• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରିଆନଙ୍କ ବାର୍ଷିକ ରୋଜଗାର କହିବାକୁ ଗଲେ ୩୦ ମିଲିୟନ ଡଲାର ଅର୍ଥାତ ପାଖାପାଖି ୨୨୦ କୋଟି ଟଙ୍କା ।  ତେବେ ମିଳିଥିବା ରିପୋର୍ଟ ଅନୁସାରେ ରିଆନ ଖେଳନାକୁ ଖୋଳରୁ ବାହାର କରି ଏହା ଉପରେ ବର୍ଣ୍ଣନା କରନ୍ତି। ଏପରିକି ଟୁଥ୍‌ପେଷ୍ଟ, ବ୍ୟାକ୍‌ପ୍ୟାକସ ଆଦିର ଭିଡିଓ ପୋଷ୍ଟ କରନ୍ତି। ଏଥିପାଇଁ ଆମାଜନ୍‌ ଓ ଓ୍ବାଲ୍‌ମାର୍ଟ ୨୦୦ ମିଲିୟନ୍‌ ଡଲାର ରୋଜଗାର ମଧ୍ୟ କରିଛନ୍ତି
  2. ପାକିସ୍ତାନ ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି ନକଲି ପାଇଲଟ୍‌ । ପାକ୍‌ ସରକାର ୫୦ ନକଲି ପାଇଲଟଙ୍କ ଲାଇସେନ୍ସ ରଦ୍ଦ କରିଛନ୍ତି।
  3.  କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏକ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତିକ୍ରମେ ୫ ଟି ରାଜ୍ୟକୁ ଅତିରିକ୍ତ ଋଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଶନିବାର ଦିଆଯାଇଥିବା ବିବୃତିରେ କୁହାଯାଇଛି ଯେ, ତାମିଲନାଡୁ ଓ ତେଲେଙ୍ଗାନା ସମେତ ୫ଟି ରାଜ୍ୟକୁ ଅତିରିକ୍ତ ଋଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏହି ରାଜ୍ୟମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ମଧ୍ୟ ପ୍ରଦେଶ ମଧ୍ୟ ସାମିଲ ଅଛି ।
  4. ଆଗାମୀ ୬ ମାସ ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ଫେସ୍‌ ମାସ୍କ ପିନ୍ଧିବା ଜରୁରୀ। କରୋନା ଟିକାକରଣ ପାଇଁ ଏକାଧିକ ମାସ କିମ୍ବା ବର୍ଷେ ଲାଗିବାକୁ ଥିବା ବେଳେ ୬ ମାସ ମାସ୍କ ବାଧ୍ୟତାମୂଳକ ବୋଲି ମହାରାଷ୍ଟ୍ର ସରକାର ନିର୍ଦେଶ ଦେଇଛନ୍ତି ।
  5. ବିଶ୍ୱର ସବୁଠାରୁ ବଡ ଚିଡିଆଖାନା ନିର୍ମାଣ କରିବ ରିଲାଏନ୍ସ । ଏହା ଗୁଜୁରାଟର ଜାମନଗରରେ ତିଆରି ହେବ । ଏନେଇ କମ୍ପାନୀ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି । ଏହି ଚିଡିଆଖାନାରେ ୧୦୦ରୁ ଅଧିକ ପ୍ରଜାତିର ଜୀବଜନ୍ତୁ, ପକ୍ଷୀ, ସରିସୃପ ଆଦି ରହିବେ ।
  6. ନେପାଳ ରାଜନୀତି ଏବେ ସରଗରମ ହେଉଥିବା ଦେଖିବାକୁ ମିଳିଛି । ନେପାଳ କମ୍ୟୁନିଷ୍ଟ ପାର୍ଟି ସରକାରରେ ପ୍ରଧାନମନ୍ତ୍ରୀ ଥିବା କେ.ପି ଶର୍ମା ଓଲି ସଂସଦ ଭଙ୍ଗ ନେଇ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ କରିଥିବା ସୁପାରିଶକୁ ସେ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି ।
  7. ଶିରିଡି ସାଇବାବାଙ୍କୁ ଦର୍ଶନ କରିବାକୁ ୧୨୦୦୦ ରୁ ୧୫୦୦୦ଭକ୍ତଙ୍କ ପାଇଁ ଅନଲାଇନ୍ ପାସ୍ ଜାରି କରାଯିବ। 
  8. ବିବାଦୀୟ ଅଧ୍ୟାଦେଶ ପ୍ରତ୍ୟାହାର କରି ନେବାକୁ ଶାସକ ‘ନେପାଳ କମ୍ୟୁନିଷ୍ଟ୍‍ ପାର୍ଟି’ରେ ଥିବା ସମାଲୋଚକମାନଙ୍କ ଚାପରେ ଥିବା ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ପାର୍ଲାମେଣ୍ଟ୍‌ ଭାଙ୍ଗିବା ଲାଗି ରବିବାର ସକାଳେ ସୁପାରିସ କରିଛନ୍ତି। 
  9. ଆସନ୍ତା ୬ରୁ ୭ ମାସ ମଧ୍ୟରେ ଦେଶର ୩୦ କୋଟି ଲୋକଙ୍କୁ ଟିକା ମିଳିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। 
  10. ବିଶ୍ବରେ ୧୫୦ରୁ ଅଧିକ ଟିକା ବିକଶିତ ହୋଇଥିବା ବେଳେ ସାର୍ବଜନୀନ ବ୍ୟବହାର ପାଇଁ ୪ଟି ଟିକା ମିଳିସାରିଛି। ସେହିପରି ୧୦ରୁ ଅଧିକ ଟିକା ଆସନ୍ତା ୩/୪ ମାସରେ ମିଳିଯିବାର ସମ୍ଭାବନା ରହିଛି। 
  11. ଆସନ୍ତା ୩ଦିନ ଯାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ। ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୫ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଏଥିପାଇଁ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲା
  12. ଏପ୍ରିଲରୁ କିମ୍‌ସ ହସ୍ପିଟାଲ ପ୍ରତି ମାସରେ ୧୫ କୋଟି ଟଙ୍କା କ୍ଷତି ସହୁଛି। କୋଭିଡ୍‌-୧୯ ପୂର୍ବରୁ ହସ୍ପିଟାଲରୁ ମାସକୁ ୧୮ କୋଟି ଟଙ୍କାର ବ୍ୟବସାୟ ‌ହେଉଥିଲା। 
  13. ଆସନ୍ତାବର୍ଷ ଓଡ଼ିଶାରେ ପର୍ଯ୍ୟଟନ ବିସ୍ଫୋରଣ ହେବ। ପର୍ଯ୍ୟଟନ କ୍ଷେତ୍ରରେ ଦେଶରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଓଡ଼ିଶାରେ କ୍ରୁଜ୍‌, ସି ପ୍ଳେନ୍, ହାଉସ୍‌ ବୋଟିଂ ଭଳି ସୁବିଧା ମିଳିବ। 
  14. ଆସନ୍ତା ମଙ୍ଗଳବାର ଦିନ ପାରାଦୀପ ଆସିବେ ରାଜ୍ୟର ୧୪୫ ବିଧାୟକ। ଭାରତୀୟ ନୌସେନା ପକ୍ଷରୁ ଏହି ବିଧାୟକମାନଙ୍କୁ ଆଇଏନ୍‌ଏସ୍‌ ଜଳସ୍ବାରେ ସମୁଦ୍ର ଭିତରକୁ ନିଆଯାଇ ବୁଲାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
  15. କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ଦ୍ୱିତୀୟ ଦିନରେ ଇଣ୍ଡିଆନ ଅଏଲ୍‌ର ଅତ୍ୟାଧୁନିକ ଲ୍ୟୁବ୍ରିକାଣ୍ଟ ପ୍ଲାଣ୍ଟ୍‌ ଲୋକାର୍ପଣ କରିଛନ୍ତି। 
  16. ବିଶ୍ଵର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଚନ୍ଦ୍ରରେ ୨୦୨୭ ସୁଦ୍ଧା “ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର” ପ୍ରତିଷ୍ଠା ନେଇ କରିଛି। ନିକଟରେ ପ୍ରକାଶିତ ଆମେରିକାର ସ୍ପେସ୍ ପଲିସି ନିର୍ଦ୍ଦେଶନାମା (SPD-6) କହିଛି ଯେ ଚନ୍ଦ୍ର ପୃଷ୍ଠରେ ଆଣବିକ ଫିସନ୍ (FISAN) ଶକ୍ତି ପ୍ରଣାଳୀ ସ୍ଥାପନ କରାଯିବା ଉଚିତ୍। ଏହି ସିଷ୍ଟମ୍ ଏପରି ହେବା ଉଚିତ ଯେ ଏହା ୪୦ କିଲୋୱାଟ କିମ୍ବା ଅଧିକ ଶକ୍ତି ଉତ୍ପାଦନ କରିପାରିବ।
  17. ୟୁଏଇରେ ରହି ବ୍ୟବସାୟରେ ସଫଳତା ପାଇଥିବା ଭାରତୀୟ କୋଟିପତି ବି.ଆର. ଶେଟ୍ଟିଙ୍କୁ ନିଜ କମ୍ପାନୀ ଫିନାବ୍ଲରକୁ ମାତ୍ର ୧ ଡ଼ଲାର ଅର୍ଥାତ ୭୩ ଟଙ୍କା ୨୫ ପଇସାରେ ବିକ୍ରି କରିବାକୁ ପଡିଛି। ଶେଟ୍ଟିଙ୍କ କମ୍ପାନୀ ଉପରେ କୋଟି କୋଟି ଡଲାର ଋଣ ରହିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ତାଙ୍କ କମ୍ପାନୀ ବିରୋଧରେ ମଧ୍ୟ ଏକ ଠକେଇ ମାମଲାର ତଦନ୍ତ ଚାଲିଛି।
  18. ରବିବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଭୟଙ୍କର କାର ବୋମା ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ସାଂସଦ ହାଜି ଖାନ ମହମ୍ମଦଙ୍କ ଗାଡିକୁ ଏହି ଆକ୍ରମଣ କରାଯାଇଥିଲା। ସେ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
  19. ବିଶ୍ବର ଏମିତି ଏକ ଗାଁ ଅଛି, ଯେଉଁଠି ଶୀତଦିନେ ତାପମାତ୍ରା ବିଯୁକ୍ତ ୭୧ ଡ଼ିଗ୍ରୀରେ ପହଞ୍ଚି ଯାଇଥାଏ । ଏହି ଗାଁଟି ରୁଷର ଉତ୍ତରାଞ୍ଚଳର ସାଇବେରିଆ ଅଞ୍ଚଳରେ ଅବସ୍ଥିତ । ଗାଁର ନାଁ ହେଉଛି ଓମିଓକୋନ୍ ।
  20. ଦୀର୍ଘ ୧୧ ବର୍ଷ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମଥର ବିନା ଶତକରେ ବର୍ଷ ଶେଷ କରିଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.