• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଏବର୍ଷର ଗଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବେ ନାହିଁ । ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି ।
  2. ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍‌ ୨୦୨୧ । ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ଜାନୁଆରୀ ୨୯, ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ କରିବେ। ଫେବୃଆରୀ ୧(ସୋମବାର) ୧୧ଟାରେ କେନ୍ଦ୍ରୀୟ ବଜେଟ୍‌ ୨୦୨୧-୨୨ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
  3. ଦେଶ ବିଦେଶରେ ଏବେ ସିଗ୍‌ନାଲ ଓ ଟେଲିଗ୍ରାମ୍‌ ଆପର ବ୍ୟବହାର ଅବିଶ୍ବସନୀୟ ଭାବେ ବୃଦ୍ଧି ପାଇଛି । କେବଳ ଭାରତରେ ହ୍ବାଟସଆପ୍ ବ୍ୟବହାରରେ ପ୍ରାୟ ୩୫ ପ୍ରତିଶତ କମ ଦେଖିବାକୁ ମିଳିଛି ।
  4. ନୂତନ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଦ୍ଵାରା ଗଠିତ ଚାରି ସଦସ୍ୟ ବିଶିଷ୍ଟ କମିଟିରୁ ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ସଭାପତି ତଥା ଅଖିଳ ଭାରତୀୟ କିଷାନ ସମନ୍ଵୟ କମିଟିର ସଭାପତି ଭୂପିନ୍ଦର ସିଂହ ମାନ ନିଜକୁ ଅଲଗା କରି ଦେଇଛନ୍ତି। 
  5. ଦେଶରେ ଜାନୁଆରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି ବହୁପ୍ରତୀକ୍ଷିତ କରୋନା ଟିକାକରଣ।  ଏହାକୁ ନେଇ ପ୍ରସ୍ତୁତ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ରାଜ୍ୟ ଏବଂ ଜିଲ୍ଲାଗୁଡିକରେ ଟିକା ପହଞ୍ଚି ଯାଇଛି। ଏଥିରେ ସ୍ଵାସ୍ଥ୍ୟକର୍ମୀ, କରୋନା ଆଗଧାଡିର  ଯୋଦ୍ଧା, ୫୦ ବର୍ଷରୁ ଉର୍ଦ୍ଧ୍ଵ ଲୋକ ଏବଂ ବହୁବିଧ ରୋଗରେ ପୀଡିତ ଲୋକଙ୍କୁ ପ୍ରାଥମିକତା ଦିଆଯାଉଛି।
  6. ଡୋନାଲ୍ଡ ଟ୍ରମ୍ପ ଦୁଇ ଥର ମହାଭିଯୋଗ ସାମ୍ନା କରିବାରେ ଆମେରିକାର ପ୍ରଥମ ରାଷ୍ଟ୍ରପତି ହେବାର ଅପଖ୍ୟାତି ଅର୍ଜନ କରିଛନ୍ତି। ଡେମୋକ୍ରାଟିକ ପାର୍ଟିର ଦବଦବା ରହିଥିବା ପ୍ରତିନିଧି ସଭା ବୁଧବାର ବିଳମ୍ବିତ ରାତ୍ରିରେ କ୍ୟାପିଟାଲ ବିଲ୍ଡିଂରେ  ହିଂସାକାଣ୍ଡ ମାମଲାରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଉପରେ ମୋହର ମାରିଛି।
  7. ସଂଶୋଧିତ କୃଷି ଆଇନ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ଲଗାତାର ୫୦ ଦିନ ଜାରି ରହିଛି। ଏହି କ୍ରମରେ ହରିୟାଣାର ୬୦ରୁ ଅଧିକ ଗାଁ ବିଜେପି ଓ ସହଯୋଗୀ ଜେଜେପିକୁ ସାମାଜିକ ବହିଷ୍କାର କରାଯାଇଥିବା ଜଣାପଡିଛି।
  8. ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଦଳ କୋଭିଡ୍‍ ଭୂତାଣୁର ଉତ୍ପତ୍ତିସ୍ଥଳ ବିଷୟରେ ତଦନ୍ତ କରିବାକୁ ଚୀନ୍‍ର ହୁବେଇ ପ୍ରଦେଶ ସ୍ଥିତ ଉହାନରେ ପହଞ୍ଚିଛନ୍ତି। ଏହି ଟିମ୍‍ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବେ ଓ ସେହି ସମୟରେ ଚୀନ୍‍ର ବୈଜ୍ଞାନିକମାନଙ୍କ ସହ ବିଚାର ବିମର୍ଷ କରିବେ।
  9. ତୃତୀୟ ପର୍ଯ୍ୟାୟ  ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଆସନ୍ତାକାଲି ଦେଶର ୬୦୦ ଜିଲ୍ଲାରେ ଆରମ୍ଭ ହେବ। ଏହି ଯୋଜନାରେ ୨୦୨୦-୨୧ ବର୍ଷରେ ୮ ଲକ୍ଷ ବ୍ୟକ୍ତିଙ୍କୁ ତାଲିମ୍‍ ଦିଆଯିବ। ଏ ବାବଦରେ ୯୪୮ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। 
  10. ୨୦ ମାସର ଏହି ଝିଅଟିର ଘର ହେଉଛି ଦିଲ୍ଲୀର ରୋହିଣୀନଗରରେ। ତା’ର ନାଁ ହେଉଛି ଘନିଷ୍ଠା। ଘନିଷ୍ଠା ସବୁଠୁ କମ୍‌ ବୟସରେ ଅଙ୍ଗଦାନ କରିଥିବା ପ୍ରଥମ ଝିଅ। ତା’ର ହାର୍ଟ, ଲିଭର, ଦୁଇଟି କିଡ୍‌ନୀ ଏବଂ ଦୁଇଟି ଚକ୍ଷୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ୫ ଜଣଙ୍କଠାରେ ପ୍ରତିରୋପଣ କରାଯାଇଛି।
  11. କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିସିଲ୍ଡ ଏବଂ କୋଭାସ୍କିନ୍‌ କୋଭିଡ ଟିକା ବିକ୍ରି ପାଇଁ ଅନୁମତି ଦେବା ପରେ ତାହା ଖୋଲା ବଜାରରେ ମିଳିପାରିବ ବୋଲି ସେ କହିଛନ୍ତି।
  12.  ୨୦୨୧ରେ ଜାପାନୀ ପାସପୋର୍ଟ ବିଶ୍ବର ସବୁଠାରୁ ଶକ୍ତିଶାଳୀ । ଏହି ପାସପୋର୍ଟ ପାଖରେ ଥିଲେ ବିନା ଭିସାରେ ଆପଣ ୧୯୧ ଦେଶ ବୁଲି ପାରିବେ । ଏହି ପାସପୋର୍ଟ ଧାରକ କୌଣସି ଦେଶ ବୁଲିବା ପାଇଁ ଆଗୁଆ ଭିସା ନେବାର ଆବଶ୍ୟକତା ନାହିଁ । 
  13.  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତାରିଖ ଫେବୃଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଘୋଷଣା କରାଯାଇପାରିବ । ଏପ୍ରିଲ ସୁଦ୍ଧା ନିର୍ବାଚନ ଶେଷ ହୋଇପାରେ। ମେ’ ମାସରେ ହେବାକୁ ଥିବା ସିବିଏସଇ ପରୀକ୍ଷାକୁ ଦୃଷ୍ଟିରେ ରଖି ଏହା କରାଯାଇପାରିବ। 
  14. କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ୍)ଠାରୁ ୮୩ଟି ତେଜସ ବିମାନ ଖରିଦ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ମଂଜୁରୀ ଦ୍ବାରା ଦେଶରେ ପ୍ରାୟ ୫୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
  15. ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ)ର ଦୁର୍ନୀତି ନିବାରଣ ୟୁନିଟ୍ ଅନେକ ସିବିଆଇ ଅଧିକାରୀଙ୍କୁ ଅଟକ ରଖିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ବ୍ୟାଙ୍କ ଠକେଇ ଉପରେ ପରଦା ପକାଇବା ପାଇଁ ଦିଆଯାଇଥିବା ଲାଞ୍ଚ ସହ ଜଡିତ ଏକ ଦୁର୍ନୀତି ମାମଲାରେ ଏହି ଚଢ଼ାଉ ଆରମ୍ଭ କରିଛି ସିବିଆଇ।
  16. ଶନିବାର ଦିନ ୩ ହଜାର କେନ୍ଦ୍ରରେ ଏହି ଟିକାକରଣ ଅଭିଯାନ ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦୈନିକ ଗୋଟିଏ ଓଳି ଲେଖାଏଁ ସବୁ କେନ୍ଦ୍ରରେ ଟିକା ଦିଆଯିବ।
  17. କୋଭିସିଲ୍‌ଡ ଓ କୋଭାକ୍ସିନ୍‌ ବ୍ୟତୀତ ଆହୁରି ୪ ପ୍ରକାର କୋଭିଡ୍‌ ଟିକା ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଧାଡ଼ିରେ ଅପେକ୍ଷା କରିଛନ୍ତି ଏବଂ ସେମାନଙ୍କ ନିର୍ମାତାମାନେ ନିକଟ ଭବିଷ୍ୟତରେ ସରକାରଙ୍କ ଠାରୁ ଆବଶ୍ୟକ ଅନୁମତି ଲୋଡ଼ିପାରନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 
  18. ପ୍ରତିରକ୍ଷା ବାହିନୀରେ ପରକୀୟା ପ୍ରୀତିକୁ ଏକ ଅପରାଧ ଭାବେ ବିବେଚନା କରିବାକୁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ବିଚାର କରିବେ ବୋଲି ବୁଧବାର ରାଜି ହୋଇଛନ୍ତି। ନିଜ ସହଯୋଗୀ କର୍ମଚାରୀଙ୍କ ପତ୍ନୀଙ୍କ ସହ ପରକୀୟା ପ୍ରୀତି ରଖିଥିବା ଜଣେ ସାମରିକ ଅଧିକାରୀଙ୍କ କ୍ଷେତ୍ରରେ ମାନ୍ୟବର ଅଦାଲତ ୨୦୧୮ ମସିହାରେ ପରକୀୟା ପ୍ରୀତି ସଂକ୍ରାନ୍ତ ଦେଇଥିବା ରାୟ ଲାଗୁ ନକରିବା ପାଇଁ ସରକାର ତାଙ୍କ ଆବେଦନରେ ଦର୍ଶାଇଛନ୍ତି। 
  19. ଜାନୁଆରି ୧୮ରୁ ପରିବର୍ତ୍ତିତ ସମୟ ସାରଣୀରେ ୩ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
  20. ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏଣିକି ଏକକାଳୀନ ମେଧାବୃତ୍ତି ଦିଆଯିବ। ପୂର୍ବରୁ ପ୍ରତିବର୍ଷ ମେଧାବୃତ୍ତି ଦିଆଯାଉଥିବା ‌ବେଳେ ୨୦୨୦-୨୧ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା ବିଭାଗ ଜରିଆରେ ପ୍ରଥମ ବର୍ଷରେ ଏକକାଳୀନ ସମସ୍ତ ଶିକ୍ଷାବର୍ଷ ପାଇଁ ମେଧାବୃତ୍ତି ଦିଆଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.