• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନେପାଳ ସଂସଦ ଭଙ୍ଗ ସହ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ହାତରୁ ନେପାଳ କମ୍ୟୁନିଷ୍ଟ ପାର୍ଟି(ଏନସିପି) ଅଧ୍ୟକ୍ଷ ପଦ ମଧ୍ୟ ଯାଇଛି। ମଙ୍ଗଳବାର ଏଥିଲାଗି ଅନୁଷ୍ଠିତ ନିର୍ବାଚନରେ ଅବସ୍ଥାପିତ ଅଧ୍ୟକ୍ଷ ଓଲିଙ୍କ ବିପକ୍ଷରେ ବରିଷ୍ଠ କମ୍ୟୁନିଷ୍ଟ ନେତା ମାଧବ ଚନ୍ଦ୍ର ନେପାଲ ପ୍ରତିଦ୍ୱନ୍ଦ୍ୱୀତା କରିଥିଲେ।
  2. ଦେଶରେ ପ୍ରଦୂଷଣ ମାତ୍ରା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିବର୍ଷ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପ୍ରଦୂଷଣ ଯୋଗୁଁ କେବଳ ୨୦୧୯ ମସିହାରେ ଦେଶରେ ୧୬ ଲକ୍ଷ ୭୦ ହଜାର ଲୋକଙ୍କ ଜୀବନ ଯାଇଛି । ଯାହକି ଦେଶର ମୋଟ ମୃତ୍ୟୁ ହାରର ୧୮ ପ୍ରତିଶତ । 
  3. ଭାରତ ଏବଂ ଶ୍ରୀଲଙ୍କାରେ ୧୯୮୦ ଏବଂ ୯୦ ଦଶକରେ ଲୋକପ୍ରିୟତା ହାସଲ କରିଥିବା ତାମିଲ କ୍ରିକେଟ୍ ଭାଷ୍ୟକାର ଏସ. ଏମ. ଅବଦୁଲ ଜବାରଙ୍କ ୮୧ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି। 
  4. ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମି ଚାଲିଥିବାବେଳେ ଏହାକୁ ତାଳଦେଇ ବିଭିନ୍ନ ପ୍ରକାର ପରୀକ୍ଷା ମୂଲ୍ୟରେ ମଧ୍ୟ ହ୍ରାସ ପାଇଛି। ଜୁଲାଇରେ ରାପିଡ଼ ଆଣ୍ଟିଜେନ୍ ଟେଷ୍ଟ ପାଇଁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ୪୫୦ ଟଙ୍କା ଦର ଧାର୍ଯ୍ୟ କରାଯାଇଥିବାବେଳେ ସୋମବାର ଏହାକୁ ୧୦୦ଟଙ୍କାକୁ ହ୍ରାସ କରାଯାଇଛି।
  5. କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ବୋର୍ଡ ପରୀକ୍ଷା ବିଷୟରେ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୨୧ ଜାନୁଆରୀ-ଫେବୃଆରୀରେ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା କରିବା ପାଇଁ କୌଣସି ଯୋଜନା ନାହିଁ। 
  6. କରୋନା ଭୁତାଣୁର ନୂଆ ମ୍ୟୁଟାଣ୍ଟ (ପରିବର୍ତ୍ତିତ ପ୍ରଜାତି) ଏ ଏପର୍ଯ୍ୟନ୍ତ ଭାରତରେ ଚିହ୍ନଟ ହୋଇନାହିଁ । ଲଣ୍ଡନରେ ଚିହ୍ନଟ ହୋଇଥିବା ଏହି ଭୁତାଣୁ ଦ୍ରୁତ ଗତିରେ ସଂକ୍ରମିତ ହେଉଛି ।
  7. ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତ ଏବଂ ଆମେରିକାର ରଣନୀତିକ ଭାଗିଦାରୀ ବୃଦ୍ଧିରେ ନେତୃତ୍ୱ ପାଇଁ ଆମେରିକାର ସର୍ବୋଚ୍ଚ ସମ୍ମାନ(ଲେଜିଅନ୍ ଅଫ୍ ମେରିଟ୍) ପ୍ରଦାନ କରିଛନ୍ତି।
  8. ଦେଶର ୧୨ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ସୋମନାଥ ମନ୍ଦିର ଅନ୍ୟତମ | ଇତିହାସରେ ଅନେକ ଥର ଏହି ମନ୍ଦିର ଭାଙ୍ଗି ପୁନର୍ବାର ନିର୍ମାଣ କରାଯାଇଥିଲା | ବର୍ତ୍ତମାନ ସୋମନାଥ ମନ୍ଦିର ଟ୍ରଷ୍ଟ ମନ୍ଦିରରେ ଲାଗିଥିବା ୧୪୦୦ କଳସକୁ ସୁନାର ପ୍ରଲେପ ଦେବାକୁ ନିଷ୍ପତ୍ତି ନେଇଛି।
  9. ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କୁ କରୋନା ଟିକା ଦିଆଯାଇଛି। ୭୮ ବର୍ଷୀୟ ବିଡେନ କରୋନାର ହାଇ-ରିସ୍କ ଗ୍ରୁପରେ ଆସୁଥିବାବେଳେ ତାଙ୍କୁ କରୋନା ଟିକାର ପ୍ରଥମ ମାତ୍ରା ଦିଆଯାଇଛି।
  10. ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବାର୍ଷିକ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା ଜାରି ରହିଛି । ଏପରିକି ଆସନ୍ତା ଫେବ୍ରୁଆରି ମାସରେ ଏହି ପରୀକ୍ଷା ହେବାର ସମ୍ଭାବନା ନାହିଁ ।
  11. ମଙ୍ଗଳବାର ଦିନ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଏକ ମିନି ଇଣ୍ଡିଆ ଅଛି ଯେଉଁଠାରେ ଉର୍ଦ୍ଦୁ-ହିନ୍ଦୀ-ଆରବୀ-ସଂସ୍କୃତ ଶିକ୍ଷା ଦିଆଯାଇଛି।
  12. କେନ୍ଦ୍ର ସରକାର ଆଜି ଅଷ୍ଟମ କିସ୍ତିରେ ୨୩ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳକୁ ଆଉ ୬୦୦୦ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି। ଓଡ଼ିଶାକୁ ସେଥିରୁ ୨୦୮.୦୮ କୋଟି ଟଙ୍କା ମିଳିଛି।
  13. ପୂର୍ବରୁ ମୋବାଇଲ ଏବଂ ସ୍ମାର୍ଟ ଟିଭି ତିଆରି କରିଥିବା ନୋକିଆ ଏବେ ଏୟାର କଣ୍ଡିସନର ତିଆରି କରିବା ଆରମ୍ଭ କରିଛି। ଫ୍ଲିପକାର୍ଟ ସହ ମିଶି ଭାରତରେ ନୂଆ ଏୟାର କଣ୍ଡିସନର ଲଞ୍ଚ କରିଛି ନୋକିଆ।
  14. ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ୬ ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ପଏଣ୍ଟ୍‌ ପାଇଥିବା ଓଡ଼ିଶା ଏଫ୍‌ସି ମଙ୍ଗଳବାର ନର୍ଥଇଷ୍ଟ୍‌ ୟୁନାଇଟେଡ୍‌ ଏଫ୍‌ସିକୁ ଭେଟିବ। ‌ଜିଏମ୍‌ସି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଚଳିତ ଋତୁର ପ୍ରଥମ ବିଜୟ ଲକ୍ଷ୍ୟ ନେଇ ଓଡ଼ିଶା ଓହ୍ଲାଇବ।
  15. କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ସୁତ୍ର ଅନୁସାରେ ପ୍ରତ୍ୟେକ ବର୍ଷ ଆୟୋଜନ କରାଯାଉଥିବା ସଡକ ସୁରକ୍ଷା ସପ୍ତାହ ପରିବର୍ତ୍ତେ ଗୋଟିଏ ମାସ ମିଶନ ସଡକ ସୁରକ୍ଷା କାର୍ଯ୍ୟକ୍ରମ ରୂପେ ପାଳନ କରାଯିବ। ୧୮ ଜାନୁଆରିରୁ ୧୭ ଫେବ୍ରୁଆରି ମଧ୍ୟରେ ପୃଥକ ବିଭାଗର ନିର୍ଦ୍ଦେଶକ ଓ ସେମାନଙ୍କର ଟିମ୍ ସମାରୋହର ଆୟୋଜନ କରିବେ।
  16. ଦେଶରେ ପ୍ରତ୍ୟେକ ବର୍ଷ ସଡକ ଦୁର୍ଘଟଣାରେ ବୃଦ୍ଧି ହେଉଥିବା ମୃତକମାନଙ୍କ ସଂଖ୍ୟାରେ ଅଙ୍କୁଶ ଲଗାଇବା ପାଇଁ ଜନ ପ୍ରତିନିଧିମାନେ ଏଣିକି ଲୋକମାନଙ୍କୁ ଯାତାୟତ ଓ ସଡ଼କ ସୁରକ୍ଷା ଆଇନ୍‌ର ପାଠ ପଢାଇବେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସଂଯୁକ୍ତ ରୂପେ ସଡକ ସୁରକ୍ଷା ସୁଦୃଢୀକରଣ ପାଇଁ ଗୋଟିଏ ମାସ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିବେ।
  17. ଣ୍ଡନ ଓ ଇଂଲଣ୍ଡର ଦକ୍ଷିଣପୂର୍ବ ଅଞ୍ଚଳରେ ଏହାକୁ କଡ଼ାକଡ଼ି କରିବାକୁ କୁହାଯାଇଛି । ଏପରିକି ଏହି ଅଞ୍ଚଳର ଲୋକଙ୍କୁ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଖ୍ରୀସମାସ ସମୟରେ ମଧ୍ୟ ଏହି ନିୟମ ବଳବତ୍ତର ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
  18. ଶୀତ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ବଢିବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା ତାହା ପ୍ରାୟତଃ ଦୂର ହୋଇଛି। ରାଜ୍ୟରେ କରୋନାର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୪୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି।
  19. ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗଭିତ୍ତିକ ନୌଶକ୍ତି କ୍ଷମତା ବୃଦ୍ଧି ପାଇଁ ଗଠିତ ଚତୁର୍ଦେଶୀୟ(ଆମେରିକା-ଜାପାନ-ଭାରତ-ଅଷ୍ଟ୍ରେଲିଆ) ମେଣ୍ଟ(କ୍ବାଡ୍‌)ର ଅନ୍ୟ ତିନି ମୂଳ ବିନ୍ଧାଣୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାପାନର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ୍‌ଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆମେରିକାର ସର୍ବୋଚ୍ଚ ସମ୍ମାନ ‘ଲିଜନ୍ ଅଫ୍‌ ମେରିଟ୍‌’ରେ ସମ୍ମାନିତ କରିଛନ୍ତି।
  20. ପ୍ରଧାନମନ୍ତ୍ରୀ ଆଲିଗଡ଼ ମୁସ୍‌ଲିମ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ‘ମିନି ଇଣ୍ଡିଆ’ ଭାବେ ବର୍ଣ୍ଣନା କରିବା ସହ ଏହି ବିଶ୍ବବିଦ୍ୟାଳୟ ନାରୀ ଶିକ୍ଷା ଓ ନାରୀ ସଶକ୍ତିକରଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି ବୋଲି କହିଛନ୍ତି। ବିଗତ ପାଞ୍ଚ ଦଶନ୍ଧି ମଧ୍ୟରେ ମୋଦୀ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ଆଲିଗଡ଼ ମୁସ୍‌ଲିମ ବିଶ୍ବବିଦ୍ୟାଳୟ‌ରେ ମୁଖ୍ୟ ଅତିଥି ହୋଇଛନ୍ତି। ଏହା ପୂର୍ବରୁ ୧୯୬୪ରେ ଲାଲ୍‌ ବାହାଦୁର ଶାସ୍ତ୍ରୀ ମୁଖ୍ୟ ଅତିଥି ହୋଇଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.