• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୋଗାଯୋଗ ଉପଗ୍ରହ ‘ସିଏମଏସ-୦୧’ ଉତକ୍ଷେପଣ ଆସନ୍ତାକାଲି (ଡିସେମ୍ବର ୧୭) ଅପରାହ୍ନ ୩ଟା ୪୧ ମିନିଟରେ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୫୦ ଦ୍ୱାରା ଏହାକୁ ଉତକ୍ଷେପଣ କରାଯିବ। ଏହା ହେଉଛି ଦେଶର ୪୨ତମ ଯୋଗାଯୋଗ ଉପଗ୍ରହ ହେବ । 
  2. ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ.ଏ. ବୋବଡେ କହିଛନ୍ତି, ଆନ୍ଦୋଳନରତ ଚାଷୀଙ୍କ ସହ କଥାବାର୍ତା ପୁଣି ବିଫଳ ହେବ, ଯଦି କେନ୍ଦ୍ର ସରକାର ଖୋଲା ମନ ନେଇ ଆଲୋଚନାକୁ ନ ଆସନ୍ତି। ଯେହେତୁ କୃଷକମାନେ ଏକପ୍ରକାତର ନିଶ୍ଚିତ ହୋଇପଡ଼ିଛନ୍ତି କି କୃଷି ଆଇନ ସେମାନଙ୍କ ସ୍ବାର୍ଥ ବିରୋଧରେ ପ୍ରଣୟନ କରାଯାଇଛି, ତେଣୁ ସରକାର ଖୋଲା ମନ ନେଇ ଆଲୋଚନା ନ କଲେ କୌଣସି ଫଳାଫଳ ଆସିବ ନାହିଁ  ।
  3. ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଙ୍କୁ  ମଧ୍ୟପ୍ରଦେଶ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି। ଗତ ୧୪ ତାରିଖରେ ଅନୁଷ୍ଠିତ ହୋଇଥିବା ସୁପ୍ରିମ୍ କୋର୍ଟ କଲେଜିୟମ୍ ବୈଠକରେ ଏହି ନିଷ୍ପତ୍ତି ଗୃହୀତ ହୋଇଥିବା ବେଳେ ଆଜି ଅପରାହ୍ନରେ ଏସଂକ୍ରାନ୍ତରେ ବିଧିବଦ୍ଧ ଭାବେ ଘୋଷଣାନାମା ପ୍ରକାଶ ପାଇଛି  ।
  4. ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଦ୍ଵିତୀୟ ବରିଷ୍ଠ ବିଚାରପତି ଭାବେ ଅବସ୍ଥାପିତ ଥିବା ଜଷ୍ଟିସ୍ ଏସ୍. ମୁରଲୀଧରଙ୍କୁ ପଦୋନ୍ନତି ଦେଇ ତାଙ୍କୁ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସୁପ୍ରିମ କୋର୍ଟଙ୍କ କଲେଜିୟମ୍ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିବା ଜଣାପଡ଼ିଛି  । 
  5. ‘ମଦ୍ୟପାନ ନିଷିଦ୍ଧ’ ଘୋଷିତ ରାଜ୍ୟ ବିହାରରେ ଏବେ ବି ପୁରୁଷମାନେ ମହାରାଷ୍ଟ୍ର ଅପେକ୍ଷା ଅଧିକ ମଦ୍ୟପାନ କରନ୍ତି। ନିକଟରେ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍ଏଫ୍ଏଚ୍ଏସ୍) ୨୦୧୯-୨୦ର ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି  । 
  6. ପର୍ଣ୍ଣହବ ଏକ ବୟାନରେ କହିଛି ଯେ, ‘ସମାଜର ସୁରକ୍ଷା ପାଇଁ ଗୋଟିଏ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଛୁ ।  ଆମେ କେବଳ ସଠିକ୍ ଭାବରେ ଚିହ୍ନିତ ୟୁଜରମାନଙ୍କୁ ହିଁ ଭିଡିଓ ଅପଲୋଡ୍ କରିବାକୁ ଅନୁମତି ଦେବୁ’ ।  ଭିଡିଓ ଡାଉନଲୋଡ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।ମଦରବୋର୍ଡ ରିପୋର୍ଟରେ କୁହାଯାଇଛି ଯେ,ପର୍ଣ୍ଣହବ ଏହାର ୱେବସାଇଟରୁ ୧୦ ମିଲିୟନ (୧ କୋଟି) ରୁ ଅଧିକ ଭିଡିଓ ହଟାଇ ଦେଇଛି । ପୂର୍ବରୁ ପର୍ଣ୍ଣହବ ଓ୍ବେବସାଇଟରେ ପାଖାପାଖି ୧୩.୫ ମିଲିୟନ ଭିଡିଓ ଥିଲା, କିନ୍ତୁ ବର୍ତ୍ତମାନ ସାଇଟରେ ମାତ୍ର ୨.୯ ମିଲିୟନ୍ ଭିଡିଓ ଉପଲବ୍ଧ ଅଛି   ।
  7. ବିହାର କ୍ୟାବିନେଟ ବୈଠକରେ ସୁଶାସନ କାର୍ଯ୍ୟକ୍ରମ ମାଧ୍ୟମରେ ୨ଟି କାର୍ଯ୍ୟକ୍ରମକୁ ମଞ୍ଜୁରୀ ମିଳିଛି । ଏହା ବ୍ୟତିତ ବିଜେପି ଦ୍ବାରା ଘୋଷଣା କରାଯାଇଥିବା ବିହାରରେ ୧୯ ଲକ୍ଷ ରୋଜଗାରକୁ ମଧ୍ୟ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି ।
  8. ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ସୋମବାର ନବ ନିର୍ବାଚିତ ଆମେରିକା ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବାଇଡେନଙ୍କ ରାଷ୍ଟ୍ରପତି ନିର୍ବାଚନ ପରେ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ପୁତିନ ବିଶ୍ୱର ଅନ୍ତିମ ତଥା ଶୀର୍ଷ ନେତା  ।
  9. ଡିସେମ୍ବର ୧୬ ତାରିଖକୁ ବିଜୟ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ଭାରତ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିଲା। ଭାରତ ପାକିସ୍ତାନ ମଧ୍ୟରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧକୁ ୫୦ ବର୍ଷ ପୁରିଛି  ।
  10. ଫେସବୁକ୍ ମାଲିକାନାଧୀନ ହ୍ୱାଟସ୍ ଆପ ଗତମାସରେ ଭାରତରେ ତାଙ୍କର ପେମେଣ୍ଟ ସେବା ଆରମ୍ଭ କରିଛନ୍ତି। ଏଥିଲାଗି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ( ଏନପିସିଆଇ)ଙ୍କ ମଞ୍ଜୁରି ମିଳିଛି। ଭାରତରେ ଏହି ସେବା ଆରମ୍ଭ କରିବା ଲାଗି ହ୍ୱାଟସ୍ ଆପ୍ ୨୦୧୮ ମସିହାରେ ୧ ମିଲିୟନ ୟୁଜରଙ୍କ ଦ୍ୱାରା ଦେଶରେ ୟୁପିଆଇ ଆଧାରିତ ପେମେଣ୍ଟ ସର୍ଭିସର ପରୀକ୍ଷଣ ଆରମ୍ଭ କରିଥିଲା  ।
  11. ଦୀର୍ଘ ସାତ-ଆଠ ମାସ ଧରି କୋଭିଡ୍ କାର୍ଯ୍ୟରେ ନିୟୋଜିତ ଥିବା ଡାକ୍ତରମାନଙ୍କୁ ସାମୟିକ ଭାବେ ଅବ୍ୟାହତି ଦେବା ଲାଗି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ପରାମର୍ଶ କରିଛନ୍ତି  ।
  12. ଆଗାମୀ ୨ ଦଶନ୍ଧୀରେ ଭାରତୀୟ ଅର୍ଥ ବ୍ୟବସ୍ଥା ବିଶ୍ୱର ୩ ଶୀର୍ଷ ଅର୍ଥନୀତିକୁ ଉନ୍ନିତ ହେବ ବୋଲି ମୁକେଶ ଅମ୍ବାନୀ କହିଥିବା ବେଳେ ସେତେବେଳକୁ ଦେଶରେ ମୁଣ୍ଡପିଛା ଆୟ ମଧ୍ୟ ଦ୍ୱିଗୁଣିତ ହୋଇଥିବ ବୋଲି କହିଛନ୍ତି।
  13. ଗୁରୁବାର ଡିସେମ୍ବର ୧୭ ତାରିଖରେ ଏଡିଲେଡ୍ ଟେଷ୍ଟରେ ଆରମ୍ଭ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଦଳ ଅଷ୍ଟ୍ରେଲିଆ କ୍ରିକେଟରେ ଗୋଲାପୀ ବଲକୁ ଚ୍ୟାଲେଞ୍ଜ ଦେବ ।
  14. ବ୍ରିଟେନରେ ମାତ୍ର ଆଠ ସପ୍ତାହର ଶିଶୁକୁ ବିଶ୍ବର ସବୁଠାରୁ ମହଙ୍ଗା ଇନଜେକସନ୍ ଦିଆଯାଇଛି। ଏହି ରୋଗର ନାମ ହେଉଛି ଜେନେଟିକ ସ୍ପାଇନାଲ ମସ୍କୁଲାର ଅଟ୍ରୋଫି ଆର୍ଥାତ ଏସଏମଏ ।।୧୬ କୋଟି ଟଙ୍କାର ଇନଜେକସନ୍ ଶୁଣିବା ପରେ ଆପଣ ନିଶ୍ଚୟ ଭାବୁ ଥାଇ ପାରନ୍ତି କି ଦୁନିଆରେ ଏପରି ବି ରୋଗ ଅଛି ଯାହା କର୍କଟ ଅପେକ୍ଷା ଅଧିକ ବିପଜ୍ଜନକ ।
  15. ଦେଶରେ କରୋନା ଭାଇରସ୍ ମହାମାରୀ ବ୍ୟାପିବା ପରେ ଜାରି ହୋଇଥିବା ମାର୍ଗଦର୍ଶିକା ଏବଂ ଭିସା ନିୟମ ଉଲ୍ଲଂଘନ କରି ଜାତୀୟ ରାଜଧାନୀରେ ତବଲିଗି ଜମାତ ସମାବେଶରେ ଯୋଗ ଦେଇଥିବା ୩୬ଜଣ ବିଦେଶୀଙ୍କୁ ମଙ୍ଗଳବାର ଦିନ ଦିଲ୍ଲୀର ଏକ ଅଦାଲତ ଦୋଷମୁକ୍ତ କରିଛନ୍ତି   ।
  16. ଦ ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ (ଏନଏଚଏଫଏସ)-୫ (୨୦୧୯-୨୦) ତଥ୍ୟରୁ ଏହା ଜଣାପଡ଼ିଛି। ତଥ୍ୟ ଅନୁସାରେ ୧୮ରୁ ୪୯ ବର୍ଷ ବୟସର ମହିଳାଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ସେଥିରୁ ୪୪ ପ୍ରତିଶତ ମହିଳା ତାଙ୍କ ଜୀବନ କାଳରେ ସ୍ବାମୀଙ୍କଠାରୁ ହିଂସାର ଶିକାର ହୋଇଛନ୍ତି। ସର୍ଭେ କରାଯାଇଥିବା ୧୭ଟି ରାଜ୍ୟ ଏବଂ ୫ଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ କର୍ଣ୍ଣାଟକ ସବୁଠୁ ଆଗରେ ରହିଛି ।
  17. କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ସରକାର ୬ ନିୟୁତ ଟନ୍ ଚିନି ରପ୍ତାନି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ରିହାତି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ। ରିଆତି ହିସାବରେ ସରକାର ୩୫୦୦ କୋଟି ଟଙ୍କା ପ୍ରଦାନ କରିବେ। ସେ କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା କୋଟି କୋଟି କୃଷକ ଏବଂ ଲକ୍ଷ ଲକ୍ଷ ଶ୍ରମିକ ପ୍ରତ୍ୟକ୍ଷ ଲାଭ ପାଇବେ  ।
  18.  କେନ୍ଦ୍ର କ୍ୟାବିନେଟ ଦେଶର ଉତ୍ତର-ପୂର୍ବାଂଚଳ କ୍ଷେତ୍ରରେ ଶକ୍ତି ବିକାଶ ପ୍ରକଳ୍ପର ସଂଶୋଧିତ ମୂଲ୍ୟ ଆକଳନ (Revised Cost Estimate)କୁ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଆନ୍ତଃ ରାଜ୍ୟ ଶକ୍ତି ସରବରାହ ଏବଂ ବଣ୍ଟନ ପ୍ରଣାଳୀକୁ ମଜବୁତ କରିବା ଉଦ୍ଦେଶ୍ୟରେ ୬ ହଜାର ୭ ଶହ କୋଟି ଟଙ୍କାର ସଂଶୋଧିତ ମୂଲ୍ୟ ଆକଳନକୁ ଅନୁମୋଦନ କରାଯାଇଛି ।
  19. କେନ୍ଦ୍ର କ୍ୟାବିନେଟ ଆଖୁଚାଷୀଙ୍କ ପାଇଁ ପ୍ରାୟ ୩୫୦୦ କୋଟି ଟଙ୍କାର ସବସିଡି ମଂଜୁର କରିଛନ୍ତି । ଏହି ସବସୀଡି ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ପ୍ରାୟ ୫ କୋଟି ଆଖୁଚାଷୀ ଓ ଚିନି ମିଲଗୁଡିକରେ କାମ କରୁଥିବା ପ୍ରାୟ ୫ ଲକ୍ଷ କର୍ମଚାରୀ ଉପକୃତ ହେବେ ।
  20. ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡ଼ିକର ଆର୍ଥିକ ସ୍ଥିତି ଦୋହଲି ଯାଇଛି।ଏସବୁ ଉଦ୍ୟୋଗକୁ ଆଶ୍ବସ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୮୯ କୋଟି ୪୨ ଲକ୍ଷ ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ରେ ଉଦ୍ୟୋଗୀମାନଙ୍କୁ ସୁଧ ଛାଡ଼ଠାରୁ ଆରମ୍ଭ କରି ଅଧିକ ସବ୍‌ସିଡି, ଏସ୍‌ଜିଏସ୍‌ଟି ବାବଦ ଟିକସ ଭରିବା ଏବଂ ପ୍ରତିଷ୍ଠାନ ଗୁଡ଼ିକୁ ବାର୍ଷିକ ରକ୍ଷଣାବେକ୍ଷଣ ଅର୍ଥ ଛାଡ଼ କରିବା ଆଦି ଅନ୍ତର୍ଭୁକ୍ତ ରହିଛି  ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.