• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶା ସାହିତ୍ୟ ଏକାଡେମୀର  ୨୦୨୦ ମସିହା ନିମନ୍ତେ ମର୍ଯ୍ୟାଦାବନ୍ତ ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯିବ। 
  2. ଦେବେନ୍ଦ୍ର କୁମାର ଦାଶ, ଗିରିଜା ଶଙ୍କର ଶର୍ମା, ଅଶୋକ କୁମାର ପଟ୍ଟନାୟକ, ବାବାଜୀ ଚରଣ ପଟ୍ଟନାୟକ, ବାଇଧର ସାହୁ, ଜୀବନକୃଷ୍ଣ ମହାପାତ୍ର, ଦିଗରାଜ ବ୍ରହ୍ମା, ରୁଦ୍ରନାରାୟଣ ପୃଷ୍ଟି, ସୌଭାଗିନୀ ମିଶ୍ର, ସ୍ବରାଜ୍ୟଲକ୍ଷ୍ମୀ ମିଶ୍ର, କୃପାସିନ୍ଧୁ ନାୟକ, ନିର୍ମଳପ୍ରଭା ନାୟକ, ରାସେଶ୍ବରୀ ମିଶ୍ର, ରାଧାବିନୋଦ ନାୟକ ଏବଂ ମହେଶ୍ବର ମୂଳିଆଙ୍କୁ ୨୦୨୦ ମସିହା ପାଇଁ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ-ସାଧିକାଙ୍କୁ ସମ୍ବର୍ଦ୍ଧନା ଦିଆଯିବ । 
  3. ୪ ବର୍ଷ ପରେ ଜେଲରୁ ମୁକଳିଛନ୍ତି ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ବାନ୍ଧବୀ ଶଶିକଳା ।
  4. ଆଇସିସି ଓଡିଆଇ ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ବିରାଟ (୮୭୦ ପଏଣ୍ଟ) ଏବଂ ରୋହିତ (୮୪୨) ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଥି ସହିତ ବୋଲର ତାଲିକାରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ତୃତୀୟ ସ୍ଥାନରେ ରହିଛନ୍ତି।
  5. ଓଡ଼ିଶାରେ ସ୍ବତନ୍ତ୍ର ଅଭିଯାନରେ ୮୯୪ ପିଲାଙ୍କୁ ଉଦ୍ଧାର କରାଯାଇଛି, ଯେଉଁଥିରେ ୯୪ଜଣ ବାଳକ ଓ ୮୦୦ଜଣ ବାଳିକା ରହିଛନ୍ତି।
  6. ଜାନୁଆରୀ ୨୯ରେ ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଆଗତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଆଗତ କରିବେ ।
  7. ପୁଣିଥରେ ଛାତିରେ ଅଚାନକ ଯନ୍ତ୍ରଣା ଅନୁଭବ କରିବାରୁ ସୌରଭ ଗାଙ୍ଗୁଲିଙ୍କୁ କଲକାତା ଆପୋଲୋ ହସ୍‌ପିଟାଲ୍‌ରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। 
  8. ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ସୁନ୍ଦରଗଡ଼ ବୋହୂ କମଲ ନବଦୀପ କୌର ମିସେସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି ।
  9. ଗଣତନ୍ତ୍ର ଦିବସରେ ଚାଷୀମାନେ କରିଥିବା ଟ୍ରାକ୍ଟର ପରେଡ ସମୟରେ ହୋଇଥିବା ହିଂସା ପାଇଁ ଟ୍ୱିଟର ୫୫୦ରୁ ଅଧିକ ଆକାଉଣ୍ଟକୁ ସ୍ଥଗିତ ରଖିଛି। 
  10. ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ୨୦୨୧ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୧୧.୫ ଭାଗ ହେବାର ପୂର୍ବାନୁମାନ କରିଛି। 
  11. ୨୦୨୦ ଆମ ପାଇଁ କୋଭିଡ ଟିକା ଆବିଷ୍କାରର ବର୍ଷ ଥିଲାବେଳେ ୨୦୨୧ ଏହି ଟିକାକୁ ବିଶ୍ୱର ସବୁଠାରୁ ଅଭାବୀ ଲୋକଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ଆମେ ସମ୍ମୁଖୀନ ହେବାକୁ ଥିବା ସମସ୍ୟାର ସମାଧାନର ବର୍ଷ ହେବ।
  12. ଫ୍ରାନ୍ସରୁ ଉଡ଼ାଣ ଭରି ଆଜି ଭାରତରେ ପହଞ୍ଚିଛି ଆଉ ୩ଟି ରାଫେଲ ବିମାନ । ଫ୍ରାନ୍ସରୁ ପ୍ରାୟ ୭୦୦୦କିଲୋମିଟର ଯାତ୍ରା କରି ଏବେ ଭାରତରେ ଅବତରଣ କରିଛି ଏହି ଲଢୁଆ ବିମାନ । 
  13. ଭାରତରୁ କରୋନା ଟିକାର ୨-୩ମିଲିୟନ ଡୋଜ କିଣିବ ଶ୍ରୀଲଙ୍କା। ସେରମ ଇନଷ୍ଟିଚ୍ୟୁଟ ତିଆରି କରୁଥିବା କରୋନା ଟିକା କୋଭିସିଲ୍ଡକୁ ଆଗାମୀ ୨ଦିନ ମଧ୍ୟରେ ଶ୍ରୀଲଙ୍କା କିଣିବ ବୋଲି ଜଣାପଡ଼ିଛି।
  14. ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନରେ ବଡ଼ ଫାଟ ଦେଖାଦେଇଛି । ଗତ କାଲିର ହିଂସା ପରେ ଆଜି ଦୁଇଟି ବଡ଼ କୃଷକ ସଂଗଠନ - ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ ଓ ଭାରତୀୟ କିଷାନ ୟୁନିୟନ (ଭାନୁ) କୃଷକ ଆନ୍ଦୋଳନରୁ ନିଜକୁ ଅଲଗା କରିନେଇଛନ୍ତି ।
  15. ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମାଗଣା ‘ପରୀକ୍ଷା ଦର୍ପଣ’ ପୁସ୍ତିକା ଦେବାକୁ ପୂର୍ବରୁ ଘୋଷଣା କରାଯାଇଥିଲା। ଏହାଦ୍ବାରା ରାଜ୍ୟର ସମସ୍ତ ଦଶମ ଶ୍ରେଣୀର ମୋଟ ୬ ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀ ଉପକୃତ ହେବେ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ବହି ବଣ୍ଟନ କାର୍ଯ୍ୟର ଦାୟିତ୍ଵ ନେବେ। 
  16. କେନ୍ଦ୍ର ସରକାର ଆଜି ଜିଏସ୍‌ଟି କ୍ଷତିପୂରଣର ତ୍ରୟୋଦଶ କିସ୍ତି ରାଜ୍ୟଗୁଡ଼ିକୁ ଦେଇଛନ୍ତି। ୧୩ ଥରରେ ମୋଟ ୭୮ ହଜାର କୋଟି ଟଙ୍କା ଜାରି ହୋଇଛି। ସେଥିରୁ ଓଡ଼ିଶା ଭାଗରେ ୨୯୯୪.୬୧ କୋଟି ଟଙ୍କା ପଡ଼ିଛି। 
  17. ସର୍ବୋତ୍ତମ ହାରାହାରି ଗୁଣବତ୍ତା ଶୁଖା ନଡ଼ିଆର ଏମଏସପି ୩୭୫ ଟଙ୍କାକୁ ବୃଦ୍ଧି କରାଯାଇଛି ଫଳରେ ଏହାର ମୂଲ୍ୟ ୨୦୨୦ରେ କ୍ୱିଣ୍ଟାଲ ପିଛା ୯୯୬୦ରୁ ୨୦୨୧ ଋତୁ ପାଇଁ କ୍ୱିଣ୍ଟାଲ ପିଛା ୧୦ ହଜାର ୩୩୫ ଟଙ୍କାକୁ ବୃଦ୍ଧି ପାଇଛି।
  18. ଚଳିତ  ଋତୁରେ ୮୪ ଲକ୍ଷରୁ ଅଧିକ ଧାନଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରୟ କରି ଲାଭବାନ
    ହୋଇଛନ୍ତି। ଏ ବାବଦରେ ସେମାନେ ୧ ଲକ୍ଷ ୧୦ ହଜାର କୋଟିରୁ ଅଧିକ ଧନ ରାଶି ପାଇଛନ୍ତି। ବିଭିନ୍ନ ରାଜ୍ୟରୁ ଏପର୍ଯ୍ୟନ୍ତ ୫୮୭ ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଛି।
  19. ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଏମ୍‌ଜିଏମ୍ ମହିଳା ଟ୍ବେଣ୍ଟି୨୦ ଲିଗ୍‌ର ୩ୟ ମ୍ୟାଚ୍‌ରେ ବିଜୟୀ ହୋଇଛି ଓଡ଼ିଶା ଭାଓଲେଟ୍‌। ଭୁବନେଶ୍ବରର କିଟ୍‌ ଷ୍ଟାଡିୟମ୍‌ରେ ଶନିବାର ଖେଳା ଯାଇଥିବା ମ୍ୟାଚ୍‌ରେ ଭାଓଲେଟ୍‌ ୩୪ ରନ୍‌​‌େ​‌ର ଓଡ଼ିଶା ରେଡ୍‌କୁ ପରାସ୍ତ କରିଛି।
  20. ସଂସଦ କ୍ୟାଣ୍ଟିନରେ ଖାଦ୍ୟ ଏଣିକି ମହଙ୍ଗା ହେବ। ଖାଦ୍ୟର ମୂଲ୍ୟ ପୂର୍ବରୁ ଯାହା ଥିଲା ଏବେ ତାହା ପ୍ରାୟ ୨ଗୁଣ ଟଙ୍କା ଦେବାକୁ ପଡିବ।                                 (ଗଣମାଧ୍ୟମରୁ ସଂଗୃହିତ )

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.