• +91-9861016349 / +91-9437281655
  • Email: amarisatya@gmail.com

Odia Current News

1. ଡ଼ିସେମ୍ବର  ୧୪ ତାରିଖରେ ସନ୍ଧ୍ୟା ୪ଟା ୪୩ରୁ Gmail ଅକାମୀ ହୋଇଯାଇଥିଲା । ଏହା ପରେ ଅନେକ ସମୟ ଧରି ୟୁ-ଟ୍ୟୁବ ମଧ୍ୟ ଠପ ହୋଇଯାଇଥିଲା । ଅନେକ ୟୁଜର ଗୁଗୁଲ ଡ୍ରାଇଭ୍ ମଧ୍ୟ ଠପ୍ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି । ତେବେ ଭାରତରେ କେବଳ ୟୁ-ଟ୍ୟୁବ୍ ଏବଂ ଜି-ମେଲ ନୁହେଁ ବରଂ ଗୁଗୁଲ ଡ୍ରାଇଭ୍, ହ୍ୟାଙ୍ଗଆଉଟ୍, ଗୁଗୁଲ ମିଟ୍ ଭଳି ଅତ୍ୟାବଶ୍ୟକ ଆପ ଅକାମୀ ହୋଇଯାଇଥିଲା ।

2. ଭାରତୀୟ ରେଳବାଇ ୨୧ଟି ରେଳ ନିଯୁକ୍ତି ବୋର୍ଡ ମାଧ୍ୟମରେ  ୩ଟି ପର୍ଯ୍ୟାୟରେ ଏକ ମେଗା ନିଯୁକ୍ତି ଅଭିଯାନ ଆରମ୍ଭ କରୁଛି, ଯେଉଁଥିରେ ପ୍ରାୟ ୧ ଲକ୍ଷ ୪୦ ହଜାର ପଦବୀ ପୂରଣ କରାଯିବ। ଏଥିପାଇଁ ଦେଶର ବିଭିନ୍ନ ସହରରେ ୨ କୋଟି ୪୪ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେବେ। କୋଭିଡ-୧୯ ମଧ୍ୟରେ ସୁରୁଖୁରୁରେ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି।

3.ଏୟାର ଇଣ୍ଡିଆ କିଣିବା ପାଇଁ ଲେଟର ଅଫ୍ ଇଣ୍ଟ୍ରେଷ୍ଟ (ଇଓଆଇ) ଦାଖଲ କରିବାର ଶେଷ ତାରିଖ ଥିଲା। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆକୁ କିଣିବା ପାଇଁ ଅନେକ ବଡ଼ ବଡ଼ କମ୍ପାନି ଇଓଆଇ ଦାଖଲ କରିଥିବା ଜଣା ପଡ଼ିଛି।

4.ଡ଼ିସେମ୍ବର ୧୪ ସନ୍ଧ୍ୟା ୫ଟା ପରେ ୟୁଟ୍ୟୁବ୍ ଏବଂ ଜିମେଲ୍ ସମେତ ଗୁଗୁଲର ସମସ୍ତ ଆପ୍ ହଠାତ୍ କାମ କରିବା ବନ୍ଦ କରିଦେଇଥିଲା ବୋଲି ଜଣା ପଡ଼ିଛି। ହଠାତ୍ ଗୁଗୁଲର ସମସ୍ତ ଆପ୍ କାମ କରିବା ବନ୍ଦ କରିଦେବାରୁ ଟ୍ୱିଟରରେ ଲୋକେଷ ଏ ନେଇ ଟୁଇଟ କରିବା ଆରମ୍ଭ କରିଥିଲେ।

5.ପରିସଂଖ୍ୟାନ କହୁଛି ହାରାହାରି ପ୍ରତି ୮ ମିନିଟ୍ରେ ଭାରତରେ ଜଣେ ଶିଶୁ ନିଖୋଜ ହେଉଛନ୍ତି। ଓଡ଼ିଶାରେ ଦିନକୁ ନିଖୋଜ ଶିଶୁଙ୍କ ସଂଖ୍ୟା ହାରାହାରି ୧୫। ସରକାର ସଚେତନତା ପାଇଁ ‘ପରୀ ରଥ ବୁଲାଇଥିବାବେଳେ ‘ମୋ ସାଥୀ ଆପ୍ ଓ ‘ଅପରେସନ୍ ମୁସ୍କାନ ଭଳି ବହୁ ଅଭିଯାନ କରିଛନ୍ତି।

6.ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବାମଦଳ ଶାସିତ ନ୍ୟୁଜିଲାଣ୍ଡ କରୋନାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛି । ଏବେ ଦେଶର ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଥିବା ବେଳେ ଗତ ଦୁଇସପ୍ତାହ ହେବ କୌଣସି ସଂକ୍ରମିତ ନଥିବା ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି ।

7.୨୦୨୦-୨୧ ବର୍ଷ ପାଇଁ ଅନୁଷ୍ଠିତ ନିର୍ବାଚନରେ  ଓଡ଼ିଆ ଶିଳ୍ପୋଦ୍ୟୋଗୀ ତଥା ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ ଲିମିଟେଡ୍ (ଇମ୍ଫା)ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଏଫଆଇସିସିଆଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି  (ଫିକି)ର ସର୍ବଭାରତୀୟ  ଉପସଭାପତି ରୂପେ ନିର୍ବାଚିତ ହୋଇଛନ୍ତି ।8.କର୍ଣ୍ଣାଟକର କୋଲାରରେ ଥିବା ‘ଓ୍ଵିଷ୍ଟ୍ରୋନ୍ର କାରଖାନାରେ ହିଂସାକାଣ୍ଡ ସମୟରେ ହଜାର ହଜାର ଆଇଫୋନ୍ ଲୁଟ୍ ହୋଇଥିବାରୁ କମ୍ପାନିର ୪୪୦ କୋଟି ଟଙ୍କା କ୍ଷତି ହୋଇଛି।

9.ଭାରତରେ ଇଲେକ୍ଟ୍ରିକ୍ ଯାନଗୁଡିକର ବଜାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ଆପ ମାଧ୍ୟମରେ ଟ୍ୟାକ୍ସି ବୁକିଂ କମ୍ପାନୀ କରୁଥିବା ଓଲା (ଙଖଇ) ତାମିଲନାଡୁରେ ଏହାର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର କାରଖାନା ପ୍ରତିଷ୍ଠା କରିବାକୁ ଘୋଷଣା କରିଛି। ତାମିଲନାଡୁ ରାଜ୍ୟ ସରକାରଙ୍କ ସହ ଏ ନେଇ କମ୍ପାନୀ ପକ୍ଷରୁ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷର କକରାଯାଇଛି।

10.ଚୀନ ସାମାଗ୍ରୀକୁ ବୟକଟ କରୁଯାଉଥିବା ବେଳେ ଭାରାତୀୟ ବଜାରକୁ ପ୍ରେବଶ କରିବାକୁ ଯାଉଛି ଏକ ନୂତନ ସ୍ମାର୍ଟଫୋନ ଯାହା ସମ୍ପୂର୍ଣ୍ଣ ରୂପେ ଭାରତରେ ତିଆରି କରାଯାଇଛି। ଏହି ସ୍ମାର୍ଟଫୋନର ନାମ ହେଉଛି ବ୍ଲକ୍ ଚେନ୍ ।

11.ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଚେତାବନୀ ଦେଇ କହିଛନ୍ତି ଯେ, ଆସନ୍ତା ଚାରିରୁ ଛଅ ମାସ ମଧ୍ୟରେ କରୋନା ଭୂତାଣୁର ପ୍ରକୋପ ବହୁତ ଅଧିକ ହୋଇପାରେ। ସୂଚନାଯୋଗ୍ୟ ତାଙ୍କର ‘ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ କୋଭିଡ୍ -୧୯ ଟିକା ପ୍ରସ୍ତୁତି ଏବଂ ବିତରଣ ଅଭିଯାନର ଏକ ଅଂଶ।

12.ମହାରାଷ୍ଟ୍ରରେ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍ ଜାରି ହୋଇଛି। ଏହା ଅଧୀନରେ କର୍ମଚାରୀମାନେ ଅଫିସ୍କୁ ଟି-ସାର୍ଟ ଏବଂ ଜିନ୍ସ ପିନ୍ଧି ଆସିପାରିବେ ନାହିଁ। କର୍ମଚାରୀମାନଙ୍କୁ ଚପଲ ପିନ୍ଧି ଆସିବାକୁ ମଧ୍ୟ ମନା କରାଯାଇଛି। ଏହା ସହିତ ସମସ୍ତ ସରକାରୀ କର୍ମଚାରୀ ଶୁକ୍ରବାର ଦିନ ଖଦି କପଡ଼ା ପିନ୍ଧି ଆସିବାକୁ କୁହାଯାଇଛି।

13.ଆସନ୍ତା ୨୦୨୧ ସାଧାରଣତନ୍ତ୍ର ଦିବସରୁ ବାଦ୍ ପଡ଼ିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଓଡ଼ିଶାର ଡିଜାଇନ୍ ଚୟନ କମିଟିକୁ ଆକୃଷ୍ଟ କରିପାରିନାହିଁ। ଚତୁର୍ଥ ପର୍ଯ୍ୟାୟ ବୈଠକରେ ଓଡ଼ିଶାର ମେଢ଼ ସ୍ଥାନ ପାଇନାହିଁ।

14.ଚଳିତ ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଏହାର ୬ କୋଟିରୁ ଅଧିକ ସଦସ୍ୟଙ୍କୁ ନୂଆବର୍ଷ ଉପହାର ଦେଇପାରେ। ସଦସ୍ୟମାନଙ୍କ ଖାତାରେ ୨୦୧୯-୨୦ ଆର୍ଥିକ ବର୍ଷ ବାବଦ ୮.୫ ପ୍ରତିଶତ ସୁଧ ଟଙ୍କା ଜମା କରାଯିବାର ଅନେକ ସମ୍ଭାବନା ରହିଛି।

15.ଭାରତୀୟ ମହାକାଶ ଗବେଷଣ ସଂସ୍ଥା (ISRO) ମଧ୍ୟ ମହାମାରୀ ମଧ୍ୟରେ ବ୍ୟାପକ କ୍ଷତି ସହିଛି । ଇସ୍ରୋ ପ୍ରତିବର୍ଷ ବିଦେଶୀ ସାଟେଲାଇଟ୍ ଲଞ୍ଚ କରିବା ସହିତ ଅନ୍ତାରୀକ୍ଷ କାର୍ଯ୍ୟକ୍ରମଗୁଡିକ ମାଧ୍ୟମରେ ବିପୁଳ ପରିମାଣର ଅର୍ଥ ରୋଜଗାର କରେ । କିନ୍ତୁ ଚଳିତ ବର୍ଷ ଏହି ରୋଜଗାର ଖସିଆସି ମାତ୍ର ୮ କୋଟି ରହିଛି । ମହାମାରୀ କାରଣରୁ ଅନେକ ଦେଶମାନଙ୍କରେ ହେବାକୁ ଥିବା ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଯାହାଫଳରେ କି ମହାକାଶ ଗବେଷଣା ସଂସ୍ଥା ଗୁଡିକର ବ୍ୟାପକ କ୍ଷତି ଘଟିଛି ।

16.ଲିଙ୍ଗରାଜ ମନ୍ଦିର ସ୍ଵତନ୍ତ୍ର ଆଇନ୍କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏଥିସହ ପୁରୀ ଓ ଯାଜପୁରରେ ମେଡିକାଲ କଲେଜ୍ ପ୍ରତିଷ୍ଠା ପାଇଁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

17.ଦେଶରେ ସାପ୍ତାହିକ କୋଭିଡ୍ ମୃତ୍ୟୁ ପୂର୍ବାପେକ୍ଷା ଯଥେଷ୍ଟ ହ୍ରାସ ପାଇଛି। ଗତ ସପ୍ତାହରେ ମୋଟ୍ ୨,୭୮୯ କରୋନା ମୃତ୍ୟୁ ହୋଇଥିଲା। ଏହା ପୂର୍ବ ସପ୍ତାହର କରୋନା ମୃତ୍ୟୁ ତୁଳନାରେ ୨୧ ପ୍ରତିଶତ କମ୍। ଗତ ସାଢ଼େ ୫ ମାସ ମଧ୍ୟରେ ଏହା ସବୁଠୁ କମ୍ ସାପ୍ତାହିକ ମୃତ୍ୟୁ।

18.ଚୀନ୍ ସହ ଲଢ଼ିବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି। ଭାରତୀୟ ସେନା ଜଳ, ସ୍ଥଳ ଓ ଆକାଶରେ ଚୀନ ବିରୋଧରେ ଲଢ଼ିବାର କ୍ଷମତା ରଖିଛି ବୋଲି ସିଡିଏସ୍ ଜେନେରାଲ୍ ବିପିଓ ରାୱତ କହିଛନ୍ତି।

19.ମହାମାରୀ କରୋନା ଭାଇରସ୍ ମୁକାବିଲା ପାଇଁ ଟିକା ବାହାର କରିବାକୁ ଅନେକ ବଡ଼ ବଡ଼ ଫାର୍ମା କମ୍ପାନି ଧାଡ଼ିରେ ରହିଥିବା ବେଳେ ଅନେକ କମ୍ପାନି ଏବେ ସଫଳତାର ଦୁଆର ମୁହଁରେ। ଫାଇଜର୍ ପରେ ଏବେ ସଫଳତାର ନିକଟତର ହୋଇଛି ରୁଷିଆ ନିର୍ମିତ ଟିକା ସ୍ପୁଟନିକ-ଭି।

20.ବିଶ୍ବର ବିଭିନ୍ନ ଦେଶରେ ଏବଂ ବହୁରାଷ୍ଟ୍ରୀୟ କମ୍ପାନି ଓ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରାୟ ୨୦ ଲକ୍ଷ କର୍ମଚାରୀଙ୍କର ଚୀନ କମ୍ୟୁନିଷ୍ଟ ପାର୍ଟି ସହିତ ସଂପର୍କ ରହିଛି। ସେମାନେ ଦଳରେ ପଞ୍ଜୀକୃତ ହୋଇଛନ୍ତି। ପ୍ରତିରକ୍ଷାଠାରୁ ଆରମ୍ଭ କରି ବ୍ୟାଙ୍କ ଓ କରୋନା ଟିକା ପ୍ରସ୍ତୁତ କରୁଥିବା ବଡ଼ ବଡ଼ ଔଷଧ କମ୍ପାନିରେ ସିପିସି କର୍ମୀମାନେ କାର୍ଯ୍ୟ କରୁଛନ୍ତି ବୋଲି ଲିକ୍ ହୋଇଥିବା ତଥ୍ୟରେ କୁହାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.