• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜାତୀୟ ରାଜଧାନୀରେ ଯାତ୍ରୀ ସେବା ଯୋଗାଇ ଦେଉଥିବା ମେଟ୍ରୋ ଟ୍ରେନଗୁଡିକ ଏବେ ବିନା ଚାଳକରେ ଚଳାଚଳ କରିବାରେ ଲାଗିବେ। ଡିସେମ୍ବର ୨୮ ତାରିଖ ଦିନ ମଜେଣ୍ଟା ଲାଇନ୍‌(ଜନକପୁରୀ ୱେଷ୍ଟ-ବଟାନିକାଲ ଗାର୍ଡନ)ରେ ଦେଶର ପ୍ରଥମ ଚାଳକ ରହିତ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବାକୁ ଯାଉଛି। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ।
  2.  ଭାରତ ସରକାର ପ୍ରଥମେ ଡିଜିଟାଲ ଷ୍ଟାଇକ୍ ଜରିଆରେ ୨୯ ଜୁନ୍ ୨୦୨୦ରେ ୫୯ଟି ଆପ୍‌କୁ ବ୍ୟାନ୍ କରିଥିଲେ । ଏହା ପରେ ସମୟକ୍ରମେ ୪୭, ୧୧୮ ଏବଂ ଏହା ପରେ ୪୩ଟି ଆପକୁ ବ୍ୟାନ୍ କରାଯାଇଥିଲା ।
  3. ଆସନ୍ତା ଜାନୁୟାରୀ ୧ ତାରିଖରୁ ଦେଶରେ ସମସ୍ତ ଯାନବାହାନ ପାଇଁ ଫାସଟ୍ୟାଗ୍ ବାଧ୍ୟତାମୂଳକ ।
  4. ମନ୍ଦିରରେ ଏବେ ପ୍ରତ୍ୟହ ୨ହଜାର ଦର୍ଶନାର୍ଥୀ ଆୟପ୍ପାଙ୍କ ପୂଜାର୍ଚ୍ଚନା କରିପାରୁଛନ୍ତି। ତେବେ ଏହି ସଂଖ୍ୟାକୁ ୫ ହଜାର କରିବା ଲାଗି କେରଳ ହାଇକୋର୍ଟ ନିର୍ଦ୍ଦେଶ କୋଭିଡରେ ସରକାରଙ୍କ ଲାଗି ମସ୍ତବଡ ସମସ୍ୟା ଭାବେ ଉଭା ହୋଇଛି। ମନ୍ଦିର ପ୍ରାଙ୍ଗଣକୁ ଯେତେ ସଂଖ୍ୟାରେ ଭକ୍ତଙ୍କ ପ୍ରବେଶ ହେବ କୋଭିଡ ସଂକ୍ରମଣ ବଢିବାର ଆଶଙ୍କା ମଧ୍ୟ ସେତିକି ବୃଦ୍ଧି ପାଇବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରାଳୟ ସୁପ୍ରିମକୋର୍ଟରେ ଦାଖଲ କରିଥିବା ପିଟିସନରେ କହିଛନ୍ତି। 
  5. ଗୁରୁବାର ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଶା କ୍ୟାରିଆର୍‌ ପୋର୍ଟାଲ୍‌ର ଶୁଭାରମ୍ଭ କରି କହିଲେ ଯେ ଏହି ନୂତନ ଓଡ଼ିଶା କ୍ୟାରିଅର୍‌ ପୋର୍ଟାଲ୍‌ ଏକ ଅଦ୍ୱିତୀୟ ଏବଂ ସମୟୋପଯୋଗୀ ।
  6. ଡିସେମ୍ବର ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସକୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି। 
  7.  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ୍‍ ସମ୍ମାନନିଧି ଯୋଜନା ଅଧୀନରେ ୯ କୋଟି ଚାଷୀଙ୍କ ବ୍ୟାଙ୍କ୍‍ ଜମାଖାତାକୁ ୧୮ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ।
  8. ୨୦୦୦ ମସିହାରୁ ୨୦୨୦ ପର୍ଯ୍ୟନ୍ତ, ଗତ ୨୦ ବର୍ଷ ମଧ୍ୟରେ ଭାରତରେ ସର୍ବାଧିକ ମୃତ୍ୟୁ ହୃଦଘାତରେ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଗତ ୨୦ ବର୍ଷ ମଧ୍ୟରେ ହୃଦଘାତରେ ୨୦ ଲକ୍ଷରୁ ଅଧିକ ମୃତ୍ୟୁ ଘଟିଛି। 
  9. ଧୂମପାନ କରୁଥିବା ଲୋକଙ୍କ ମଧ୍ୟରୁ ୮୩ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ହୃଦଘାତର ଆଶଙ୍କା ଅଧିକ ଥାଏ। ତେବେ ନିକଟରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଦେଶରେ ଲୋକଙ୍କ ଧୂମପାନ ଅଭ୍ୟାସ ହ୍ରାସ ପାଉଛି।
  10. ୨୦୧୬ ମସିହାରେ ସାର୍ବଜନୀନ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ସହରାଞ୍ଚଳର ୫୮ ପ୍ରତିଶତ ଡାକ୍ତରଙ୍କର ମେଡିକାଲ ଡିଗ୍ରୀ ଥିବାବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ମାତ୍ର ୧୯ ପ୍ରତିଶତ। ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ତଥ୍ୟ ଅନୁଯାୟୀ, ଭାରତର ବିଭିନ୍ନ ଗ୍ରାମାଞ୍ଚଳରେ ଥିବାପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ମଧ୍ୟରୁ ୮ ପ୍ରତିଶତ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ୬୧ ପ୍ରତିଶତ ଡାକ୍ତରଖାନାରେ ଜଣେ ମାତ୍ର ଡାକ୍ତର ରହିଛନ୍ତି।
  11. ଦେବଗଡ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା, ବୁଢାପାଳ ଓ ଚଢେଇମରା ଆଦି ତିନୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଉନ୍ନତ ମାନର କମଳା ଚାଷ ହେବା ସହ ପର୍ଯ୍ୟାପ୍ତ ପରିମାଣର କମଳା ଉତ୍ପାଦିତ ହୋଇଥାଏ। ଏହି ଅଂଚଳରୁ ଉତ୍ପାଦିତ ଆକର୍ଷଣୀୟ ରଙ୍ଗ ଓ ସ୍ୱାଦଯୁକ୍ତ କମଳାର ବେଶ୍‌ ଚାହିଦା ଥିବାରୁ ପ୍ରତି ବର୍ଷ ରାଜ୍ୟର ବିଭିନ୍ନ ଜିଲାରୁ ବେପାରୀମାନେ ଆସି ଏଠାରୁ କମଳା ସଂଗ୍ରହ କରିଥାନ୍ତି।
  12. ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ବର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀମାନଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି । 
  13. ଭାରତୀୟ ରେଳବାଇ ପ୍ରାୟ ୧ ହଜାର ୮୦୦ କୋଟି ଟଙ୍କା ମୂଲ୍ୟର ୪୪ତମ ବନ୍ଦେ ଭାରତ ଟ୍ରେନ୍ସେଟ୍ ଉତ୍ପାଦନ ପାଇଁ ଏକ ଚାଇନିଜ୍ କମ୍ପାନୀ ଏବଂ ଏକ ଭାରତୀୟ ଫାର୍ମର ବିଡକୁ ଅଯୋଗ୍ୟ ଘୋଷଣା କରାଯାଇଛି।
  14. ମୋଟ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୬ ହଜାର ୭୫୬ରେ ପହଞ୍ଚିଛି। ସେହିପରି ମୋଟ ପଜିଟିଭଙ୍କ ସଂଖ୍ୟା ୧ କୋଟି ୧ଲକ୍ଷ ୨୩ ହଜାର ୭୭୮କୁ ବୃଦ୍ଧି ପାଇଛି। ୨,୮୩,୮୪୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୬,୯୩,୧୭୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। 
  15. ଆୟକର ବିଭାଗ ୨୦୨୦-୨୧ ମୂଲ୍ୟାଙ୍କନ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଡିସେମ୍ବର ୨୦୨୦ ଡ଼ିସେମ୍ବର ୩୧ ତାରିଖ ସମୟ ଧାର୍ଯ୍ୟ କରିଛି । ଆୟକର  ଦାଖଲ କରିବାର ସମୟସୀମା ସାଧାରଣତ୩୧ ଜୁଲାଇ ଅଟେ, କିନ୍ତୁ କରୋନାଭାଇରସ୍ ମହାମାରୀ ହେତୁ ଚଳିତ ବର୍ଷ ଡିସେମ୍ବର ୩୧ କୁ ବୃଦ୍ଧି କରାଯାଇଛି।
  16. ଆତଙ୍କବାଦୀ ହାଫିଜ ସଇଦକୁ ପାକିସ୍ତାନର ଏକ ଆତଙ୍କନିରୋଧୀ କୋର୍ଟ ସାଢେ ୧୫ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ଏହା ସହିତ ତାକୁ ୨ ଲକ୍ଷ ପାକିସ୍ତାନୀ ଟଙ୍କାର ଜୋରିମାନା ଲଗାଯାଇଛି । 
  17. ଜାଲ୍ ଇନ୍‌ଭଏସ୍‌ ସମସ୍ୟାର ସମାଧାନ କରିବା ଲାଗି ଏକ ନୂଆ ନିୟମ ଜାରି କରାଯାଇଛି। ଯେଉଁ ସଂସ୍ଥାଗୁଡ଼ିକର ମାସିକ କାରବାର ପରିମାଣ ୫୦ ଲକ୍ଷ ଟଙ୍କାରୁ ଅଧିକ ସେମାନଙ୍କୁ ଅତିକମ୍‌ରେ ୧% ଜିଏସ୍‌ଟି ନଗଦ ରାଶିରେ ପଇଠ କରିବାକୁ କୁହାଯାଇଛି।
  18. ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପର୍ଯ୍ୟଟନ ବିଭାଗ ତରଫରୁ ଭିତରକନିକାରେ 'ଅରଣ୍ୟ ନିବାସ' ର ଶୁଭ ଉଦଘାଟନ କରିଛନ୍ତି । 
  19. ଭାରତୀୟ କ୍ରିକେଟ୍ ଟିମର ଚୟନକର୍ତ୍ତା ଘୋଷଣା କରିଛି ବିସିସିଆଇ । କ୍ରିକେଟ୍ ଉପଦେଷ୍ଟା କମିଟିର ସାକ୍ଷାତକାର ପ​‌ରେ ପୂର୍ବତନ କ୍ରିକେଟର ଚେତନ୍ ଶର୍ମାଙ୍କୁ ଚୟନ କମିଟି ମୁଖ୍ୟ ଭାବେ ଘୋଷଣା କରାଯାଇଛି । ଓଡିଶାର ପୂର୍ବତନ ଫାଷ୍ଟ୍ ବୋଲର ଦେବାଶିଷ ମହାନ୍ତିଙ୍କୁ ଚୟନ କମିଟି ପ୍ୟାନେଲ୍‌ରେ ସ୍ଥାନ ମିଳିଛି । ଦେବାଶିଷଙ୍କ ସମେତ ପୂର୍ବତନ ବୋଲର ଅଭୟ କରୁବିଲାଙ୍କୁ ମଧ୍ୟ ଚୟନ କମିଟିରେ ସ୍ଥାନ ମିଳିଛି ।
  20. ବିସିସିଆଇର ୮୯ ତମ ବାର୍ଷିକ ସାଧାରଣ ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୧ ଆଇପିଏଲରେ ପୂର୍ବ ଭଳି ୮ଟି ଦଳ ପ୍ରତିଯୋଗିତାରେ ଭାଗ ନେବେ କିନ୍ତୁ ୨୦୨୨ରେ ସେଥିରେ ଆଉ ଦୁଇଟି ଦଳ ସାମିଲ ହେବେ। 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.