• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜାତୀୟ ରାଜପଥଗୁଡିକରେ ବନ୍ୟଜନ୍ତୁଙ୍କ ନିରାପଦ ଯାତାୟତ ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରିବ। 
  2. ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାବିକାଶ ଅଘାଡି ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ସୁରକ୍ଷାକୁ ହ୍ରାସ କରି ଦେଇଛନ୍ତି। ଫଡନାଭିସଙ୍କ ବ୍ୟତୀତ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ସୁରକ୍ଷା ମଧ୍ୟ ହ୍ରାସ ପାଇଛି।
  3. ଭାରତରେ ନାରୀ ସଶକ୍ତିକରଣର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି ଏୟାର ଇଣ୍ଡିଆରେ । ଏହାର ଇଣ୍ଡିଆର ନୂଆକରି ଆରମ୍ଭ ହୋଇଥିବା ସାନ ଫ୍ରାନସିସକୋ-ବାଙ୍ଗାଲୁରୁ ଫ୍ଲାଇଟ (ଫ୍ଲାଇଟ ନଂ ଏଆଇ୧୭୬) ଗତ ଶନିବାର ରାତି ସାଢେ ୮ଟାରେ ଉଡ଼ାଣ ଆରମ୍ଭ କରିଛି
  4. ପଶ୍ଚିମବଙ୍ଗରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା। ଆସନ୍ତା ୧୬ତାରିଖରେ ଭାରତରେ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଥିବା ବେଳେ ଆଜି ଏଭଳି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। 
  5. ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାଣ୍ଟୋଖି ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ ।
  6. ଏଣିକି ୯ ଘଣ୍ଟା ବଦଳରେ ୮ ଘଣ୍ଟା କାମ କରିବେ କର୍ମଚାରୀ । ୮ ଘଣ୍ଟାରୁ ଅଧିକ କାମ କଲେ ଏବେ କର୍ମଚାରୀ ପାଇବେ ଓଭରଟାଇମ ।
  7. ଜାନୁଆରି ୧୬ ତାରିଖରେ ଦେଶରେ ଆରମ୍ଭ ହେବାକୁ ଯାଉଥିବା ବିଶାଳ ଟିକାକରଣ ଅଭିଯାନରେ ସରକାରଙ୍କର ଅନ୍ୟୂନ ୨୩ଟି ବିଭାଗ ଅଂଶଗ୍ରହଣ କରିବେ। ଏହା ବିଶ୍ୱର ସବୁଠାରୁ ବଡ଼ ଟିକାରଣ ଅଭିଯାନ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି।
  8.  ଆଗାମୀ ୨୧ ତାରିଖରୁ ବିନା କୋଭିଡ ପରୀକ୍ଷାରେ ଭକ୍ତମାନେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିପାରିବେ।
  9. ଦେଶର ବିଭିନ୍ନ ଭାଗରେ ଥିବା ସମସ୍ତ ୧୪ଟି ଯାଞ୍ଚ ନିର୍ଦ୍ଦେଶାଳୟରେ ସରକାର ବିଦେଶୀ  ପରିସମ୍ପତ୍ତି ଯାଞ୍ଚ ୟୁନିଟି (ଏଫଆଇୟୁ) ସ୍ଥାପନା କରିଛନ୍ତି।
  10. ଚାଷୀ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ ହେଲିପ୍ୟାଡ ଅକ୍ତିଆର କରିନେବା ସହ ତାଙ୍କ ସଭାମଞ୍ଚ ଭାଙ୍ଗି ଦେଇଛନ୍ତି। ଘଟଣାକୁ ନେଇ ଖଟ୍ଟର ଗଣମାଧ୍ୟମ ସମ୍ମୁଖକୁ ଆସିଛନ୍ତି। ତାଙ୍କୁ ଧୋକା ଦିଆଯାଇଥିବା ଅଭିଯୋଗ କରିଛନ୍ତି।
  11. ବିଶ୍ବରେ ସବୁଠାରୁ ଅଧିକ ଆୟ କରିଥିବା ଆପ୍‌ ଭିତରେ ଟିକ୍‌ଟକ୍‌ ସବୁଠାରୁ ଆଗରେ ରହିଛି । ୨୦୨୦ରେ ଟିକ୍‌ଟକ୍‌ ୫୪୦ ମିଲିୟନ ଡଲାର ରୋଜଗାର କରିଛି । ଏହା ପଛକୁ ରହିଛି ଡେଟିଂ ଆପ୍‌ ଟିଣ୍ଡର । ୫୧୩ ମିଲିୟନ ଡଲାର ସହ ଟିଣ୍ଡର ଆପ୍‌ ଦ୍ବିତୀୟ ସ୍ଥାନରେ ରହିଛି ।
  12. ମାତ୍ର ଅଢେଇ ଘଣ୍ଟାରେ ପହଞ୍ଚିବେ ଦିଲ୍ଲୀରୁ ଡେରାଡୁନ। ଭାରତୀୟ ବନ୍ୟଜନ୍ତୁ ବୋର୍ଡ ଡେରାଡୁନ-ଦିଲ୍ଲୀ ଏକ୍ସପ୍ରେସୱେ ପ୍ରକଳ୍ପକୁ ସବୁଜ ପତାକା ଦେଖାଇଛନ୍ତି। ୧୮୦ କିଲୋମିଟରର ଏହି ଏକ୍ସପ୍ରେସୱେ ନିର୍ମାଣ ହେବାପରେ ଡେରାଡୁନରୁ ଦିଲ୍ଲୀ ଯିବାକୁ ଅଧିକ ସମୟ ଲାଗିବନି। ଏହି ଏକ୍ସପ୍ରେସୱେ ଡେରାଡୁନରୁ ସହାରନପୁର,ଶାମଲି, ବାଗପତ ଦେଇ ଦିଲ୍ଲୀ ସହ ଯୋଡିହେବ।
  13. ସ୍କୁଲ ଫି ଛାଡ଼ ପ୍ରସଂଗ ସରକାରଙ୍କ ଉପରେ ଖଣ୍ଡପୀଠ ଛାଡିଛନ୍ତି। ଏ ସଂପର୍କିତ ଏମଓୟୁ କାର୍ଯ୍ୟକାରୀ ପ୍ରସଂଗରେ ସରକାର ନିଷ୍ପତ୍ତି ନେବେ। ଯଦି କୌଣସି ପକ୍ଷ ବା ଅନୁଷ୍ଠିତ ଏମଓୟୁ ଦ୍ବାରା ପ୍ରଭାବିତ ହୁଅନ୍ତି ତେବେ ସେ ଆଇନ ଅନୁସାରେ ପୃଥକ ମାମଲା ଦାୟର କରି ପାରିବେ। 
  14.  କରୋନା ମହାମାରୀ ଯୋଗୁଁ ବିଦ୍ୟାଳୟ ଶିକ୍ଷାରୁ ବାଦ୍‍ ପଡିଥିବା ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରିବେ। ଫଳରେ ବିଦ୍ୟାଳୟରୁ କମ୍‍ ଉପସ୍ଥାନ ହ୍ରାସ ପାଇବା ସହ ସେମାନଙ୍କୁ ପୁଣି ଥରେ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଅଣାଯାଇପାରିବ।
  15.  ତାଇୱାନଆ ମେରିକାର ସଂପର୍କରେ ପୂର୍ବରୁ ଥିବା ସମସ୍ତ କଟକଣାକୁ ଆଜି ଆମେରିକା ପ୍ରତ୍ୟାହାର କରିନେଇଛି ଏବଂ ଚୀନ୍‌ର ଭୂମିକାକୁ ଅତ୍ୟନ୍ତ ଗୌଣ କରିଛି। ଏ ବାବଦରେ ଆଜି ଆମେରିକା ବିଦେଶ ସଚିବ ମାଇକ୍‌ ପୋମ୍ପିଓ ଘୋଷଣା କରିବା ପରେ ଚୀନ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
  16. ଫେମ୍‌ ଇଣ୍ଡିଆ-ଏସିଆ ପୋଷ୍ଟ ପକ୍ଷରୁ ବ୍ୟୁରୋକ୍ରାଟ୍‌ (ବରିଷ୍ଠ ପ୍ରଶାସନିକ ଅଧିକାରୀ)ଙ୍କୁ ନେଇ ଏକ ୫୦ ଜଣିଆ ପ୍ରଭାବଶାଳୀ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୧୯୮୭ ମସିହା ବ୍ୟାଚ୍‌ର ଉତ୍ତରପ୍ରଦେଶ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ଦେବାଶିଷ ପଣ୍ଡା, ୧୯୮୭ ବ୍ୟାଚ୍‌ର ଆଇଏଏସ୍‌ ତୁହିନକାନ୍ତ ପା‌େଣ୍ଡ ଏବଂ ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ରାଜେଶ ବର୍ମା ସ୍ଥାନ ପାଇଛନ୍ତି।
  17. ଗତ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଆମେରିକା ସଂସଦ ଭବନରେ ଭିଆଇଥିବା ଦଙ୍ଗା ପରିପ୍ରେକ୍ଷୀରେ ଆସନ୍ତାକାଲି (ସୋମବାର) ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା)ରେ ଡେମୋକ୍ରାଟ୍‌ ଦଳ ପକ୍ଷରୁ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ଡେମୋକ୍ରାଟ୍‌ ସାଂସଦ ଟେଡ୍‌ ଲିଉ ଜଣାଇଛନ୍ତି।
  18. ହରିଆଣାର କର୍ଣଲ ଜିଲ୍ଲା ଅନ୍ତର୍ଗତ କୈମଲା ଗାଁ ଠାରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ଏହି ସତେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିଲା ବେଳେ ଉତ୍ତ୍ୟକ୍ତ ଚାଷୀମାନେ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିବା ସହ ପରିସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲେ।
  19.  ମଣିପୁର ଲିସିପ୍ରିୟା କାଙ୍ଗୁଜାମ୍  ୯ ବର୍ଷର କୁନି ଝିଅ, ଏମିତି ଏକ ଡିଭାଇସ୍ ଡିଜାଇନ୍ କରିଛନ୍ତି, ଯେଉଁଥିରେ ପବନକୁ ପାଣିରେ ପରିବର୍ତ୍ତନ କରାଯାଇପାରିବ ।ସୁକିଫ୍ -୨ ଡିଭାଇସର ବ୍ୟବହାର କରାଯାଇ ପାଖାପାଖି ୧ ଘଣ୍ଟା ଭିତରେ ୧୫୦ ମିଲିଲିଟର ପାଣି ତିଆରି କରିପାରିବ ।ଗୋଟିଏ ଲିଟର ପାଣି ପ୍ରସ୍ତୁତ କରିବାକୁ ପାଖାପାଖି ୭ରୁ ୮ ଘଣ୍ଟା ସମୟ ଲାଗୁଛି ।
  20.   ପୂର୍ବ ଲଦାଖ, ସିଆଚେନ୍‌ ଏବଂ କାଶ୍ମୀର ଭଳି ସୁଉଚ୍ଚ ବରଫାବୃତ୍ତ ଅଞ୍ଚଳରେ ଦେଶର ଯବାନମାନେ ମୁତୟନ ହୋଇଛନ୍ତି।ତେବେ ସେମାନଙ୍କୁ ପ୍ରବଳ ଥଣ୍ଡାରୁ ରକ୍ଷା କରିବା ଲାଗି ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ଏକ ସ୍ବତନ୍ତ୍ର ଡିଭାଇସ ତିଆରି କରିଛି, ଯାହାର ନାମ ହେଉଛି ‘ହିମ ତାପକ’।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.