• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  ଆମେରିକାର ଏକ ହସ୍ପିଟାଲରେ କାମ କରୁଥିବା ଜଣେ ସ୍ୱାସ୍ଥ୍ୟକର୍ମୀ ୫୦୦ରୁ ଅଧିକ କରୋନା ଭାକସିନକୁ ନଷ୍ଟ କରି ଦେଇଛନ୍ତି । ଏହି ଭାକସିନ୍ ମାନବସମାଜ ପାଇଁ କ୍ଷତିକାରକ ବୋଲି ତାଙ୍କୁ ଲାଗୁଥିଲା । ଲୋକଙ୍କର ଡିଏନଏରେ ପରିବର୍ତ୍ତନ ହୋଇଯିବ ବୋଲି ସେ ଭାବୁଥିଲେ । ତେଣୁ ସେ ଏପରି କରିଛନ୍ତି । ଏହି ଘଟଣା ପରେ ୪୬ ବର୍ଷୀୟ ଷ୍ଟିଭେନ୍ ବ୍ରାଣ୍ଡବର୍ଗଙ୍କୁ ଗିରଫ କରାଯାଇଛି
  2.  ଗତ ୯ ବର୍ଷରେ ଦେଶର ବିଭିନ୍ନ ଭାଗରେ ଏପର୍ଯ୍ୟନ୍ତ ୪୯ ଥର ଭୂତାଣୁ ସଂକ୍ରମଣ ହେଲାଣି। ତେବେ ପ୍ରଥମ ଥର ରାଜସ୍ଥାନରେ ଏହି ଭୂତାଣୁ ମିଳିବା ପ୍ରଶାସନକୁ ଚକିତ କରିଛି। ଭୂତାଣୁ ସଂକ୍ରମଣ ଯୋଗୁ ରାଜସ୍ଥାନରେ ଏପର୍ଯ୍ୟନ୍ତ ୫୨୨ଟି ପକ୍ଷୀ ପ୍ରାଣ ହରାଇଛନ୍ତି।
  3. ଭୁବନେଶ୍ୱର: କାନ୍‌ସ୍‌ ଚଳଚ୍ଚିତ୍ର ଉତ୍ସବରେ ବଲିଉଡ୍‌ ଚଳଚ୍ଚିତ୍ର ‘ସିଲ୍‌ଭର୍‌ ଗାନ୍ଧୀ’କୁ ମିଳିଛି ପ୍ରଥମ ପୁରସ୍କାର। ସାଇରାମ ଗାନ୍ଧୀ ନାମରେ ଓଡ଼ିଶାରେ ଲୋକପ୍ରିୟ ମୋହନ ମହାପାତ୍ରଙ୍କ ଉପରେ ଏହି ଚଳଚ୍ଚିତ୍ରର କାହାଣୀ ଆଧାରିତ।।
  4. ହିସାବ କହୁଛି ନୂଆ ବର୍ଷର ପ୍ରଥମ ଦିନରେ ଭାରତେ ୬୦,୦୦୦ ନବଜାତକଙ୍କ କୂଆଁ କୂଆଁ ଶୁଭିଛି ।
  5. ୫୦ ହଜାର ଟଙ୍କା ପୁଞ୍ଜିରୁ ଏବେ ବାର୍ଷିକ ଆୟ ୫ କୋଟି, ୬୦ରୁ ଅଧିକ ଶିକ୍ଷିତ ଯୁବକଯୁବତୀଙ୍କୁ ମିଳିଛି ନିଯୁକ୍ତି ।
  6. ଅଗ୍ନିଶମ ସେବା ପୋର୍ଟାଲ ଓ ଫାୟାର୍‌ ପାର୍କ ଉଦ୍‌ଘାଟିତ, ପ୍ରତି ଶନିବାର ଜନସାଧାରଣଙ୍କ ପାଇଁ ଖୋଲା ରହିବ ପାର୍କ ।
  7. ପୁରୀରେ କମିଚାଲିଛି ଭକ୍ତଙ୍କ ସଂଖ୍ୟା, ବ‌ାଧକ ସାଜିଛି କୋଭିଡ୍‌ କଟକଣା, ଖାଁଖାଁ ବାରିକେଡ୍‌ ।
  8.  ସଚିବସ୍ତରୀୟ ବୈଠକରେ ମୁଖ୍ୟସଚିବଙ୍କ ନିର୍ଦେଶ, ଜିଲ୍ଲା ଗସ୍ତ କରିବେ ବରିଷ୍ଠ ଅଧିକାରୀ।
  9. ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପିଲାଙ୍କ ପାଇଁ କୋଭିଡ୍‌ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ।
  10. ଅଲ୍‌-କାଏଦା ସହଯୋଗୀଙ୍କୁ ପାଣ୍ଠି ଯୋଗାଉଥିଲା ଓବାମା ପ୍ରଶାସନ ।
  11. ଭାରତ ଓ ଇସ୍ରାଏଲ୍‌ର ମିଳିତ ଭାବେ ବିକଶିତ କରିଥିବା ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରି ହେଉଥିବା ଏକ ମଧ୍ୟମ ଧରଣ କ୍ଷେପଣାସ୍ତ୍ରର (ଏମ୍‌ଆର୍‌ଏସ୍‌ଏଏମ୍‌) ସଫଳ ପରୀକ୍ଷା କରିଛନ୍ତି। ଶତ୍ରୁପକ୍ଷ ବିମାନ ଆକ୍ରମଣରୁ ନିରାପଦ ରହିବା ଉଦ୍ଦେଶ୍ୟରେ ଏହାକୁ ବିକଶିତ କରାଯାଇଛି।
  12. ଗଣତନ୍ତ୍ର ଦିବସରେ ଗଡିବ ମହିଳା ଚାଷୀଙ୍କ ଟ୍ରାକ୍ଟର । ଦିଲ୍ଲୀର ୪ଟି ସୀମାରେ ହେବ ଟ୍ରାକ୍ଟର ପରେଡ ।
  13. ଯେଉଁ ହାତରେ ଝିଅର କାନ ମୋଡୁଥିଲେ, ସେଇ ହାତରେ ସାଲ୍ୟୁଟ ମାରିଲେ ବାପା ଗୋଟିଏ ଅଫିସରେ ବାପା ଇନ୍ସପେକ୍ଟର ଆଉ ଝିଅ DSP ।ଆନ୍ଧ୍ର ପୋଲିସ ରବିବାର ଟୁଇଟ୍‌ କରି ଏହି ଫଟୋ ଶେୟାର କରିଛି। 
  14. ଆସନ୍ତା ଗଣତନ୍ତ୍ର ଦିବସରେ ଯୋଗ ଦେବେନି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌ । ଏହି ବର୍ଷ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଥିଲେ ବୋରିସ୍ ଜନସନ୍‌ । ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌ଙ୍କ ଭାରତ ଗସ୍ତକୁ ବାତିଲ କରାଯାଇଥିବା ସୂଚନା ମିଳିଛି ।
  15. ଦେଶ ପାଇଁ ମିଳିମିଶି କାମ କରିବେ ସେରମ୍ ଏବଂ ବାୟୋଟେକ୍ ।
  16. ପକ୍ଷୀ ଗଣୁ ଗଣୁ ହାବୁଡିଲେ ହାତୀ ପଲ । ଚିଲିକା ବାଲିପାଟପୁରରେ ହାତୀ ପଲଙ୍କୁ ଦେଖିଲେ ପକ୍ଷୀ ଗଣନାକାରୀ । କାଦୁଅ ଫଶିଥିବା ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ଏକାଠି ହେଲେ ୧୩ଟି ହାତୀ ।
  17. ଚଳିତ ବର୍ଷ ଭାରତ କିଣିବ  ଇସ୍ରାଏଲ ନିର୍ମିତ ହେରନ ଡ୍ରୋନ, ଏୟାରବସ ସି-୨୯୫ ବିମାନ ।
  18. ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ଦୁଇ ସପ୍ତାହ ମଧ୍ୟରେ ମନ୍ଦିର ମରାମତି ସାରିବାକୁ ସରକାରଙ୍କୁ ନିର୍ଦ୍ଦେଶ ।
  19. ୧୯୭୧ ଜାନୁଆରୀ ୫; ଠିକ୍ ୫୦ ବର୍ଷ ତଳେ ସର୍ବପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଖେଳା ଯାଇଥିଲା। ଇଂଲଣ୍ଡ ଦଳ ୬ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଆସିଥିଲା। ମେଲ୍‌ବୋର୍ଣ୍ଣରେ ୩ୟ ଟେଷ୍ଟମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା। 
  20. ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ ରୂପେ ପରିଗଣିତ ଭାରତୀୟ କ୍ରିକେଟ୍ କ​‌େ​‌ଣ୍ଟ୍ରାଲ ବୋର୍ଡ (ବିସିସିଆଇ)ର ୨୦୧୮-୧୯ ବର୍ଷ ସୁଦ୍ଧା ମୋଟ ସମ୍ପତ୍ତିର ପରିମାଣ ୧୪,୪୮୯ କୋଟି ଟଙ୍କା ବୋଲି ଜଣାପଡ଼ିଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.