• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚୀନ ସହିତ ସୀମାରେ ଜାରି ଉତ୍ତେଜନାକୁ  ଦୃଷ୍ଟିରେ ରଖି ୧୫ ଦିନର ଘମାଘୋଟ୍ ଲଢେଇ ପାଇଁ ଭାରତୀୟ ସୁରକ୍ଷାବଳଙ୍କୁ ଯୁଦ୍ଧାସ୍ତ୍ର ଓ ଗୋଳାବାରୁଦ ମହଜୁଦ ରଖିବାକୁ କୁହାଯାଇଛି। 
  2. ପଞ୍ଜାବର ପୋଲିସ ଡିଆଇଜି ଲଖମିନ୍ଦର ସିଂହ ଜାଖଡ କୃଷି ଆଇନକୁ ବିରୋଧ କରିବା ସହିତ ତାଙ୍କ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।
  3. କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା ବାତିଲ କରାଯାଇଛି । ଧନୁଯାତ୍ରା ଆୟୋଜନ ବାତିଲ ହୋଇଥିବା ନେଇ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ଦାସ ସୂଚନା ଦେଇଛନ୍ତି ।
  4. ଜାନୁଆରୀରୁ ଦେଶରେ ଆରମ୍ଭ ହୋଇପାରେ ଟିକାକରଣ, ୧୦ ମାସ ଭିତରେ ସମସ୍ତଙ୍କୁ ଦିଆଯିବ ବୋଲି  ଟିକା- ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସିଇଓଙ୍କ କହିଛନ୍ତି 
  5. ରାଜ୍ୟରେ ସମସ୍ତଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ । ଏଥିପାଇଁ କୌଣସି ପଇସା ଦେବାକୁ ପଡିବ ନାହିଁ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ  ଘୋଷଣା କରିଛନ୍ତି । 
  6. କୃଷି ବିଲ ଫେରାଇନେବା ଦାବିରେ ଦୀର୍ଘଦିନ ହେଲା ଧାରଣାରେ ବସିଛନ୍ତି ହଜାର ହଜାର ଚାଷୀ । ଯଦି ସରକାର ଡିସେମ୍ବର ୧୯ ସୁଦ୍ଧା ଦାବି ପୂରଣ ନକରନ୍ତି ତେବେ ସେମାନେ ଆମରଣ ଉପବାସ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । 
  7. ଉତ୍ତରପ୍ରଦେଶ ସରକାରୀ କଲେଜମାନଙ୍କରେ ପିଜି କରୁଥିବା ଡାକ୍ତରଙ୍କ ଲାଗି ସରକାରଙ୍କ ଗାଇଡଲାଇନ ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ମାର୍ଗଦର୍ଶନ ଅନୁସାରେ ସରକାରୀ ପୋଷ୍ଟ ଗ୍ରାଜୁଏଟ କଲେଜରୁ ଉତୀର୍ଣ୍ଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଅଧିନରେ ଅନୁନ୍ୟ ୧୦ ବର୍ଷ ଚାକିରୀ କରିବେ। ।
  8. ଡ଼ିସେମ୍ବର ୨୩ ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀର ଭକ୍ତଙ୍କୁ ପରୀକ୍ଷାମୂଳକ ଭାବେ ଦର୍ଶନ ସୁଯୋଗ ଦିଆଯିବ। ଏହା ପରେ ଅନ୍ୟ ଭକ୍ତଙ୍କ ପାଇଁ ଜାନୁଆରୀ ୩ ତାରିଖରୁ ଖୋଲିବ ମନ୍ଦିର।
  9. ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଓଡିଶା ସଂଯୋଜକ ଡାଃ ମନୋଜ ସାହୁ କହିଛନ୍ତି , କରୋନା ଏବେ ବି ଅଛି, ଯୁଦ୍ଧ ରେ ସମ୍ପୂର୍ଣ୍ଣ ଭାବରେ ଆମେ ଜିତି ନାହୁଁ । ଆମେରିକାର ସ୍ଥିତି ଏବେ ବି ସଙ୍ଗୀନ । ପ୍ରତ୍ୟକ ଦିନ ଦୁଇ ଲକ୍ଷ ରୁ ଅଧିକ କେସ୍ ସାମ୍ନାକୁ ଆସୁଛି। ମୃତ୍ୟୁ ସଂଖ୍ୟା ଦୈନିକ ୩,୦୦୦ ରୁ ଅଧିକ ରହୁଛି । ତେଣୁ ଏବେ ବି ଯଦି ଦେଖିବା ଆମ ଦେଶ ଭାରତ ରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କୁ ଆସିନାହିଁ, ସଂକ୍ରମଣ ଏବେ ବି ଜାରି ରହିଛି।
  10. ଡ଼ିସେମ୍ବର ୧୪ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୃଷକ ନେତାମାନେ ଅନଶନ କରିବେ।  ସିଙ୍ଘୁ, ଟିକ୍ରି, ପଲୱାଲ, ଗାଜୀପୁର ଏବଂ କୃଷକମାନେ ଆନ୍ଦୋଳନରେ ବସିଥିବା ଅନ୍ୟ ସମସ୍ତ ସୀମାରେ ଆମରଣ ଅନଶନ କରିବେ ବୋଲି କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।
  11. ୧୩.୧୨.୨୦  ମଧ୍ୟରାତି ରବିବାର-ସୋମବାର ରାତି ୧୨ଟା ୩୦ମିନିଟ ଠାରୁ ଆରଟିଜିଏସ ସେବା ଦିନର ସବୁ ସମୟ ଓ ସପ୍ତାହର ସବୁଦିନ ଉପଲବ୍ଧ ହେବ ।
  12. ନିକଟରେ ଶକ୍ତି, ପରିବେଶ ଓ ଜଳ ପରିଷଦ(ସିଇଇଡବ୍‌ଲ୍ୟୁ) ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଦେଶର ୭୫ ପ୍ରତିଶତ ଜିଲ୍ଲା ଏବଂ ଅର୍ଦ୍ଧାଧିକ ବାସଗୃହ ବିଭିନ୍ନ ପ୍ରକାର ଜଳବାୟୁ ଦୁର୍ବିପାକ ଦ୍ବାରା ପ୍ରଭାବିତ ବୋଲି ଜଣାଯାଇଛି।  ସେଥିରୁ ଯାହା ଜଣାପଡ଼ିଛି, ୧୯୭୦ ମସିହା ପରଠାରୁ ବନ୍ୟାର କ୍ଷିପ୍ରତା ୮ ଗୁଣ ବଢ଼ିଯିବା ସହ ଏହା ସହିତ ଜଡ଼ିତ ଭୂସ୍ଖଳନ, ବରଫ ମାଡ଼ ଏବଂ ବାଦଲଫଟା ବର୍ଷା ଆଦି ପ୍ରକ୍ରିୟା ୨୦ ଗୁଣ ବୃଦ୍ଧି ପାଇଛି।
  13. ନୂଆଦିଲ୍ଲୀ ସ୍ଥିତ ଉପଶମ କେନ୍ଦ୍ର (ଦି ସେଣ୍ଟର ଅଫ୍‌ ହିଲିଂ) ନାମକ ପ୍ରତିଷେଧମୂଳକ ସ୍ବାସ୍ଥ୍ୟସେବା ପକ୍ଷରୁ କରାଯାଇଥିବା ଏହି ସର୍ବେକ୍ଷଣରେ ୧୦,୦୦୦ରୁ ଅଧିକ ଦେଶବାସୀ କିପରି କୋଭିଡ୍‌ ପରିପ୍ରେକ୍ଷୀରେ ସ୍ବାଭାବିକତା ସହ ତାଳମେଳ ରଖି ପାରିଛନ୍ତି, ସେ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। ସେଥିରୁ ୭୪ ପ୍ରତିଶତ ଲୋକ ମାନସିକ ଚାପର ଶିକାର ହୋଇଥିବା ବେଳେ ୮୮ ପ୍ରତିଶତ ଦୁଶ୍ଚିନ୍ତା ଭୋଗୁଥିବା ସ୍ପଷ୍ଟ ହୋଇଛି। ସେହିପରି ଚିକିତ୍ସକମାନଙ୍କ ପାଖକୁ ୬୮.୬ ପ୍ରତିଶତ ଅଧିକ ପୀଡ଼ିତ ଉପଶମ ପାଇଁ ଆସିଥିବା ଜଣାଯାଇଛି।
  14. କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ ଏମ କରଜୋଲ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ରାଜ୍ୟ ସମ୍ପତ୍ତିକୁ ୧୪୦ ଗ୍ରାମ ସୁନା ମୁକୁଟ ଦାନ କରିଛନ୍ତି। 
  15. ପ୍ରତି ଟିକାକରଣ କେନ୍ଦ୍ରରେ ୫ ଜଣଙ୍କୁ ନିୟୋଜିତ କରାଯିବ ଏବଂ ଦିନକରେ ୧୦୦ ଜଣଙ୍କୁ ଟିକା ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
  16. ବିଶ୍ୱ ଜଳବାୟୁ ଶିଖର ବୈଠକ ୨୦୨୦ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏହାର ସୌରଶକ୍ତି କ୍ଷମତାକୁ ୨.୬୩ ଗିଗାୱାଟ୍ରୁସ ୩୬ ଗିଗାୱାଟ୍କୁୟ ଇତିମଧ୍ୟରେ ବୃଦ୍ଧି କରିସାରିଛି। 
  17. ଭାରତୀୟ ବଜାରରେ ପ୍ରବେଶ କରିବ ଜିଓମିର ନୂଆ ବଜେଟ୍ ସ୍ମାର୍ଟଫୋନ୍ ରେଡମି ୯ ପାୱାର।ଡ଼ିସେମ୍ବର ୧୭ରେ ଏହା ଲଞ୍ଚ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି।
  18. ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ ଟିକାକରଣ ଲାଗି ମିସିଗାନ ପ୍ଲାଣ୍ଟରେ ପ୍ରଥମ ଟ୍ରକ  ରବିବାର ଭାକ୍ସିନ ବୋଝେଇ କରିଛି। ଦେଶରେ କରୋନାର ପ୍ରକୋପ ଆୟତ୍ତ ଲାଗି ଟ୍ରକରେ ଲଦାଯାଇଥିବା ଟିକାର ଉପଯୋଗ ହେବ।
  19. କର୍ମଚାରୀ ଭବିଷ୍ୟ ନିଧି ସଂସ୍ଥା (EPFO) ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରାୟ ୬ କୋଟି ଅଂଶୀଦାରଙ୍କ କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ) ଆକାଉଣ୍ଟରେ ୮.୫ ପ୍ରତିଶତ ସୁଧ ଜମା କରିବ । 
  20. ଭାରତ ଏବଂ ଅଷ୍ଟ୍ରେଲିଆ-ଏ ମଧ୍ୟରେ ସିଡନୀରେ ଖେଳାଯାଇଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଡ୍ର ରେ ଶେଷ ହୋଇଛି  (ଗଣମାଧ୍ୟମରୁ ସଂଗୃହିତ )

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.