• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସେରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍‍ର ଟୀକାକୁ ମଞ୍ଜୁରି ମିଳିବା ଦ୍ୱାରା ଦେଶକୁ ଦ୍ରୁତଗତିରେ କରୋନା ମୁକ୍ତ କରିବାରେ ସହାୟତା ମିଳିବ। ଏହି ଦୁଇ କମ୍ପାନୀର ଟୀକାକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ ମଞ୍ଜୁରି ପ୍ରଦାନ କରିଛନ୍ତି।
  2. ଭାରତରେ କରୋନା ଟୀକାର ଜରୁରୀକାଳୀନ ଅନୁମତିକୁ ସ୍ବାଗତ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । 
  3. ନୂଆ ବର୍ଷ ଅବସରରେ ସମଗ୍ର ବିଶ୍ୱରେ ଭାରତରେ ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ନେଇଛନ୍ତି। ଭାରତରେ ଚଳିତ ନୂତନ ବର୍ଷ ଅବସରରେ ସର୍ବାଧିକ ୬୦ ହଜାର ଶିଶୁ ଜନ୍ମ ନେଇଛନ୍ତି। ଯାହା ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ। 
  4. ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । କିଛି ଦିନ ମଧ୍ୟରେ ୪୦୦ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ଆଜି ୨୦୦ ମଧ୍ୟରେ ସୀମିତ ରହିଛି।
  5. ଟିକରି ଏବଂ କୁଣ୍ଡଳୀ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରବଳ ଥଣ୍ଡାରେ ଚାଷୀମାନେ ଧାରଣା ଦେଇଛନ୍ତି। ତେବେ ଥଣ୍ଡା ସାଙ୍ଗକୁ ବର୍ଷା ହେବା ଯୋଗୁ ଆନ୍ଦୋଳନରତ ୨ ଚାଷୀଙ୍କ ମୃତ୍ୟୁ ଘଟିଛି। 
  6. ଆସନ୍ତା ୮ ତାରିଖରେ ଖୋଲିବ ସ୍କୁଲ । ଏ ନେଇ ସରକାର ଘୋଷଣା କରିଛନ୍ତି । ଏହାପରେ ଆସନ୍ତା ୧୧ ତାରିଖରୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲାଯିବା ଚୂଡ଼ାନ୍ତ ହୋଇଛି । ଉଚ୍ଚଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛି ।
  7. ଭାରତ ପାଇଁ ଆଉ ଏକ ଗର୍ବ ଓ ଗୌରବର ବିଷୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଜଣେ ଲୋକପ୍ରିୟ ରାଷ୍ଟ୍ରମୁଖ୍ୟ ଭାବେ ବିବେଚିତ ହୋଇଛନ୍ତି। ଆମେରିକାର ଏକ ଗବେଷଣା ସଂସ୍ଥା ଏହି ମାନ୍ୟତା ପ୍ରଦାନ କରିଛି। 
  8. ଗୋଟିଏ ହେଉଛି କୁଇନ୍‌ସଲାଣ୍ଡର ବ୍ରିସବେନ୍‌, ଯେଉଁଠି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ଟେଷ୍ଟ ମ୍ୟାଚ ଖେଳାଯିବା ଲାଗି ସ୍ଥିର ହୋଇଛି । ବ୍ରିସବେନ୍ର ଗାବା ଷ୍ଟାଡିୟମରେ ୪ର୍ଥ ଟେଷ୍ଟ ଖେଳାଯିବାକୁ ଧାର୍ଯ୍ୟ ହୋଇଛି। 
  9. ୨୦୨୦ ଡିସେମ୍ବରରେ ରାଜ୍ୟରେ ମୋଟ ଜିଏସ୍‌ଟି (କେନ୍ଦ୍ରୀୟ ଜିଏସଟି, ରାଜ୍ୟ ଜିଏସଟି, ସମନ୍ବିତ ଜିଏସଟି ଓ ଅତିରିକ୍ତ ଟିକସ) ଆଦାୟରେ ୨୦.୦୧ ପ୍ରତିଶତ ବୃଦ୍ଧି ହୋଇଛି।
  10. କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଉପରେ ୨୫ କୋଟି ଟଙ୍କା, ନଭି ମୁମ୍ବାଇ ଏସଇଜେଡ୍‌ ଉପରେ ୨୦ କୋଟି ଟଙ୍କା ଏବଂ ମୁମ୍ବାଇ ଏସଇଜେଡ୍ ଉପରେ ୧୦ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି। 
  11. ଏକ ଇଂରାଜୀ ଦୈନିକ ସମ୍ବାଦପତ୍ର ପକ୍ଷରୁ ପ୍ରସ୍ତୁତ ‘ବି‌ଜ୍‌ନେସ୍‌ ପାୱାର ଲିଷ୍ଟ୍‌-୨୦୨୦’ରେ ଉଦ୍ୟୋଗୀ ତଥା ଡାକ୍ତର ଅବିନାଶ ସାମଲ ସ୍ଥାନ ପାଇଛନ୍ତି।
  12. କୋଭିଡ୍-୧୯ ପରିଚାଳନା ପାଇଁ ଓଡ଼ିଶା କୃଷି ଶିଳ୍ପ ନିଗମ ଏହାର ସିଏସ୍‌ଆର୍‌ ପାଣ୍ଠିରୁ ଏକ କୋଟି ଟଙ୍କା ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ପ୍ରଦାନ କରାଯାଇଛି ବୋଲି ନିଗମର ଅଧ୍ୟକ୍ଷ ‌ଦେବାଶିଷ ମହାନ୍ତି ଜଣାଇଛନ୍ତି।
  13. ମାରୁତି ସୁଜୁକିର ମିନି ଟ୍ରକ୍ ସୁପର୍‌ କ୍ୟାରି ଚାରି ବର୍ଷ ପୂରଣ କରିଛି। ଇତି ମଧ୍ୟରେ ୭୦ ହଜାରରୁ ଅଧିକ ସୁପର କ୍ୟାରି ବିକ୍ରି ହୋଇଛି। ୨୦୧୬ରେ ଏହା ବଜାରକୁ ଆସିଥିଲା।
  14. ପଂଜାବ ନ୍ୟାସନାଲ ବ୍ୟାଙ୍କର ସିଜିଏମ୍‌ ତଥା ବରିଷ୍ଠ ଓଡ଼ିଆ ବ୍ୟାଙ୍କ ଅଧିକାରୀ ବିକାଶ ନାରାୟଣ ମିଶ୍ର ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ (ଆଇବିଏ)ର ବରିଷ୍ଠ ଉପଦେଷ୍ଟା ପଦରେ ଯୋଗ ଦେଇଛନ୍ତି।
  15. ବିଶ୍ୱର ପ୍ରଥମ ହସ୍ପିଟାଲ ଟ୍ରେନ୍ ତିଆରି କରି ରେକର୍ଡ କରିଛି ଭାରତ ।ରେଳବାଇ ଅନୁସାରେ,  ଏହି ହସ୍ପିଟାଲ ଟ୍ରେନକୁ ଲାଇଫଲାଇନ୍ ଏକ୍ସପ୍ରେସ୍ ନାଁ ଦିଆଯାଇଛି ।ଲାଇଫଲାଇନ୍ ଏକ୍ସପ୍ରେସ ଆସାମର ବଦରପୁର ଷ୍ଟେସନରେ ରହିଛି ।
  16. ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲାଙ୍କ ସୂଚନା ଅନୁସାରେ ତାଙ୍କ ସଂସ୍ଥା କରୋନା ଭୂତାଣୁ ଟୀକା କୋଭିସିଲ୍ଡ଼କୁ ସରକାରଙ୍କୁ ପ୍ରତି ଡ଼ୋଜ ୨୦୦ ଟଙ୍କା ମୂଲ୍ୟରେ ଯୋଗାଇବ । ମାତ୍ର ବଜାରରେ ସାଧାରଣ ଲୋକଙ୍କ ପାଇଁ ଏହି ଟୀକାକୁ ୧୦୦୦ ଟଙ୍କାରେ ଦିଆଯିବ ।
  17. ଆସନ୍ତା ୧୧ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଜଣାଯାଇଛି।
  18. ବାବା ରାମଦେବ କହିଛନ୍ତି ଯେ ତାଙ୍କୁ କରୋନା କେବେ ହେବ ନାହିଁ। ପତଞ୍ଜଳି ଚିକିତ୍ସାରେ ସେ ଏପର୍ଯ୍ୟନ୍ତ କରୋନାରୁ ଦୂରରେ ଅଛନ୍ତି ଓ ଆଗକୁ ମଧ୍ୟ ସୁରକ୍ଷିତ ରହିବେ। ବାବା ରାମଦେବ କରୋନା ଟିକା ନେବେନି ବୋଲି ଘୋଷଣା କରିଛନ୍ତି। 
  19. ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସ୍କୁଲ୍ ଖୋଲିବା ପରେ ହଷ୍ଟେଲ୍ ନ ଖୋଲିଲେ ସେଥିରେ ରହୁଥିବା ଛାତ୍ରଛାତ୍ରୀମାନେ ହାଇରାଣ ହେବେ। ତେଣୁ ଯେଉଁ ସବୁ ସ୍କୁଲରେ ହଷ୍ଟେଲ୍ ରହିଛି, ସେଗୁଡ଼ିକୁ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। 
  20. ସାଲେପୁର ବ୍ଲକର ମଧ୍ୟକଚ୍ଛ ଅଙ୍ଗନବାଡ଼ି କର୍ମୀ କୁମୁଦିନୀ ଶତପଥୀ ଏବଂ ମୁତାରିଫା() ଅଙ୍ଗନବାଡ଼ି କର୍ମୀ ପାର୍ବତୀ ସାହୁ ରାଷ୍ଟ୍ରପତି ପଦକ ପାଇଛନ୍ତି ୨୦୧୧-୧୨ ଜନଗଣନାରେ ନିର୍ଭୁଲ୍ତଥ୍ୟ ଦେଇଥିବାରୁ ଉଭୟଙ୍କୁ ଏହି ପଦକ ମିଳିଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.