• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.ଆମେରିକାରକଲେଜ ସୋମବାର ଜୋ ବାଇଡ଼େନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଭାବରେ ବିଧିବଦ୍ଧ ମନୋନୀତ କରିଛି । ବାଇଡ଼େନ୍ ୩୦୬-୨୩୨ ଭୋଟରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରାଜିତ କରିଛନ୍ତି 
2.ଜାପାନ ଅନ୍ତରୀକ୍ଷ ଏଜେନ୍ସୀ ଅଧିକାରୀମାନେ ମଙ୍ଗଳବାର ଅନ୍ତରୀକ୍ଷର ଏକ କ୍ଷୁଦ୍ର ଗ୍ରହରୁ ସଫଳତାର ସହ ମାଟି ଓ ଗ୍ୟାସ୍ ସଂଗ୍ରହ କରି ଥିବାର କହିଛନ୍ତି। ଜାପାନୀ ମହାକାଶ ଯାନ ‘ହାୟାବୁସା-୨’ ଅନ୍ତରୀକ୍ଷର ସୁଦୂର ଏକ କ୍ଷୁଦ୍ରଗ୍ରହରୁ ଆଶାଠାରୁ ଅଧିକ ମାତ୍ରାରେ ମାଟି ଓ ଗ୍ୟାସ୍ ଆଣି ଆସିଥିବାରେ ସେମାନେ ଦାବି କରିଛନ୍ତି।
3.ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର  ଦିବସ ପରେଡରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବରେ ଯୋଗଦେବେ।
4.ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଆଗାମୀ ପାଞ୍ଚ ସପ୍ତାହ ପାଇଁ ଦେଶରେ ଲକ୍ନ୍ ଡାଉନ  ଘୋଷଣା କରିଛନ୍ତି । ଦେଶରେ ଏହା ୨ୟ ପର୍ଯ୍ୟାୟ ଲକ୍ଡାଉନ୍ । ଏହି ସମୟରେ ଆଗାମୀ ଦିନରେ ସମସ୍ତ ସ୍କୁଲ, କଲେଜ ଓ ଦୋକାନା ବଜାର ବନ୍ଦ ରହିବ । 
5.ରୁଷ ଦ୍ୱାରା ନିର୍ମିତ S-୪୦୦ ଟ୍ରାଉମ୍ଫ୍ ଆଣ୍ଟି-ମିସାଇଲ୍ ସିଷ୍ଟମ୍ କିଣିବା ପାଇଁ ତୁର୍କୀ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ମସ୍କୋରୁ ଉପକରଣ କିଣିବା ପାଇଁ ଭାରତ ଏବଂ ଅନ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛି ଆମେରିକା । 
6.ଗୁଜୁରାଟର ପୂର୍ବତନ ଗୃହମନ୍ତ୍ରୀ ତଥା ଅମୁଲର ପୂର୍ବତନ ନିର୍ଦ୍ଦେଶକ ବିପୁଲ ଚୌଧୁରୀଙ୍କୁ ସିଆଇଡି ଗିରଫ କରିଛି । ତାଙ୍କ ବିରୋଧରେ ୧୪.୮୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି ।
7.ଦେଶରେ କରୋନା ସ୍ଥିତି ଯୋଗୁଁ ଏଥର ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ବସିବ ନାହିଁ। ଏନେଇ ସଂସଦର ସବୁ ଦଳର ନେତାଙ୍କ ସହ ଆଲୋଚନା ପରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। 
8.ଦେଶରେ କରୋନା ଭାଇରସର ସଂକ୍ରମଣ ଏବେ ହ୍ରାସ ପାଇବାର ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସବୁଠାରୁ ବଡ ଧରଣର ହ୍ରାସ ବୋଲି ମନେ କରାଯାଉଛି। 
9.କୃଷକଙ୍କ ଆନ୍ଦୋଳନ ମଙ୍ଗଳବାର ୨୦ ଦିନରେ ପହଞ୍ଚିଛି। ଆନ୍ଦୋଳନ ଯୋଗୁ ଦୈନିକ ୩୫୦୦ କୋଟି ଟଙ୍କା କ୍ଷତି ହେଉଥିବା ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମଣ୍ଡଳ (ଆସୋଚାମ) ପକ୍ଷରୁ  କୁହାଯାଇଛି।
10.କରୋନା ମହାମାରୀ କଟକଣା ଯୋଗୁ ରାଜ୍ୟରେ ଦୀର୍ଘ ୮ମାସରୁ ଅଧିକ ସମୟ ଧରି ବନ୍ଦ ରହିଥିବା ଧାର୍ମିକ ଅନୁଷ୍ଠାନ ୨୦୨୧ ଜାନୁଆରୀ ୩ରୁ ଖୋଲିବ। ମନ୍ଦିରମାଳିନୀ ନଗରୀ ଭୁବନେଶ୍ବରରେ ୨୦୨୧ ଜାନୁଆରୀ ୩ ତାରିଖରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ଖୋଲିପାରିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
11.ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ମଙ୍ଗଳବାର ୨୦୨୨ ମହିଳା କ୍ରିକେଟ ବିଶ୍ବକପର କ୍ରୀଡାସୂଚୀ ଜାରି କରିଛି। ମାର୍ଚ୍ଚ ୪ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ନ୍ୟୁଜିଲ୍ୟାଣ୍ଡରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଓ୍ୱେଲିଂଟନର ବେସିନ ରିଜର୍ଭରେ ଖେଳାଯିବ ।
12.ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ପ୍ରକାଶନକୁ ବିରୋଧ କରି କହିଛନ୍ତି ଯେ ପ୍ରକାଶକ ଏହି ପୁସ୍ତକର କିଛି ଅଂଶକୁ ଉଦ୍ଦେଶ୍ୟ ମୂଳକ ଭାବେ ‘ଲିକ୍’ କରିଦେବା ସହ ଏହାକୁ ସର୍ବସାଧାରଣରେ ପ୍ରକାଶ କରାଇ ଦେଇଛନ୍ତି। ତେଣୁ, ତୁରନ୍ତ ଏହି ପୁସ୍ତକର ପ୍ରକାଶନକୁ ବନ୍ଦ କରିବା ପାଇଁ ସେ ପ୍ରକାଶକଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି।
13.କେବଳ ଯୋଗ୍ୟ ଆୟୁଷ ଡାକ୍ତର ଓ ହୋମିଓପାଥି ଡାକ୍ତରମାନେ ହିଁ କୋଭିଡ୍-୧୯ ଇମ୍ୟୁନିଟି ବୁଷ୍ଟର୍ ଭାବେ ସରକାରୀ ଅନୁମୋଦିତ ଟାବଲେଟ ଏବଂ ମିଶ୍ରଣ ଦେଇପାରିବେ ବୋଲି ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଛନ୍ତି। ଶୀର୍ଷ ଅଦାଲତ ଆହୁରି ବି ସ୍ପଷ୍ଟ କରିଛନ୍ତି ଯେ ଡାକ୍ତରମାନେ ଏହି ଔଷଧକୁ କୋଭିଡ୍-୧୯ର ଉପଶମ ଔଷଧର ନାମ ଦେଇ ବିଜ୍ଞାପନ କରିପାରିବେ ନାହିଁ।
14.ନିକଟରେ ପଞ୍ଚାୟତ ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସ ରାଜସ୍ଥାନ ପୌର ନିର୍ବାଚନରେ ବାଜି ମାରିନେଇଛି। ୬୨୦ଟି ୱାର୍ଡ୍୍ରେ ଜିତି କଂଗ୍ରେସ ବିଜେପିକୁ ପରାଜିତ କରିବାରେ ସଫଳ ହୋଇଛି। ଅନ୍ୟପକ୍ଷେ ସ୍ବାଧୀନ ପ୍ରାର୍ଥୀମାନେ ୫୯୫ ୱାର୍ଡ୍ତରେ ଜିତି ଦ୍ବିତୀୟ ସ୍ଥାନରେ ଥିବାବେଳେ ବିଜେପି ୫୪୮ଟି ୱାର୍ଡରେ ଜିତି ତୃତୀୟ ସ୍ଥାନରେ ରହିଛି।
15.ରାଜଧାନୀ ଭୁବନେଶ୍ୱରରେ ହେବନି ଜିରୋ ନାଇଟ ସେଲିବ୍ରେସନ୍ । ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ ଭୁବନେଶ୍ୱରରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ ।
16.ଟିକାକରଣ ପାଇଁ ରାଜ୍ୟ ସରକାର ଜାରି କଲେ ବ୍ଲୁପ୍ରିଣ୍ଟ । ନିର୍ବାଚନ ମଡେଲ ଭଳି ରାଜ୍ୟରେ ହେବ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ଟିକା । ଏଥିଲାଗି ୨ ଲକ୍ଷ ୯ ହଜାର ୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି ।
17.ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି। ନକ୍ସଲଙ୍କ କାର୍ଯ୍ୟକଳାପକୁ ଆଉ ବରଦାସ୍ତ କରାଯିବନି। ସ୍ବାଭିମାନ ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପର ସମାପ୍ତି ଘଟିବ ବୋଲି କହିଛନ୍ତି ପୁଲିସ ଡିଜି ଅଭୟ।
18.ରିଜର୍ଭ ବାଙ୍କ ଗଭର୍ଣ୍ଣର ପଦରେ ଶକ୍ତିକାନ୍ତ ଦାସ ବ୍ୟତୀତ ଏବେ ରିଜର୍ଭ ବ୍ୟାଙ୍କର ଅନ୍ୟ କେତେକ ବରିଷ୍ଠ ପଦପଦବୀରେ ମଧ୍ୟ ଦକ୍ଷ ଓଡ଼ିଆମାନେ କାମ କରୁଛନ୍ତି। ଶକ୍ତିକାନ୍ତଙ୍କ ଡେପୁଟି ଗଭର୍ଣ୍ଣର ଭାବେ ଦୁଇ ଜଣ ଓଡ଼ିଆ କାର୍ଯ୍ୟ କରୁଛନ୍ତି। ସେମାସନେ ହେଉଛନ୍ତି ବିଭୂ ପ୍ରସାଦ କାନୁନ୍ଗୋ ଓ ମାଇକେଲ୍ ଦେବବ୍ରତ ପାତ୍ର।
19.କିଂବଦନ୍ତି ଟେନିସ ତାରକା ରୋଜର ଫେଡେରର୍ ସୋମବାର ସ୍ବିଜରଲାଣ୍ଡରେ ଆୟୋଜିତ ଏକ କ୍ରୀଡ଼ା ପୁରସ୍କାୁର ଉତ୍ସବରେ ନିଜ ଅବସରର ଅଭାସ ଦେଇଛନ୍ତି। 
20.ବିଶ୍ୱ ସ୍ଥରରେ ୪ଟି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ଗୋଟିଏ  ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଳ ଅଭାବ ଥିବାରୁ ପ୍ରାୟ ୧୮୦ କୋଟି ଲୋକଙ୍କୁ କରୋନା ସଂକ୍ରମଣ ହେବା ନେଇ ଆଶଙ୍କା ବୃଦ୍ଧି ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ହୁ ଦ୍ୱାରା ଜାରି ରିପୋର୍ଟରେ ଏହା କୁହାଯାଇଛି। 
 (ଗଣମାଧ୍ୟମରୁ ସଂଗୃହିତ )

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.