• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୬ ଫେବୃଆରୀ ୨୦୧୯ରେ ଭାରତୀୟ ସେନା କରିଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ନେଇ ସତ ମାନିଛି ପାକିସ୍ତାନ। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ୩୦୦ ଜଣ ମରିଛନ୍ତି।
  2. ଆସନ୍ତା ଜାନୁୟାରୀ ୧୫ତାରିଖରେ କୃଷି ଆଇନକୁ ବିରୋଧ କରି ଦେଶର ସମସ୍ତ ରାଜଭବନ ସାମ୍ନାରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି କଂଗ୍ରେସ।
  3. ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ପରୀକ୍ଷାମୂଳକ କରୋନା ଟିକା ନେଇ ଜଣେ ସ୍ୱୟଂସେବୀ ପ୍ରାଣ ହରାଇଛନ୍ତି। ମୃତକ ଦୀପକ ମରାବୀ ଜଣେ ଶ୍ରମିକ ଓ ତାଙ୍କ ବୟସ ୪୭ ବର୍ଷ ବୋଲି କୁହାଯାଇଛି। 
  4. ଜାକାର୍ତ୍ତା ନିକଟବର୍ତ୍ତୀ ସମୁଦ୍ର ଭିତରେ ବିମାନଟି ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନରେ ୫୯ ଯାତ୍ରୀ ଓ ୬ କର୍ମଚାରୀ ରହିଥିଲେ। ଦୁର୍ଘଟଣା ଫଳରେ ସମସ୍ତ ୬୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଯାତ୍ରୀଙ୍କ ମଧ୍ୟରେ ୬ ଶିଶୁ ରହିଥିବା ଜଣାପଡ଼ିଛି।
  5. ସୂଚନା ଅନୁଯାୟୀ ଶ୍ରୀବିଜୟା ଏୟାରର ବିମାନ ସଂଖ୍ୟା ଏସଜେ-୮୨ରେ ୫୬ ଯାତ୍ରୀ ଏବଂ ୬ ଚାଳକ ସଦସ୍ୟ ଥିଲେ। ଏହି ବିମାନର ସନ୍ଧାନ ପାଇଁ ଇଣ୍ଡୋନେସିଆ ସରକାର ବଡ ଅଭିଯାନ ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ ବିମାନର ଲୋକେସନ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ।
  6. ବନ୍ଦେ ଭାରତ ମିଶନର ନବମ ପର୍ଯ୍ୟାୟ ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୨୪ଟି ଦେଶକୁ ୧ ହଜାର ୪୯୫ଟି ଆନ୍ତର୍ଜାତିକ ବିମାନ ଚଳାଚଳ କରୁଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଏହି ସୂଚନା ଦେଇ କହିଛନ୍ତି, ଏହି ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ ୮୦ ହଜାର ଲୋକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। ଗତ ବୁଧବାର ସୁଦ୍ଧା ୨୬୧ଟି ଆନ୍ତର୍ଜାତିକ ବିମାନ ଦ୍ୱାରା ୧୯ଟି ଦେଶରୁ ପ୍ରାୟ ୪୯ ହଜାର ଲୋକ ଭାରତ ଫେରିଛନ୍ତି।
  7. ଫ୍ରାନ୍ସର ଅତ୍ୟାଧୁନିକ ହେଲିକପ୍ଟର ପାନ୍ଥରର ଶତ ପ୍ରତିଶତ ନିର୍ମାଣ ଭାରତରେ କରିବାକୁ ଉଭୟ ଦେଶ ସହମତ ହୋଇଛନ୍ତି। ସେହିପରି ରାଫେଲ ଯୁଦ୍ଧବିମାନର ୭୦ ପ୍ରତିଶତ ଆସେମ୍ବଲ ହେବ।  ‘ମେକ୍-ଇନ-ଇଣ୍ଡିଆ’ରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।
  8. ଦେଶରେ ୧୬ ଜାନୁୟାରୀ ୨୦୨୧ରୁ ଟିକାକରଣ ଆରମ୍ଭ ହେବା ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ସର୍ବପ୍ରଥମେ ଦେଶର ସ୍ବାସ୍ଥ୍ୟ କର୍ମୀ ଏବଂ ଆଗଧାଡିର ଯୋଦ୍ଧାମାନଙ୍କୁ ଟିକା ଦିଆଯିବ ।ଦେଶରେ ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ପ୍ରାୟ ୩ କୋଟି । ଏହା ସହ ୫୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ । 
  9. ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଅଣଦେଖା କରିବାରୁ ତାଙ୍କ ଅସନ୍ତୁଷ୍ଟ ସମର୍ଥକ ବର୍ତ୍ତମାନ ରାଜସ୍ଥାନରେ ବିଜେପିଠୁ ଅଲଗା ନିଜର ଏକ ନୂତନ ରାଜନୈତିକ ମଞ୍ଚ ଗଠନ କରିଛନ୍ତି। ଏହାର ନାମ ‘ବସୁନ୍ଧରା ରାଜେ ସମର୍ଥକ ରାଜସ୍ଥାନ ମଞ୍ଚ’ ଦିଆଯାଇଛି। 
  10.  ନେତାଜୀଙ୍କ ଜୟନ୍ତୀ ବର୍ଷେ ପର୍ଯ୍ୟନ୍ତ ପାଳନ ସକାଶେ ଏହି ଉଚ୍ଚସ୍ତରୀୟ କମିଟି ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ନିଷ୍ପତ୍ତି
    ଗ୍ରହଣ କରିବ। ଆସନ୍ତା ୨୩ ତାରିଖରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବର୍ଷେବ୍ୟାପୀ ଜୟନ୍ତୀ ପାଳନ ଆରମ୍ଭ ହେବ।
  11. ୨ ଲକ୍ଷ ଟଙ୍କାରୁ କମ୍‌ ଟଙ୍କାର ଗହଣା କିଣିଲେ ପର୍ମାନେଣ୍ଟ୍‌ ଆକାଉଣ୍ଟ୍‌ ନମ୍ବର (ପ୍ୟାନ୍‌) କିମ୍ବା ଆଧାର ନମ୍ବର ଦେବାକୁ ପଡ଼ିବ ନାହିଁ। ୨୦୨୦ ମସିହା ଡିସେମ୍ବର ୨୮ ତାରିଖରେ ୨୦୦୨ ମସିହା ପିଏମ୍‌ଏଲ୍‌ ଆକ୍ଟ ଅଧୀନରେ ଏହି ନୋଟିଫିକେସନ୍‌ ଜାରି କରାଯାଇଛି।
  12.  ବିହାର ବିଧାନସଭା ନିର୍ବାଚନ ପରେ ବିଜେପି କଥା ରକ୍ଷା କରି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଲା । ହେଲେ ଏବେ ବିଜେପି ବିଧାୟକମାନେ ବିହାରବାସୀଙ୍କୁ ସୁଶାସନ ଦେବାରେ ବାଧକ ସାଜୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ପ୍ରମୁଖ ନୀତୀଶ କୁମାର
  13. ସାଗର ଅନ୍ୱେଷିକାକୁ ଚେନ୍ନାଇ ପୋର୍ଟ ଟ୍ରଷ୍ଟ୍‍ଠାରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ଡକ୍ଟର ହର୍ଷବର୍ଦ୍ଧନ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନା ଭାରତୀୟ ବୈଜ୍ଞାନିକମାନଙ୍କୁ ଗଭୀର ସାମୁଦ୍ରିକ ଗବେଷଣା କାର୍ଯ୍ୟରେ ସହାୟତା କରୁଛି ବୋଲି କହିଛନ୍ତି।
  14. ଆଣବିକ ଅସ୍ତ୍ରରେ ବଳୀୟାନ୍‌ ତାଙ୍କ ଦେଶର ‘ସବୁଠୁ ବଡ଼ ଶତ୍ରୁ’ ଯୁକ୍ତରାଷ୍ଟ୍ର ଆମେରିକା ବୋଲି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ କହିଥିବା ଶନିବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ‘କେସିଏନ୍‌ଏ’ ରିପୋର୍ଟ କରିଛି।
  15. ଲଣ୍ଡନ୍‌ରେ ପ୍ରତି ୩୦ ଜଣରେ ଜଣେ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। ଲଣ୍ଡନ୍‌ ମେୟର ସାଦିକ ଖାନ୍‌ ଏହାକୁ ଏକ ବଡ଼ ସଙ୍କଟ ବୋଲି ଘୋଷଣା କରିଛନ୍ତି।
  16. ଇଣ୍ଡୋନେସିଆ ଜାକାର୍ତା ବିମାନ ବନ୍ଦରରୁ ଶନିବାର ଉଡାଣ କରିଥିବା ଶ୍ରୀୱିଜୟ ଏୟାରଲାଇନ୍ସର ବୋଇଂ-୭୩୭-୫୦୦ ଘରୋଇ ଉଡାଣ ସଂଖ୍ୟା ଏସ୍‌ୱାଇଜେ-୧୮୨ ଦୁର୍ଘଟଣା ଗ୍ରସ୍ତ ହୋଇଛି।
  17. ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶା ମନରେଗା ଯୋଜନାରେ ୮୯.୯୮% ଅର୍ଥରାଶି ଖର୍ଚ୍ଚ କରିପାରିଛି। କେନ୍ଦ୍ର ଗ୍ରାମୀଣ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ସର୍ବାଧିକ ୧୦୪.୨୪% ଓ ମହାରାଷ୍ଟ୍ର ୧୦୩.୩୯% ଖର୍ଚ୍ଚ କରିଛନ୍ତି।
  18.  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆକାଉଣ୍ଟ୍‌କୁ ଟ୍ବିଟର ସ୍ଥ‌ାୟୀଭାବେ ବନ୍ଦ କରିଦେଇଛି। 
  19. ସେଥିରେ ପେଟ୍ରୋଲ ପମ୍ପରେ ଡେବିଟ୍ ଏବଂ କ୍ରେଡିଟ କାର୍ଡରେ ପେଟ୍ରୋଲ, ଡିଜେଲ କିଣିଲେ ଗ୍ରାହକଙ୍କୁ ୦.୭୫ ପ୍ରତିଶତ କ୍ୟାସବ୍ୟାକ୍ ସୁବିଧା ମିଳୁଥିଲା। କିନ୍ତୁ ୨୦୧୯ ଅକ୍ଟୋବର ପହିଲାରୁ ସରକାର କ୍ରେଡିଟ୍ କାର୍ଡରେ ଏହି ସୁବିଧା ଗ୍ରାହକଙ୍କୁ ଆଉ ପ୍ରଦାନ କରୁନାହାନ୍ତି। ଏବେ କେବଳ ଡେବିଟ୍ କାର୍ଡରେ ତେଲ କିଣିଲେ ଗ୍ରାହକଙ୍କୁ କ୍ୟାସବ୍ୟାକ୍ ମିଳିବା ନିୟମ ରହିଛି। 
  20. ସିଡ୍‌ନି ସମରରେ କ୍ରମଶଃ ଦୁର୍ବଳ ହେବା‌ରେ ଲାଗିଛି ଭାରତ। ତୃତୀୟ ଦିନର ଅପ୍ରତ୍ୟାଶିତ ତଥା ନାଟକୀୟ ବିପର୍ଯ୍ୟୟ ପରେ ମ୍ୟାଚ୍ ରାହାଣେ ସେନା ହାତରୁ ଧୀରେଧୀରେ ଖସିଖସି ଯାଉଛି। ଶନିବାର ତୃତୀୟ ଦିନର ପ୍ରଥମ ଦୁଇ ଅଧିବେଶନରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୯ ରନ୍‌ରେ ୬ ୱିକେଟ୍ ହରାଇବା ସହ ପ୍ରଥମ ପାଳିରେ ମାତ୍ର ୨୪୪ ରନ୍‌ରେ ଅଲଆଉଟ୍ ହୋଇଯାଇଛି ଟିମ୍ ଇଣ୍ଡିଆ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.