• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀମାନଙ୍କ ମଧ୍ୟରେ ୮ମ ଥର ପାଇଁ ହୋଇଥିବା ଆଲୋଚନା ବିଫଳ ହୋଇଛି । ଜାନୁୟାରୀ ୮ତାରିଖରେ ପୁଣି ଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି
  2. ଜମ୍ମୁ-କାଶ୍ମୀରରେ ସୋମବାର ସକାଳେ ଭୂ-କମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୫ ରେକର୍ଡ କରାଯାଇଛି। 
  3. ଦକ୍ଷିଣ କୋରିଆରେ ୨୦୨୦ ରେ ୨,୭୫,୮୦୦ ଶିଶୁ ଜନ୍ମ ହୋଇଥିଲେ। ୨୦୧୯ ତୁଳନାରେ ଏହା ୧୦ ପ୍ରତିଶତ କମ୍ ଥିଲା। ଏଥିସହିତ ୨୦୨୦ରେ ଦେଶରେ ୩,୦୭,୭୬୪ ଲୋକଙ୍କର ମୃତ୍ୟୁ ଘଟିଛି।  ୨୦୨୦ରେ ଦକ୍ଷିଣ କୋରିଆରେ ଜନ୍ମ ହୋଇଥିବା ଶିଶୁଙ୍କ ଅପେକ୍ଷା ଅଧିକ ଶିଶୁଙ୍କର ମୃତ୍ୟୁ ଘଟିଛି । 
  4. ନାଲ୍‌କୋ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୧ ନିୟୁତ ଟନ୍‌କୁ ବୃଦ୍ଧି କରିବା ପାଇଁ ଅନୁଗୋଳ ଜିଲାରେ ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ ଲାଗି ବ୍ରାଉନଫିଲ୍ଡ ସମ୍ପ୍ରସାରଣ  ପ୍ରକଳ୍ପ ଆରମ୍ଭ କରୁଛି। ଏହି ପ୍ରକଳ୍ପରେ ୧୪୦୦ ମେଗାୱାଟ ଫିଡର କ୍ୟାପଟିଭ୍‌ ପାୱାର ପ୍ଲାଣ୍ଟ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୨ ହଜାର କୋଟି ଥିବାବେଳେ ଏହା ବର୍ତ୍ତମାନ ଜମି ଅଧିଗ୍ରହଣ ପର୍ଯ୍ୟାୟରେ ରହିଛି।
  5. ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ସେନ୍‌ସେକ୍ସ ୦.୬୪ ପ୍ରତିଶତ (୩୦୭.୮୨ ପଏଣ୍ଟ) ବୃଦ୍ଧି ପାଇ ୪୮,୧୭୬.୮୦ ସ୍ତରରେ ବନ୍ଦ ହୋଇଛି। ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୧୪.୪୦ ପଏଣ୍ଟ ବୃଦ୍ଧି ପାଇ (୦.୮୨ ପ୍ରତିଶତ) ୧୪୧୩୨.୯୦ ସ୍ତରରେ ବନ୍ଦ ହୋଇଛି।
  6. କରୋନା ଅବଧିରେ ପ୍ରେକ୍ଷାଳୟ ଉପରେ ଲାଗିଥିବା ୫୦ ପ୍ରତିଶତ ଦର୍ଶକ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଏହି ନିଷ୍ପତ୍ତି ନେବା କ୍ଷେତ୍ରରେ ତାମିଲନାଡୁ ଦେଶର ପ୍ରଥମ ରାଜ୍ୟ। ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସରୁ ୫୦ ପ୍ରତିଶତ କ୍ଷମତା ନିୟମକୁ ହଟାଇ, ଏହାକୁ ୧୦୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। 
  7. ଭାରତରେ ଦୁଇଟି କରୋନା ଟିକାକୁ ଅନୁମତି ଦିଆଯିବାକୁ ନେଇ ବିବାଦ ଦେଖାଯାଇଥିବାବେଳେ ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଏହା ଉପରେ ଅଧିକ ସ୍ପଷ୍ଟିକରଣ ଦେଇଛନ୍ତି। ରବିବାର ଗୁଲେରିଆ କହିଛନ୍ତି ଯେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡକୁ ପ୍ରଥମ ପର୍ଯ୍ୟାୟରେ ବ୍ୟବହାର କରାଯିବ। 
  8. ଜାତୀୟ ରାଜଧାନୀ ଆଞ୍ଚଳିକ ପରିବହନ ନିଗମ (ଏନସିଆରଟିସି) ଏକ ଚୀନ କମ୍ପାନୀକୁ ରେଳ ପ୍ରକଳ୍ପ ଟେଣ୍ଡର ଦେଇଥିବା ଜଣାପଡ଼ିଛି। ଦିଲ୍ଲୀ-ମୀରଟ ଆଞ୍ଚଳିକ ତ୍ଵରିତ ରେଳ ପରିବହନ ପ୍ରଣାଳୀ (ଆରଆରଟିଏସ) ପ୍ରକଳ୍ପ ଅଧୀନରେ ନ୍ୟୁ ଅଶୋକ ନଗରରୁ ସାହିବାବାଦ ପର୍ଯ୍ୟନ୍ତ ୫.୬ କିଲୋମିଟର ଦୂରତା ବିଶିଷ୍ଟ ରେଳ ସୁଡ଼ଙ୍ଗ ନିର୍ମାଣ କରିବା ଲାଗି ଏନସିଆରଟିସି ଏକ ଚାଇନା କମ୍ପାନୀକୁ ଟେଣ୍ଡର ଦେଇଛି। 
  9. ଆମେରିକାର ପେନ୍‌ସିଲଭାନିଆ ନିବାସୀ ହେଲେ କାରୋଲ୍ ମ୍ୟାକ୍‌-ଫେଡେନ୍‌, ୨୦୧୮ରେ ୮୦ ବର୍ଷ ବୟସରେ ସେ ପ୍ରାଣ ହରାଇଲେ। ୧୯୯୪ରେ ପ୍ରଥମଥର ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍‌ରେ କାରୋଲ୍ ସ୍ଥାନ ପାଇବା ସହ ସେସମୟରେ ତାଙ୍କ ପାଖେ ମୋଟ୍ ୩୨ହଜାର କାନଫୁଲ ଥିଲା।
  10.  ବିଶ୍ୱର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆଲିବାବା ଏବଂ ଆଣ୍ଟ ଗ୍ରୁପର ମାଲିକ ଜ୍ୟାକ ମା ପ୍ରାୟ ୨ ମାସ ହେବ ନିଖୋଜ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି ।
  11. ଚୀନ୍‌କୁ ଟକ୍କର : ଜାପାନ ନିର୍ମାଣ କଲା ସବୁଠାରୁ ଘାତକ ଯୁଦ୍ଧ ବିମାନ
  12. ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)। ବ୍ୟାଙ୍କ ସହ ଏସ୍‌ଏଚ୍‌ଜିଗୁଡ଼ିକୁ ଯୋଡ଼ିବା ଉପରେ ସରକାର ଗୁରୁତ୍ବ ଦେଉଥିଲେ ମଧ୍ୟ କିଛି ଘରୋଇ ବ୍ୟାଙ୍କ ତାହାକୁ ସେତେ ଗମ୍ଭୀରତାର ସହ‌ ନେଉନଥିବା ଜଣାପଡ଼ିଛି। ଦୁଇ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଏସ୍‌ଏଚ୍‌ଜି ଲିଙ୍କେଜ୍‌ରେ ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିଛି।
  13. ରାଜସ୍ଥାନ, ମଧ୍ୟପ୍ରଦେଶ ପ​‌ରେ ଏବେ କେରଳରେ ବାର୍ଡ ଫ୍ଲୁ(H5N1) ବ୍ୟାପୁଛି। କେରଳରେ ପରୀକ୍ଷା ହୋଇଥିବା ୮ଟି ସାମ୍ପଲ ମଧ୍ୟରୁ ୩ଟି ପଜିଟିଭ୍‌ ମିଳିଥିବା ରିପୋର୍ଟ ମିଳିଛି। 
  14. ପ୍ରତ୍ୟେକ ଦିନ ସ୍କୁଲ୍‌ରେ ଉପସ୍ଥିତ ରହୁଥିବା ଛାତ୍ରୀଙ୍କୁ ୧୦୦ଟଙ୍କା ଲେଖାଏଁ ଦିଆଯିବ।  ଏହା ସହ ସ୍ନାତକ ଏବଂ ସ୍ନାତକୋତ୍ତର  ପାଠ୍ୟକ୍ରମରେ  ନାମ ଲେଖାଇଥିବା ବା ପଢୁଥିବା ଛାତ୍ରଛାତ୍ରୀଙ୍କୁ ବହି କିଣିବା ପାଇଁ ଯଥାକ୍ରମେ ୧୫୦୦ ଏବଂ ୨୦୦୦ଟଙ୍କା ଲେଖାଁଏ ଦିଆଯିବ। ଏହି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜାନୁଆରୀମାସ ଶେଷ ସୁଦ୍ଧା ଜମାକରିଦିଆଯିବ।
  15. ବିଏସଏନଏଲ ନିକଟରେ ୩୯୯ ଟଙ୍କାର ଘର ଓ୍ବାପସୀ ପୋଷ୍ଟପେଡ୍ ପ୍ଲାନ୍ ଲଞ୍ଚ୍ କରିଛି । ଏହି ପ୍ଲାନ୍ ରେ ଗ୍ରାହକଙ୍କୁ ପ୍ରତିମାସରେ ୭୦ ଜିବି ଡାଟା ମିଳୁଛି । ଏହାସହ ରୋଲ୍ ଓଭର ସୁବିଧା ଅଧିନରେ ୨୧୦ ଜିବି ଡାଟା ମିଳିପାରିବ । ଏହା ବ୍ୟତୀତ ବିଏସଏନଏଲ ଉପଭୋକ୍ତାଙ୍କ ପାଇଁ ୫୨୫ ଟଙ୍କା ବିଶିଷ୍ଟ ପୋଷ୍ଟପେଡ୍ ଫ୍ଲାନ୍ ମଧ୍ୟ ଅଫର ଦେଉଛି । ଯେଉଁଥିରେ ଗ୍ରାହକଙ୍କୁ ୮୫ ଜିବି ଡାଟା ମିଳିବ ।
  16. ବ୍ୟବସାୟୀମାନଙ୍କ ସ୍ମାର୍ଟଫୋନ୍‌କୁ ପଏଣ୍ଟ୍‌ ଅଫ୍‌ ସେଲ୍‌ (ପିଓଏସ୍‌) ମେସିନରେ ପରିଣତ କରିବା ଲାଗି ତିନିଟି ସଂସ୍ଥା ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ), ଆର୍‌ବିଏଲ୍‌ ବ୍ୟାଙ୍କ ଓ ପେବାଏନିୟର ହାତ ମିଳାଇଛନ୍ତି।
  17. ନିକଟରେ ଅନୁଷ୍ଠିତ ହୋଇଥିବା ଜାତୀୟ ଭଲିବଲ୍‌ ରେଫରି ପରୀକ୍ଷାରେ ଓଡ଼ିଶାରୁ ସର୍ବାଧିକ ୨୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
  18. ଅନ୍‌ରିକ୍‌ ନର୍ଖିୟାଙ୍କ ୬ ସାଙ୍ଗକୁ ୱିଆନ୍‌ ମୁଲ୍‌ଡରଙ୍କ ୩ ୱିକେଟ୍‌ ଦଖଲ ବଳରେ ଘରୋଇ ଦକ୍ଷିଣ ଆଫ୍ରିକା ସ୍ଥାନୀୟ ୱଣ୍ଡରର୍ସରେ ରବିବାରଠୁ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିବସରେ ଶ୍ରୀଲଙ୍କା ପ୍ରଥମ ପାଳିକୁ ୧୫୭ ରନ୍‌ରେ ସଫା କରିଦେଇଛି।
  19. ଜାତୀୟ ଚେସ୍‌ ଫେଡେରେଶନର କାର୍ଯ୍ୟକର୍ତ୍ତା ନିର୍ବାଚନ ଲାଗି ମାଡ୍ରାସ ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ନିର୍ବାଚନ ଅଧିକାରୀ କେ. କାନନଙ୍କ ଦ୍ବରା ସମ୍ପନ୍ନ ହୋଇଥିଲା। ଡା. ସଞ୍ଜୟ କାପୁରଙ୍କ ବିଜୟ ପରେ ଚେସ୍‌ ପ୍ରେମୀମାନେ ଖୁସି ବ୍ୟକ୍ତ କରିଛନ୍ତି।
  20. ଜାନୁଆରି ୧ରେ ୪ଜଣ କରୋନାର ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହେବା ପରେ ମୋଟ ବ୍ରିଟେନ ଷ୍ଟ୍ରେନ ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଞ୍ଚିଥିଲା। ଆଜି ୯ଜଣ ଚିହ୍ନଟ ହେବା ପରେ ମୋଟ ବ୍ରିଟେନ ଷ୍ଟ୍ରେନ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.