• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଜି ଦେଶବ୍ୟାପୀ  ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ  ‘ପରାକ୍ରମ ଦିବସ’ ଭାବେ ପାଳିତ ହୋଇଛି। 
  2. ପୁରୁଣା ୫, ୧୦ ଓ ୧୦୦ ଟଙ୍କାର ନୋଟ୍ କୁ   ପ୍ରତ୍ୟାହାର କରିବାକୁ ଆର ବି ଆଇ  ଯୋଜନା କରୁଛି  । ଚଳିତବର୍ଷ ମାର୍ଚ ଓ ଏପ୍ରିଲ୍ ସୁଦ୍ଧା ଏହି ପୁରୁଣା ନୋଟ୍ଗୁଡ଼ିକ ପୂରାପୂରି ଅଚଳ ହୋଇଯିବ ବୋଲି ପ୍ରସ୍ତାବ ରହିଛି ।
  3.  ଭାରତୀୟ ରେଳରର ସମସ୍ତ ହେଲ୍ପଲାଇନ ନମ୍ବରକୁ ‘୧୩୯’ ସହିତ ମିଶ୍ରଣ କରାଯାଇଅଛି। 
  4. କରୋନା ମହାମାରୀର ପ୍ରଭାବ ସତ୍ତ୍ବେ ୨୦୨୦ ନଭେମ୍ବର ସୁଦ୍ଧା ରାଜ୍ୟ ରପ୍ତାନିରେ ୫୫% ବୃଦ୍ଧି ପାଇଥିବାରୁ  ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି।
  5. ପାକିସ୍ତାନ ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ସୀମାନ୍ତରେ ସୁଡ଼ଙ୍ଗ ଖୋଳି ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି। 
  6. ଦିଲ୍ଲୀର ଏକ ଏନଜିଓ ସେଣ୍ଟର ଫର କାଟାଲାଇଜିଂ ଚେଞ୍ଜ(ସି୩) , ଡିଜିଟାଲ୍ ଏମ୍ପାଓ୍ବାରମେଣ୍ଟ ଫାଉନଡେସନ୍ ସହ ମିଳିତ ଭାବେ ଭାରତୀୟ କିଶୋରୀଙ୍କ ପାଖରେ ଡିଜିଟାଲ୍ ଆକ୍ସେସ୍ ସମ୍ପର୍କରେ ସର୍ଭେ କରିଛି। ସର୍ଭେ ଅନୁସାରେ ୪୨ ପ୍ରତିଶତ କିଶୋରୀଙ୍କୁ ଦିନକୁ ଘଣ୍ଟାଏରୁ କମ୍ ସମୟ ମୋବାଇଲ ବ୍ୟବହାର କରିବାକୁ ଅନୁମତି ମିଳୁଛି।
  7.  ଜାନୁଆରୀ ୨୬ରେ କୃଷକ ଏହି ଦେଶରେ ପ୍ରଥମ ଥର ଗଣତନ୍ତ୍ର ଦିବସରେ ପରେଡ୍ କରିବେ। ପାଞ୍ଚ ପର୍ଯ୍ୟାୟର ଆଲୋଚନା ପରେ କୃଷକଙ୍କ ଏହି ଦାବିକୁ ସ୍ଵୀକାର କରିଛି ଦିଲ୍ଲୀ ପୁଲିସ। 
  8. ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ କାର୍ବନ୍ ଡାଇଅକ୍ସାଇଡ ନିର୍ଗମନ କମ୍ କରୁଥିବା କାର୍ବନ୍ କ୍ୟାପଚର୍ ଟେକ୍ନୋଲୋଜି ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ୧୦ କୋଟି ଡଲାର ଅର୍ଥାତ ୭୩୦ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।
  9. ୨୪ଘଣ୍ଟା ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ହରିଦ୍ୱାରରର ଜଣେ କଲେଜ ପଢ଼ୁଆ ଛାତ୍ରୀ ସୃଷ୍ଟି ଗୋସ୍ବାମୀ । 
  10. ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନକ ଅନୁଯାୟୀ ଏହି ଜଣ ପିଇବା ଯୋଗ୍ୟ। କୌଣସି ପ୍ରକାର ରାସାୟନିକ ପ୍ରତିକ୍ରିୟା ବିନା ବା ଅତ୍ୟଧିକ ଚାପ ଓ ତାପ ବିନା ବାୟୁରୁ ପିଇବା ଉପଯୋଗୀ ଜଳ ପ୍ରସ୍ତୁତ ହୋଇପାରୁଛି। ଏହାକୁ କରି ଦେଖାଇଛନ୍ତି ସିଙ୍ଗାପୁର ଜାତୀୟ ବିଶ୍ବବିଦ୍ୟାଳୟ (ଏନୟୁଏସ୍)ର ଗବେଷକ। ଗବେଷକମାନେ ଏମିତି ଏକ ଜିନିଷ ତିଆରି କରିଛନ୍ତି ଯାହାକୁ ବ୍ୟବହାର କରି ବାୟୁରୁ ଜଳ ତିଆରି ହୋଇପାରୁଛି। ଏହାକୁ ‘ଏରୋଜେଲ୍’ ବୋଲି କୁହାଯାଉଛି।
  11. ଲୋକପ୍ରିୟ ଟକ୍ ସୋ ହୋଷ୍ଟ୍ ଲ୍ୟାରି କିଙ୍ଗ୍ଙ୍କ ୮୭ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି 
  12. ଖୋଲିଲା ଭିତର କନିକା । କମ୍ଭାର ଗଣନା ପାଇଁ ଗତ ୧୫ତାରିଖରୁ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ । ତେବେ ଉଦ୍ୟାନରେ ପ୍ରବେଶ ସମୟରେ କୋଭିଡ଼ କଟକଣା ମାନିବାକୁ ନିର୍ଦ୍ଦେଶ।
  13.  ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
  14. କଟକରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବସ୍ ଟର୍ମିନାଲ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ ହେବ । ଖାନନଗରରେ ୧୨ ଏକର ଜାଗାରେ ନିର୍ମାଣ ହେବାକୁ ଯାଉଛି ଏହି ଅତ୍ୟାଧୁନିକ ବସ୍ ଟର୍ମିଟାଲ୍ । ଏହି ବସ୍ ଟର୍ମିନାଲ୍ରେ ୧୮୦ଟି ବସ୍ ପାର୍କିଂ କରି ହେବ ।
  15. 15.    ଜାନୁଆରି ୨୭ ତାରିଖରେ ଶ୍ରୀଲଙ୍କାକୁ ୫୦୦,୦୦୦ ଡୋଜ୍ ଭାରତରେ ନିର୍ମିତ ‘କୋଭିସିଲ୍ଡ୍’ ଟିକା ଉପହାର ଭାବେ ପଠାଇବ ବୋଲି ଭାରତ ଘୋଷଣା କରିଛି। ଜାନୁଆରି ୨୭ରେ ଟିକା ତାଙ୍କ ଦେଶରେ ପହଞ୍ଚିବ ବୋଲି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟ ରାଜପକ୍ଷ ମଧ୍ୟ ଘୋଷଣା କରିଛନ୍ତି।
  16.  କୋଭିଡ୍ ମୁକାବିଲା ଦିଗରେ ଭାରତ ଯେଭଳି ଲଗାତାର ଭାବେ ସମଗ୍ର ବିଶ୍ବକୁ ସହଯୋଗର ହାତ ବଢ଼ାଇଛି ସେଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ମୁଖ୍ୟ ଟେଡ୍ରସ୍ ଆଦନମ୍ ଉଭୟ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି।
  17.  ଶ୍ରୀମନ୍ଦିରର ଜଗମୋହନ ପାଖରେ ଥିବା ହୁଣ୍ଡିରେ ଶନିବାର ଦିନ   ଦାନ ପାଖାପାଖି ୯ ଲକ୍ଷ ୨୯ ହଜାର ୧୪୨ ଟଙ୍କା ଦାନ ଆକାରରେ ମିଳିଥିବାବେଳେ ୧ ଗ୍ରାମ ୩୦ ମିଲିଗ୍ରାମ ସୁନା ଓ ୮୬ ଗ୍ରାମ ୨୦୦ ମିଲିଗ୍ରାମ ଓଜନର ରୂପା, ଭକ୍ତ ଦାନ ହୁଣ୍ଡିରେ ପକାଇଥିବା ଜଣାପଡିଛି।
  18. ବାୟୁସେନା ମୁଖ୍ୟ ରାକେଶ କୁମାର ସିଂହ ଭଦୋରିଆ କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଯଦି ଚୀନ୍ ସେନା ଆକ୍ରମଣାତ୍ମକ ହେବ, ତେବେ ଭାରତ ବି ଏହାର ମୁହଁତୋଡ଼ ଜବାବ ଦେବ ବୋଲି ଚରମବାଣୀ ଶୁଣାଇଛନ୍ତି।
  19. ରାଜ୍ୟ ସ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତା ପାଇଛନ୍ତି। ପୁଣି ଥରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଯୋଗୀ ଆଦିତ୍ୟନାଥ।  ଇଣ୍ଡିଆ ଟୁଡେ ଗ୍ରୁପ-କାର୍ଭି ଇନ୍ସାଇଟ୍ସ ଦ୍ବାରା କରାଯାଇଥିବା ମୁଡ୍ ଅଫ୍ ଦ ନେଶନ (ଏମଓଟିଏନ) ସର୍ଭେ ୨୦୨୧ରେ ଏହା ପ୍ରକାଶ କରାଯାଇଛି।
  20. ପଞ୍ଜାବ ସରକାର ନିର୍ମାଣ ଶ୍ରମିକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି | ଆସନ୍ତା ଆର୍ଥିକ ବର୍ଷ ଏପ୍ରିଲ ୨୦୨୧ ରୁ ନିର୍ମାଣ ଶ୍ରମିକଙ୍କ ଝିଅର ବିବାହ ସମୟରେ ୫୧ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି |

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.