• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବ୍ରିଟେନ ଭୂତାଣୁ ବିରୋଧରେ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନେଇଛି। ତେବେ ଦେଶରେ କରୋନା ଭୂତାଣୁର ଏକ ନୂଆ ପ୍ରକାର ଚିହ୍ନଟ ହୋଇଥିବା ଇଂଲଣ୍ଡ ଚିଫ ମେଡିକାଲ ଅଫିସର କ୍ରିସ୍ ୱିଟି ଶନିବାର କହିଛନ୍ତି। 
  2. କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଏକ କୋଟି ପାର୍‌ ହୋଇଛି । କରୋନାର ଦୈନିକ ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି । ଦେଶରେ ଶନିବାର ଦିନ ୨୫୧୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଦିନ ୨୨୮୮୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । 
  3. ଚୀନର ପ୍ରାୟ ୧୨ଟି ବଡ଼ କମ୍ପାନୀକୁ ଆମେରିକା କଳା ତାଲିକାଭୁକ୍ତ କରିଛି। ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଚୀନର ସବୁଠୁ ବଡ଼ ଚିପ୍‌ ନିର୍ମାତା କମ୍ପାନୀ ‘ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ ଇଣ୍ଟରନ୍ୟାଶନାଲ କର୍ପ (ଏସଏମଆଇସି)’ ଏବଂ ଚୀନର ଡ୍ରୋନ ନିର୍ମାତା ‘ଏଚଜେଡ୍‌ ଡିଜେଆଇ ଟେକ୍ନୋଲୋଜି ଲିମିଟେଡ୍‌’ ସାମିଲ ରହିଛି। ଟ୍ରମ୍ପ ପ୍ରଶାସନ ପକ୍ଷରୁ ଗତ ଶୁକ୍ରବାର ଏ ନେଇ ସୂଚନା ଦିଆଯାଇଛି।
  4. ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଆରଏଲପି ମୁଖ୍ୟ ହନୁମାନ ବେଣୀୱାଲ ଆଜି କୃଷକ ଆନ୍ଦୋଳନକୁ ସମର୍ଥନ କରି ୩ଟି ସଂସଦୀୟ କମିଟିରୁ ଇସ୍ତଫା ଦେଇଛନ୍ତି। ବେଣୀୱାଲ ତାଙ୍କ ଇସ୍ତଫା ପତ୍ର ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ପଠାଇଛନ୍ତି। 
  5. ୫ ଏକର ଜମିରେ ମସଜିଦ ଏବଂ ଡାକ୍ତରଖାନାର ଦୁଇଟି କୋଠା ନିର୍ମାଣ କରାଯିବ। ଏହି ମସଜିଦଟି ଏସ୍ ଏମ ଅଖତରଙ୍କ ଦ୍ୱାରା ପରିକଳ୍ପନା କରାଯାଇଛି। ଡାକ୍ତରଖାନା ସହିତ କ୍ୟାମ୍ପସରେ ଏକ ଲାଇବ୍ରେରୀ, ସଂଗ୍ରହାଳୟ ଏବଂ କମ୍ୟୁନିଟି ରୋଷେଇ ଘର ମଧ୍ୟ ନିର୍ମାଣ କରାଯିବ।ଇଣ୍ଡୋ-ଇସଲାମିକ୍ ସାଂସ୍କୃତିକ ଫାଉଣ୍ଡେସନ୍ ଆଜି ନୂଆ ମସଜିଦର ଡିଜାଇନ୍ ଲଞ୍ଚ କରିଛି। ଏହି ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷ ମୌଲାନା ଜୁଫର ଫାରୁକି, ଅତହର ହୁସେନ୍ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
  6. ଭାରତରେ ଟୀକାକରଣ ପାଇଁ ପ୍ରାୟ ୮୨ ଲକ୍ଷ ଟୀକାକରଣ କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ସାର୍ବଜନୀନ ଟୀକା କରଣ କାର୍ଯ୍ୟକ୍ରମ ଅଧୀନରେ ଭାରତରେ ନିର୍ମିତ ଏହି ଭିତ୍ତିଭୂମି, ବିଶ୍ବର ସବୁଠୁ ବଡ ନେଟୱାର୍କ ଭାବରେ ପରିଗଣିତ। ତେବେ ଦେଶରେ ପ୍ରାରମ୍ଭିକ ଟୀକାକରଣର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) ଏବଂ ଅନ୍ୟାନ୍ୟ କେନ୍ଦ୍ର ବ୍ୟବହାର କରିବ।
  7. ଚଳିତ ବର୍ଷଠାରୁ ଜେଇଇ ପରୀକ୍ଷା ପ୍ରଶ୍ନପତ୍ର ବିଭିନ୍ନ ଭାରତୀୟ ଭାଷା ସମତେ ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ହେବ।
  8. କର୍ଣ୍ଣାଟକ ପ୍ଲାଣ୍ଟରେ ଭଙ୍ଗାରୁଜା ଘଟଣା ପରେ ଚୁକ୍ତିଭିତ୍ତିକ ନିର୍ମାତା ୱିଷ୍ଟ୍ରନକୁ ସାମୟିକ ପରୀକ୍ଷଣ ସ୍ଥରରେ ରଖିଛି ଏବଂ ତ୍ରୁଟି ନ ସୁଧାରିବା ଯାଏଁ ତାଇୱାନ ଫାର୍ମକୁ ନୂତନ ବ୍ୟବସାୟ ଦେବ ନାହିଁ।
  9. ୨୦୧୯ରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ମାନହାନି ମାମଲାରେ ଜୟରାମ ବିବେକଙ୍କୁ କ୍ଷମାପ୍ରାର୍ଥନା ପତ୍ର ପଠାଇଛନ୍ତି, ଯାହାକୁ ବିବେକ ଗ୍ରହଣ କରିଛନ୍ତି।
  10.  ବିଦାୟୀ ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଋଷିଆରେ ଅବଶିଷ୍ଟ ୨ ବାଣିଜ୍ୟ ଦୂତାବାସ (କନସୁଲେଟ) ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅନୁସାରେ ଏବେ କେବଳ ମସ୍କୋରେ କେବଳ ଆମେରିକା ଦୂତାବାସଟି ରହିବ।
  11. ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପରାଜୟ ହୋଇଛି। ଅଷ୍ଟ୍ରେଲିଆ ୨ ଓ୍ବିକଟ ହରାଇ ମ୍ୟାଚକୁ ସହଜରେ ଜିତି ନେଇଛି। 
  12. ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ପରବେଶ ସି ମେହେରାଙ୍କର ଶୁକ୍ରବାର ଦେହାନ୍ତ ହୋଇଛି । ମେହେରା ଦୀର୍ଘଦିନ ଧରି କରୋନାରେ ପୀଡିତ ଥିଲେ ଏବଂ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ । ୭୧ ବର୍ଷ ବୟସରେ ପରବେଶ ମେହେରା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
  13. ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ(ଆରଏସଏସ) ଆଦର୍ଶବାଦୀ ତଥା ସଂଗଠନର ପ୍ରଥମ ମୁଖପାତ୍ର ମାଧବ ଗୋବିନ୍ଦ ବୈଦ୍ୟଙ୍କ ଶନିବାର ଅପରାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା।
  14. ସୁପ୍ରିମକୋର୍ଟ ଶୁକ୍ରବାର ଜାତିଗତ ସଂରକ୍ଷଣ ମାମଲାରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି କୋଟା ପଲିସିର ଅର୍ଥ ଏହା ନୁହେଁ ଯେ ଯୋଗ୍ୟତାକୁ ଅଣଦେଖା କରିବା। ଏହାର ଅର୍ଥ ମେଧାବୀ ଆଶାୟୀଙ୍କୁ ଚାକିରିରୁ ବଞ୍ଚିତ କରିବା ନୁହେଁ,  ହୋଇପାରେ ସେ ସଂରକ୍ଷଣ ଶ୍ରେଣୀରୁ ଆସି ଥାଆନ୍ତୁ ନା କାହିଁକି। ବିଚାରପତି ଉଦୟ ଲଳିତଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ସଂରକ୍ଷଣର ଫାଇଦାକୁ ନେଇ ଦାଖଲ ଆବେଦନ ଉପରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି।
  15. ବଡ ଦିନ ଓ ନୂଆ ବର୍ଷ ପାଖେଇ ଆସିଲାଣି। ବଡ ଦିନ ଓ ନୂଆ ବର୍ଷରେ ଲୋକେ ଏକାଠି ମିଶି ଉତ୍ସବ ପାଳନ କରନ୍ତି। ବଡ ଦିନ ଓ ନୂଆ ବର୍ଷକୁ ଦୃଷ୍ଟିରେ ରଖି ମୁମ୍ବାଇରେ ପୁଣି ନାଇଟ୍ ଲକଡାଉନ୍ ଲାଗୁ କରିବାକୁ ପ୍ରସ୍ତୁତି ଚାଲିଛି।
  16. ଭାରତୀୟ କୃଷକ ସଂଗଠନ (ବିକେୟୁ)ର ନେତା ରାକେଶ ଟିକାୟତ ଫସଲ ପାଇଁ ନ୍ୟୁନତମ ସମର୍ଥନ ମୂଲ୍ୟ (ଏମଏସପି) ଉପରେ ସ୍ବାମୀନାଥ କମିଟିର ସୁପାରିଶ ଲାଗୁ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
  17.  ସେଣ୍ଟ୍ରାଲ ଭିଷ୍ଟାର ପୁନଃବିକାଶ ପାଇଁ ସରକାର ନୂଆ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ନୂଆ ଆବାସିକ ପରିସରରେ ୧୦ଟି ୪ ମହଲା ବିଶିଷ୍ଟ ବିଲ୍ଡିଂ ରହିବ । ଏହି ସମସ୍ତ ବିଲ୍ଡିଂର ସର୍ବୋଚ୍ଚ ଉଚ୍ଚତା ୧୨ ମିଟର ରହିବ । 
  18. ଆଡଭାନ୍ସଡ୍‌ ଟାୱଡ୍‌ ଆର୍ଟିଲାରୀ ଗନ୍‌ ସିଷ୍ଟମର ଓଜନ ୧୮ ଟନ୍‌। ବିଶ୍ବରେ ଏହିଭଳି ଉନ୍ନତ ଓ ଅତ୍ୟାଧୁନିକ ମାରଣାସ୍ତ୍ର କେବଳ ଭାରତ ବିକଶିତ କରିବାରେ ସକ୍ଷମ ହୋଇଛି ବୋଲି ଏଟିଏଜିଏସ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ଶୈଳେନ୍ଦ୍ର ଗଡ଼େ ସୂଚନା ଦେଇଛନ୍ତି । ୨୦୧୯ ମସିହାରୁ ଏହାକୁ ସ୍ଥଳସେନାରେ ବ୍ୟବହାର କରାଯାଉଛି। ଏଥିରେ ବିଭିନ୍ନ ଦିଗକୁ ବିକାଶ କରାଯାଇ ବାରମ୍ବାର ପରୀକ୍ଷା କରାଯାଉଛି। ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଠାରେ ଅବସ୍ଥିତ ପିଏକ୍ସଇ ପରିସରରୁ ଏଟିଏଜିଏସ୍‌(ଆଡଭାନ୍ସଡ୍‌ ଟାୱାର ଆର୍ଟିଲାରୀ ଗନ୍‌ ସିଷ୍ଟମ)ର ବ୍ୟବହାରିକ ପରୀକ୍ଷଣ ହୋଇଯାଇଛି। 
  19. ହାଇଦ୍ରାବାଦର ଏକ ଘରୋଇ କମ୍ପାନି ପ୍ରାୟ ୭୯୨୬ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ବ୍ୟାଙ୍କ ଠକେଇଟି ନୀରବ ମୋଦୀ ସ୍କାମଠାରୁ ଆହୁରି ବଡ଼ ବୋଲି କୁହାଯାଉଛି । ପ୍ରାୟ ୭୯୨୬ କୋଟି ଟଙ୍କାର ଋଣ ଠକେଇ କରିଥିବା ଅଭିଯୋଗରେ ସିବିଆଇ ହାଇଦ୍ରାବାଦର ଏକ ଘରୋଇ କମ୍ପାନି ଟ୍ରାନ୍ସଟ୍ରଏ ଇଣ୍ଡିଆ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି ।
  20. ଆସନ୍ତା ୨୦୨୪ ସୁଦ୍ଧା ରେଳଯାତ୍ରୀଙ୍କ ପାଇଁ ଓ୍ବେଟିଂ ଟିକଟ ବ୍ୟବସ୍ଥାକୁ ଉଠାଇଦିଆଯିବ ବୋଲି କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ସତ୍ୟତା ନାହିଁ ବୋଲି ଭାରତୀୟ ରେଳ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.