- ମୂଳ ଭାରତୀୟ ତଥା କାଲିଫର୍ନିଆ ସିନେଟର କମଳା ହ୍ୟାରିସ୍ ହେଲେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି। ବୁଧବାର ୫୬ ବର୍ଷୀୟା ହ୍ୟାରିସ୍ ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି।
- ଆସନ୍ତା ୬ ମାସ ମଧ୍ୟରେ ହ୍ବାଟସଆପ୍ରେ ଆରମ୍ଭ ହେବାକୁ ଯାଉଛି ଜିଓମାର୍ଟ୍ ସେବା ।
- ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଜୁସେଫ ଆର ବାଇଡେନ୍ ଶପଥ ଗ୍ରହଣ କରିଛନ୍ତି।
- ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ପରିତ୍ୟାଗ କରିଛନ୍ତି।
- ଆଇପିଏସ୍ ଅଧିକାରୀ କୃଷ୍ଣ ପ୍ରକାଶ ୱାର୍ଲଡ ବୁକ୍ ଅଫ୍ ରେକର୍ଡରେ ‘ଆଇରନ୍ ମ୍ୟାନ୍’ରେ ସ୍ଥାନ ପାଇଛନ୍ତି।
- ଆସାମରେ ବିଧାନସଭା ନିର୍ବାଚନ ପୂର୍ବରୁ ପାଞ୍ଚଟି ବିରୋଧୀ ଦଳ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ବା ଏଆଇୟୁଡିଏଫ, ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମ୍ଏଲ୍), ଏବଂ ଆଞ୍ଚଳିକ ଗଣ ମୋର୍ଚ୍ଚା ସାମିଲ୍ ଅଛନ୍ତି ।
- ସାରା ବିଶ୍ୱରେ ଜଣାଶୁଣା ଋଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଙ୍ଗଳବାର ଅର୍ଥାତ ଜାନୁାଆରୀ ୧୯ରେ ବିଯୁକ୍ତ ୧୪ ଡିଗ୍ରୀ ସେଲସିୟସ୍ ପାଣିରେ ବୁଡ଼ ପକାଇଛନ୍ତି । ଫିଷ୍ଟ ଡେ ବା ଇପିଫନି (ଖ୍ରୀଷ୍ଟିଆନଙ୍କ ଏକ ପର୍ବ) ପାଳନ ଅବସରରେ ଖ୍ରୀଷ୍ଟିଆନଙ୍କ ରିତିନୀତିକୁ ଅନୁସରଣ କରି ସେ ମସ୍କୋରେ ବରଫ ପାଣିର ପୋଖରୀରେ ବୁଡ଼ ପକାଇଥିଲେ ।
- ଇଲାହାବାଦ ହାଇକୋର୍ଟ କହିଛନ୍ତି ବିବାହିତ ହୋଇ ପର ପୁରୁଷ ସହ ସ୍ୱାମୀ-ସ୍ତ୍ରୀ ଭଳି ଲିଭଇନରେ ରହିବା ସମ୍ପର୍କ ନୁହେଁ, ଏହା ଅପରାଧ। ପର ପୁରୁଷ ସହ ଲିଭଇନରେ ରହିବା ଅରପଡ଼ା ଶ୍ରେଣୀଭୁକ୍ତ।
- ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ତାରିଖ ପ୍ରତିବର୍ଷ ୩୦ ଜାନୁଆରୀରେ ଶହୀଦ ଦିବସ ଭାବରେ ପାଳନ କରାଯାଏ |ଜାନୁଆରୀ ୩୦ ସକାଳ ୧୧ ଟାରୁ ଦୁଇ ମିନିଟର ନୀରବତା ଅବଲମ୍ବନ କରାଯିବ | ଏହା ସହିତ, ସେହି ଦୁଇ ମିନିଟ୍ ପାଇଁ ସମଗ୍ର ଦେଶ ବନ୍ଦ ହୋଇଯିବ | ଯେଉଁଠାରେ ସାଇରନ ବ୍ୟବସ୍ଥା ଅଛି ସମସ୍ତଙ୍କୁ ୧୦.୫୯ ରେ ସତର୍କ କରାଯିବ | କେତେକ ସ୍ଥାନରେ ସେନା ବନ୍ଧୁକରୁ ଗୁଳି ଚଳାଇ ବାର୍ତ୍ତା ଦିଆଯିବ।
- ସରକାର ସଂଶୋଧନ ପ୍ରସ୍ତାବ ଦେବା ସହ କୃଷକ ସଂଗଠନ ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଏହି କାରଣ ପାଇଁ ଶେଷରେ କୌଣସି ସମାଧାନର ବାଟ ବାହାରିପାରିନଥିବା ଜଣାପଡ଼ିଛି। ଆଗାମୀ ପର୍ଯ୍ୟାୟ ବୈଠକ ଜାନୁଆରି ୨୨ରେ ହେବ।
- ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁରେ ନାମିତ ହେଲା ଟ୍ରେନ୍ । ରେଳ ମନ୍ତ୍ରାଳୟ ମଙ୍ଗଳବାର ହାୱଡା-କାଲକା ମେଲ୍ ଟ୍ରେନର ନାଁ ବଦଳାଇ ଏହାକୁ ନେତାଜୀ ଏକ୍ସପ୍ରେସ୍ କରିଛି ।
- କୋଭିଡ୍ ଟିକା ସମ୍ପୂର୍ଣ୍ଣ ନିରାପଦ। ଅନ୍ୟ ଟିକା ଅପେକ୍ଷା କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଟିକା ଅଧିକ ସୁରକ୍ଷିତ। ଏଯାବତ୍ ଦେଶରେ ୪.୫୪ ଲକ୍ଷ ଲୋକ ଟିକା ନେଇସାରିଲେଣି। କେବଳ ୦.୧୮ ପ୍ରତିଶତ କ୍ଷେତ୍ରରେ ପ୍ରତିକୂଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି
- ଅଷ୍ଟ୍ରେଲିଆକୁ ତାର ନିଜ ମାଟିରେ ମାତ୍ ଦେଇ ଭାରତ ଐତିହାସିକ ବିଜୟ ହାସଲ କରିଛି। ଟିମ୍ ଇଣ୍ଡିଆ ବ୍ରିସବେନ୍ ବିଜୟ ସହ ଟେଷ୍ଟ ସିରିଜ କବଜା କରିଛି। ଏହାସହ ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷର ଅପରାଜୟ ରେକର୍ଡରେ ଭାରତ ବ୍ରେକ୍ ଲଗାଇଛି।
- ଦେଶର ସର୍ବ ବୃହତ୍ତ ଅନଲାଇନ ଗ୍ରୋସରୀ କମ୍ପାନୀ ବିଗ୍ ବାସ୍କେଟରେ ଟାଟା ଗ୍ରୁପ ନିଜର ଭାଗିଦାରୀ ବଢାଇବାକୁ ଯାଉଛନ୍ତି। ଏଥିଲାଗି ଗ୍ରୋସରୀ କମ୍ପାନୀରେ ଟାଟା ୨୦୦ରୁ ୨୫୦ ମିଲିୟନ ଡଲାର ଅର୍ଥାତ ୧ ହଜାର ୮୦୦ କୋଟି ଟଙ୍କା ନିବେଶ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି
- ବୁଧବାର ଦିନ କଙ୍ଗନା ରଣାୱତଙ୍କ ଟ୍ୱିଟର ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଥିଲା। ଏହାପରେ ସେ ଟ୍ୱିଟର ସିଇଓ ଜ୍ୟାକଙ୍କୁ ଟ୍ୟାଗ କରି ସେମାନଙ୍କୁ ମୁହଁତୋଡ ଜବାବ ଦେଇଥିଲେ ଯେଉଁମାନେ ତାଙ୍କ ଆକାଉଣ୍ଟ ବନ୍ଦ କରିବାକୁ ଦାବି କରିଥିଲେ।
- ବୁଧବାର ନିତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଇଣ୍ଡିଆ ଇନୋଭେସନ ଇଣ୍ଡେକ୍ସର ଦ୍ବିତୀୟ ସଂସ୍କରଣରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଦେଶର ୧୭ଟି ବୃହତ ରାଜ୍ୟ ବର୍ଗରେ ଓଡ଼ିଶା ୧୪ତମ ସ୍ଥାନରେ ରହିଛି।
- ସିଦ୍ଧାର୍ଥ ମହାନ୍ତି ଆସନ୍ତା ଫେବୃଆରୀ ୧ ରୁ ଭାରତର ସବୁଠାରୁ ବଡ ଜୀବନ ବୀମା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (MD) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଭାବରେ ଦାୟିତ୍ୱ ନେବେ ।
- ‘ଶିକ୍ଷା ଦର୍ପଣ’ରେ ପ୍ରଶ୍ନପତ୍ର ସହ ଉତ୍ତର ରହିବ। ଏହା ବିଦ୍ୟାର୍ଥୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ସହାୟକ ହେବ। କରୋନା ଯୋଗୁଁ ପାଠପଢ଼ା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଭାଗ ପକ୍ଷରୁ ୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହି ପୁସ୍ତକ ଛାପିବାକୁ ନିଷ୍ପତ୍ତି ନିଆଯାଇଛି।
- ଆମେରିକା ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଲୋଏଡ ଅଷ୍ଟିନ।
- ହାଇଦ୍ରାବାଦରେ ସୋନୁ ସୁଦ୍ଙ୍କ ନାମରେ ଏକ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି। ଏହାର ନାମ ‘ସୋନୁ ସୁଦ୍ ଆମ୍ବୁଲାନ୍ସ ସେବା’ ରଖାଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.