• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ହୁ ଫାଇଜର୍‌-ବାୟୋଏନ୍‌ଟେକ୍‌ ଟିକାର ଏମର୍ଜେନ୍ସି ବ୍ୟବହାରକୁ ମଂଜୁରି ଦେବାପରେ ଏବେ ଏହା ଗରିବ ରାଷ୍ଟ୍ରମାନଙ୍କୁ କିଭଳି ଉପଲବ୍ଧ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।
  2. ନୂଆବର୍ଷର ଖୁସି ସହିତ ଭାରତରେ କରୋନା ଟିକା ପାଇଁ ପ୍ରତିକ୍ଷାର ମଧ୍ୟ ଅନ୍ତ ଘଟିଛି। ସିଡିଏସ୍‌ସିଓ କମିଟି ଶୁକ୍ରବାର କରୋନା ଭ୍ୟାକସିନ୍‌ କୋଭିସିଲ୍ଡର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଅକ୍ସଫୋର୍ଡର ଏହି ଟିକାକୁ ଭାରତରେ ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଏସଆଇଆଇ) ଉତ୍ପାଦନ କରୁଛି।
  3. ଆଜିଠାରୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ କାମ ଆରମ୍ଭ କରିବ। ଅଷ୍ଟମ ଥର ପାଇଁ ଭାରତ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ନେବାକୁ ଯାଉଛି।
  4. କୋଭିଡ-୧୯ ସତ୍ତ୍ବେ ସିବିଆଇ ୨୦୨୦ରେ ପ୍ରାୟ ୮୦୦ ମାମଲାର ଫଇସଲା କରିଛି।
  5. ୨ ଡିଗ୍ରୀ ତାପମାତ୍ରାରେ ଥରୁଛି ଦେଶର ରାଜଧାନୀ ଦିଲ୍ଲୀ । ଏହାରି ମଧ୍ୟରେ ଦେଶର ଅନ୍ନଦାତାଙ୍କ ଆନ୍ଦୋଳନ ୩୭ ଦିନରେ ପହଂଚିଛି । ହଜାର ହଜାର ଅନ୍ନଦାତା ସେମାନଙ୍କର ଦାବି ନେଇ ଦିଲ୍ଲୀର ଗାଜିପୁର, ଟିକ୍ରି ଓ ସିଂଘୁ ସୀମାରେ ଆନ୍ଦୋଳନ ଚଳାଇଛନ୍ତି।  
  6. ଓସ୍ୱାସ୍‌ ତରଫରୁ ବିଧାନସଭାର ସମସ୍ତ ଫାଇଲ୍‌ କାର୍ଯ୍ୟ ଡିଜିଟାଲ୍‌ ହେବ ଏବଂ ଏତଦ୍ୱାରା ଫାଇଲ୍‌ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ। ଏହିବ୍ୟବସ୍ଥାକୁ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।
  7. ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳର ଅବଶିଷ୍ଟ ୨ଟି ମ୍ୟାଚରେ ରୋହିତ ଦଳର ଉପ ଅଧିନାୟକ ରହିବେ । 
  8. ୟୁପି ଫାଟକରେ କୃଷକ ଆନ୍ଦୋଳନରେ ଜଡିତ ଥିବା ବାଗପାଟସ୍ଥିତ ଭଗବାନ୍ପୁରର ୬୦ ବର୍ଷିୟ ଗାଲତ ସିଂ ପାନୱାରଙ୍କର ଆଜି ସକାଳେ ଦେହାନ୍ତ ହୋଇଥିଲା। 
  9. ୮୪୫୪୯୫୫୫୫୫ ନମ୍ବରରେ ମିସ୍‌ କଲ୍‌ କରି ବୁକ୍‌ ଏବଂ ନୂଆ ଗ୍ୟାସ୍‌ ସଂଯୋଗ କରିହେବ। 
  10. ଡିସେମ୍ବର ୨୦୨୦ରେ ସଂଗ୍ରହ ହୋଇଥିବା ମୋଟ ଜିଏସ୍ଟି ରାଜସ୍ୱ ହେଉଛି ୧ ଲକ୍ଷ ୧୫ ହଜାର ୧୭୪ କୋଟି ଟଙ୍କା। ସଂଗୃହିତ ରାଜସ୍ୱ ଗତ ଆର୍ଥିକ ବର୍ଷରେ ଏହି ଅବଧିରେ ଜିଏଓଟି ରାଜସ୍ୱଠାରୁ ୧୨ ପ୍ରତିଶତ ଅଧିକ। 
  11. ୧୦ଟି ଡ୍ରୋନ୍ କିଣିବାକୁ ନୌସେନାର ପ୍ରସ୍ତାବକୁ ଭାରତ ସରକାର ଗ୍ରହଣ କରିଛନ୍ତି। ଭାରତୀୟ ନୌସେନା ବର୍ତ୍ତମାନ ଭାରତ ମହାସାଗରରେ ନିଜ ନୀରିକ୍ଷଣ କ୍ଷମତା ବଢ଼ାଇବା  ପାଇଁ ଜାହାଜରୁ ପରିଚାଳନା ହୋଇପାରୁଥିବା ୧୦ଟି ଡ୍ରୋନ୍ କିଣିବାକୁ ଯାଉଛି। ନୌସେନାକୁ ୧୦ଟି ଡ୍ରୋନ୍ ମିଳିବ, ଯାହାକୁ କିଣିବା ପାଇଁ ଖର୍ଚ୍ଚ ହେବ ୧,୩୦୦କୋଟି ଟଙ୍କା।
  12.  ଜାନୁଆରି ୮ରୁ ଭାରତରୁ ବ୍ର‌ିଟେନକୁ ଚଳାଚଳ କରିବ ବିମାନ। 
  13. ୟୁନାଇଟେଡ୍ ନେସନସ୍‌ ଚିଲ୍ଡ୍ରେନ୍ସ ଫଣ୍ଡ (ୟୁନିସେଫ) ୧ ଜାନୁୟାରୀ ୨୦୨୧ରେ ସାରା ବିଶ୍ୱରେ ୩ଲକ୍ଷ ୭୧ହଜାର ୫୦୪ ଶିଶୁଙ୍କ ଜନ୍ମ ହୋଇପାରେ ବୋଲି ଆକଳନ କରିଛନ୍ତି। ତେବେ ଏଥିରୁ କେବଳ ଭାରତରେ ୬୦ ହଜାର ଶିଶୁ ଜନ୍ମ ହେବେ ବୋଲି କହିଛନ୍ତି ୟୁନିସେଫ।
  14. କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ବିଶେଷଜ୍ଞ କମିଟି ବ୍ୟାପକ ବିଚାରବିମର୍ଶ ପରେ ଆଜି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଭେଷଜ କମ୍ପାନି ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ କୋଭିଡ୍‌ ଟିକା ‘କୋଭିସିଲ୍‌ଡ’କୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି।
  15. ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର, ପରିବେଶ ପର୍ଯ୍ୟଟନ, ବୌଦ୍ଧ ଐତିହ୍ୟସ୍ଥଳ, ଉପକୂଳ ରାଜପଥ, ଦୁଇ ଦୁଇଟି ବନ୍ଦର ସଂଲଗ୍ନ କାରଣରୁ ପୁରୀର ଗୁରୁତ୍ବ ଏବେ ଯଥେଷ୍ଟ ବଢ଼ିଯାଇଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଅନ୍ତର୍ଜାତିକ ବିମାନ ବନ୍ଦର କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଦାବି ରଖିଛନ୍ତି।
  16. କଳାହାଣ୍ଡି ଜିଲ୍ଲାର ବାଜାସାଲ ନୃତ୍ୟଦଳ ଜାତୀୟ ପରେଡ୍‌ରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛି। ‘ପ୍ରତିଭା ଅନୁଷ୍ଠାନ’ର ୮୦ଜଣ ନୃତ୍ୟଶିଳ୍ପୀ ଏହି ଲୋକନୃତ୍ୟକୁ ପରିବେଷଣ କରିବ। 
  17. ସରକାର ଆଗାମୀ ୪ ତାରିଖରେ ହେବାକୁ ଥିବା ଆଲୋଚନାରେ ଚାଷୀଙ୍କ ସପକ୍ଷରେ ଯଦି ନିଷ୍ପତ୍ତି ନ ନିଅନ୍ତି ତେବେ ଆନ୍ଦୋଳନ ଅଧିକ ବ୍ୟାପକ ହେବ ଏବଂ ଅତି କଠୋର ନିଷ୍ପତ୍ତି ନିଆଯିବ ବୋଲି ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି।
  18. ନୂଆବର୍ଷ ସକାଳେ ଦିଲ୍ଲୀ ତାପମାତ୍ରା ୧.୧ ଡିଗ୍ରି ସେଲ୍‌ସିୟସ୍‌‌କୁ ଖସି ଆସିଛି। ପ୍ରବଳ ଥଣ୍ଡାରେ ଥରୁଛନ୍ତି ଦିଲ୍ଲୀ ବାସିନ୍ଦା। ଦୀର୍ଘ ୧୫ ବର୍ଷ ମଧ୍ୟରେ ଏହା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ସବୁଠୁ ଥଣ୍ଡା ନୂଆବର୍ଷ। 
  19. ନୂଆବର୍ଷର ପ୍ରଥମ କାର୍ଯ୍ୟକ୍ରମ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଟି ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରକଳ୍ପ ଉପହାର ଦେଇଛନ୍ତି ।
  20. ଦୈନିକରେ ସଂକ୍ରମଣ ଲଗାତାର ୪ଶହରୁ ୫ଶହ ତଳକୁ ଖସୁ ନ ଥିଲା। ଜୁଲାଇ ୨୫ରେ ସର୍ବାଧିକ ୭୩୨ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୧ହଜାର ୮୦୮ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ବର୍ଷ ପ୍ରଥମ ଦିନରେ ଜିଲ୍ଲାରୁ ଆଜି କେହି କୋଭିଡ଼୍‌ ପଜିଟିଭ୍‌ ବାହାରିନାହାନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.