• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ଆମେରିକାକୁ ପୁଣିଥରେ ସାମିଲ କରିବାକୁ ମୋହର ମାରିଛନ୍ତି ବାଇଡେନ୍ ।
  2. ବୁଧବାର ଓଲା ତାମିଲନାଡୁରେ ଭାରତର ସବୁଠୁ ବଡ ଆଡଭାନ୍ସଡ୍ ଇଭି ମ୍ୟାନୁଫ୍ୟାକଚରିଂ ପ୍ଲାଣ୍ଟ ସ୍ଥାପନା ପାଇଁ ସିମେନ୍ସ ସହିତ ଚୁକ୍ତି କରିଛି। ଗତ ମାସରେ ଓଲା ତାମିଲନାଡୁ ସରକାର ସହିତ ରାଜ୍ୟରେ ନିଜର ପ୍ରଥମ ପ୍ଲାଣ୍ଟ ସ୍ଥାପନ ପାଇଁ ୨୪୦୦ କୋଟି ଟଙ୍କାର ଚୁକ୍ତି ସ୍ଵାକ୍ଷରିତ କରିଛି।କମ୍ପାନୀ ଦାବି କରିଛି ଯେ, ପ୍ଲାଣ୍ଟ ସଂପୂର୍ଣ୍ଣ ଭାବେ ଆରମ୍ଭ ହେଲେ ପ୍ରାୟ ୧୦ ହଜାର ଲୋକଙ୍କୁ ରୋଜଗାର  ମିଳିବ।
  3. ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି। 
  4. ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ସେନ୍‌ସେକ୍ସ ନୂଆ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ସେୟାର ବଜାର ୫୦ ହଜାର ପଏଣ୍ଟ ଉପରେ ଖୋଲିଛି । ୩୦ଟି ବଡ଼ ବଡ଼ କମ୍ପାନୀକୁ ନେଇ ପ୍ରସ୍ତୁତ କରାଯାଉଥିବା ପ୍ରମୁଖ ଇଣ୍ଡେକ୍ସ ସେନ୍‌ସେକ୍ସ ଆଜି ରେକର୍ଡ ସ୍ତର ପାର କରିଛି । 
  5. ୨୦୧୮ ମସିହାରେ ସୁପ୍ରିମ୍ କୋର୍ଟ ଆଧାରକୁ ସମ୍ପୂର୍ଣ୍ଣ ବୈଧ ଏବଂ ସାମ୍ୱିଧାନିକ ବୋଲି ରାୟ ଦେଇଥିଲେ । ଏହାକୁ ପୁନର୍ବାର ବିଚାର କରିଯାବା ନେଇ ସୁପ୍ରିମ୍ କୋର୍ଟରେ ଏକ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିଲା ।
  6. ଭାରତରେ ଅନଲାଇନ୍ ଗ୍ରୋସରୀର ସବୁଠୁ ବଡ କମ୍ପାନୀ ବିଗ୍ ବାସ୍କେଟ୍ ଟାଟା ଗ୍ରୁପର ସବୁଠୁ ବଡ ଭାଗିଦାରୀ ହେବାକୁ ଯାଉଛି। ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଟାଟା ଗ୍ରୁପ ବିଗ୍ ବାସ୍କେଟ୍‌ରେ ୧.୨ ବିଲିୟନ ଡଲାରର ନିବେଶ କରିବ। 
  7. ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ‌ରେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏବେ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। 
  8. ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତୀୟ ଉଦ୍‌ଘାଟନୀ ଉତ୍ସବକୁ ଜନପ୍ରିୟ ଆମେରିକୀୟ ମନୋରଞ୍ଜନକାରୀ ଲେଡି ଗାଗା, ଜେନିଫର୍‌ ଲୋପେଜ୍‌ ଏବଂ ଗାଥ୍‌ ବ୍ରୁକ୍‌ସ୍‌ ଆଦି ଅଧିକ ଆକର୍ଷଣୀୟ କରିଥିଲେ। ଲେଡି ଗାଗା ‘ଦି ଷ୍ଟାର୍‌-ସ୍ପାଙ୍ଗଲ୍‌ଡ୍‌ ବ୍ୟାନର୍‌’ (ତାରା ଖଚିତ ପତାକା) ଗୀତ ଗାଇଥିବା ବେଳେ ଜେନିଫର୍‌ ଲୋପେଜ୍‌ ‘ଦିସ୍‌ ଲ୍ୟାଣ୍ଡ୍‌ ଇଜ୍‌ ୟୋର୍‌ ଲ୍ୟାଣ୍ଡ୍‌’ (ଏଇ ଦେଶଟି ତୁମରି ଦେଶ) ଗୀତଟି ଗାଇଥିଲେ। ସେହିଭଳି ଗାୟକ ଗାଥ୍‌ ବ୍ରୁକ୍‌ସ୍‌ ‘ଆମେଜିଙ୍ଗ୍‌ ଗ୍ରେସ୍‌’ (ବିଚିତ୍ର କରୁଣା) ପରିବେଶଣ କରିଥିଲେ।
  9. ଗୁରୁବାର ସକାଳେ ବ୍ୟବସାୟ ଆରମ୍ଭ ହେବା ପରେ ପରେ ସେନ୍‌ସେକ୍ସ୍‍ (ସେୟାର୍‌ ବଜାର) ୩୦୦ ପଏଣ୍ଟ୍‌ ଅତିକ୍ରମ କରିବା ସହ ପ୍ରଥମ କରି ୫୦, ୦୦୦-ମାର୍କରେ ପହଞ୍ଚି ଇତିହାସ ସୃଷ୍ଟି କରିଛି।
  10. ଓ଼ଡ଼ିଶା ରାଜସ୍ବ ଆୟ ମଧ୍ୟ ଉତ୍ସାହଜନକ ନୁହେଁ। ପୁଣି ଆସନ୍ତା ଆର୍ଥିକ ବର୍ଷରେ ଆର୍ଥିକ ନିଅଣ୍ଟ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍ଡ଼ିପି)ର ୫.୪% ଟପିବ।
  11. ସୁପ୍ରିମ୍‌ କୋର୍ଟଙ୍କ ପ୍ୟାନେଲ ସହ ଆଜିର ଆଲୋଚନାରେ ଓଡ଼ିଶା ସମେତ କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ ପ୍ରମୁଖ ୮ଟି ରାଜ୍ୟର ଦଶଟି କୃଷକ ସଂଗଠନ ଭାଗ ନେଇଥିଲେ।
  12. ଚୀନ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଅଂଶ ବୋଲି ଦର୍ଶାଉଥିବାବେଳେ ଭାରତ ଏହାକୁ ନିଜର ଅଭିନ୍ନ ଏବଂ ଅଖଣ୍ଡ ଅଂଶ ବୋଲି କହିଆସୁଛି। ଚୁନୟିଙ୍ଗ କହିଛନ୍ତି ଯେ, ଆମ ନିଜ ଅଞ୍ଚଳରେ ଚୀନର ବିକାଶ ଏବଂ ନିର୍ମାଣ କାର୍ଯ୍ୟ ସ୍ବାଭାବିକ କଥା। ଏହା ଦୋଷ ବାହାରେ, କାରଣ ଏହି ଅଞ୍ଚଳ ଆମର ଅଟେ।
  13. ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ସମ୍ବଲପୁର ବିଶ୍ଵବିଦ୍ୟାଳୟ ବିଜ୍‌ନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ବିଭାଗର ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି।
  14. କୋଣାର୍କକୁ ପ୍ରତି ଦିନ ବିଶ୍ବର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସିଥାନ୍ତି । ତେଣୁ କୋଣାର୍କ ଅଞ୍ଚଳରେ ଭିତ୍ତିଭୂମି ବିକାଶକୁ ଆନ୍ତଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 
  15. ବାଇଡେନଙ୍କ ସମୟରେ ଚୀନ ପ୍ରତି ଆମେରିକାର ନୀତି କଠୋର ହେବ ବୋଲି ଏବେ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି।
  16. ଶେଷଥର ପାଇଁ ୨୦୨୦ ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଷ୍ଟାଡିୟମ୍‌​‌େ​‌ର ୧୦୦ ପ୍ରତିଶତ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା। ତେବେ ଭାରତୀୟ ଦଳର ଗତ ଅଷ୍ଟ୍ରେଲିଆ ଗସ୍ତରେ ସମସ୍ତ ଷ୍ଟାଡିୟମ୍‌ରେ ୫୦ ପ୍ରତିଶତ ଦର୍ଶକଙ୍କୁ ଖେଳ ଦେଖିବାର ଅନୁମତି କ୍ରିକେଟ୍‌ ଅଷ୍ଟ୍ରେଲିଆ ଦେଇଥିଲା।
  17. ଆନ୍ନା ହଜାରେ ତାଙ୍କ ଗାଁ ରାଲେଗାଓଁ ସିଦ୍ଧିରେ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆନ୍ନା ଜାନୁଆରୀ ୩୦ ତାରିଖରୁ ଯାଦବବା ମନ୍ଦିରରେ ଉପବାସ ଆରମ୍ଭ କରିବେ ବୋଲି ସୂଚନା ମିଳିଛି।
  18. ବାଇଡେନଙ୍କ ଐତିହାସିକ ଏବଂ ମର୍ମସ୍ପର୍ଶୀ ଭାଷଣରେ ପଛରେ ଯେଉଁ ବ୍ୟକ୍ତି ରହିଛନ୍ତି ସେ ହେଉଛନ୍ତି ବିନୟ ରେଡ୍ଡୀ ଚୋଲ୍ଲେଟି।
  19. ସୂଚନା ଅଧିକାର (ଆରଟିଆଇ) ଆଇନ ଆଧାରରେ ତଥ୍ୟ ମାଗୁଥିଲେ ଆବେଦନକାରୀଙ୍କୁ ଆବଶ୍ୟକ କରୁଥିବା ତଥ୍ୟ ଲାଗି ଏବେ ଉଦ୍ଦେଶ୍ୟ ଜଣାଇବାକୁ ପଡିବ। 
  20. ସରକାରୀ ଚାକିରି ଓ ଅର୍ଥନୈତିକ ଦୁର୍ବଳ ବିଭାଗ (ଇଡ଼ବ୍ଲ୍ୟୁଏସ୍) ପାଇଁ ୧୦% ସଂରକ୍ଷଣ କେନ୍ଦ୍ର ସରକାର ଘୋଷଣା କରିବାର ୨ ବର୍ଷ ପରେ ତେଲଙ୍ଗାନା ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଗୁରୁବାର ଘୋଷଣା କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.