• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ଆମେରିକାର ସର୍ଭେ ସଂସ୍ଥା ମର୍ଣ୍ଣିଂ କନ୍‌ସଲ୍‌ଟ ଦ୍ୱାରା କରାଯାଇଥିବା ଏକ ଅନୁଶୀଳନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ନେତାଙ୍କ ମଧ୍ୟରେ ସବୁଠାରୁ ପ୍ରିୟ ରହିଛନ୍ତି। ବିଭିନ୍ନ ପ୍ରସଙ୍ଗକୁ ଦକ୍ଷତାର ସହ ପରିଚାଳନା କରିବା ତଥା କୋଭିଡ୍‌-୧୯ ସଙ୍କଟର ପରିଚାଳନା କ୍ଷେତ୍ରରେ ବିଶ୍ୱ ନେତାମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
  2. କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଭାରତ ବୋଧହୁଏ ଏକମାତ୍ର ଦେଶ ଯେଉଁଠାରେ ୪ଟି ଟିକା ପ୍ରସ୍ତୁତ କରାଯାଉଛି। ଗତକାଲି ଜରୁରୀକାଳୀନ ବ୍ୟବହାର ପାଇଁ ସେରମର କୋଭିସିଲ୍ଡକୁ ଅନୁମୋଦନ କରାଯାଇଥିବା ସେ କହିଛନ୍ତି ।
  3. ଚଳିତ ମାସ ୧୬ ତାରିଖରେ ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର  ୫୧ତମ ସଂସ୍କରଣ ଚଳିତ ମାସ ୧୬ ତାରିଖରେ ଆରମ୍ଭ ହେବ। ଜାନୁଆରୀ ୨୪ ମହୋତ୍ସବର ଶେଷ ଦିନରେ କିୟୋସୀ କୁରୋସାବାଙ୍କ ନିର୍ଦ୍ଦେଶିତ ଜାପାନର ଐତିହାସିକ କଥାବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ର ‘ୱାଇଫ୍ ଅଫ୍ ଏ ସ୍ପାଏ’ ପ୍ରଦର୍ଶିତ ହେବ।
  4.  ପୂର୍ବତନ କେନ୍ଦ୍ରମନ୍ତ୍ରୀ, କଂଗ୍ରେସର ବରିଷ୍ଠ ନେତା ତଥା ଦଳିତ ନେତା ବୁଟା ସିଂହଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। 
  5. ଗଜପତି ଜିଲା ମୋହନା ବ୍ଳକ୍ ଅନ୍ତର୍ଗତ ଜିରାଙ୍ଗସ୍ଥିତ ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧ ମନ୍ଦିର ଦୀର୍ଘ ୯ ମାସଧରି ବନ୍ଦ ରହିଥିଲା। ଗଜପତି ଜିଲା ପ୍ରଶାସନ ତରଫରୁ ନିର୍ଦେଶ ପାଇବାପରେ ଏହି ପ୍ରସିଦ୍ଧ ମନ୍ଦିରକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଛି।
  6. ପ୍ରତ୍ୟେକ ଭାରତୀୟଙ୍କୁ କରୋନା ଟିକା ମାଗଣାରେ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି। ଭାରତରେ କରୋନା ଟିକାକରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।
  7. ଭୁବନେଶ୍ୱରର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ ଏସିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ସର୍ବଭାରତୀୟ ସ୍ତରର ମିଳିତ ସର୍ଭେରେ ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି l ୨୦୨୦ ବର୍ଷ ଲାଗି ଏହି ଦୁଇ ସଂସ୍ଥା ଦ୍ବାରା ଅପରାଜିତା ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି।
  8. ରାଜ୍ୟରେ ଆସନ୍ତା ୮ ତାରିଖ ଠାରୁ ସ୍କୁଲ ଖୋଲିବ। ଦଶମ ଓ ଦ୍ବାଦଶ ‌ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ଯାଇ  ପାଠ ପଢ଼ିପାରିବେ।
  9. ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରି ୮ ତାରିଖରୁ ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଜାନୁଆରି ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ ଚାଲିବ। 
  10. ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକଟିକାଲ୍ ପରୀକ୍ଷାଗୁଡ଼ିକ ଅପ୍ରେଲ ୨୭ରୁ ମଇ ୨ ତାରିଖ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ ୨୯ରୁ ମଇ ୧୪ ତାରିଖ ପର୍ଯ୍ୟନ୍ତ ହେବା ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମଇ ୩ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଇ ୧୫ରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
  11. ନୂଆ ନିୟମ ଅନୁସାରେ ବାଇକ୍‌ରେ ବାହାରକୁ ଯାଉଥିଲେ ଉଭୟ ଚାଳକ ଓ ପଛରେ ଥିବାଯାତ୍ରୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଏହି ନିୟମ ନ ମାନିଲେ ୩ ମାସ ପାଇଁ ଲାଇସେନ୍ସ ବାତିଲ ହେବ। ଏଥି ସହିତ ୧୦୦୦ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିବ।
  12. ତାମିଲନାଡୁ ରାଜଧାନୀ ଚେନ୍ନାଇ ନିକଟସ୍ଥ ଗୁଇଣ୍ଡିରେ ଥିବା ଆଇଟିସି ଗ୍ରୁପର ବିଳାଶମୟ ହୋଟେଲ ଗ୍ରାଣ୍ଡ ଚୋଳ କୋଭିଡ ହଟସ୍ପଟ ପାଲଟିଛି। ହୋଟେଲର ୮୫ ଜଣ କର୍ମଚାରୀଙ୍କ କୋଭିଡ ପରୀକ୍ଷଣ କରାଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ପଜିଟିଭ ମିଳିଛି।
  13. ଆମେରିକୀୟ କୋଭିଡ ଟିକା ଫାଇଜରର ପାର୍ଶ୍ୱ ପ୍ରତିକ୍ରିୟା ହେଉଛି। ଦୁଇ ଦିନ ପୂର୍ବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଜରୁରି ଉପଯୋଗ ଲାଗି ଟିକାକୁ ମଞ୍ଜୁରି ପ୍ରଦାନ କରିବା ପରେ ଫିନ ଲ୍ୟାଣ୍ଡ ଏହି ଟିକାକରଣ କରିଛି। ଦେଶରେ ସରକାର ସାମୂହିକ ଟିକାକରଣ କରିଥିବା ବେଳେ ୫ଜଣଙ୍କଠାରେ ପାର୍ଶ୍ୱପ୍ରତିକ୍ରିୟା ହୋଇଥିବାର ଫିନଲ୍ୟାଣ୍ଡ ମେଡିସିନ ଏଜେନ୍ସିକୁ ଅଭିଯୋଗ ମିଳିଛି।
  14. ଏସିୟା ମହାଦେଶର ଏକମାତ୍ର ସରକାରୀ ସ୍ୱୀକୃତ ହୀରାଖଣିରେ ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ (ଏନଏମଡିସି) ଡିସେମ୍ବର ୩୧ରୁ କାର୍ଯ୍ୟ ବନ୍ଦ କରିଛନ୍ତି। ଏନଏମଡିସି ଏଠାରେ ୧୯୬୮ ମସିହାରୁ ହୀରା ଉତ୍ପାଦନ କରିଆସୁଥିଲେ। ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ନିଗମଙ୍କୁ ଏଠାରେ ଅପରେସନ ଅନୁମତି ଥିଲା।
  15. ତେଲେଙ୍ଗାନା ରାଜ୍ୟବାସୀ ବର୍ଷର ଶେଷ ୪ ଦିନରେ ମୋଟ ୭୫୯.୫୩ କୋଟି ଟଙ୍କାର ମଦ କିଣିଥିବା ଏକ ରିପୋର୍ଟରୁ ଜଣାପଡିଛି।
  16. ଯେପରି ୧ ଜୁଲାଇ ୨୦୨୧ ସୁଧା ପ୍ୟାକେଜଡ୍ ଡ୍ରିଙ୍କିଙ୍ଗ ୱାଟରରେ କ୍ୟାଲସିୟମ ଓ ମାଗ୍ନେସିୟମ ଭଳି ଖଣିଜ ମହଜୁଦ ହୋଇପାରୁଥିବ। ପୂର୍ବରୁ ଖାଦ୍ୟ ବ୍ୟାପାର ଅପରେଟର(ଏଫବିଓ)ଙ୍କ ଲାଗି ଏଫଏସଏସଏଆଇ ୧ ଜୁଲାଇ ୨୦୨୦ରୁ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
  17. ସିଗାରେଟ ଓ ତମାଖୁ ଉତ୍ପାଦ ବିକ୍ରି ଲାଗି କେନ୍ଦ୍ର ସରକାର ବୟସ ସୀମା ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏବେ ଦେଶରେ ଏପରି ଉତ୍ପାଦ କ୍ରୟ ଲାଗି ସର୍ବନିମ୍ନ ୧୮ ବର୍ଷ ନିର୍ଦ୍ଧାରିତ ରହିଛି। ତେବ ସରକାର ଏହାକୁ ୨୧ ବର୍ଷ କରିବାକୁ ଯାଉଛନ୍ତି। 
  18.  କମ୍ପାନୀର ମେସେଜିଂ ଆପଗୁଡିକ ନୂଆବର୍ଷରେ ତାର ଭଏସ୍ କଲ ଏବଂ ଭିଡିଓ କଲରେ ୫୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାଯାଇଛି । ଅର୍ଥାତ ୨୦୧୯ ମସିହା ତୁଳନାରେ ୨୦୨୦ରେ ଏହା ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇଛି ।
  19. ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅଫତାବ ଖାନ କହିଛନ୍ତି। ଆଞ୍ଜିଓପ୍ଲାଷ୍ଟି ପରେ ଦାଦା ସୁସ୍ଥ ଅଛନ୍ତି
  20. ଇଟାଲିରେ ତୃତୀୟ ତଥା ଶେଷ ନର୍ମ ହାସଲ କରିବା ପରେ ଭାରତର ୬୭ ତମ ଗ୍ରାଣ୍ଡମାଷ୍ଟର ହେଲେ ଗୋଆର ୧୪ ବର୍ଷୀୟ ଚେସ୍‌ ଖେଳାଳି ଲିଓନ ମେଣ୍ଡୋଙ୍କା। ମେଣ୍ଡୋଙ୍କା  ୧୪ ବର୍ଷ ୯ ମାସ , ୧୭ ଦିନରେ ଏହି ଲକ୍ଷ୍ୟ ହାସଲ କରିଛନ୍ତି। ।ସେ ପ୍ରଥମ ଗ୍ରାଣ୍ଡମାଷ୍ଟର ନର୍ମ  ଅକ୍ଟୋବରରେ ରିଗୋ ଜିଏମ ରାଉଣ୍ଡ ରୋବିନରେ ହାସଲ କରିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.