• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ବ୍ରିଟିଶ୍‌ ଫାର୍ମାସ୍ୟୁଟିକାଲ କମ୍ପାନି ଏଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ କରୋନା ଟିକା ଭାଇରସରୁ ୯୫ ପ୍ରତିଶତ ସୁରକ୍ଷା ଦେବ। ଏହା ଫାଇଜର ଏବଂ ମଡର୍ଣ୍ଣା ଟିକାର ସମକକ୍ଷ ଏବଂ ସମାନ ପ୍ରଭାବଶାଳୀ ବୋଲି ସିଇଓ ପାସ୍କଲ ସୋରିଏଟ୍‌ କହିଛନ୍ତି।
  2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ୭୨ ତମ ତଥା ଚଳିତ ବର୍ଷର ଶେଷ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ ପରିବେଷଣ କରିଛନ୍ତି।ନୂତନ ଦକ୍ଷତା ହିଁ ଆତ୍ମନିର୍ଭର ଭାରତ ପରି ସ୍ବପ୍ନର ବାସ୍ତବ ରୂପରେଖ ବୋଲି ସେ କହିଛନ୍ତି। ସେହିପରି ଦେଶର ବନାଞ୍ଚଳ ଆୟତନରେ ବୃଦ୍ଧି ଘଟିବା ସହ ଚିତାବାଘ ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବଢ଼ିଥିବାରୁ ସେ ଖୁସି ପ୍ରକଟ କରିଛନ୍ତି।
  3.  ଓଡ଼ିଶା ସୋସାଇଟି ଅଫ ଆମେରିକାସ୍‌ (ଓସା) ପକ୍ଷରୁ ଦୁଇ ଦିନ ଧରି ଅନ୍‌ଲାଇନ୍‌ରେ ଚାଲିଥିବା ‘ବିଶ୍ବ ଓଡ଼ିଆ ମହୋତ୍ସବ ’ ଆଜି ଉଦ୍‌ଯାପିତ ହୋଇଯାଇଛି।
  4. କରୋନା ମହାମାରୀ ପାଇଁ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ସଂକ୍ରାନ୍ତ ଅନ୍ୟାନ୍ୟ କାଗଜପତ୍ରର ବୈଧତାକୁ କେନ୍ଦ୍ର ସରକାର ଆଉ ୩ ମାସ ପାଇଁ ଅର୍ଥାତ୍‌ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। 
  5. ବ୍ରିଟେନ୍‌ରେ ନିକଟରେ ଠାବ ହୋଇଥିବା କରୋନା ଭୂତାଣୁର ନୂଆ ରୂପ ବିଶ୍ବବାସୀଙ୍କ ନିଦ ହଜାଇ ଦେଲାଣି। ୟୁରୋପ ମହାଦେଶର ଏକାଧିକ ଦେଶପରେ ଏହି ଭୂତାଣୁ ବିଶ୍ବର ୪ଟି ମହାଦେଶକୁ ଇତିମଧ୍ୟରେ ବ୍ୟାପିଗଲାଣି।
  6. ଦେଶର ପ୍ରଥମ ଡ୍ରାଇଭରବିହୀନ ଟ୍ରେନ। ଉକ୍ତ ଟ୍ରେନଟି ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନ (ଜନକପୁରୀ ୱେଷ୍ଟରୁ ବଟାନିକାଲ ଗାର୍ଡେନ ମଧ୍ୟରେ) ଚଳାଚଳ କରିବ। ଉପରୋକ୍ତ ଦୁଇ ସ୍ଥାନ ମଧ୍ୟରେ ଦୂରତା ୩୭ କିଲୋମିଟର। ଏହାପରେ ପିଙ୍କ ଲାଇନ୍‌ରେ ମଜଲିସ୍ ପାର୍କରୁ ଶିବ ବିହାର ମଧ୍ୟରେ ଆସନ୍ତାବର୍ଷ ମଧ୍ୟଭାବ ସୁଦ୍ଧା ୫୭ କିମି ମଧ୍ୟରେ ଆଉ ଏକ ଡ୍ରାଇଭର ବିହୀନ ଟ୍ରେନ ଚଳାଚଳ କରିବ। ଏହାପରେ ଦିଲ୍ଲୀ ମେଟ୍ରୋରେ ୯୪ କିମି ମଧ୍ୟରେ ଡ୍ରାଇଭର ବିହୀନ ଟ୍ରେନ ଚଳାଚଳ କରିବ। 
  7. ଅମରଜିତ୍ ପେସାରେ ଜଣେ ଓକିଲ ହୋଇଥିବା ବେଳେ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ମୃତ୍ୟୁ ପୂର୍ବରୁ ସେ ଲେଖିଥିବା ଚିଠିରେ ନିଜ ମୃତ୍ୟୁ ପାଇଁ କେନ୍ଦ୍ରକୁ ଦାୟୀ କରିଛନ୍ତି। ଚିଠିରେ ଲେଖାଯାଇଛି ଯେ, କେନ୍ଦ୍ରର ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ସେ ନିଜ ଜୀବନକୁ ଉତ୍ସର୍ଗ କରୁଛନ୍ତି, ଯାହା ଦ୍ବାରା ସରକାର ଚାଷୀଙ୍କ ଦାବି ଶୁଣିବାକୁ ବାଧ୍ୟ ହେବେ।
  8.  ୨୦୨୧ ମସିହାରେ ହରିଦ୍ୱାରରେ ଆୟୋଜିତ ହେବାକୁ ଥିବା କୁମ୍ବ ଏଥର ମାତ୍ର ୪୮ ଦିନ ପାଇଁ ହେବ। ଉତ୍ତରାଖଣ୍ଡ ନଗର ଉନ୍ନୟନ ମନ୍ତ୍ରୀ ମଦନ କୌଶିକ କହିଛନ୍ତି ଯେ କୁମ୍ଭ ମେଳା ମୁଖ୍ୟତଃମାର୍ଚ୍ଚରୁ ଏପ୍ରିଲ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। 
  9. ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ସାଂସଦ ଆରସିପି ସିଂହ ବା ରାମଚନ୍ଦ୍ର ପ୍ରସାଦ ସିଂହଙ୍କୁ ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। 
  10. ସୁପରଷ୍ଟାର ରଜନୀକାନ୍ତଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ରକ୍ତଚାପ ଜନିତ ସମସ୍ୟା ହେତୁ ତାଙ୍କୁ ଶୁକ୍ରବାର ଦିନ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
  11. ବିରାଟ କୋହଲିଙ୍କୁ ଟେଷ୍ଟ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କୁ ଦିନିକିଆ ଓ ଟ୍ବେଣ୍ଟି୨୦ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଶ୍ରେଷ୍ଠ ଟେଷ୍ଟ ଏକାଦଶରେ ୨ ଜଣ ଭାରତୀୟ ବିରାଟ କୋହଲି ଓ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ସ୍ଥାନ ମିଳିଛି।
  12. ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ପ୍ରଦାନ କରାଯାଇଛି। ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ୨୮ତମ ଏକଲବ୍ୟ ପୁରସ୍କାର ବାବଦରେ ନମିତାଙ୍କୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି।
  13. ରାଜ୍ୟରେ ସୁସ୍ଥ ହେଲେ ୩୧୯ କରୋନା ଆକ୍ରାନ୍ତ । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୬୮ କୁ ବୃଦ୍ଧି ପାଇଛି ।
  14. ଆଲୁମିନିୟମ ଏବଂ ସୌରଶକ୍ତି ପାଇଁ କୋଲ୍ ଇଣ୍ଡିଆର ୧ ଲକ୍ଷ କୋଟି ଟଙ୍କାର ଯୋଜନା ।
  15. ସରକାରଙ୍କ ସହ ଆସନ୍ତା ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ଟା ବେଳେ ଆଉ ଏକ ପର୍ଯ୍ୟାୟ ବୈଠକରେ ଯୋଗଦେବା ପାଇଁ କୃଷକ ସଙ୍ଗଠନଗୁଡ଼ିକ ପ୍ରସ୍ତାବ ଦେଇଛନ୍ତି। 
  16. ୨୦୨୧ ଆସନ୍ତା ବର୍ଷରେ ବ୍ୟାଙ୍କ  ନୂତନ ଛୁଟି ତାଲିକାର ମୋଟ ୫୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଏସବୁ ମଧ୍ୟରେ ଶନିବାର ଓ ରବିବାର ମଧ୍ୟ ସାମିଲ ରହିଛି ।
  17. ଶନିବାର ରାତିରେ ବଲୁଚ ବିଦ୍ରୋହୀ ପାକିସ୍ତାନୀ ସେନାର ଶିବିର ଉପରେ ଆକ୍ରମଣ କରି ସାତ ଯବାନଙ୍କୁ ହତ୍ୟା କରିଛନ୍ତି। ଏହା ପରେ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ଇମ୍ରାନ ଖାନ ଏହି ଆକ୍ରମଣ ପାଇଁ ସିଧାସଳଖ ଭାରତକୁ ଦାୟୀ କରିଛନ୍ତି।
  18. ସାମଗ୍ରୀ କ୍ରୟ ପରେ କ୍ରେତାଙ୍କ ଠାରୁ ପେମେଣ୍ଟ କାଉଣ୍ଟରରେ କ୍ୟାରିବ୍ୟାଗ ବାବଦ ଅର୍ଥ ଆଦାୟ କରିପାରିବେନି ସପିଂ ମଲ। ଜାତୀୟ ଉପଭୋକ୍ତା ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ଏକ ସପିଙ୍ଗ ମଲର ଅପିଲକୁ ଆୟୋଗ ଅଗ୍ରାହ୍ୟ କରିବା ସହ ଉପଭୋକ୍ତାଙ୍କ ଠାରୁ ଏପରି ପୃଥକ ଆଦାୟ କରାଯାଉଥିବା କ୍ୟାରିବ୍ୟାଗ୍‌ର ମୂଲ୍ୟ ବାବଦେ ତାଙ୍କୁ ଏହାର ମାନ ଓ ବାଜାର ମୂଲ୍ୟ ମଧ୍ୟ ଜଣାଇବାକୁ ପଡିବ।
  19. ଦେଶରେ ସଂଶୋଧିତ କୃଷକ ଆଇନ-୨୦୨୦କୁ ସାରା ଦେଶରେ ଚାଷୀମାନେ ବିରୋଧ କରୁଛନ୍ତି। ଏଥିରେ ରିଲାଏନ୍ସର ଜିଓ ଟାୱାରକୁ ଲୋକେ ଟାର୍ଗେଟ୍‌ କରୁଥିବା ଦେଖାଯାଉଛି। ଫଳରେ ମୋଟ ୧ ହଜାର ୩୩୮ ଟାୱାର ନଷ୍ଟ ହୋଇଥିବା ବେଳେ ଅପରେଟରଙ୍କୁ ସେବା ଯୋଗାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
  20.  ସେନାର କୋର କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ବିଏସ୍ ରାଜୁ କହିଛନ୍ତି ଯେ, ମିଳିଥିବା ରିପୋର୍ଟ ଅନୁସାରେ POK ଲଞ୍ଚ୍ ପ୍ୟାଡ୍‌ରେ ପ୍ରାୟ ୨୦୦ ରୁ ୨୫୦ ଆତଙ୍କବାଦୀ ଭାରତରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.