• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କୃଷି ମନ୍ତ୍ରାଳୟଙ୍କୁ ସୂଚନା ଅଧିକାର ଆଇନ(ଆରଟିଆଇ)ରେ ମଗାଯାଇଥିବା ସୂଚନାରେ ସରକାର ଚାଷୀଙ୍କ ସହ ଆଇନ ନେଇ କରିଥିବା ଆଲୋଚନାର କୌଣସି ରେକର୍ଡ ରଖିନଥିବା ଏକ ଜାତୀୟ ଗଣମାଧ୍ୟ ସୂତ୍ରରୁ ଦୈନିକ ସମ୍ବାଦପତ୍ର ‘ଜନସତ୍ତା’ ସୂଚିତ କରିଛି ।
  2. ଭରୁଚ ସାଂସଦ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନସୁଖ ବାସୱା ବିଜେପିରୁ ଇସ୍ତଫା ଦେଇଛନ୍ତି। 
  3.  ଆନ୍ନା ହଜାରେ ତାଙ୍କ ଶେଷ ଆନ୍ଦୋଳନ ନେଇ ମଙ୍ଗଳବାର ଘୋଷଣା କରିଛନ୍ତି। ସେ ଏହି ଆନ୍ଦୋଳନ ଦେଶର ଚାଷୀଙ୍କ ଲାଗି କରିବେ ବୋଲି କହିଥିବା ବେଳେ  ଦିଲ୍ଲୀଠାରେ ଜାନୁୟାରୀ ମାସରେ ଆରମ୍ଭ କରିବେ । 
  4. କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ବିଶ୍ୱ ଟୀକା ଓ ଟୀକାକରଣ ପରିଷଦ (ଗାଭି)ର ଅନ୍ୟତମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ସେ ଦକ୍ଷିଣ ପୂର୍ବ ଏବଂ ପଶ୍ଚିମ କ୍ଷେତ୍ର ଆଞ୍ଚଳିକ କାର୍ଯ୍ୟାଳୟର ପ୍ରତିନିଧିତ୍ୱ କରିବେ। 
  5. ୨୦୨୧ରେ ଅନ୍ତର୍ଜାତୀୟ ଟ୍ରାଭେଲ ଉପରେ ପଡିବାର ଆଶଙ୍କା କରାଯାଉଛି। ଏଥିରେ ମାସ୍କ ଓ ସୋସିଆଲ ଡିଷ୍ଟାନସିଂ ଭଳି ଭାକ୍ସିନ ପାସପୋର୍ଟ ଅର୍ଥାତ ଡିଜିଟାଲ ହେଲଥ୍ ପାସ୍‌ର ମଧ୍ୟ ଆବଶ୍ୟକତା ପଡିପାରେ ବୋଲି ଆଶଙ୍କା କରାଯାଉଛି।
  6. ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ।
  7. ବିଧାନ ପରିଷଦର ଉପ-ସଭାପତି ଏସ୍‌ଏଲ୍‌ ଧର୍ମଗୌଡ଼ାଙ୍କ ମୃତଦେହ ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍‌ରୁ ମିଳିଛି ।
  8. ପଞ୍ଜାବରେ କୃଷକଙ୍କ ଆକ୍ରୋଶର ଶିକାର ହୋଇଛି ମୋବାଇଲ ଟାଓ୍ୱାର । ରାଜ୍ୟରେ ଥିବା ୧୫୦୦ରୁ ଅଧିକ ମୋବାଇଲ ଟାଓ୍ୱାରକୁ କୃଷକମାନେ ଭାଙ୍ଗିରୁଜି ବିଦ୍ୟୁତ ସରବରାହ ବିଛିନ୍ନ ଦେଇଛନ୍ତି ।
  9. ୧୯୯୬ ମସିହାର ୩ ଜଣ ଆଇପିଏସ୍ ଅଧିକାରୀଙ୍କ ଏଡିଜି ପାହ୍ୟା ପଦୋନ୍ନତି କରାଯାଇଛି। ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା। 
  10. ନଭେମ୍ବର ୩୦ ତାରିଖରୁ ଓଡିଶାକୁ ବ୍ରିଟେନ୍ ରୁ ଫେରିଛନ୍ତି ୧୮୧ ଜଣ । ସେମାନଙ୍କ ମଧ୍ୟରୁ ୧୧୯ ଜଣଙ୍କର ପତ୍ତା ମିଳିଛି । ଏପର୍ଯ୍ୟନ୍ତ ୬ ବ୍ରିଟେନ୍ ଫେରନ୍ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିସାରିଛି ।
  11. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୧ରେ ଗୁଜରାଟର ରାଜକୋଟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ଏହାର ଆନୁମାନିକ ମୂଲ୍ୟ ୧୧୯୫ କୋଟି ଟଙ୍କା ହେବ ଏବଂ ଏହା ୨୦୨୨ ମଧ୍ୟଭାଗ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଏଥିରେ ଅତ୍ୟାଧୁନିକ ଡାକ୍ତରଖାନାରେ ୭୫୦ ଶଯ୍ୟା ସହ ୩୦ ଶଯ୍ୟା ବିଶିଷ୍ଟ ଆୟୁଷ ବ୍ଲକ ମଧ୍ୟ ରହିବ।
  12. ନୂତନ ଜ୍ଞାନକୌଶଳ ମାଧ୍ୟମରେ ତିଆରି କରାଯାଇଥିବା ଏହି ଅତ୍ୟାଧୁନିକ ୨୪ ଘଂଟିଆ ରିମୋଟ୍ ମନିଟରିଂ ସମଗ୍ର ଭାରତରେ ଆଇଓସିଏଲ ଦ୍ୱାରା ପରିଚାଳିତ ସମସ୍ତ ୮ଟି ରିଫାଇନାରୀ କାର୍ଯ୍ୟର ଟ୍ରାକିଂ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
  13. ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀ ଦେଶର ବୃହତ୍ତମ ଘରୋଇ କ୍ଷେତ୍ର ଋଣ ପ୍ରଦାନକାରୀ ବ୍ୟାଙ୍କ ଏଚଡ଼ିଏଫସିର ପରବର୍ତ୍ତୀ ଅଧ୍ୟକ୍ଷ ହେବାର ସମ୍ଭାବନା ରହିଛି।
  14. ବ୍ରିଟେନକୁ ବିମାନ ଯାତାୟତ ୩୧ ତାରିଖ ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି । ମାତ୍ର ଆସନ୍ତା ୩୧ ତାରିଖ ପରେ ଅର୍ଥାତ୍ ଜାନୁଆରୀ ୧ ତାରିଖରୁ ଆଉ କିଛିଦିନ ପାଇଁ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି ହୋଇପାରେ
  15. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିୟୁ ଭାଉପୁର-ନିୟୁ ଖୁର୍ଜା ପୂର୍ବାଞ୍ଚଳ ଉତ୍ସର୍ଗୀକୃତ ପରିବହନ କରିଡର୍‍ର ଉଦ୍‍ଘାଟନ କରିଛନ୍ତି। ଉତ୍ତର ପ୍ରଦେଶର ୩୫୧ କିଲୋମିଟର ଦୀର୍ଘ ନିୟୁ ଭାଉପୁର-ନିୟୁ ଖୁର୍ଜା ପୂର୍ବାଞ୍ଚଳ ଉତ୍ସର୍ଗୀକୃତ ପରିବହନ କରିଡର୍‍ ନିର୍ମାଣରେ ୫ ହଜାର ୭୫୦ କୋଟି ଟଙ୍କା ବ୍ୟୟ କରାଯାଇଛି। 
  16. ନୂଆ ବର୍ଷ ଅର୍ଥାତ୍ ୧ ଜାନୁୟାରୀ ୨୦୨୧ରୁ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଫାଷ୍ଟାଗ୍ (FASTag) ବାଧ୍ୟତାମୂଳକ କରାଯିବ। ଏନ୍‍ଏଚ୍‍ଏଆଇ ନିଜ ମୋବାଇଲ୍ ଆପ୍‍ ‘ମାଇଁ ଫାଷ୍ଟାଗ୍‍ ଆପ’ରେ ଚେକ୍‍ ବାଲାନ୍ସ ଷ୍ଟାଟସ୍‍ ନାମକ ଏକ ନୂତନ ଫିଚର୍‍ ଯୋଡିଛି।
  17. ଗତ ୪ ଦିନ ତଳେ ତଥା ଖ୍ରୀଷ୍ଟମାସ ଦିବସରେ ଆମେରିକୀୟ ସହର ନାସ୍‌ଭିଲ୍‌ରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଥିଲା।‌ ବୋମା ନିକ୍ଷେପ କରିଥିବା ଆକ୍ରମଣକାରୀ ଆନ୍ଥୋନି କ୍ବିନ୍‌ ୱାର୍ନର୍‌ ଏଥିରେ ନିହତ ହୋଇଥିଲା ଏବଂ ଅନ୍ୟମାନେ ଆହତ ହୋଇଥିଲେ। ପାଖାପାଖି ୧୫ଟି ଘର କ୍ଷତିଗ୍ରସ୍ତ ହୋଇଥିଲା।
  18. ଦୀର୍ଘ ୬ ମାସ ପରେ ଦେଶରେ ସବୁଠୁ କମ୍‌ ଦୈନିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୬,୪୩୨ ସଂକ୍ରମଣ ଚିହ୍ନଟ ହୋଇଛି। ଦୀର୍ଘ ୧୮୭ ଦିନ ପରେ ଦେଶରେ ଏତେ କମ୍‌ ସଂକ୍ରମଣ ଚିହ୍ନଟ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୧,୦୨,୨୪,୩୦୩ ରହିଛି।
  19. ଚଳିତ ବର୍ଷ କରୋନା କଟକଣା ପାଇଁ ଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ସୀମିତ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ ଓ ସୀମିତ  ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦିଆଯିବ । 
  20. ନୂତନ ପ୍ରସ୍ତାବ ଅନୁଯାୟୀ ଦେଶର ସମସ୍ତ କାରରେ ଯାତ୍ରୀ ସିଟ୍‌ ପାଇଁ ଏୟାରବ୍ୟାଗ ବାଧ୍ୟତାମୂଳକ କରାଯିବା ଆବଶ୍ୟକ। ଆଉ ଏହାର କାର୍ଯ୍ୟାନ୍ଵୟନ ପାଇଁ ସମୟସୀମା ହେଉଛି ନୂତନ ମଡେଲଗୁଡିକ ପାଇଁ ୧ ଏପ୍ରିଲ ୨୦୨୧ ଏବଂ ପ୍ରଚଳିତ ମଡେଲଗୁଡିକ ପାଇଁ ୧ ଜୁନ୍‌ ୨୦୨୧। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.