• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଜୋ ବାଇଡେନ୍‌ ଗୋଟିଏ ସ୍ବତନ୍ତ୍ର ବିଲ୍‌କୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି । ପ୍ରଥମ ଦିନ​‌ରେ ଦେଶରେ ରହୁଥିବା ପ୍ରାୟ ୧୧ ମିଲିୟନ (୧.୧କୋଟି) ପ୍ରବାସୀଙ୍କୁ ନାଗରିକତ୍ବ ପ୍ରଦାନ କରାଯିବ । ଟ୍ରମ୍ପଙ୍କ ଏହି ପଲିସି ଫେଲ୍ ମାରିବା ପରେ ଏଭଳି କହିଛନ୍ତି ନିବନିର୍ବାଚିତ ରାଷ୍ଟ୍ରପତି ।
  2. କୃଷି ଆଇନକୁ ନେଇ ସରକାର ଓ ଚାଷୀଙ୍କ ମଧ୍ୟରେ ମଙ୍ଗଳବାର ସ୍ଥିରିକୃତ ୧୦ମ ବୈଠକ ଟଳିଛି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଗଠନ କରିଥିବା କମିଟି ଜାନୁୟାରୀ ୨୧ ତାରିଖ ଦିନ ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି।
  3. ଆଗାମୀ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଜେଇଇ ମେନ ନିମନ୍ତେ ଦ୍ଵାଦଶ ଶ୍ରେଣୀରେ ୭୫ ପ୍ରତିଶତ ନମ୍ବର ରଖିବା ମାନଦଣ୍ଡକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।
  4. କରୋନା ମୁକାବିଲା ଲାଗି ଟିକାକରଣରେ ଉପୁଜିଥିବା ପାତର ଅନ୍ତରକୁ ନେଇ ଦବ୍ଲୁଏଚଓ ମୁଖ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ସୋମବାର ଅନୁଷ୍ଠିତ ଡବ୍ଲୁଏଚଓଙ୍କ ଏକଜ୍ୟୁକୁଟିଭ ବୋର୍ଡ ବୈଠକରେ ଟ୍ରେଡୋସ କହିଛନ୍ତି ଯେ  ବିଶ୍ୱର ୪୯ରୁ ଅଧିକ ଅମୀର ଦେଶରେ ୩.୯ କୋଟିରୁ ଊର୍ଦ୍ଧ୍ୱ ଲୋକେ  ଟିକାକରଣ କରି ସାରିଲାରିଲେଣି। ଏଥିରେ ସୁସ୍ଥ ଓ ଯୁବବର୍ଗ ମଧ୍ୟ ଟିକାକରଣ କରାଇନେଇଛନ୍ତି।
  5. କରୋନା କାରଣରୁ ୟୁରୋପୀୟ ଦେଶ ସମୂହ ଏବଂ ବ୍ରାଜିଲ୍ ପାଇଁ ଲଗାଯାଇଥିବା ବିମାନ ଚଳାଚଳ ପ୍ରତିବନ୍ଧକକୁ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ସୋମବାର ହଟାଇ ଦେଇଛନ୍ତି ।କିନ୍ତୁ ବାଇଡେନ୍ ଶପଥ ନେବା ପୂର୍ବରୁ ତାଙ୍କ ପ୍ରଶାସନ ଏହା ଉପରେ ରୋକ ଲାଗାଇଛନ୍ତି । ଅର୍ଥାତ ଏହି ପ୍ରତିବନ୍ଧକ ଆଗକୁ ଜାରି ରହିବ।
  6.  ବ୍ରିସବେନ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏହା ସହିତ ଅଷ୍ଟ୍ରେଲିଆର ୩୨ ବର୍ଷର ରେକର୍ଡକୁ ଭାଙ୍ଗିଛି ଭାରତ । ଋଷଭ ପନ୍ତ ଏବଂ ଶୁଭମାନ ଗିଲଙ୍କ ଦମଦାର ବ୍ୟାଟିଂ ବଳରେ ଗାବା ଟେଷ୍ଟ୍‌କୁ ୪ ଓ୍ବିକେଟ୍‌ରେ ଜିତି ନେଇଛି ଭାରତ । 
  7. ପେଟ୍ରୋଲ ଏବଂ ଡିଜେଲ ଦାମ ପୁଣି ବୃଦ୍ଧି କରିଛନ୍ତି ତେଲ କମ୍ପାନୀ । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦାମ ୮୫ ଟଙ୍କାରୁ ଅଧିକ ରହିଛି ।
  8. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମଏୱାଇ ଯୋଜନାରେ ଆସନ୍ତାକାଲି ଉତ୍ତରପ୍ରଦେଶର ୬ ଲକ୍ଷ ୧୦ ହଜାର ହିତାଧିକାରୀଙ୍କୁ ୨ ହଜାର ୬୯୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ।
  9. ହେମାଙ୍କୁ ପଞ୍ଜାବ ଆସିବାକୁ ଚାଷୀମାନେ କହିଛନ୍ତି। ନିମନ୍ତ୍ରଣ ପତ୍ରରେ ଚାଷୀମାନେ ଲେଖିଛନ୍ତି ଯେ, ପଞ୍ଜାବ ଆସି ଆମକୁ କୃଷି ଆଇନର ଫାଇଦା ବିଷୟରେ ବୁଝାଇ ଦିଅ, ଆମେ ତୁମକୁ ଗସ୍ତ ଖର୍ଚ୍ଚ ଦେବୁ। ଏହି ଚିଠିକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି।
  10. ବ୍ରିସବେନ ଟେଷ୍ଟରେ ଭାରତ ବିଜୟ ହାସଲପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ସେହିପରି ଭାରତର ଏହି ସ୍ମରଣୀୟ ବିଜୟ ପାଇଁ ବିସିସିଆଇ ପକ୍ଷରୁ ୫କୋଟି ଟଙ୍କାର ବୋନସ ଦିଆଯିବା ନେଇ ବୋର୍ଡ ସମ୍ପାଦକ ଜୟ ଶାହା ଟ୍ବିଟ କରି ସୂଚନା ଦେଇଛନ୍ତି।
  11. ଭାରତ ନିଜର ଆବଶ୍ୟକତା ମେଣ୍ଟାଇବା ପରେ ପଡ଼ୋଶୀ ଦେଶ ବାଂଲାଦେଶ, ମାଳଦ୍ବୀପ, ନେପାଳ, ଭୁଟାନ , ମିଆଁମାର ଓ ସିସିଲ୍ସକୁ ଟିକା ଯୋଗାଇଦେବ ବୋଲି ଆଜି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
  12. ଟିସିଏଏସ୍‌, ଇ‌ନ୍‌ଫୋସିସ୍‌, ଏଚ୍‌ସିଏଲ୍‌‌ ଟେକ୍‌ନୋଲୋଜି ଓ ୱିପ୍ରୋ ଫ୍ରେସର୍‌ମାନଙ୍କ ପାଇଁ ୯୧ ହଜାର ନିଯୁକ୍ତି ସୁଯୋଗ ଆଣିଛନ୍ତି।
  13. ବିବାଦ ମଧ୍ୟରେ ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ହ୍ବାଟସଆପ ଆପ୍ ସିଇଓ ୱିଲ୍ କ୍ୟାଥକାର୍ଟଙ୍କୁ ନୂଆ ପ୍ରାଇଭେସି ପଲିିିସିକୁ ‌ପ୍ରତ୍ୟାହାର କରିବାକୁ କହିଛନ୍ତି।
  14. ଓପିଏସ୍‌ସି ପକ୍ଷରୁ ପ୍ରାୟ ୨୦୦୦ରୁ ଅଧିକ ଡାକ୍ତର, ଦନ୍ତ ଚିକିତ୍ସକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇବ
  15. ଏଣିକି ଆଉ ସଂସଦ କ୍ୟାଣ୍ଟିନରେ ରିଆତି ଖାଦ୍ୟ ମିଳିବ ନାହିଁ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।
  16. ସଂସଦର ବଜେଟ୍‍ ଅଧିବେଶନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ।ରାଜ୍ୟସଭାର କାର୍ଯ୍ୟଧାରା ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ ଓ ଲୋକସଭାର କାର୍ଯ୍ୟଧାରା ଅପରାହ୍ଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ। 
  17. ଫୋବର୍ସ ରିୟଲ ଟାଇମ ବିଲେନିୟର ଇଣ୍ଡେକ୍ସ୍‌ର ତାଜା ସୂଚନା ଅନୁଯାୟୀ ଜେଫ୍ ବେଜୋସ୍ ୧୮୧.୫ ବିଲିୟନ ଡଲାର ସହ ଧନୀ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ।
  18. ସି ଭୋଟର ସର୍ଭେର ରିପୋର୍ଟ ଅନୁସାରେ, ମମତାଙ୍କ ଟିଏମସିକୁ ୨ ପ୍ରତିଶତ ଭୋଟ୍ ଓ ୫୩ଟି ଆସନର କ୍ଷତି ହେବ । ଏବିପି ସି ଭୋଟର ଅନୁସାରେ, ଦଳ ୪୩ ପ୍ରତିଶତ ଭୋଟ୍ ପାଇପାରେ । ଏହାସହ ଗତ ଥର ପାଇଥିବା ୨୧୧ ଆସନ ବଦଳରେ ପାଇବ ୧୮୫ ସିଟ୍ ।
  19.  ଜେଲ୍‌ରୁ ମୁକ୍ତ ହେବା ପାଇଁ ଶଶିକଳା ଯୋଗ୍ୟ ହୋଇଥିବା ବେଳେ ୨୭ ଜାନୁଆରୀ ୨୦୨୧ ସକାଳ ସମୟରେ ସେ ଜେଲରୁ ବାହାରି ପାରିବେ ବୋଲି ଇମେଲ୍‌ ପାଇଛନ୍ତି ପାଣ୍ଡିଆନ୍‌। ତେଣୁ ଶଶିକଳା ସେହି ସମୟରେ ଜେଲ୍‌ରୁ ବାହାରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
  20. ଦେଶରେ ଏବେ ଏକ ନୂଆ ପ୍ରକାରର କରୋନା ଟିକା ପ୍ରସ୍ତୁତ କରାଯାଉଛି । ଏହାକୁ ନାକରେ ଦିଆଯିବ । ଏହି ଟିକାର ପ୍ରଥମ ଓ ୨ୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରସ୍ତୁତି ଚାଲିଛି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.