• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗୋଟିଏ ପଟେ ହିଂସାକାଣ୍ଡ ଜାରି ରହିଥିବା ବେଳେ ଅନ୍ୟ ପଟେ ଆମେରିକା କଂଗ୍ରେସ ଜୋ ବାଇଡେନ୍‌ଙ୍କ ବିଜୟ ଉପରେ ମୋହର ଲଗାଇଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ହେବା ପାଇଁ ମୋଟ ୨୭୦ ଇଲେକ୍ଟୋରାଲ ଭୋଟ ଦରକାର ଥିବାବେଳେ ଜୋ ବାଇଡେନଙ୍କୁ ମିଳିଛି ମୋଟ ୩୦୬ ଭୋଟ । ଆମେରିକା କଂଗ୍ରେସ ମଞ୍ଜୁରୀ ଦେବା ପରେ ଜୋ ବାଇଡେନ ବିଧିବଦ୍ଧଭାବେ ରାଷ୍ଟ୍ରପତି ହେବେ ।
  2. ଭାରତରୁ ପ୍ରାୟ ୧.୫ ମିଲିୟନ ଟିକା ନେବାକୁ ଯୋଜନା କରୁଛି ଦକ୍ଷିଣ ଆଫ୍ରିକା । ସେରମ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ହେଉଥିବା ଭ୍ୟାକସିନ୍‌ କୋଭିସିଲ୍ଡ ପାଇଁ ଭାରତ ସରକାରଙ୍କ ଆଲୋଚନା କରାଯାଇଛି ।
  3. ଆମେରିକା କ୍ୟାପିଟଲ ଉପରେ ତାଙ୍କ ସମର୍ଥକଙ୍କ ଆକ୍ରମଣ ଘଟଣାର ଚର୍ଚ୍ଚା ନ ଥମୁଣୁ ଇରାକର ଏକ କୋର୍ଟ ଟ୍ରମ୍ପଙ୍କ ଗିରଫ ଲାଗି ୱାରେଣ୍ଟ ଜାରି କରିଥିବା ଜଣାପଡିଛି।
  4. ମନ୍ଦିର ନିର୍ମାଣ ପାଇଁ ଆରଏସଏସ ଦେଶର ୫ ଲକ୍ଷ ଗାଁ ବୁଲିବା ସହିତ ପ୍ରାୟ ୧୦ କୋଟି ପରିବାରରୁ ଚାନ୍ଦା ଆଦାୟ କରିବ ।
  5.  ପଡୋଶୀ ଦେଶ ଭାରତ ଠାରୁ କୋଭିଡ୍ ଭ୍ୟାକସିନ ନେବାକୁ ଏକ ଚୁକ୍ତି ସ୍ବାକ୍ଷର ହୋଇଥିବା କହିଛନ୍ତି ମିଆଁମାର ଷ୍ଟେଟ୍ କାଉନସିଲର ଅଙ୍ଗ୍-ସାନ୍-ସୁ-କ୍ୟୁଇ । 
  6. ସମୁଦ୍ରରେ ଚୀନର ପ୍ରତିଟି ଚାଲ୍‌କୁ ମାତ୍ ଦେବା ଲାଗି ଆମେରିକା ଓ ଜାପାନ, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲୀ ପରି ଶକ୍ତିଶାଳୀ ଦେଶକୁ ଦକ୍ଷିଣ ଚୀନ ସାଗରରେ ଆମନ୍ତ୍ରିତ କରିଛନ୍ତି। ଅନ୍ୟପଟେ ଚୀନ ଦ୍ରୁତ ଗତିରେ ନିଜ ସେନାର ଆଧୁନିକିକରଣ କରିବାରେ ଜୁଟି ଯାଇଛି। ଯାହା ଜରିଆରେ ସେ ନିଜର ସମୁଦ୍ର କ୍ଷେତ୍ର ଏବଂ କ୍ଷେତ୍ରୀୟ ମହତ୍ଵକାଂକ୍ଷାକୁ ପୂରା କରିବାକୁ ଚାହୁଁଛି।
  7. ଭାରତ ବାୟୋଟେକ୍ ଦେଶରେ  ଜଲଦି ନାଜାଲ ଭ୍ୟାକସିନର ପରୀକ୍ଷଣ  ଆରମ୍ଭ କରିବାକୁ ଯାଉଛି। ନାଗପୁରରେ ଏହି ଭ୍ୟାକସିନର ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ନାଜାଲ ଭ୍ୟାକସିନକୁ ନାକ ଜରିଆରେ ଦିଆଯାଉଥିବା ବେଳେ ଏ ପର୍ଯ୍ୟନ୍ତ ଭାରତରେ ମଞ୍ଜୁରୀ ମିଳିଥିବା ଦୁଇଟି ଭ୍ୟାକସିନକୁ ହାତରେ ଇଞ୍ଜେକ୍ସନ ଜରିଆରେ ଦିଆଯାଏ।
  8. ୫.୫କୋଟି ଟଙ୍କାର ଠକାମିର ଶିକାର ହୋଇଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା। କାର ଡିଜାଇନର୍ ଦିଲୀପ ଛାବ୍ରିଆଙ୍କ ଦ୍ବାରା ସେ ଠକାମିର ଶିକାର ହୋଇଥିବା ଜଣାପଡ଼ିଛି। 
  9. ଜେଇଇ ଆଡଭାନ୍ସଡ ପରୀକ୍ଷା ଆସନ୍ତା ଜୁଲାଇ ୩ ତାରିଖରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସୂଚନା ଦେଇଛନ୍ତି ।
  10. ଆମେରିକା କଂଗ୍ରେସ ଦ୍ୱାରା ଜୋ-ବାଇଡେନଙ୍କୁ ନିର୍ବାଚିତ ରାଷ୍ଟ୍ରପତି ଭାବେ ସାମ୍ବିଧାନିକ ମୋହର ଲଗାଇବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ପରାଜୟକୁ ସ୍ବୀକାର କରିଥିବା ଜଣାପଡ଼ିଛି। ସେ କହିଛନ୍ତି, ‘ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି, 
  11. ଗୁରବାର ଦିନ ଦେଶରେ କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ନିୟୁତ ଟପିଯାଇଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୨୦,୩୪୬ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୩୯୫, ୨୭୮ରେ ପହଞ୍ଚିଛି। 
  12. ରାଜ୍ୟର ବିଶିଷ୍ଟ କ୍ରୀଡ଼ାବିତ୍‌, କ୍ରୀଡ଼ା ସଂଗଠକ ତଥା ଭାରତୀୟ ଗେଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟକ ମରୋରଂଜନ ମିଶ୍ରଙ୍କୁ ମିଳିଛି ‘ଡକ୍ଟର ଅଫ ‌ସ୍ପୋର୍ଟସ୍‌’ ସମ୍ମାନ। ପୁଡୁଚେରୀସ୍ଥିତ ଗ୍ଲୋବାଲ୍‌ ହ୍ୟୁମାନ ପିସ୍‌ ୟୁନିଭର୍ସିଟି ମନୋରଂଜନଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ‘ଡକ୍ଟର ଅଫ୍‌ ସ୍ପୋର୍ଟସ’ ପ୍ରଦାନ କରିଛି। 
  13. ଅଷ୍ଟ୍ରେଲିଆକୁ ଗାଦିଚ୍ୟୁତ କରି ନ୍ୟୁଜିଲାଣ୍ଡ୍‌ ଆଇସିସି ଟେଷ୍ଟ୍‌ ଦଳଗତ ମାନ୍ୟତାରେ ଏକ ନମ୍ବର ସ୍ଥାନ ଦଖଲ କରିନେଇଛି। 
  14. ଆସନ୍ତା ୨୦୨୭-୨୮ ଆର୍ଥିକ ବର୍ଷ ସୁଦ୍ଧା ନାଲକୋ ନିଜର ସଂପ୍ରସାରଣ ଓ ବିବିଧକରଣ କାର୍ଯ୍ୟରେ ପ୍ରାୟ ୩୦ ହଜାର କୋଟିର ପୁଞ୍ଜି ନିବେଶ କରିବ ବୋଲି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।
  15. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଫି’ ହ୍ରାସ ନେଇ ଏକ ରିପୋର୍ଟ ପ୍ରଦାନ କରିଥିଲା । ଏଥିରେ ଆବାସିକ ବିଦ୍ୟାଳୟଗୁଡ଼ିକର ଫି ସର୍ବାଧିକ ୩୦% ହ୍ରାସ ନିମନ୍ତେ ସୁପାରିସ କରାଯାଇଥିଲା । ବାର୍ଷିକ ୧ ଲକ୍ଷ ଟଙ୍କା ବା ତହିଁରୁ ଅଧିକ ସ୍କୁଲ ଫି ନେଉଥିବା ଘରୋଇ ସ୍କୁଲ ଫି’ ୨୬% ଛାଡ଼ କରିବାକୁ କମିଟି ପ୍ରସ୍ତାବ ଦେଇଥିଲା । ସେହିପରି ବାର୍ଷିକ ୭୨ ହଜାରରୁ ୧ ଲକ୍ଷ ଟଙ୍କା ନେଉଥିବା ସ୍କୁଲ ଫି ୨୫%, ବାର୍ଷିକ ୪୮ହଜାରରୁ ୭୨ ହଜାର ଟଙ୍କା ପର୍ଯ୍ୟନ୍ତ ଫି ନେଉଥିବା ସ୍କୁଲଗୁଡ଼ିକ ୨୦%, ବାର୍ଷିକ ୨୪ ହଜାରରୁ ୪୮ ହଜାର ଟଙ୍କା ପର୍ଯ୍ୟନ୍ତ ଫି ସଂଗ୍ରହ କରୁଥିବା ସ୍କୁଲ ୧୫%, ସେହିପରି ଅଭିଭାବକଙ୍କଠାରୁ ବାର୍ଷିକ ୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ଫି ଆଦାୟ କରାଯାଉଥିଲେ ୧୨% ଏବଂ ବାର୍ଷିକ ୬ ହଜାରରୁ ୧୨ ହଜାର ଟଙ୍କା ସ୍କୁଲ ଫି କ୍ଷେତ୍ରରେ ୭.୫% ସ୍କୁଲ ଫି ଛାଡ଼ କରିବାକୁ ପ୍ରସ୍ତାବ ରହିଥିଲା। ତେବେ ବାର୍ଷିକ ୬ ହଜାର ଟଙ୍କା ସ୍କୁଲ ଫି ଦେଉଥିବା ଅଭିଭାବକଙ୍କୁ ଏଥିରେ କୌଣସି ଛାଡ଼ର ବ୍ୟବସ୍ଥା ହୋଇ ନ ଥିଲା ।
  16. ସାଇବର ଠକେଇ ରୋକିବାକୁ ହେଲ୍‌ପ ଡେସ୍କ ଆରମ୍ଭ, ଠକେଇର ଶିକାର ହେଲେ ୧ ଘଣ୍ଟା ମଧ୍ୟରେ ୭୪୪୦୦୦୬୭୦୯ ନମ୍ବରକୁ ଜଣାଇବା ପାଇଁ ପରାମର୍ଶ
  17. ବନ୍ୟଜନ୍ତୁ ସଂରକ୍ଷଣ ଆଇନ-୧୯୭୨ ଅନୁସାରେ ଯେଉଁ ବନ୍ୟଜନ୍ତୁମାନେ ଜନବସତି ଅଞ୍ଚଳରେ ଉପଦ୍ରବ କରୁଛନ୍ତି, ସେମାନଙ୍କର ମୁକାବିଲା ପାଇଁ ଏହି ପରାମର୍ଶ ସୂଚୀରେ ଗ୍ରାମ ପଞ୍ଚାୟତଗୁଡ଼ିକୁ କ୍ଷମତା ପ୍ରଦାନ କରାଯାଇଛି।
  18. ନିର୍ବାଚନ କମିଶନ୍‍ ବିହାରର ଖାଲି ପଡ଼ିଥିବା ଦୁଇଟି ବିଧାନ ପରିଷଦ ଆସନ, ଆନ୍ଧ୍ରପ୍ରଦେଶର ଗୋଟିଏ ଆସନ ଓ ଉତ୍ତରପ୍ରଦେଶର ୧୨ଟି ଆସନ ପାଇଁ ନିର୍ବାଚନ ସକାଶେ ଆସନ୍ତା ୧୧ ତାରିଖରେ ବିଜ୍ଞପ୍ତି ଜାରି କରିବ। 
  19. ୫ ଦିନ ହସ୍ପିଟାଲରେ ରହିବା ପରେ ସେ ଘରକୁ ଫେରିଛନ୍ତି। ଗତ ଶନିବାର ସାମାନ୍ୟ ହୃଦଘାତ ଯୋଗୁ ସୌରଭଙ୍କୁ କଲକାତାସ୍ଥିତ ଉଡ୍‌ଲାଣ୍ଡ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
  20. ଭୁବନେଶ୍ବର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ କରାଯିବ ଏବଂ ଏଥିରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.