• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ଵର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ୭୨ ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ସମସ୍ତଙ୍କୁ ରାଷ୍ଟ୍ରପତି ଶୁଭକାମନା ଜଣାଇବା ସହିତ ଦେଶ ପ୍ରତି କୃଷକଙ୍କଠାରୁ ଆରମ୍ଭ କରି ବୈଜ୍ଞାନିକ, ଯବାନଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟକର୍ମୀ, ଡାକ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ଅବଦାନ ଉପରେ ଆଲୋକପାତ କରିଛନ୍ତି।
  2. ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ସାହସିକତା ପୁଲିସ ପଦକ ଘୋଷଣା କରାଯାଇଛି। ଦେଶର ୨୦୫ ଜଣଙ୍କୁ ସାହସିକତା ପଦକ ମିଳିବ।
  3. ଭାରତୀୟ ଇସ୍ପାତ କର୍ତ୍ତୃପକ୍ଷ ଲିମିଟେଡ୍‌ (ସେଲ୍‌) ଗ୍ୟାସରୁ ଇଥାନଲ୍ ଉତ୍ପାଦନ କରିବା ଯୋଜନା କରୁଛି। ସେଲ୍‌ ଏହାର ଚନ୍ଦ୍ରପୁରସ୍ଥିତ ଫେରୋ ଆଲୟ ପ୍ଲାଣ୍ଟରେ ଏହି ପ୍ରକଳ୍ପ କରିବ। ଏଥିପାଇଁ ୪୦୦ କୋଟି ଟଙ୍କା ବିନିଯୋଗ ହେବ। 
  4.  ଆମେରିକାର ଇଲେକ୍ଟ୍ରିକ୍ କାର ନିର୍ମାତା ଟେସ୍‌ଲା ନିକଟରେ ଭାରତରେ ଏହାର ସହାୟକ କମ୍ପାନି ପ୍ରତିଷ୍ଠା ପାଇଁ ପଞ୍ଜୀକରଣ କରିସାରିଛି। ବେଙ୍ଗାଲୁରୁରେ ଟେସ୍‌ଲା ଇଣ୍ଡିଆ ମୋଟର୍ସ ଆଣ୍ଡ ଏ‌ନର୍ଜି ପ୍ରାଇଭେଟ ଲିମିଟେଡ ନାମରେ ଏହା ପଞ୍ଜୀକୃତ ହୋଇଛି।
  5. ବ୍ରାଜିଲରେ ଏକ ସ୍ଥାନୀୟ ମ୍ୟାଚ ପୂର୍ବରୁ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଗତ ରବିବାର ହୋଇଥିବା ଏହି ବିମାନ ଦୁର୍ଘଟଣାରେ ଏକ ଫୁଟବଲ୍ କ୍ଲବର ୪ ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
  6. ‘ଅସମାନତା ଭୂତାଣୁ’ ଶୀର୍ଷକ ଏହି ରିପୋର୍ଟରେ ଉଲ୍ଲେଖ ଅଛି ଯେ, କେବଳ ୨୦୨୦ ଏପ୍ରିଲ୍‌ ମାସରେ ଲକ୍‌ଡାଉନ୍‌ ସମୟରେ ଭାରତର କୋଟିପତିମାନଙ୍କର ସମ୍ପତ୍ତି ହାରାହାରି ୩୫% ବୃଦ୍ଧି ପାଇଥିବା ବେଳେ ୮୪% ପରିବାର ଭିନ୍ନ ଭିନ୍ନ ପରିମାଣର ଆୟ ହରାଇଛନ୍ତି।
  7. ଗୁରୁତ୍ୱପୂର୍ଣ୍ଣ ଶକ୍ତି ବିଭାଗରେ ବାଇଡେନ୍‌ ପ୍ରଶାସନ ୪ଜଣ ଭାରତୀୟ-ଆମେରିକୀୟଙ୍କୁ ବରିଷ୍ଠ ପଦବୀରେ ନିଯୁକ୍ତି ଦେଇଛି। ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ତାରକ ଶାହାଙ୍କୁ ଏହି ବିଭାଗରେ ‘ଚିଫ୍‌ ଅଫ୍‌ ଷ୍ଟାଫ୍‌’ ଭାବେ ନିଯୁକ୍ତି ମିଳିଛି।
  8. ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାମ ପ୍ରାୟ ୩ ବର୍ଷରେ ପୂରଣ ହେବ। ଏଥିରେ ୧୧ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। 
  9. ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାର ଅଗ୍ରାଧିକାର କ୍ଷେତ୍ର ପାଇଁ ନାବାର୍ଡ ପକ୍ଷରୁ ୧୧୦୭୩୫ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଛି ।
  10. ତିନୋଟି ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ଏଥିପାଇଁ ସେ ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ସମେତ ହାଇକୋର୍ଟର ବିଚାରପତି, ସବୁ ସାଂସଦ ଓ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି।
  11. ଏଥର ଯୁକ୍ତ୨ ପ୍ରଶ୍ନପତ୍ରରେ ୫୦% ମଲଟିପୁଲ ଚଏସ ରହିବ, ଯେଉଁଥିରେ୧ ମାର୍କର ୫୦ ଟି ପ୍ରଶ୍ନ ରହିବ। ଅପରପକ୍ଷରେ ୩୦% ପ୍ରଶ୍ନ ସଂକ୍ଷିପ୍ତ ଉତ୍ତରମୂଳକ ହେବ। ପ୍ରତ୍ୟେକ ପ୍ରଶ୍ନର ମାର୍କ ୨ କିମ୍ବା ୩ ଲେଖାଏଁ ରହିବ। ବାକି ୨୦% ଦୀର୍ଘ ଉତ୍ତରମୂଳକ ହେବ।
  12. ଭୋଟରମାନେ, ଭୋଟରପୋର୍ଟାଲ.ଇସିଆଇ.ଜିଓଭି.ଇନ୍‌ (voterportal.eci.gov.in) ଓ୍ବେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରି ବୈଦ୍ୟୁତିକ ପରିଚୟ ପତ୍ର ପାଇପାରିବେ ।
  13. ପୂର୍ବତନ ବାର୍କ(BARC) ଇଣ୍ଡିଆ ସିଇଓ ପାର୍ଥ ଦାସଗୁପ୍ତା ମୁମ୍ବାଇ ପୋଲିସକୁ ଦେଇଥିବା ଲିଖିତ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ନିଜ ଲିଖିତ ବୟାନରେ ପାର୍ଥ ଦାସଗୁପ୍ତାର କହିଛନ୍ତି ଅର୍ଣ୍ଣବ ତାଙ୍କୁ ୧୨ ହଜାର ଡଲାର ଦେଇଛନ୍ତି। ତାଙ୍କ ୩ ବର୍ଷ କାର୍ଯ୍ୟକାଳରେ ଅର୍ଣ୍ଣବ ମୋଟ ୪୦ ଲକ୍ଷ ଟଙ୍କା ଦେଇଥିବା ଲେଖିଛନ୍ତି ପାର୍ଥ।
  14. ବ୍ୟାଙ୍କ ଅଫ୍ ଆମେରିକା ଭାରତରେ କାର୍ଯ୍ୟ କରୁଥିବା ୨୪ ହଜାର କର୍ମଚାରୀଙ୍କୁ ଆର୍ଥିକ ସହାୟତା ଦେବ । କରୋନା ପ୍ୟାକେଜ କୁହାଯାଉଥିବା ଏହି ଆର୍ଥିକ ସହାୟତା ବାର୍ଷିକ ୧ ଲକ୍ଷ ଡ଼ଲାର ( ୭୫ ଲକ୍ଷ ଟଙ୍କା)ରୁ କମ୍ ବେତନ ପାଉଥିବା କର୍ମଚାରୀଙ୍କୁ ପ୍ରଦାନ କରାଯିବ । 
  15. ଭାରତ ଗସ୍ତ ପୂର୍ବରୁ ଇଂଲଣ୍ଡ କ୍ରିକେଟ୍‌ ଟିମ୍ ଦମଦାର ପ୍ରଦର୍ଶନ କରି ଶ୍ରୀଲଙ୍କା ଠାରୁ ୨-୦ରେ ସିରିଜ୍‌ ଛଡାଇ ଆଣିଛି । ଗଲରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଶ୍ରୀଲଙ୍କାକୁ ୬ ଓ୍ବିକେଟ୍‌ରେ ହରାଇ ସିରିଜ୍ ହାତେଇଛି ଇଂଲଣ୍ଡ । ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ର ମୁଖ୍ୟ ନାୟକ ହେଉଛନ୍ତି ଅଧିନାୟକ ଜୋ ରୁଟ୍‌ । ସେ ୨ଟି ଟେଷ୍ଟ୍‌ ମ୍ୟାଚ୍‌ରୁ ୧୦୬.୫୦ ହାରରେ ମୋଟ ୪୨୬ ରନ୍‌ କରିଛନ୍ତି । 
  16.  କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ୮ ବର୍ଷ ପୁରୁଣା ଗାଡି ଉପରେ ଟିକସ ଲଗାଇବାକୁ ବିଚାର କରୁଛି | ଗ୍ରୀନ ଟ୍ୟାକ୍ସ ନାମରେ ଏହି ଟିକସ ଲାଗୁ କରିବାକୁ ପରିବହନ ମନ୍ତ୍ରାଳୟ ମଞ୍ଜୁରୀ ଦେଇଛି |
  17. ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କାର ନୋଟ୍‌କୁ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍‌ବିଆଇ ଚିନ୍ତା କରୁଥିବା ଜଣାପଡ଼ିଛି ବୋଲି ନିକଟରେ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା। ମାତ୍ର ଏହି ଖବରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ଗୁଜବ‌ ଅଟେ ବୋଲି ଏକ ଟ୍ବିଟ୍‌ କରି ସୂଚନା ଦେଇଛି।
  18. ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ପରୀକ୍ଷଣ ହେଲା ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ଆକାଶ କ୍ଷେପଣାସ୍ତ୍ର। ଆକାଶର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଏହାର ଓଜନ ୭୨୦ କିଲୋଗ୍ରାମ, ଲମ୍ବ ୫.୭୮ମିଟର। ଶବ୍ଦର ବେଗଠାରୁ ଅଢେ଼ଇଗୁଣ ଅଧିକ ବେଗରେ ଆକାଶ ସ୍ଥିରୀକୃତ ଟାର୍ଗେଟ୍‌କୁ ଲକ୍ଷ୍ୟଭେଦ କରିଥିଲା।
  19. ଏ ବର୍ଷ ଓଡ଼ିଶାରୁ କଶ୍ୟପ କୁମାର ପଟ୍ଟନାୟକଙ୍କୁ ସାହସିକତା ନିମନ୍ତେ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଉଲ୍ଲେଖ ଅଛି।
  20. ଟ୍ରାକ୍ଟର ରାଲି ପରେ ପାର୍ଲାମେଣ୍ଟ ଚଲୋ ଡାକରା ଦେଲେ କୃଷକ। ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଦିନ ଚାଷୀଙ୍କୁ ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିଛି। ଏନେଇ ହଜାର ହଜାର ଚାଷୀ ପ୍ରସ୍ତୁତ ବି ଅଛନ୍ତି। ଏହା ପରେ ପୁଣି ଫେବୃଆରୀ ୧ ଦିନ ସଂସଦ ବଭବ ଅଭିମୁଖେ ପାଦରେ ଚାଲି ଚାଲି ନୂଆ କୃଷି ଆଇନ୍‌ ବିରୋଧରେ ବିଦ୍ରୋହ କରିବେ ବୋଲି କୃଷକ ସଂଗଠନ ଘୋଷଣା କରିଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.