ପ୍ରଥମେ ଚୀନରେ ଥିଲା।
4.ପରୀ ହତ୍ୟା ଘଟଣାରେ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ କରାଯିବ ବୋଲି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିବା ପରେ ଏହାକୁ ନାପସନ୍ଦ କରିଛନ୍ତି ପରୀର ମାଆ  ସୌଦାମିନୀ ।  
5.ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ଡିସେମ୍ବର ୧୭ ତାରିଖରେ  ‘ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲ୍’(ପିଏସ୍ଏଲ୍ଭି-ସି୫୦) ଦ୍ୱାରା ସୂଚନା ପ୍ରସାରଣ ସାଟେଲାଇଟ୍ (କୃତ୍ରିମ ଉପଗ୍ରହ) ‘ସିଏମ୍ଏସ୍-୦୧’ ଉତ୍କ୍ଷେପଣ କରାଯିବ 
6.ଆସନ୍ତା ବର୍ଷରୁ ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ମାସକୁ କୋଭିଡ୍ ଟିକାର ୧୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଏହାର ମୁଖ୍ୟ ଆଦର ପୁନାଵାଲା କହିଛନ୍ତି।
7.ଆନ୍ଧ୍ର ପ୍ରଦେଶର ଏଲୁରୁରେ ବ୍ୟାପିଥିବା ରହସ୍ୟମୟ ରୋଗକୁ ନେଇ ଏବେ ବି ଆତଙ୍କ ଲାଗି ରହିଛି। ଏ ବାବଦରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ପରିବା ଏବଂ ମାଛରୁ ଏହି ରୋଗ ବ୍ୟାପିଛି।
8.ଯେତେବେଳେ ପ୍ରେମ ସଂପର୍କରେ ଫାଟ ସୃଷ୍ଟି ହୁଏ ବା ଭାଙ୍ଗିଯାଏ, ସେତେବେଳେ ଅଧିକାଂଶ ମହିଳା ଦୁଷ୍କର୍ମ ମାମଲା ଦାଏର କରିଥାନ୍ତି ବୋଲି  ଛତିଶଗଡ଼ର ମହିଳା ଆୟୋଗ ମୁଖ୍ୟ କିରଣମୟୀ ନାୟକ କହିଛନ୍ତି।
9.ଭାରତୀୟ ମୁଷ୍ଟିଯୋଦ୍ଧାମାନେ ଏବେ ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଜର୍ମାନିରେ ଆୟୋଜିତ କୋଲନ୍ ବିଶ୍ବକପ୍ ରେ  ଭାଗ ନେବା ସମ୍ଭାବନା ସୃଷ୍ଟି ହୋଇଛି। 
10.ଶ୍ୟାମ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ସୋନୁ ସୁଦ୍ଙ୍ ଙ୍କୁ  ବିଲ୍ଡି ଇଣ୍ଡିଆ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ଲକ୍ଡାଉନ୍ ସମୟରେ ଲୋକମାନଙ୍କୁ ସାହାଯ୍ୟ କରି ବେଶ ଚର୍ଚ୍ଚିତ ହୋଇଥିବା ସୋନୁ କଂପାନିର ରିକ୍ସା ବିତରଣ ଅଭିଯାନର ଶୁଭାରମ୍ଭ କରିବେ।
11.ରାଜ୍ୟରେ ସ୍ଥାପନ ହେବାକୁ ଥିବା ଶିଳ୍ପ ପ୍ରକଳ୍ପ ଲାଗି ୨୮ଟି ସଂସ୍ଥାକୁ ଇଡ୍କୋ ଜରିଆରେ ରାଜ୍ୟ ସରକାର ଜମି ଆବଣ୍ଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ୫୮୮ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ଏବଂ ୩୨୪୫ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ। 
12.ପ୍ରଣବ ମୁଖାର୍ଜୀ ଦେହାନ୍ତ ପୂର୍ବରୁ ‘ଦି ପ୍ରେସିଡେନସିଆଲ ଇୟର୍ସ’ ଲେଖିସାରିଥିଲେ । ଏହାକୁ ରୂପା ପ୍ରକାଶନ ପ୍ରକାଶିତ କରିବ । ୨୦୨୧ରେ ପାଠକମାନେ ଏହାକୁ କିଣିପାରିବେ । ଏହି ପୁସ୍ତକରେ ୨୦୧୪ରେ କଂଗ୍ରେସର ପରାଜୟର କାରଣ ବାବଦରେ ଅନେକ କିଛି ବିଶ୍ଲେଷଣ କରାଯାଇଛି ।ପୁସ୍ତକରେ କଂଗ୍ରେସ ପରାଜୟ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦାୟୀ କରାଯାଇଛି ।
13.କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅକ୍ଟୋବର ଏବଂ ନଭେମ୍ବର ମାସରେ ପ୍ରାୟ  ୧ ଲକ୍ଷ ୬୩ ହଜାର ୪୨ ଟି ନକଲି ଜିଏସଟି ପଞ୍ଜୀକରଣକୁ ରଦ୍ଦ କରିଛନ୍ତି । ନୂଆ ଆକାଉଣ୍ଟ ଗୁଡିକ ଗତ ୬ ମାସ ହେଲା GSTR-3Bର ରିଟର୍ନ ଫାଇଲ କରିନାହାନ୍ତି ।
14.ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ରେଡକ୍ରସ୍ ଓ ରେଡ୍ କ୍ରିସେଣ୍ଟ୍ ସୋସାଇଟିଜ ମାନବିକ ସଙ୍କଟ ସମୟରେ ଜରୁରୀକାଳୀନ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଣକୁ ମଜବୁତ କରିବା ପାଇଁ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି।
15.ଦେଶରେ କୋଭିଡ୍ ଆରୋଗ୍ୟ ହାର ୯୪.୮୯ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା  ଭିତରେ ଆଉ ୩୩ ହଜାର ୪୯୪ ଲୋକ ଆରୋଗ୍ୟଲାଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ମୋଟ୍ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୯୩ ଲକ୍ଷ ୨୪ ହଜାରକୁ ଅତିକ୍ରମ କରିଯାଇଛି।
16.କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପାନ୍-ଆଧାର ଲିଙ୍କ୍ ଶେଷ ତାରିଖକୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାର୍ଯ୍ୟ କରିଛି। 
17.ଫାଇଜର ବାୟୋଏନଟେକ୍ ଦ୍ବାରା ପ୍ରସ୍ତୁତ କରୋନା ଟିକା ଫାଇଜରକୁ ପ୍ରଥମେ ବ୍ରିଟେନ ଏବଂ ପରେ କାନାଡ଼ା ୨ୟ ଦେଶ ଭାବେ ଏହି ଟିକାକୁ ଅନୁମତି ଦେଇଛନ୍ତି। ଏହି ଟିକାକୁ ଜରୁରିକାଳୀନ ଅନୁମତି ଦେବାରେ ଆମେରିକା ବିଶ୍ଵର ୩ୟ ଦେଶ।
18.ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଆସୋସିଏସନ  ୨୦୨୦/୨୧ ସିଜିନ୍ ନିମନ୍ତେ  ଆଫ୍ରିକା ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ଭାବେ କ୍ବିଣ୍ଟନ ଡି’ କକ୍ ଙ୍କୁ  ନିଯୁକ୍ତ କରିଛି ।  
19.ସାଉଥ ଇଣ୍ଡଷ୍ଟ୍ରିରେ ମେଗାଷ୍ଟାର୍ ରଜନୀକାନ୍ତ ଶନିବାର ନିଜ ୭୦ତମ ଜନ୍ମଦିନ ପାଳନ କରୁଛନ୍ତି। ରଜନୀକାନ୍ତ ନିଜ ଷ୍ଟାଇଲ୍ ଏବଂ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିଛନ୍ତି। 
20. ଇରାନରେ ସରକାରଙ୍କୁ ବିରୋଧ ଲାଗି ଦୀର୍ଘବର୍ଷ ଧରି ଫ୍ରାନସରେ ଆତ୍ମଗୋପନ କରିଥିବା ସାମ୍ବାଦିକ ରୁହୁଲ୍ଲା ଜାମ ଦେଶକୁ ଫେରିବା ମାତ୍ରେ ଗୁଇନ୍ଦା ଏଜେନ୍ସୀ ତାଙ୍କୁ ଗିରଫ କରିଥିଲେ। ସ୍ଥାନୀୟ କୋର୍ଟ ବିଚାର କରି ତାଙ୍କୁ ରାଷ୍ଟ୍ରଦ୍ରୋହ ଅପରାଧରେ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡାଦେଶ କରିଥିଲେ।

(ଗଣମାଧ୍ୟମରୁ ସଂଗୃହିତ )
 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.