• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଡିସେମ୍ବର ୨୯ ପରିବର୍ତ୍ତେ ଡିସେମ୍ବର ୩୦ରେ ଦିନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ବୈଠକ କରିବାକୁ କେନ୍ଦ୍ର ସରକାର କୃଷକ ସଂଗଠନର ମୁଖ୍ୟମାନଙ୍କୁ ପ୍ରସ୍ତାବ ଦେଇଛନ୍ତି। 
  2.  ଜାନୁଆରି ସୁଦ୍ଧା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟିକାକୁ ବ୍ରିଟେନରେ ଅନୁମତି ମିଳିବ.
  3. ନେସନାଲ ରିକ୍ରୁଟମେଣ୍ଟ ଏଜେନ୍ସି (ଏନଆରଏ) ଏକ ସ୍ବାଧୀନ ଓ ସ୍ବୟଂଶାସିତ ସଙ୍ଗଠନ ହେବ ଏବଂ ଏହା ସମସ୍ତ ନିଯୁକ୍ତି ସଂକ୍ରାନ୍ତ ପରୀକ୍ଷା ପରିଚାଳନା କରିବ । ବିଭିନ୍ନ ରାଜ୍ୟର କର୍ମଚାରୀ ଚୟନ ଆୟୋଗ, ଷ୍ଟେଟ ସିଲେକ୍ସନ ବୋର୍ଡ଼,  ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ମଧ୍ୟ ଏଥିରୁ କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ନେଇ ପାରିବେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ନିମନ୍ତେ ଆସନ୍ତାବର୍ଷଠାରୁ ଏକ ଏକକ ଯୋଗ୍ୟତା ପରୀକ୍ଷା (କମନ ଏଣ୍ଟ୍ରାନ୍ସ ଟେଷ୍ଟ) ।
  4. ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚ ଶିକ୍ଷା ପାଇଁ ସଂରକ୍ଷଣ ମିଳିବ ବୋଲି କ୍ୟାବିନେଟରେ  ଗୁରୁତ୍ବପୂର୍ଣ୍ଣ  ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ଡାକ୍ତରୀ ଓ ଇଂଜିନୟରିଂ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ। ଆଗାମୀ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରିବା ପାଇଁ ଏକ ସଂକଳ୍ପ କ୍ୟାବିନେଟରେ ପାରିତ ହୋଇଛି।
  5. ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଓଡ଼ିଶାକୁ ୮ଥର ଆସିଛନ୍ତି। ୨୩ ମାର୍ଚ୍ଚ ୧୯୨୧ରେ ମହାତ୍ମା ଗାନ୍ଦୀ ପ୍ରଥମଥର ଓଡ଼ଇଶା ଆସି କଟକ କାଠଯୋଡ଼ୀ ନଦୀ ବାଲିରେ ଆୟୋଜିତ ଏକ ଐତିହାସିକ ସମାବେଶରେ ଯୋଗ ଦେଇଥିଲେ। ଓଡ଼ିଶାରେ ଗାନ୍ଧିଜୀଙ୍କ ପ୍ରଥମ ପଦାର୍ପଣ ଏକ ଶହ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ୨୩ ମାର୍ଚ୍ଚ ୨୦୨୧ରୁ ୧ ବର୍ଷ ବ୍ୟାପୀ ଆଗମନର ଶତବାର୍ଷିକୀ ମହାସମାରୋହ ପାଳନ କରାଯିବା ପାଇଁ ନିଷ୍ପତ୍ତି ନେବାକୁ ମନ୍ତ୍ରୀମଣ୍ଡଳ ବୈଠକରେ ପ୍ରସ୍ତାବ ଆଗତ କରାଗଲା।
  6. ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, କୋଟଲାର ନାମ ହେଲା ଅରୁଣ ଜେଟଲୀ ଷ୍ଟାଡିୟମ
  7. ନୂଆ  ନିର୍ଦ୍ଦେଶାବଳୀ ଅନୁଯାୟୀ କ୍ରୀଡ଼ା ଆୟୋଜନ କରୁଥିବା କମିଟି ଗୁଡ଼ିକ ଏକ ଟାସ୍କ୍ ଫୋର୍ସ ଗଠନ କରି ସମସ୍ତ ଖେଳାଳି ଏବଂ ସେମାନଙ୍କ ସହାୟକମାନଙ୍କୁ ନିରିକ୍ଷଣ କରିବେ। ଏହା ବ୍ୟତୀତ ଗୃହ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସମୟରେ ଜାରି କରାଯାଉଥିବା ନିର୍ଦ୍ଦେଶାବଳୀ ପାଳନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବେ।
  8. ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ସହିତ ଓଡିଶାର ସବୁ ବରପୁତ୍ରମାନଙ୍କ ଜନ୍ମପୀଠ ଗୁଡିକର ବିକାଶ କରାଯିବ ବୋଲି କ୍ୟାବିନେଟରେ ସୋମବାର ପ୍ରସ୍ଥାବ ଗୃହୀତ ହୋଇଛି । 
  9. ଦେଶରେ ଆଗାମୀ ଦିନରେ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ କ୍ରୀଡ଼ା ଆୟୋଜନ କରୁଥିବା କମିଟି ଗୁଡ଼ିକ ଏକ ଟାସ୍କ୍ ଫୋର୍ସ ଗଠନ କରି ସମସ୍ତ ଖେଳାଳି ଏବଂ ସେମାନଙ୍କ ସହାୟକମାନଙ୍କୁ ନିରିକ୍ଷଣ କରିବେ।
  10. ୨୦୨୧ ଆରମ୍ଭରୁ ହିଁ ଟିଭି, ଫ୍ରିଜ୍ ଏବଂ ଓ୍ବାଶିଂ ମେସିନ୍ ଭଳି କିଛି ଗୃହ ଉପକରଣର ଦାମ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଖାସ କରି ଭାରତରେ ଏବେ LED ଟିଭିର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ତେଣୁ ଏହାର ଦାମ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।
  11. ଭାରତୀୟ ରେଳବାଇ କେବଳ ୫ ମାସରେ ଏବେ ୧୦୦ ତମ କୃଷକ ରେଳ ଯାତ୍ରା ଆରମ୍ଭ କରିଛି। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇଛନ୍ତି। 
  12.  ଦେଶରେ ଗଡ଼ିଲା ପ୍ରଥମ ଚାଳକ ରହିତ ମେଟ୍ରୋ। ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ପ୍ରଥମ ଡ୍ରାଇଭର ଲେସ୍ (ଚାଳକ ରହିତ) ମେଟ୍ରୋ ଟ୍ରେନ୍ ଦିଲ୍ଲୀ ମେଟ୍ରୋର ମଞ୍ଜେଟ୍ ଲାଇନ୍ ଓ ପିଙ୍କ ଲାଇନ୍ରେ ଚାଲିବ। ପ୍ରଥମ ଚରଣରେ ଏହି ଟ୍ରେନ୍ ମଞ୍ଜେଟା ଲାଇନ୍ରେ ଜନକପୁରୀରୁ ନୋଏଡାର ବୋଟାନିକାଲ୍ ଗାର୍ଡେନ୍ ମେଟ୍ରୋ ଷ୍ଟେସନ୍ ପର୍ଯ୍ୟନ୍ତ ଦୌଡ଼ିବ।୨୦୧୪ରେ କେବଳ ୫ଟି ସହରରେ ମେଟ୍ରୋ ଟ୍ରେନ୍ ଥିଲା । ଏବେ ୧୮ଟି ସହରରେ ଏହି ରେଳ ସେବା ଜାରି ରହିଛି । ୨୦୨୫ସୁଦ୍ଧା ଏହାକୁ ୨୫କୁ ବୃଦ୍ଧି କରାଯିବ । ଦିଲ୍ଲୀରେ ମେଟ୍ରୋ ଟ୍ରେନର ଚର୍ଚ୍ଚା ବହୁ ଦିନ ଧରି ଚାଲିଥିଲେ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଏହାକୁ ଆରମ୍ଭ କରାଯାଇଥିଲା ।
  13. .ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ସହ ଗାଡିର ଅନ୍ୟ ଦସ୍ତାବିଜର ବୈଦ୍ଧତା ମାର୍ଚ୍ଚ ୩୧, ୨୦୨୧ ଯାଏଁ ବୃଦ୍ଧି କରିଛନ୍ତି।ପୂର୍ବରୁ ପରିବହନ ବିଭାଗ ଲକଡାଉନ୍ ପାଇଁ ଲାଇସେନ୍ସ, ରେଜିଷ୍ଚ୍ରେସନ ସାର୍ଟିଫିକେଟ୍, ଇନସ୍ୟୁରାନ୍ସ ଓ ଫିଟନେସ୍ ପ୍ରମାଣପତ୍ରର ନବୀକରଣ ପାଇଁ ସମୟ ସୀମାକୁ ଡିସେମ୍ବର ୩୧ ଯାଏଁ ବଢାଇଥିଲେ ।
  14. ପ୍ଲେ ଷ୍ଟୋରରୁ ୧୫୮ ଲୋନ୍ ଆପ୍ ହଟାଇବାକୁ ଗୁଗ୍ଲକୁ କହିଲା ହାଇଦ୍ରାବାଦ ପୋଲିସ
  15. ପିଲାଙ୍କ ପାଠ୍ୟକ୍ରମ ସଂପର୍କରେ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି। ଓଡିଶାର ବରପୁତ୍ରମାନଙ୍କ କାର୍ଯ୍ୟଶୈଳୀ ଓ ଜୀବନୀ ସଂପର୍କରେ ପିଲାଙ୍କ ସ୍କୁଲ ପାଠ୍ୟକ୍ରମରେ ରହିବ। ଏ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ପ୍ରକ୍ରିୟାରେ ବିଷୟ ଚୟନ କରାଯିବ । ମେଧାବୀ ପିଲାଙ୍କୁ ସ୍ୱତନ୍ତ୍ର ସମ୍ମାନ ସହ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ। 
  16. ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ କର୍ମଚାରୀ ପ୍ରଦାନ କରିବେ ସମ୍ପତ୍ତି ତାଲିକା। ଦୁର୍ନୀତି ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି ରାଜ୍ୟ ସରକାର ବିଭିନ୍ନ ସମୟରେ ଦେଖାଯାଏ, ନେତା, ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀ କଳାଧନରେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥାଆନ୍ତି। 
  17. କଂଗ୍ରେସ ବିଧାୟକ ଦଳର ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଅସୁସ୍ଥ ହୋଇ  ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
  18. ଚାକିରିରେ ୩୦ ବର୍ଷ କାର୍ଯ୍ୟକାଳ ପୂରଣ କରିସାରିଥିବା କିମ୍ବା ୫୦ରୁ ୫୫ ବର୍ଷ ବୟସ୍କ ଯେଉଁ ପୁଲିସ ଇନ୍ସପେକ୍ଟରଙ୍କ ବିରୋଧରେ ଦୁର୍ନୀତି ବା ଅପରାଧିକ ମାମଲା ଥିବ, ଅବା ବିଭିନ୍ନ କାରଣରୁ ଯେଉଁମାନେ ଆଇନଗତ ବିବାଦରେ ଛନ୍ଦି ହୋଇଥିବେ, ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ଏହି ବର୍ଗରେ ଆସୁଥିବା ୨୨୮ ଜଣ ଇନ୍ସପେକ୍ଟରଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଇତିମଧ୍ୟରେ ତାଲିକାଭୁକ୍ତ ୨୨୮ ଇନ୍ସପେକ୍ଟରଙ୍କ ମଧ୍ୟରୁ କିଛି ଇନ୍ସପେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସୁପାରିସ ଆସିଯାଇଥିବା ଚର୍ଚ୍ଚା ହେଉଛି । 
  19. ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଜାରି କରିଥିବା ନୂଆ ‘ସ୍ପେସ୍ ପଲିସି ଡିରେକ୍ଟିଭ୍’ (ଏସ୍ପିଡି) ବଳରେ ଯୁକ୍ତରାଷ୍ଟ୍ର ଆମେରିକା ଶକ୍ତି ବିଭାଗ ସହଯୋଗରେ ୨୦୨୬ ସୁଦ୍ଧା ‘ନାସା’ ଚନ୍ଦ୍ରପୃଷ୍ଠରେ ଆଣବିକ ରିଆକ୍ଟର୍ ସ୍ଥାପନ କରିବାକୁ ପ୍ରସ୍ତୁତି କରୁଥିବାରୁ ଚୀନ୍ ଭୟଭୀତ
  20. ଶନିବାର ଭାରତୀୟ ବୋଲରମାନେ ମିଳିତ ପ୍ରଦର୍ଶନ କରି କଙ୍ଗାରୁ ସେନାକୁ ୧୯୫ରେ ସୀମିତ ରଖିଦେଇଥିବା ବେଳେ ଭାରତ ରବିବାର ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ଦିନରେ ୫ ୱିକେଟ୍ ହରାଇ ୨୭୭ ରନ୍ ସଂଗ୍ରହ କରିନେଇଛି। ହାତରେ ୫ ୱିକେଟ୍ ଥାଇ ଭାରତ ୮୨ ରନ୍ ଅଗ୍ରଣୀ ନେଇସାରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.