• +91-9861016349 / +91-9437281655
  • Email: amarisatya@gmail.com

Odia Current News

1.ପୂର୍ବ ଲଦାଖ୍ ରେ  ସେନାର ଅତିକ୍ରମଣକୁ ନେଇ ଜାରି ରହିଥିବା ଉତ୍ତେଜନା ଏବେ ଆହୁରି ଜଟିଳ ସ୍ଥିତିକୁ ଆସିଛି। ପୂର୍ବରୁ କୋର୍ କମାଣ୍ଡରସ୍ତରୀୟ ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଯେଉଁ ବୁଝାମଣା ହୋଇଥିଲା ତାହାକୁ ଚୀନ୍ ଉଲ୍ଲଂଘନ କରି ସେନା ମୁତୟନ ବଢ଼ାଇ ଚାଲିଛି।
2.ଶାସକ କମ୍ୟୁନିଷ୍ଟ ପାର୍ଟିରୁ ଓଲିଙ୍କୁ ବହିଷ୍କାର କରାଯିବା ସହିତ ଦଳରେ ତାଙ୍କ ସଦସ୍ୟତା ରଦ୍ଦ କରିଦିଆଯାଇଛି।
3.ବର୍ଷୀୟାନ ଚଳଚ୍ଚିତ୍ର ଅଭିନେତା ଶାନ୍ତି ସ୍ବରୂପ ମିଶ୍ରଙ୍କର୭୨ ବର୍ଷ ରେ  ରବିବାର ଦିନ  ପରଲୋକ ଘଟିଛି। 
4.ଭୁବନେଶ୍ୱରରେ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସର ରାଜ୍ୟସ୍ତରୀୟ ପ୍ୟାରେଡ୍ ଉତ୍ସବର ନେତୃତ୍ବ ନେବେ କଳାହାଣ୍ଡି ଜିଲା କେସିଙ୍ଗା ପୁଲିସ  ଏସ ଡ଼ି ପି ଓ    ଏସ୍ . ସୁଶ୍ରୀ। ଏସ. ସୁଶ୍ରୀ। ସେ  ହେଉଛନ୍ତି ୨୦୧୮ ବ୍ୟାଚ୍ର ଆଇପିଏସ ଅଧିକାରୀ।
5.୩ ଜଣ ଓଡ଼ିଶା କ୍ୟାଡ଼ର ଆଇଏଏସ ଅଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଅବସ୍ଥାପିତ କରାଯାଇଛି । ଆଇଏଏସ୍ ଉପେନ୍ଦ୍ର ପ୍ରସାଦ ସିଂହଙ୍କୁ କେନ୍ଦ୍ର ବୟନ ସଚିବ, ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଜିଭିଭି ଶର୍ମାଙ୍କୁ କେମିକାଲ କନଭେନସନ ଜାତୀୟ ପ୍ରାଧିକରଣର ଅଧ୍ୟକ୍ଷ ଓ  ଗୁଜରାଟ କ୍ୟାଡ଼ର ୧୯୮୮ ବ୍ୟାଚ୍ ଓଡ଼ିଆ ଆଇଏଏସ ବିଦ୍ୟୁତ୍ ବିହାରୀ ସ୍ବାଇଁଙ୍କୁ କେନ୍ଦ୍ର ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପ ବିଭାଗ ସଚିବ ଭାବରେ ନିଯୁକ୍ତି ମିଳିଛି ।
6.ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍ ଏକ ମାମଲାର ଶୁଣାଣି କରି କହିଛନ୍ତି, କୌଣସି ଗତିବିଧିକୁ ଯୌନ ଶୋଷଣ ସେତେବେଳେ ବିବେଚନା ଯେତେବେଳେ, ‘ଯୌନ ଉଦ୍ଦେଶ୍ୟ ରଖି ସ୍କିନ୍ ଟୁ ସ୍କିନ୍ ସଂଯୋଗ ହେବ’ । କୋର୍ଟ ଏହା ମଧ୍ୟ କହିଛନ୍ତି କେବଳ ‘ଜବରଦସ୍ତି ଛୁଇଁବା ବା ସ୍ପର୍ଶ କରିବା’କୁ ଯୌନ ଶୋଷଣ ବୋଲି ଧରାଯିବ ନାହିଁ ।  
7.ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ) ପକ୍ଷରୁ ନିର୍ମାଣ କରାଯାଉଥିବା ଲାଇଟ କମ୍ବାଟ୍ ଏୟାରକ୍ରାଫ୍ଟ ବା ତେଜସ ଏକ ୪ର୍ଥ ପିଢିର ଲଢୁଆ ବିମାନ । ଏହା ଏକ ସିଙ୍ଗଲ ଇଂଜିନ ମଲଟିରୋଲ ଲଢୁଆ ବିମାନ । ବିଶ୍ବର ଅନ୍ୟ ଲଢୁଆ ବିମାନ ସହ ଏହା ସମକକ୍ଷ ବୋଲି ହାଲ ଦାବି କରୁଛି । ଭାରତର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏଲସିଏ ମାର୍କ୧ଏ ବା ତେଜସ ବିମାନ ଖରିଦ ପାଇଁ ଅନେକ ବିଦେଶୀ ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଛନ୍ତ
8.ଚଳିତ ବର୍ଷ  ଉତ୍ତରାଖଣ୍ଡର ହରିଦ୍ବାରରେ କୁମ୍ଭମେଳା  ଅନୁଷ୍ଠିତ ହେବ । ଏହା  କରୋନା କଟକଣା ମଧ୍ୟରେ ହେବ । ପାରମ୍ପରିକ ଭାବେ କୁମ୍ଭ ମେଳା ସାଢେ ୩ ମାସ ପାଇଁ ହୋଇଥାଏ । କିନ୍ତୁ ଏଥର କରୋନା କଟକଣା ପାଇଁ ମେଳାର ଅବଧିକୁ ୪୫ ଦିନରେ ସୀମିତ ରଖାଯାଇଛି ।
9.ତାଇଓ୍ବାନକୁ ସହାୟତା କରିବାକୁ ଆମେରିକା ନୌସେନାର ଶକ୍ତିଶାଳୀ ଯୁଦ୍ଧପୋତ ୟୁଏସଏସ ଥିଓଡୋର ରୁଜଭେଲ୍ଟ ଦକ୍ଷିଣ ଚୀନ ସାଗରରେ ପ୍ରବେଶ କରିଛି ।
10.ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ)ର ନୂଆ ସଭାପତି ଭାବେ ଶିଳ୍ପୋଦ୍ୟୋଗୀ ବ୍ରହ୍ମାନନ୍ଦ ମିଶ୍ର ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ସେ ମୋଟ ୪୭୨ ଭୋଟ ପାଇ ନୂଆ ସଭାପତି ହୋଇଛନ୍ତି।
11.ଦେଶର ପ୍ରମୁଖ ଘରୋଇ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୧୩୧୦୧ କୋଟି ଟଙ୍କାର ନିଟ୍ ଲାଭ କରିଛି। ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ତୁଳନାରେ ଏହା ୧୩ ପ୍ରତିଶତ ଅଧିକ।
12.ଡେନ୍ମାର୍କର ଭିକ୍ଟର ଆକ୍ସେଲସେନ୍ ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ସୁପର ସି ରିଜ୍-୧୦୦୦ ଟାଇଟଲ ବିଜୟୀ ହୋଇଛନ୍ତି 
13.ସରକାରଙ୍କ ପକ୍ଷରୁ‘ମୋ କଲେଜ’ କାର୍ଯ୍ୟାକ୍ରମ ଆରମ୍ଭ ହେବାକୁଯାଉଛି । ମାର୍ଚ୍ଚ  ୧୦ ତାରିଖରେ  ମୁଖ୍ୟମନ୍ତ୍ରୀ  ଏହାକୁ ଉଦଘାଟନ  କରିବେ ।
14.ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର   ପାଇବେ ଓଡ଼ିଶାର ଅନ୍ୱେଷ ଶୁଭମ  ପ୍ରଧାନ
୧୫.ଆମେରିକାର ପୁର୍ବତନରଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କବିରୋଧରେ  ସଂସଦରେ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ଆସନ୍ତା ଫେବୃଆରୀ ୯ ତାରିଖରେ ବିଚାର  ହେବ ବୋଲି  ପ୍ରଶାସନ ପକ୍ଷରୁ କୁହାଯାଇଛି 
୧୬.    ବେଗୁନିଆ -ବୋଲଗଡ ନିର୍ବାଚନ  ମଣ୍ଡଳୀର ପୂର୍ବତନ  ବିଧାୟକ ସୁରେନ୍ଦ୍ର ନାଥ ମିଶ୍ର ଙ୍କ ରବିବାର ଦିନ ସନ୍ଧ୍ୟାରେ ୬୮ବର୍ଷ ବୟସ ରେ ପରଲୋକ ହୋଇଯାଇଛି । 
17.ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଭାରତ (ଆଇଏଫଏଫଆଇ)ର ୫୧ତମ ସଂସ୍କରଣ ରବିବାର ଉଦ୍ଯାପିତ ହୋଇଛି। ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଚାଲିଥିବା ଏହି ମହୋତ୍ସବରେ ‘ଇନ ଟୁ ଦ ଡାର୍କନେସ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଗୋଲଡେନ ପିକକ୍ ପୁରସ୍କାର ଲାଗି ମନୋନୀତ ହୋଇଛି। 
18.ଓଡ଼ିଶା ରାଜ୍ୟ ଚେସ୍ ସଂଘ ଦ୍ବାରା ଆୟୋଜିତ ପ୍ରଥମ ସମର ବିଜୟ ମହାନ୍ତି ସ୍ମାରକୀ ଚେସ୍ ପ୍ରତିଯୋଗିତାରେ ଫିଡେ ମାଷ୍ଟର ସୌମ୍ୟ ରଞ୍ଜନ ମିଶ୍ର (୬) ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। 
19.କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ପିଛି ୮୬ଟଙ୍କା ୩୮ ପିଇସା ଓ ଡିଜେଲ ୮୨ଟଙ୍କା ୬୮ପଇସାରେ ପହଞ୍ଚିଛି।
20.ବିଶ୍ବ ଅର୍ଥନୈତିକ ଦୃଶ୍ୟପଟରୁ ଗତବର୍ଷ ଜୁନ୍ର ଅଭିବୃଦ୍ଧିକୁ ବିଚାରକୁ ନେଇ ୨୦୨୦ ଅକ୍ଟୋବରରେ ବିଶ୍ବବ୍ୟାଙ୍କ ଦାରିଦ୍ର୍ୟ ଉପରେ କରୋନା ପ୍ରଭାବ ଉପରେ ଏକ ଆକଳନ କରିଥିଲା। ଏଥିରେ କରୋନା ପାଇଁ ୨୦୨୦ରେ ୮.୮ କୋଟିରୁ ୧୧.୫ କୋଟି ଲୋକ ଗରିବ ହୋଇଯିବେ ବୋଲି ବିଶ୍ବବ୍ୟାଙ୍କ କହିଥିଲା। କିନ୍ତୁ ଚଳିତମାସରେ ବିଶ୍ବବ୍ୟାଙ୍କ ଏହାର ସଦ୍ୟତମ ଆକଳନ ପ୍ରକାଶ କରିଛି। ଏଥିରେ କରୋନା ପାଇଁ ବିଶ୍ବରେ ୧୧.୯ କୋଟିରୁ ୧୨.୪ କୋଟି ଲୋକ ଗରିବ ହୋଇଯିବେ ବୋଲି କୁହାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.