• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ପୂର୍ବ କରୋନାଭୂତାଣୁ ତୁଳନାରେ ନୂଆ ଭୂତାଣୁ ୭୦ ପ୍ରତିଶତ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଅତି ସହଜରେ ସଂକ୍ରମିତ କରିପାରୁଛି। ବିଭିନ୍ନ ରାଷ୍ଟ୍ରରେ ନୂଆ ଭୂତାଣୁର ମୁକାବିଲା ପାଇଁ କଟକଣା ଆରମ୍ଭ ହୋଇଯାଇଛି । ୪୦ରୁ୍ ଅଧିକ ରାଷ୍ଟ୍ର ବ୍ରିଟେନ୍‌କୁ ବିମାନ ସେବା ବାତିଲ କରିଥିବା ଜଣାପଡ଼ିଛି। ୬ଟି ୟୁରୋପୀୟ ରାଷ୍ଟ୍ର ଇଟାଲି, ବେଲଜିୟମ, ଆଇସଲାଣ୍ଡ୍‌ , ଡେନମାର୍କ, ନେଦରଲାଣ୍ଡ୍‌ ଏବଂ ଜର୍ମାନୀରେ ମଧ୍ୟ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଛି।
  2. ଦେଶରେ ଡିଟିଏଚ ସେବା ଯୋଗାଇବା ପାଇଁ ନିର୍ଦ୍ଦେଶାବଳୀରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏବେ ୨୦ ବର୍ଷ ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ଓ ପ୍ରତି ତିନି ମାସରେ ଲାଇସେନ୍ସ ଶୁଳ୍କ ସଂଗ୍ରହ କରାଯିବ।
  3. କେନ୍ଦ୍ର କ୍ୟାବିନେଟ ବୁଧବାର ୫୯ ହଜାର କୋଟି ଟଙ୍କାର ମାଟ୍ରିକ ଛାତ୍ରବୃତ୍ତି ଯୋଜନାକୁ ଅନୁମୋଦନ କରିଛି । ଏହି ଯୋଜନା ପାଞ୍ଚ ବର୍ଷରେ ଚାରି କୋଟି ଅନୁସୂଚିତ ଜାତି (ଏସସି) ଛାତ୍ରଛାତ୍ରୀଙ୍କୁ ଉପକୃତ କରିବ ।
  4.  କୃଷି ଆଇନକୁ ବିରୋଧ କରି ଚାଷୀମାନେ ଚଳାଇଥିବା ଆନ୍ଦୋଳନ ଆଜି ୨୮ ଦିନରେ ପହଞ୍ଚିଛି। ସରକାର ଚାଷୀଙ୍କ ସହ ଆଲୋଚନା ପାଇଁ ଆନ୍ତରିକତା ପ୍ରକାଶ କରୁନାହାନ୍ତି ଏବଂ ଚାଷୀଙ୍କ ସମସ୍ୟାକୁ ଗୌଣ ଭାବୁଛନ୍ତି ବୋଲି ଭାରତୀୟ କିଷାନ୍‌ ସଂଘର ନେତା ୟୁଦ୍ଧବୀର ସିଂହ କହିଛନ୍ତି।
  5. ରିପବ୍ଲିକ ଟିଭିର ହିନ୍ଦି ଚ୍ୟାନେଲ ଉପରେ ବ୍ରିଟିଶ ବ୍ରଡକାଷ୍ଟିଂ ରେଗୁଲେଟର ୨୦ ହଜାର ପାଉଣ୍ଡ ଅର୍ଥାତ ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । ଅଭିଯୋଗ ରହିଚି କି ଅର୍ଣ୍ଣବ ଚ୍ୟାନେଲରେ ବିିତର୍କ କରୁଥିବା ବେଳେ ହେଟ୍ ସ୍ପିଚ୍ ନିୟମ ଉଲ୍ଲଂଘନ କରିଛନ୍ତି ।
  6. କିଛି କଟକଣା ସହ ବୁଧବାର ଦିନ ତାମିଲନାଡୁ ସରକାର ଲୋକପ୍ରିୟ ‘ଜଲ୍ଲିକଟ୍ଟୁ’ (ଷଣ୍ଢ-କାବୁ କରିବା କ୍ରୀଡ଼ା) ଆୟୋଜନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି।
  7. ସହରାଞ୍ଚଳ ଗରିବମାନଙ୍କ ପାଇଁ ଓଡ଼ିଶା ସହରୀ ଆବାସ ଯୋଜନାରେ ୧,୩୯,୧୪୯ଟି ଗୃହ ଯୋଗାଇ ଦିଆଯାଇଛି। ୫୨ଟି ସହରାଞ୍ଚଳ ପାଇଁ ନୂଆ ୮୨୭୩ଟି ନୂଆ ଗୃହ ନିର୍ମାଣ ପ୍ରସ୍ତାବକୁ ଆଜି ଅନୁମୋଦନ ଦିଆଯାଇଛି।
  8. ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନାମ ବଦଳିଲା। ଆଜି ଠାରୁ ଏହାର ନାମ ହୋଇଛି ‘ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟ’।
  9. ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଆସନ୍ତା ୩୧ ତାରିଖ ଦିନ ଅବସର ନେବା ସଂକ୍ରାନ୍ତରେ ସରକାର ସୂଚିତ କରିଛନ୍ତି ।
  10. ବାଲେଶ୍ବର ଜିଲ୍ଲା ଚାନ୍ଦିପୁରଠାରେ ଅବସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ଆଜି ଅପରାହ୍ନରେ ୩ଟା ୫୫ ମିନିଟ୍‌ ସମୟରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର‌ ଏମ୍‌-ଆର୍‌ସାମ୍‌ର ସଫଳ ପରୀକ୍ଷା ହୋଇଛି।
  11. ଆଇଫୋନ୍ ନିର୍ମ‌ାଣ କରୁଥିବା ଆମେରିକାର ସଂସ୍ଥା ଆପଲ୍‌ ୨୦୨୪ରେ ଏହାର ଇଲେକ୍ଟ୍ରିକ୍ କାର୍ ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା ରଖିଛି। ଏଥିରେ କଂପାନି ଏକ ଅଭିନବ ବ୍ୟାଟେରି ପ୍ରଯୁକ୍ତି ବ୍ୟବହାର କରିବ।
  12. ଆଜାମନ୍‌ ଡଟ୍‌ ଇନ୍‌ରେ ଚଳିତ ବର୍ଷ କୋଟିପତି ବିକ୍ରେତାଙ୍କ ସଂଖ୍ୟାରେ ୨୯ ପ୍ରତିଶତ ବୃଦ୍ଧି ହୋଇଛି। ଏହି ପ୍ଲାଟଫର୍ମରେ ୪୧୫୨ ବିକ୍ରେତା ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ବିକ୍ରି କରିଛନ୍ତି। ଆମାଜନ୍ ସହ ସାତ ଲକ୍ଷ ବିକ୍ରେତା ଯୋଡ଼ିହୋଇଛନ୍ତି। ୨୦୨୦ରେ ୧.୫ ଲକ୍ଷ ନୂଆ ବିକ୍ରେତା ଯୋଗ ଦେଇଛନ୍ତି।
  13. ପ୍ରଜ୍ଞାନ ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍‌ (ଆଇସିଏ)ର ପ୍ରତିନିଧି ଭାବେ ଆଇପିଏଲ୍‌ ପରିଚାଳନା ପରିଷଦରେ ସାମିଲ ହୋଇଛନ୍ତି। ଗୁରୁବାର ବିସିସିଆଇର ୮୯ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ୍‌ ପରିଚାଳନା ପରିଷଦରେ ତା’ର ପ୍ରତିନିଧି ଭାବେ ଆଇସିଏ ୩୪ ବର୍ଷ ବୟସ୍କ ପ୍ରଜ୍ଞାନଙ୍କ ନାମ ଘୋଷଣା କରିଛି।
  14. ସୈନ୍ୟ ପ୍ରତ୍ୟାହାର ଏବେ ସମ୍ଭବ ନୁହେଁ ବୋଲି ଭାରତୀୟ ସେନା ସ୍ପଷ୍ଟ ଭାବେ ଜଣାଇଦେଇଛି। ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ ଭାରତୀୟ ସେନା ଫିଙ୍ଗର ୮ରୁ ସେନା ପ୍ରତ୍ୟାହାର କରି ଫିଙ୍ଗର ୧ ପର୍ଯ୍ୟନ୍ତ ଚାଲିଯାଉ।
  15. ଦେଶର ବିଶିଷ୍ଟ ଆନ୍ଥ୍ରୋପୋଲଜିଷ୍ଟ ତଥା ଭାରତୀୟ ମାନବ ବିଜ୍ଞାନ ସର୍ଭେ (ଆନ୍ଥ୍ରୋପୋଲଜିକାଲ ସର୍ଭେ ଅଫ ଇଣ୍ଡିଆ) ର ନିର୍ଦ୍ଦେଶକ ଡ.ଭି.କେ. ଶ୍ରୀବାସ୍ତବଙ୍କର ବୁଧବାର ପରଲୋକ ହୋଇଛି। ସେ କୋଭିଡ-୧୯ରେ ଆକ୍ରାନ୍ତ ଥିଲେ।
  16. ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍‌ ଗ୍ରେଟର ନୋଏଡା ସ୍ଥିତ ଦୁଇ କାରଖାନାକୁ ଔପଚାରିକ ବନ୍ଦ ଘୋଷଣା କରିଛି।୧୯୯୫ରେ ଗ୍ରେଟର ନୋଏଡାରେ ହୋଣ୍ଡା କାରର ପ୍ଳାଣ୍ଟ ନିର୍ମାଣ ହୋଇଥିଲା। ୧୯୯୭ରେ ଏହି ପ୍ଲାଣ୍ଟରୁ କାର ଉତ୍ପାଦନ ଆରମ୍ଭ ହୋଇଥିଲା। ହୋଣ୍ଡା ସିଟି, ସିଆର-ଭି, ହୋଣ୍ଡା ସିଭିକ୍‌ ସହିତ ଅନ୍ୟ ମଡେଲ୍‌ ଏହି ଠାରେ ହିଁ ଉତ୍ପାଦନ ହେଉଥିଲ। 
  17. ଅନୁସୂଚିତ ଜାତି(ଏସ୍‌ସି) ବର୍ଗର ଛାତ୍ରୀଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ଏସ୍‌ସି ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି। ଆସନ୍ତା ୫ ବର୍ଷରେ ୪ କୋଟିରୁ ଉର୍ଦ୍ଧ୍ବ ଏସସି ଛାତ୍ରଛାତ୍ରୀଙ୍କ ମେଟ୍ରିକ୍‌ ପରବର୍ତ୍ତୀ ସ୍କଲାରସିପ୍‌ (ଛାତ୍ରବୃତ୍ତି) ପାଇଁ ୫୯ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି କେନ୍ଦ୍ର ସରକାର। 
  18. ଓଡ଼ିଶାରେ ବିଦ୍ୟୁତ୍ କମ୍ପାନୀର ଘରୋଇକରଣକୁ ଶ୍ରମିକ-କର୍ମଚାରୀ-ଇଞ୍ଜିନିୟର ଏକତା ମଞ୍ଚ ବିରୋଧ କରିଛି ।
  19. ବେଙ୍ଗାଲୁରୁର ଅଙ୍କିତା ଗୌର ମହିଳାମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବିଶେଷ ଭାବେ ଯେଉଁ ମହିଳାମାନେ ଗର୍ଭାବସ୍ଥାରେ ବ୍ୟାୟାମ ଏବଂ ଶାରୀରିକ କାର୍ଯ୍ୟକଳାପ ପାଇଁ ଚିନ୍ତିତ ଅଛନ୍ତି, ସେମାନଙ୍କ ପାଇଁ ୫ ମାସର ଗର୍ଭବତୀ ଅଙ୍କିତା ନୂଆ ବାର୍ତ୍ତା ଦେଇଛନ୍ତି। ସେ ମାତ୍ର ୬୨ ମିନିଟରେ ୧୦ କିଲୋମିଟର ଦୌଡ଼ି ସଫଳତା ହାସଲ କରିଛନ୍ତି। ବୃତ୍ତିରେ ଇଞ୍ଜିନିୟର ଅଙ୍କିତା ରବିବାର ଦିନ ଟିସିଏସ୍ ୱାର୍ଲ୍ଡ ୧୦କେ ଦୌଡରେ ଏହି ସଫଳତା ହାସଲ କରିଛନ୍ତି। ସେ ଗତ ୯ ବର୍ଷ ଧରି ନିୟମିତ ଭାବରେ ଦୌଡିବା ଅଭ୍ୟାସ କରୁଥିବା ଜଣାପଡିଛି।
  20. ‘ପିଏମ୍‌ କିଷାନ୍‌’ ଯୋଜନାରେ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ଯିବ। ଦେଶର ପ୍ରମୁଖ ୬ ରାଜ୍ୟର ପ୍ରତିନିଧି ଶ୍ରେଣୀୟ କୃଷକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.