• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କଂଗ୍ରେସର ବରିଷ୍ଠ ନେତା ତଥା ମ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୋତିଲାଲ ଭୋରାଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା।
  2. କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ବ୍ରିଟେନ୍‌ରେ ଦେଖିବାକୁ ମିଳିଥିବା ବେଳେ ଏଥିରେ ଆକ୍ରାନ୍ତ ଜଣେ ରୋଗୀ ଇଟାଲିରେ ଚିହ୍ନଟ ହୋଇଛନ୍ତି। ଇଟାଲିରେ ନୂଆ ପ୍ରକାର ଭୂତାଣୁ ଦ୍ବାରା ଆକ୍ରାନ୍ତ ଜଣେ ବ୍ୟକ୍ତି ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
  3. ବ୍ରିଟେନରେ କରୋନା ଭାଇରସର ନୂଆ ରୂପ ସାମ୍ନାକୁ ଆସିଛି । ଯାହା ବହୁତ ବିପଦ୍ଦଜନକ । ଏହାପରେ ୟୁରୋପର ଅନେକ ଦେଶ ୟୁକେ ବା ବ୍ରିଟେନରୁ ଆସୁଥିବା ବିମାନ ଉପରେ ରୋକ ଲଗାଇଛି । ଏବେ ଭାରତ ସରକାର ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି । ୟୁକେର ବିମାନ ଉପରେ ସରକାର କଟକଣା ଲଗାଇଛନ୍ତି ।ସୋମବାର ରାତି ୧୨ଟାରୁ ୟୁକେର ବିମାନ ଉପରେ କଟକଣା ଲାଗୁ ହେବ । ଏହା ଡିସେମ୍ବର ୩୧ ଯାଏଁ ଜାରି ରହିବ । 
  4. ବୈଜ୍ଞାନିକ ଏବଂ ଇଂଜିନିୟରମାନଙ୍କର ପ୍ରାୟ ୭୦ ବର୍ଷର ପରିଶ୍ରମ ପରେ ପଶ୍ଚିମବଙ୍ଗରେ ତେଲ ଉତ୍ପାଦନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଠାରୁ ୫୦ କିମିଦୂର ୨୪ ପ୍ରଗଣା ଜିଲ୍ଲାର ଅଶୋକନଗରର ଏକ କୂଅରୁ ତେଲ ଉତ୍ପାଦନ ଆରମ୍ଭ କରାଯାଇଛି ।
  5. ୨୦୨୧ ମସିହା ଜାନୁଆରୀ ୧ ତାରିଖରୁ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ସିଧା ସାଧାରଣ ଜନତାଙ୍କ ଉପରେ ପଡିବ । ଚେକ୍ ପେମେଣ୍ଟରୁ ନେଇ ଫାସଟ୍ୟାଗ୍, ୟୁପିଆଇ ପେମେଣ୍ଟ ସିଷ୍ଟମ ଏବଂ ଜିଏସଟି ରିଟର୍ଣ୍ଣ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏଥିପାଇଁ ୧ ତାରିଖ ପୂର୍ବରୁ ଏ ସମସ୍ତ ପରିବର୍ତ୍ତନ ବିଷୟରେ ଜାଣିରଖନ୍ତୁ ।
  6. ଅଟୋମୋବାଇଲ୍ କମ୍ପାନୀ ଜାନୁଆରୀରୁ ନିଜର ଅନେକ ମଡେଲର ଦାମ୍ ବଢାଇବାକୁ ଯାଉଛନ୍ତି । ଯାହା ଫଳରେ କାର୍ କ୍ରୟ ପୂର୍ବାପେକ୍ଷା ମହଙ୍ଗା ହୋଇଯିବ ।
  7. ଜାନୁଆରୀ ୧ ତାରିଖରୁ ସମସ୍ତ ଚାରି ଚକିଆ ବାହାନରେ ଫାସଟ୍ୟାଗ୍ ଲଗାଇବା ଅନିର୍ବାଜ୍ୟ ହୋଇଛି । ଫାସଟ୍ୟାଗ୍ ବିନା ଜାତୀୟ ରାଜପଥ ଟୋଲ୍ ପ୍ଲାଜା ଅତିକ୍ରମ କରୁଥିବା ଚାଳକଙ୍କୁ ଦ୍ବିଗୁଣ ଫି ଦେବାକୁ ପଡିବ ।
  8. ଜାନୁଆରୀ ୧ ତାରିଖ ପରେ ଲ୍ୟାଣ୍ଡଲାଇନ୍ ରୁ ମୋବାଇଲ ନମ୍ବରକୁ ଫୋନ୍ କରୁଛନ୍ତି ସେଥିପାଇଁ ଆପଣଙ୍କୁ ଶୂନ୍ୟ ଲଗାଇବାକୁ ପଡିବ । ଶୂନ୍ୟ ନଲଗାଇଲେ ଆପଣଙ୍କ କଲ୍ ଲାଗିବନାହିଁ ।
  9. ଜାନୁଆରୀ ୧ରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବା ମହଙ୍ଗା ହେବ । ତୃତୀୟ ପକ୍ଷରୁ ଚାଲିଥିବା ଆପ୍ସ ଉପରେ ଅତିରିକ୍ତ ଚାର୍ଜ ଲଗାଇବାକୁ ଘୋଷଣା କରିଛନ୍ତି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ପତ୍ରରୁ ନିଷ୍ପତ୍ତି ନିଆଯାଇଛି ।
  10. ଜାନୁଆରୀ ୧ ତାରିଖରୁ କିଛି ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ ଫୋନ୍ ରେ ହ୍ବାଟସ୍ ଆପ୍ କାମ କରିବା ବନ୍ଦ ହୋଇଯିବ ।
  11.  ଫ୍ଲିପକାର୍ଟ ସହ ମିଶି ଭାରତରେ ନୂଆ ଏୟାର କଣ୍ଡିସନର ଲଞ୍ଚ କରିଛି ନୋକିଆ। କମ ମୂଲ୍ୟରେ ଭାରତବାସୀଙ୍କୁ ମିଳିବ ଅନେକ ଅତ୍ୟାଧୁନିକ ସୁବିଧା। ନୋକିଆ ତିଆରି କରିଥିବା ଏୟାର କଣ୍ଡିସନରର ଦାମ ୩୦,୯୯୯ରୁ ଆରମ୍ଭ ହେଉଥିବା ବେଳେ ଡିସେମ୍ବର ୨୯ରୁ ଫ୍ଲିପକାର୍ଟରେ ଏହାର ବିକ୍ରି ଆରମ୍ଭ ହେବ।
  12.  ମହାମାରୀ ଯୋଗୁଁ ‘ସଂଶୋଧିତ ନାଗରିକ ଆଇନ’ ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇ ପାରିନାହିଁ। କୋଭିଡ୍‌-୧୯ ଟିକାକରଣ ଆରମ୍ଭ ହୋଇ କରୋନାଭାଇରସ୍‌ ଶୃଙ୍ଖଳ ଛିନ୍ନ କରାଯିବା ପରେ ସେ ବିଷୟ ବିଚାର କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
  13. କୃଷି ଆଇନକୁ ବିରୋଧ କରି ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଆଜି ୨୫ ଦିନରେ ପହଞ୍ଚିଛି। ଆଜି ଆନ୍ଦୋଳନରତ ଚାଷୀ ବୁରାଡ଼ି ନିରଙ୍କରୀ ସମାଗମ ପଡ଼ିଆରେ ଏକତ୍ର ହୋଇ ଆନ୍ଦୋଳନରେ ପ୍ରାଣ ହରାଇଥିବା ଚାଷୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଶୋଭାଯାତ୍ରା ଆୟୋଜନ କରିଥିଲେ।
  14. ଜଣେ ରାଜମିସ୍ତ୍ରୀର ପୁଅ ଅମନଦୀପ ସାଉଥ୍ କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲସ୍ ୟୁନିଭରସିଟିରେ ପିଏଚଡି ପାଇଁ ଫେଲୋସିପ୍ ମିଳିଛି। ଏହି ଫେଲୋସିପ୍ ଅଧୀନରେ ଅମନଦୀପ ପାଞ୍ଚ ବର୍ଷ ପାଇଁ ଜଣେ ଶିକ୍ଷଣ ଏବଂ ଗବେଷଣା ସହାୟକ ଭାବରେ ବାର୍ଷିକ ୩୨ ହଜାର ଆମେରିକୀୟ ଡଲାରର ଷ୍ଟାଇପେଣ୍ଡ ପାଇବେ।
  15. ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲିଗଡ୍‍ ମୁସଲିମମ ବିଶ୍ୱବିଦ୍ୟାଳୟର (ଏଏମୟୁ) ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିବେ। ଦୀର୍ଘ ୫ ଦଶନ୍ଧି ପରେ ପ୍ରଥମଥର ପାଇଁ ଭାରତର ଜଣେ ପ୍ରଧାନମନ୍ତ୍ରୀ ଆଲିଗଡ୍‍ ମୁସ୍‍ଲିମ୍‍ ବିଶ୍ୱବିଦ୍ୟାଳୟର ଏକ ଉତ୍ସବରେ ଅଂଶହଣ କରୁଛନ୍ତି। ଲାଲବାହାଦୁର ଶାସ୍ତ୍ରୀଙ୍କ ପୂର୍ବରୁ ପଣ୍ଡିତ ଜବାହରଲାଲ ନେହେରୁ ଆଲିଗଡ୍ ମୁସ୍‍ଲିମ୍‍ ବିଶ୍ୱବିଦ୍ୟାଳୟକୁ ୪ଥର ଗସ୍ତ କରିଥିଲେ। ପଣ୍ଡିତ ଜବାହରଲାଲ ନେହେରୁ ପ୍ରଥମେ ୧୯୪୮ ମସିହାରେ ଓ ଶେଷଥର ପାଇଁ ୧୯୬୩ ମସିହାରେ ଆଲିଗଡ ମୁସ୍‍ଲିମ୍‍ ବିଶ୍ୱବିଦ୍ୟାଳୟକୁ ଗସ୍ତ କରିଥିଲେ।
  16. ୧୯୦୫ ଅଗଷ୍ଟ ୫ ସନ୍ଧ୍ୟାରେ ଷ୍ଟ୍ରିଟ୍ ଲାଇଟ୍୍ର ଆଲୋକ ଚତୁର୍ଦିଗକୁ ଉଜ୍ଜ୍ଵଳ କଲା। ବିଦ୍ୟୁତ୍ ଷ୍ଟ୍ରିଟ୍ ଲାଇଟ୍‌କୁ ଦେଖିବାକୁ ୨୦୦ ଲୋକ ଏକାଠି ହୋଇଥିଲେ। ଘଟଣାକୁ ଇତିମଧ୍ୟରେ ୧୧୫ ବର୍ଷ ଅତିବାହିତ ହୋଇଗଲାଣି, ବେଙ୍ଗାଲୁରୁ କେ.ଆର୍‌ ମାର୍କେଟ୍‌ରେ ଏଇ ବିଦ୍ୟୁତ୍ ଖୁଣ୍ଟି ଏବେ ମଧ୍ୟ ପୁରୁଣା କଥାର ସାକ୍ଷୀ ଭାବେ ଛିଡ଼ା ହୋଇରହିଛି।
  17. ଗତ କିଛିଦିନ ଧରି ସେନସେକ୍ସ କ୍ରମାଗତ ବୃଦ୍ଧି ପାଇ ରେକର୍ଡ଼ ୪୭୦୦୦ ପଏଣ୍ଟ ଅତିକ୍ରମ କରିବା ପରେ ସୋମବାର ଭାରତୀୟ ନିବେଶ ବଜାର ଏକ ବଡ଼ କ୍ଷତିର ସମ୍ମୁଖୀନ ହୋଇଛି । ଗୋଟିଏ ଦିନରେ ସେନସେକ୍ସ ୧୪୦୭ ପଏଣ୍ଟ ହ୍ରାସ ପାଇ ୪୫୫୫୪ରେ ପହଞ୍ଚିଛି । ଫଳସ୍ବରୂପ ନିବେଶକମାନେ ଗୋଟିଏ ଦିନରେ ପ୍ରାୟ ୭ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି ।
  18. କରୋନାର ନୂତନ ରୂପ ବ୍ରିଟେନ ଅନୁଭବ କରୁଥିବା ଖୋଦ ସେଠାକାର ସରକାର ସ୍ବୀକାର କରିଛନ୍ତି । ଭାରତ ସରକାର ଆସନ୍ତାକାଲିଠାରୁ ଡ଼ିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଭାରତ ଅଭିମୁଖେ ଆସିବାକୁ ଥିବା ସବୁ ବିମାନର ଉଡ଼ାଣକୁ ବାତିଲ କରିଛନ୍ତି । କେବଳ ଭାରତ ସରକାର ନୁହନ୍ତି, ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ବେଲଜିୟମ, ଅଷ୍ଟ୍ରିଆ ଏବଂ ଇଟାଲୀ ସରକାର ମଧ୍ୟ ବ୍ରିଟେନକୁ ବିମାନ ଯାତାୟତ ଉପରେ କଟକଣା ଲଗାଇଛନ୍ତି ।
  19. ରବିବାର ଅନୁଷ୍ଠିତ ନ୍ୟୁଜିଲାଣ୍ଡ୍ ବିପକ୍ଷ ଦ୍ବିତୀୟ ଟି-୨୦ରେ ସଦାବ ଖାନ୍‌ଙ୍କ ଦଳ ୯ ୱିକେଟ୍‌ରେ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ଘରୋଇ ନ୍ୟୁଜିଲାଣ୍ଡ୍‌ ଆଉ ଏକ ସହଜ ବିଜୟ ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୦ରେ ଜିତି ନେଇଛି।
  20. ଦେଶର ୫ଟି ରାଜ୍ୟକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ୧୬,୭୨୮ କୋଟି ଟଙ୍କା ଅତିରିକ୍ତ ଋଣ କରିବା ଲାଗି ଅନୁମତି ପ୍ରଦାନ କରିଛି। ସେହି ରାଜ୍ୟଗୁଡ଼ିକ ହେଲେ ତାମିଲନାଡ଼ୁ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.