• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନରୱେ ଗତ ଡିସେମ୍ବର ୨୭ ତାରିଖରେ ଟିକାକରଣ ଅଭିଯାନ ହାତକୁ ନେଇଥିଲା।  ଏପର୍ଯ୍ୟନ୍ତ ଅନୁନ୍ୟ ୩୦ ହଜାରରୁ ଅଧିକ ଲୋକେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ତେବେ ଟିକାକରଣ ପରେ ୨୩ ଜଣଙ୍କ ମୃତ୍ୟୁ ।
  2.  ୮୦% ଭାରତୀୟ କୋଭିଡ୍‌-୧୯ ଟିକା ନେବାକୁ ଇଚ୍ଛୁକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
  3.  କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଚାଲିଥିବା ନବମ ଥର ଆଲୋଚନା ବିଫଳ ହୋଇଛି । ଜାନୁଆରୀ ୧୯ ତାରିଖ ମଧ୍ୟାହ୍ନ ୧୨ଟାରେ ପରବର୍ତ୍ତୀ ବୈଠକ ହେବ ।
  4. ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ (ଡିଆର୍‌ଡିଓ) ଏବଂ ଭାରତୀୟ ସେନା ମିଳିତ ଭାବେ ଭାରତର ପ୍ରଥମ ସ୍ୱଦେଶୀ ୯ ଏମ୍‌ଏମ୍‌ ମେସିନ୍‌ ପିସ୍ତଲ୍‌ ବିକଶିତ କରିଛି। 
  5. ନୂଆ ସଂସଦ ଭବନର ଆକୃତି ତ୍ରିଭୁଜ ଆକୃତିର ହେବ ଏବଂ ଏହାକୁ ଦେଶର ୭୫ତମ ସ୍ବାଧିନତା ଦିବସ ପୂର୍ବରୁ ଅର୍ଥାତ ୨୦୨୨ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଟାଟା ପ୍ରୋଜେକ୍ଟ ଲିଃ. ଦ୍ବାରା ହେବାକୁ ଥିବା ନୂଆ ସଂସଦ ଭବନ ପାଇଁ ଖର୍ଚ୍ଚ ହେବ ପ୍ରାୟ ୯୭୧ କୋଟି ଟଙ୍କା ।
  6. ଦେଶର ୬୦୦ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। 
  7. ଶୁକ୍ରବାର ପ୍ରତ୍ୟୁଷରେ ଇଣ୍ଡୋନେସିଆର ସୁଲାୱେସିରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବା କାରଣରୁ ଅନ୍ୟୂନ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଶହ ଶହ ଲୋକ ଆହତ ହୋଇଥିବା କଥା ଦେଶର ବିପର୍ଯ୍ୟୟ ପ୍ରଶମନ ଏଜେନ୍‌ସି କହିଛି।
  8. ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଭିଯାନରେ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି।
  9. ମସଲା ତଥା ସ୍ବାସ୍ଥ୍ୟକର ଖାଦ୍ୟ ଉତ୍ପାଦନ କରି ଏହାକୁ ରପ୍ତାନି କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଥିବା ଜୟ ଭାରତ ସ୍ପାଇସେସ ପ୍ରାଇଭେଟ୍ ଲିମିଟେଡକୁ ଲଗାତାର ଚତୁର୍ଥ ଥର ପାଇଁ ରାଜ୍ୟ ସରକାର ଷ୍ଟେଟ୍ ଏକ୍ସପୋର୍ଟ ଆୱାର୍ଡ ପାଇଁ ମନୋନୀତ କରିଛନ୍ତି। 
  10. ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ରୂପେ ଶପଥ ନେବାକୁ ଯାଉଛନ୍ତି । କରେନା କାରଣରୁ ଗଭୀର ଭାବେ ପ୍ରଭାବିତ ହୋଇଥିବା ଦେଶର ଅର୍ଥ ବ୍ୟବସ୍ଥାକୁ ବାଟକୁ ଆଣିବା ପାଇଁ ସେ ୧.୯ ଟ୍ରିଲିୟନ୍ ଡଲାରର ବା ୧୩୮ ଲକ୍ଷ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଯଦି ଏହି ପ୍ୟାକେଜ୍ ପାରିତ ହୋଇଯାଏ ତେବେ ପ୍ରତ୍ୟେକ ଆମେରିକୀୟଙ୍କୁ ୧ ହଜାର ୪ ଶହ ଡଲାର ବା ପାଖାପାଖି ୩୦ ହଜାର ଟଙ୍କା ଲେଖାଁଏ ମିଳିବ ।
  11. ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ନବୀନ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି। ଏବିପି ନ୍ୟୁଜ୍- ସି ଭୋଟ୍‌ର ପକ୍ଷରୁ ଏହି ସର୍ଭେ କରାଯାଇଛି। 
  12. ସର୍ଭେ ଅନୁଯାୟୀ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଦ୍ଵିତୀୟରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ତୃତୀୟରେ ଅଛନ୍ତି ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀ।
  13.  ଇଣ୍ଡିଗୋ ଶସ୍ତାରେ ବିମାନ ଯାତ୍ରାର ଅଫର୍ ଦେଉଛି । ଏହି ଅଫର ମଧ୍ୟମରେ ଆପଣ ୮୭୭ ଟଙ୍କାରେ ଟିକେଟ୍ କିଣି ବିମାନ ଯାତ୍ରା କରିପାରିବେ । ଇଣ୍ଡିଗୋର ଏହି ଅଫର୍ ୧୩ ଜାନୁଆରୀରୁ ଆରମ୍ଭ ହୋଇଯାଇଛି ଏବଂ ଏହା ୧୭ ତାରିଖରେ ସରିବ ବୋଲି କମ୍ପାନୀ ଘୋଷଣା କରିଛି ।
  14. ଆମେରିକାର ପ୍ରତିରକ୍ଷା ବିଭାଗ ଗୁରୁବାର ଚୀନ୍ ସେନା ସହିତ ଜଡ଼ିତ ଥିବା ୯ଟି ଚାଇନିଜ୍ କମ୍ପାନୀକୁ ବ୍ଲାକ୍ ଲିଷ୍ଟ୍  କରିଛି । ଚୀନ୍ ସେନା ଦ୍ୱାରା ପରିଚାଳିତ କୁହାଯାଉଥିବା ଫୋନ୍ ନିର୍ମାତା କମ୍ପାନୀ ଜାଓମିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। 
  15. ଏବେ ବି ଲଦାଖରେ ଚୀନ ଓ ଭାରତ ସେନା ମୁହାଁମୁହିଁ  ଅବସ୍ଥାରେ ଅଛନ୍ତି । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପ୍ରାୟ ୧୮ ହଜାର କୋଟିର ଯୁଦ୍ଧ ସାମଗ୍ରୀ ଖରିଦ କରିଛି । ଏହା ମଧ୍ୟରେ ରହିଛି ୫ ହଜାର କୋଟି ଟଙ୍କା ମୂଲ୍ୟର ଜରୁରୀକାଳୀନ ଖରିଦ ।
  16. ସ୍ଥଳସେନାର ୭୩ତମ ପ୍ରତିଷ୍ଠା ଦିବସ ଅବସରରେ ଦିଲ୍ଲୀର କ୍ୟାରିଆପ୍ପା ଗ୍ରାଉଣ୍ଡ୍‌ରେ ସେନାଧ୍ୟକ୍ଷ ଜେନେରାଲ୍‌ ମନୋଜ ମୁକୁନ୍ଦ ନରାବଣେଙ୍କ ଦ୍ବାରା ୫ ଜଣ ସେନା ବ୍ୟକ୍ତିତ୍ବଙ୍କୁ ପଦକ ପ୍ରଦାନ କର‌ାଯାଇ ସମ୍ମାନିତ କରାଯାଇଛି। ପଦକ ପାଉଥିବା ୫ ଜଣଙ୍କ ମଧ୍ୟରୁ ଅନ୍ୟତମ ସେନା ଯବାନ ପାରା ସ୍ପେସିଆଲ୍‌ ଫୋର୍ସର ନାୟକ ସନ୍ଦୀପ। ସେ ଜମ୍ମୁ-କଶ୍ମୀରରୁ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରି ସ୍କ୍ବାଡ୍‌ କମାଣ୍ଡର୍‌ଙ୍କ ଜୀବନ ବଞ୍ଚାଇଥିବା କାରଣରୁ ତାଙ୍କୁ ଏହି ପଦକ ପ୍ରଦାନ କରାଯାଇଛି।
  17. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଯାଇଛି। ଆମେରିକା ସଂସଦର ‘ହାଉସ୍‌ ଅଫ୍‌ ରିପ୍ରେ‌ଜେଣ୍ଟିଟିଭ୍‌’ ବା ଆମେରିକା ପ୍ରତିନିଧି ସଭାରେ ବହୁମତରେ ପାରିତ ହୋଇ ଯାଇଥିବା ସୂଚନା ରହିଛି।
  18. ଫେବୃଆରୀ ୧ରେ ଉପସ୍ଥାପିତ ହେବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍‌ ୨୦୨୧ । ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ଜାନୁଆରୀ ୨୯, ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧନ କରିବେ। 
  19. ସେନା ଦିବସ ଅବସରରେ ଅନେକ ଡ୍ରୋନ୍ ଶତ୍ରୁପକ୍ଷର ଟ୍ୟାଙ୍କ, ଆତଙ୍କବାଦୀ ଶିବିର, ହେଲିପ୍ୟାଡ ଓ ଇନ୍ଧନ ଷ୍ଟେସନ ଉପରେ କିଭଳି ଟାର୍ଗେଟ କରୁଛି ତାହା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ୭୫ଟି ଡ୍ରୋନ୍ ବ୍ୟବହାର କରାଯାଇଥିଲା। କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ଏହି ଡ୍ରୋନ୍ କୌଣସି ମାନବ ହସ୍ତକ୍ଷେପ ବିନା ୫୦ କିଲୋମିଟର ଶତ୍ରୁ ଅଞ୍ଚଳରେ ପ୍ରବେଶ କରି ଲକ୍ଷ୍ୟସ୍ଥଳକୁ ଚିହ୍ନଟ କରି ନଷ୍ଟ କରିପାରିଛି।
  20. ଦ୍ରୁତ ବୋଲର ଥଙ୍ଗାରାସୁ ନଟରାଜନ ଶୁକ୍ରବାର ୧୫ ତାରିଖରେ ଗୋଟିଏ ଗସ୍ତରେ ତିନୋଟି ଫର୍ମାଟ୍‌ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରେ ପଦାର୍ପଣ କରିବାରେ ପ୍ରଥମ ଭାରତୀୟ କ୍ରିକେଟ୍‌ର ହେବାର ଗୌରବ ଅର୍ଜନ କରିଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.