• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତ ମହାସାଗରର ଜଳରାଶି ତଳେ ବିସ୍ତୃତ ଭାବେ ‘ସି ୱିଙ୍ଗ୍’ ବା ‘ହାଇ’ ନାମକ ଗ୍ଲାଇଡର ଡ୍ରୋନ୍ ମୁତୟନ କରିଛି ଚୀନ। ଠାବ କରାଇଥିବା ୧୪ଟି ଡ୍ରୋନ୍ ମଧ୍ୟରୁ ୧୨ଟି ଏବେ କାର୍ୟ୍ୟକ୍ଷମ ଅଛି। 
  2. ଦୁଇମାସ ମଧ୍ୟରେ କଟକ ସହରରୁ ୨୨ଟି ନକଲି କାରଖାନା ଠାବ ହୋଇଛି। ଏହିସବୁ କାରଖାନାରୁ ପ୍ରାୟ ୮କୋଟିରୁ ଅଧିକ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଛି। ଏହି ନକଲି ସାମଗ୍ରୀ ପ୍ରସ୍ତୁତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨୫ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ।
  3. ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଜଷ୍ଟିସ ଏସ୍.ମୂରଲୀଧରନଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେହିପରି ଜଷ୍ଟିସ ହିମା କୋହଲିଙ୍କୁ ତେଲଙ୍ଗାନା ହାଇକୋର୍ଟ, ଜଷ୍ଟିସ ସଞ୍ଜୀବ ବାନାର୍ଜୀଙ୍କୁ ମାଡ଼୍ରାସ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତି ମିଳିଛି । 
  4.  ଜାନୁଆରୀ ୧ ତାରିଖରୁ ଦେଶର ଯେ କୌଣସି ସ୍ଥାନ ଓ ଯେ କୌଣସି ନେଟୱାର୍କକୁ ଜିଓ ଦେବ ମାଗଣା କଲ ସୁବିଧା । ଅର୍ଥାତ୍ ନିଜ ନେଟୱାର୍କ ସହ ଅନ୍ୟ ନେଟୱାର୍କକୁ କଲ କଲେ ଏଥିପାଇଁ କୌଣସି ଅତିରିକ୍ତ ଦେୟ ବା ଶୁଳ୍କ ଦେବାକୁ ପଡ଼ିବ ନାହିଁ ।
  5. ଦେଶର ଜାତୀୟ ରାଜପଥରେ ଥିବା ଟୋଲପ୍ଲାଜା ଗୁଡ଼ିକରେ ଫାସ୍‍ଟାଗ୍‍ ବ୍ୟବସ୍ଥା ମାଧ୍ୟମରେ ଟୋଲ ଆଦାୟ କରାଯିବାର ସମୟ ସୀମାକୁ ୨୦୨୧ ଫେବୃୟାରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। 
  6. ଅର୍ଥ ମନ୍ତ୍ରଣାଳୟ ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ୮.୫% ସୁଧ ଦେବାକୁ ଘୋଷଣା କରିଛି ।ଅର୍ଥ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ସହିତ ଇପିଏଫଓରେ ପଞ୍ଜୀକୃତ ୬ କୋଟି ଆକାଉଣ୍ଟଧାରୀ ଉପକୃତ ହେବେ।  କେନ୍ଦ୍ର ମନ୍ତ୍ରୀ ସାନ୍ତୋଶ ଗାଙ୍ଗୱାର ଗୁରୁବାର ଏ ସଂପର୍କରେ ଘୋଷଣା କରିଛନ୍ତି ।
  7. କିମ୍ବଦନ୍ତୀ କଥକ ନୃତ୍ୟୁଗୁରୁ ପଣ୍ଡିତ ବିର୍ଜୁ ମହାରାଜଙ୍କୁ ଦିଲ୍ଲୀ ସ୍ଥିତ ବାସଗୃହ ଖାଲି କରିବାକୁ କେନ୍ଦ୍ର ସରକାର ଦେଇଥିବା ନୋଟିସ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।
  8.  ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ ହେଉଛି ଓଡିଶାବାସୀଙ୍କର ଭରସାର କେନ୍ଦ୍ର। ସ୍ବାସ୍ଥ୍ୟ ସେବା ପାଇଁ ଓଡିଶାବାସୀଙ୍କର ବିଶ୍ବାସର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜର ନବକଳେବର ହେବ। ଏଥିପାଇଁ ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।
  9. ଆସନ୍ତାବର୍ଷ ମେ’ ୪ରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ ଓ ଜୁନ ୧୦ ସୁଦ୍ଧା ଶେଷ କରାଯିବ। ଶ୍ରୀ ନିଶଙ୍କ କହିଛନ୍ତି ଯେ ବୋର୍ଡ ପରୀକ୍ଷା ପରେ ଉତ୍ତର ପତ୍ର ମୂଲ୍ୟାୟନ କାର୍ଯ୍ୟ ଯଥାଶୀଘ୍ର କରିବା ପାଇଁ ପଦକ୍ଷେପ ନିଆଯିବ ଓ ଶୀଘ୍ର ଫଳ ପ୍ରକାଶ କରାଯିବ। ସେ କହିଛନ୍ତି, ଜୁଲାଇ ୧୫ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରାଯିବ।
  10.  ଭାରତରେ ନିର୍ମିତ ସ୍ବଦେଶୀ ଟିକା ପ୍ରତି ଘର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଉଦ୍ୟମ ଶେଷ ପର୍ଯ୍ୟାୟରେ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
  11. ଚୀନର ୱାଟର କିଙ୍ଗ କୁହାଯାଉଥିବା ଶିଳ୍ପପତି ଜୋଙ୍ଗ ଶାନ୍‌ଶାନ୍‌ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଛନ୍ତି।
  12. ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ କର୍ପୋରେଶନ (ଆଇଆରସିଟିସି) ପକ୍ଷରୁ ନୂଆ ୱେବ୍‌ସାଇଟ୍‌ ପ୍ରସ୍ତୁତ ହୋଇଛି। ଫଳରେ ଏହି ନୂତନ ୱେବସାଇଟ୍‌ରେ ଗୋଟିଏ ମିନିଟ୍‌ରେ ୧୦ ହଜାର ଟିକେଟ ବୁକିଂ ହୋଇପାରିବ। ପୁରୁଣା ୱେବସାଇଟ୍‌ରେ ବର୍ତ୍ତମାନ ଏକ ମିନିଟରେ ୭୫୦୦ ଟିକେଟ ବୁକିଂ ହେଉଛି।
  13.  ନୂଆବର୍ଷ ୨୦୨୧ର ଗୋଟିଏ ଦିନ ପୂର୍ବରୁ ଆଇଏଏସ ଅଧିକାରୀ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗର ସଚିବ ଦାୟିତ୍ବ ତୁଲାଉଛନ୍ତି ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି କରାଯାଇଛି।ଆଇଏଏସ ଅଧିକାରୀ ସଞ୍ଜିବ ଚୋପ୍ରାଙ୍କୁ ଜିଏ ଓ ପିଜି ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ମଧ୍ୟ ତୁଲାଇବେ। ଆଇଏଏସ ଅଧିକାରୀ ଶାଶ୍ବତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଭାବରେ ପଦୋନ୍ନୋତି ମିଳିଛି। 
  14. ବିଦାୟୀ ବର୍ଷର ଶେଷ ଦିନରେ ମହାନ ହକି ତାରକା, ଅର୍ଜୁନ ପୁରସ୍କାର ବିଜେତା, ୧୯୭୫ ହକି ବିଶ୍ବକପ୍ ବିଜୟୀ ତଥା ୧୯୭୨ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଓ ଭାରତୀୟ ହକିର ‘‌ଲୌହ ପ୍ରାଚୀର’ ମାଇକେଲ୍ କିଣ୍ଡୋ (୭୩)ଙ୍କର ଗୁରୁବାର ଅପରାହ୍ନରେ ପରଲୋକ ହୋଇଯାଇଛି।
  15. ସାର୍ସ-କୋଭ୍‌-୨ ବା କୋଭିଡ୍‌-୧୯ର ଟିକାକରଣ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଡ୍ରାଏ ରନ୍ ପାଇଁ କ୍ୟାପିଟାଲ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାଗା ଚିହ୍ନଟ କରାଯାଇଛି। ଏଥିପାଇଁ ୨୫ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ସାମିଲ କରାଯିବ। ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ୍ ଉପସ୍ଥିତ ରହିବେ। ଡ୍ରାଏ ରନ୍ ସମୟରେ କୋଭିଡ୍‌-୧୯ର ସମସ୍ତ ପ୍ରୋଟୋକଲ ପାଳନ କରିବା ଲାଗି ନିର୍ଦେଶ ଦିଆଯାଇଛି।
  16. ରାଜ୍ୟର ଚାରିଟି ଜିଲ୍ଲାର ପ୍ରାୟ ଦେଢ଼ ଶହ ଚାଷୀଙ୍କର ୫ କୋଟି ଟଙ୍କା ମୂଲ୍ୟର ୨,୬୦୦ କ୍ବିଣ୍ଟାଲ ଶସ୍ୟ ଠକେଇ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି।
  17. ଗୁରୁବାର ଦିନ ଆଉ ୫ଟି ‘ଇଂଲଣ୍ଡ୍‌ କରୋନାଭାଇାସ୍‌ ଷ୍ଟ୍ରେନ୍‌’ ସଂକ୍ରମିତ ରେକର୍ଡ କରାଯିବା ପରେ ଭାରତରେ ଏହି ‘ଷ୍ଟ୍ରେନ୍‌’ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।
  18. ଭାରତ ଅନେକ ଧାରାବାହିକ ଯୁଦ୍ଧାସ୍ତ୍ରର ପରୀକ୍ଷଣ ସାଙ୍ଗକୁ ସଂଖ୍ୟାଧିକ ପ୍ରତିରକ୍ଷା ପ୍ରଣାଳୀର ମଧ୍ୟ ପରୀକ୍ଷା ନିରୀକ୍ଷା କରିବାକୁ ଯୋଜନା କରିଛି। ସେଗୁଡ଼ିକ ମଧ୍ୟରେ ବାଲିଷ୍ଟିକ୍‌ ମିଜାଇଲ୍‌ ଡିଫେନ୍ସ(ବିଏମ୍‌ଡି) ସିଲ୍‌ଡ, ବୁଡ଼ାଜାହାଜ ପାଇଁ ଉଦ୍ଦିଷ୍ଟ ଏୟାର ଇଣ୍ଡିପେଣ୍ଡେନ୍ସ ପ୍ରପଲ୍‌ସନ୍‌(ଏଆଇପି) ପ୍ରଣାଳୀ, ୮୦୦ କିମି. ଲକ୍ଷ୍ୟଭେଦୀ ବ୍ରହ୍ମୋସ୍‌ ସମେତ ସଂଖ୍ୟାଧିକ କ୍ଷେପଣାସ୍ତ୍ର ପରୀକ୍ଷା ଆଦି ରହିଛି।
  19.  କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି କହିଛନ୍ତି, କୃଷକମାନେ ଦେଶର ମୂଳଦୁଆ। ସେମାନଙ୍କ ବିରୋଧରେ ‘ନକ୍ସଲ୍‌’ ଏବଂ ‘ଖଲିସ୍ତାନୀ’ ଶବ୍ଦ ବ୍ୟବହାରକୁ ସେ ବିରୋଧ କରିଛନ୍ତି। 
  20. ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଥିବା ପାଚିକା ଓ ସହଯୋଗୀଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଫୁଡ୍ ସେଫ୍‌ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଅଥୋରିଟି ଅଫ୍ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ଦ୍ୱାରା ପ୍ରଶିକ୍ଷିତ କରାଯିବ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୦ଟି ଜିଲ୍ଲା ସମେତ ଦେଶର ୪୦୦ଟି ଜିଲ୍ଲାରେ ଏହି ଯୋଜନାକୁ ଆରମ୍ଭ କରାଯିବ । ପ୍ରତ୍ୟେକ ଜିଲ୍ଲାରେ ୫୦ଜଣ ‌ରାଷେୟାଙ୍କୁ ପ୍ରଶିକ୍ଷିତ କରାଯିବ ବୋଲି ଜଣାପଡ଼ିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.