• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମହାରାଷ୍ଟ୍ରର କୋହ୍ଲାପୁର ଅଞ୍ଚଳର ସୁଭଦ୍ରା ଲୋକାଲ ଏରିଆ ବ୍ୟାଙ୍କର ଲାଇସେନ୍ସ ବାତିଲ କରିଛି ରିଜର୍ଭ ବ୍ୟାଙ୍କ । ବ୍ୟଙ୍କରେ ଅନିୟମିତତା ଉପଲବ୍ଧି କରିବା ପରେ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।  ବ୍ୟାଙ୍କ ନିୟାମକ ଅଧିନିୟମ ୧୯୪୯ର  ଧାରା ୨୨ ଓ ୪ ଅନୁସାରେ ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରାଯାଇଛି ।
  2. ଅତିହ୍ୟ, ଜାତୀୟ ଭାଷା ପ୍ରୋତ୍ସାହନ, ଭାରତୀୟ ପରମ୍ପରା ଏବଂ ସଂସ୍କୃତି, ସ୍ୱାଧୀନତା ସଂଗ୍ରାମୀ, ସ୍ୱାଧୀନତା ସଂଗ୍ରାମ, ଲୋକ ସଂଗୀତ, ଭାଷା ଏବଂ ପର୍ଯ୍ୟଟନ ସହ ଜଡିତ ପ୍ରକଳ୍ପଗୁଡିକରେ କାର୍ଯ୍ୟ କରୁଥିବା ଲୋକ କିମ୍ବା ସଂସ୍ଥାଗୁଡିକ ଫଟୋଗ୍ରାଫ୍ କିମ୍ବା ଭିଡିଓ ସୁଟିଂ ପାଇଁ ଦେୟ ପ୍ରଦାନ କରିବେ ନାହିଁ। 
  3. ଆସନ୍ତା ୩୧ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କ ଅବସର ପରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ।
  4. ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ କ୍ରିକେଟ ଟେଷ୍ଟ ପାଇଁ ଶୁକ୍ରବାର ଟିମ୍ ଇଣ୍ଡିଆ ତାର ଚୂଡାନ୍ତ ଏକାଦଶ ଘୋଷଣା କରିଛି। ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟବରଣ କରିଥିବା ଭାରତ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ତିଷ୍ଠି ରହିବା ପାଇଁ ଏହି ମ୍ୟାଚରେ ବିଜୟ ଆବଶ୍ୟକ କରୁଛି । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେ ଦଳର ନେତୃତ୍ୱ ନେବେ।
  5.  ୮ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ କେରଳ ରାଜଧାନୀ ଥିରୁବନନ୍ତପୁରମର ମେୟର ହେବେ ଜଣେ ୨୧ ବର୍ଷୀୟ କଲେଜ ଛାତ୍ରୀ । ଯଦି ଦଳର ରାଜ୍ୟ କମିଟି ଜିଲା କମିଟି ପ୍ରସ୍ତାବକୁ ଅନୁମୋଦନ କରେ ତେବେ ଏହି ଯୁବତୀ ଦେଶର ସର୍ବକନିଷ୍ଠ ମେୟର ଭାବରେ ନିର୍ବାଚିତ ହେବେ ।
  6. ଆନ୍ଧ୍ର ପ୍ରଦେଶ ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ରାଜ୍ୟର ଥିବା ମ୍ୟୁନିସିପାଲିଟି ସ୍କୁଲର ପ୍ରୋଜେକ୍ଟଗୁଟିକୁ ଚଳିତ ଶିକ୍ଷାବର୍ଷରେ ବିଶ୍ବର ଅନ୍ୟତମ ସମ୍ମାନସ୍ପଦ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ତତ୍ତ୍ବାବଧାନରେ ପରିଚାଳନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯୋଗାଯୋଗ କ୍ଷେତ୍ରରେ ଅଧିକ ଦକ୍ଷତା ପ୍ରତିପାଦନ ପାଇଁ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବ କେମ୍ରିଜ୍ ବିଶ୍ବବିଦ୍ୟାଳୟ ।
  7. ଏପ୍ରିଲ୍‌ ୧ରେ ପ୍ରଥମ କରୋନା ସଂକ୍ରମିତ ଧରାବୀରୁ ଚିହ୍ନଟ ହେବା ପରେ ମୁମ୍ବାଇ ପ୍ରଶାସନ ପାଇଁ ଚିନ୍ତା ବହୁଗୁଣିତ ହୋଇଥିଲା। କାରଣ ଧରାବୀ ଭଳି ଜନଗହଳି ପୂର୍ଣ୍ଣ ବସ୍ତିରେ କରୋନାକୁ ରୋକିବା ଏକ ପ୍ରକାର ଅସମ୍ଭବ ବୋଲି କୁହାଯାଉଥିଲା। ଦୀର୍ଘ ୮ ମାସର ସଂଘର୍ଷ ପରେ ଆଜି ପ୍ରଥମ ଥର ଜଣେ ହେଲେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇନଥିବା ନେଇ ଜଣେ ବିଏମସି ଅଧିକାରୀ ପିଟିଆଇକୁ ସୂଚନା ଦେଇଛନ୍ତି।
  8. ୪୮ ବର୍ଷୀୟ ନେଦୁମଙ୍ଗଦ କେରଳର ମଲଂକରା ଡ୍ୟାମ୍‌ରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ଡ୍ୟାମ ଗଭୀର ହୋଇଥିବାରୁ  ବାହାରକୁ ଆସିବାକୁ ଚେଷ୍ଟା କରି ସେ ବିଫଳ ହୋଇଥିବା ସୂଚନା ମିଳିଛି। ଶେଷରେ ଡ୍ୟାମ ଭିତରେ ଶେଷ ନିସ୍ବାଶ ତ୍ୟାଗ କରିଥିଲେ ଅନୀଲ।
  9. ଉଚ୍ଚ ରକ୍ତଚାପ ଜନିତ କାରଣରୁ ରଜନୀକାନ୍ତ ହଠାତ୍ ଅସୁସ୍ଥ ହୋଇପଡିଥିଲେ।ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତେବେ ନିକଟରେ ଏକ ପରୀକ୍ଷା ବେଳେ ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲା। 
  10. ଭାରତରେ ପ୍ରତିବର୍ଷ ହେଉଥିବା ସଡ଼କ ଦୁର୍ଘଟଣା ମଧ୍ୟରୁ ବାଇକ ବା ଦୁଇ ଚକିଆ ଯାନ ଦୁର୍ଘଟଣାର ଏକ ବଡ଼ ଭାଗ ରହିଛି ।
  11. କୃଷକ ଆନ୍ଦୋଳନ ଯୋଗୁଁ ଭାରତୀୟ ରେଳକୁ ପ୍ରାୟ ୨୪୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । କୃଷକ ଆନ୍ଦୋଳନ ଯୋଗୁଁ ପଞ୍ଜାବର ବିଭିନ୍ନ ସ୍ଥାନରେ ରେଳ ଚଳାଚଳ ପ୍ରଭାବିତ ହେଉଥିବାରୁ ଏହି କ୍ଷତିର ପରିମାଣ ଦିନକୁ ଦିନ ବଢିଚାଲିଛି । 
  12. ଆର୍ଯ୍ୟା କେରଳର ରାଜଧାନୀ ତିରୁବନନ୍ତପୁରମ୍ ଜିଲ୍ଲାର ମେୟର ହେବା ନେଇ ସୂଚନା ମିଳିଛି । ଏହି ପଦବିରେ ବସିବାକୁ ଯାଉଥିବା ଆର୍ଯ୍ୟା ଦେଶର ସବୁଠାରୁ କନିଷ୍ଠ ମେୟର ହେବେ । ଏବେ ଆର୍ଯ୍ୟାଙ୍କୁ ମାତ୍ର ୨୧ ବର୍ଷ ହୋଇଛି।
  13. ପ୍ରଥମେ ୪ଟି ରାଜ୍ୟରେ  ଅଭ୍ୟାସମୂଳକ ଭାବେ ଟିକାଦାନ କରାଯିବ । ଏହି ୪ଟି ରାଜ୍ୟ ହେଲେ ପଞ୍ଜାବ, ଆନ୍ଧ୍ରପ୍ରଦେଶ,ଆସାମ ଓ ଗୁଜୁରାଟ । ଚଳିତମାସ ୨୮ ଓ ୨୯ ତାରିଖରେ ଏହି ଅଭ୍ୟାସ (ଡ୍ରାଏରନ) କରାଯିବ ।
  14. ବିହାରରେ ମିଳିତ ଭାବେ ସରକାର ଗଠନ କରିଥିବା ବିଜେପି ଏବେ ଅରୁଣାଚଳ ପ୍ରଦେଶରେ ଜେଡିୟୁର ୬ ଜଣ ବିଧାୟକଙ୍କୁ ଦଳରେ ସାମିଲ କରିଛି ।
  15. ପ୍ରଧାନମନ୍ତ୍ରୀ କିଷାନ୍‌ ସମ୍ମାନ ନିଧି’ ଯୋଜନାର ପରବର୍ତ୍ତୀ କିସ୍ତି ଭାବେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ କୋଟି କୃଷକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ୧୮,୦୦୦ କୋଟି ଟଙ୍କା ପ୍ରେରଣ କରିଛନ୍ତି।
  16. ‘ନ୍ୟାସ୍‌ନାଲ୍‌ ଏରୋନଟିକ୍ସ୍‍ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ରେ (ନାସା) ରଖାଯାଇଥିବା ସମୁଦାୟ ୨୭ଟି ମାଙ୍କଡ଼ଙ୍କୁ ଗତବର୍ଷ ଗୋଟିଏ ଦିନରେ ହତ୍ୟା କରାଯାଇଥିବା କଥା ‘ଗାର୍ଡିଆନ୍‌’ ନାମକ ଖବରକାଗଜ ରିପୋର୍ଟ କରିଛି।
  17. ଭାରତରେ ଆଜି ନୂଆ ଭାଇରସ୍‌ ଚିହ୍ନଟ ହେବାପରେ କେତେକ ଜରୁରୀ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ବିଜୟୱାଡ଼ାରେ ଜଣେ ଏଂଗ୍‌ଲୋ ଇଣ୍ଡିଆନ୍‌ ମହିଳା ଏହି ନୂତନ ଭାଇରସ୍‌ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ମହିଳାଙ୍କ ନାମ ମେରୀ ୱିନ୍‌ଫ୍ରେଡ୍‌ ଆନ୍‌ ଏବଂ ସେ ରାଜମହେନ୍ଦ୍ରୀର ଏକ ଘରୋଇ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଅଛନ୍ତି। ମହିଳା ଜଣକ ନିକଟରେ ବ୍ରିଟେନ୍‌ରୁ ଫେରିଥିଲେ ଏବଂ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବା ପରେ ପରବର୍ତ୍ତୀ ପରୀକ୍ଷଣ ପାଇଁ ପଠାଯାଇଥିଲା।
  18. ଚାଷୀମାନଙ୍କ ସୁବିଧା ଅନୁଯାୟୀ ସରକାର ସେମାନଙ୍କୁ ଷଷ୍ଠ ଥର ପାଇଁ ଆଲୋଚନା କରିବାକୁ ଡାକିଛନ୍ତି। ତେବେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଥିବାରୁ ଏ ବାବଦରେ ନୂଆ ଦାବି ନ ରଖିବାକୁ ସରକାର ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଚାଷୀ ସଂଗଠନମାନେ ସରକାରଙ୍କ ସହ ଆଲୋଚନା ପାଇଁ ରାଜି ନାହାନ୍ତି ଏବଂ ନୂଆ ଏଜେଣ୍ଡା ନ ଆଣିବା ପର୍ଯ୍ୟନ୍ତ ସରକାରଙ୍କ ସହ କୌଣସି କଥାବାର୍ତ୍ତା ହୋଇପାରିବନି ବୋଲି କୁହାଯାଇଛି। ନୂଆ କୃଷି ଆଇନକୁ ବିରୋଧ କରି ଆଜି ଆଉ ଏକ ଚାଷୀ ସଂଗଠନ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ମାମଲା ଦାଏର କରାଯାଇଛି।
  19. ଖ୍ରୀଷ୍ଟମାସ ଅବସରରେ ପୁରୀ ବେଳାଭୂମିରେ ଏକ ୩ଡି ଖ୍ରୀଷ୍ଟମାସ ବାଲୁକା କଳା କରି କୋଭିଡ-୧୯କୁ ନେଇ ଲୋକଙ୍କୁ ସତର୍କ ଏବଂ ସୁରକ୍ଷିତ ରହିବା ପାଇଁ କହିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
  20. ଆମାଜନ ଆପରେ ମରାଠୀ ଭାଷା ଅନ୍ତର୍ଭୂକ୍ତ କରିବାକୁ ମହାରାଷ୍ଟ୍ର ନବନିର୍ମାଣ ସେନା ଦାବି କରୁଛି | ମହାରାଷ୍ଟ୍ର ନବନିର୍ମାଣ ସେନା କାର୍ଯ୍ୟକର୍ତ୍ତାମାନେ ଶୁକ୍ରବାର ମୁମ୍ବାଇର ଆମାଜନ ଅଫିସରେ ପଶି ଭଙ୍ଗାରୁଜା କରିଥିବାବେଳେ ଏହି ଘଟଣାରେ ମୁମ୍ବାଇ ପୁଲିସ ତଦନ୍ତ କରୁଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.