• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସାଧାରଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ଅରାଜକତା ଓ ଉପଦ୍ରବ କରିଥିବା କୃଷକ ଦେଶ ବିରୋଧୀ ଶକ୍ତିକୁ ବିଷ ଓଗାଳିବାକୁ ସୁଯୋଗ ଦେଇଛନ୍ତି।
  2. କେନ୍ଦ୍ର ସରକାର ଗୁଇନ୍ଦା ରିପୋର୍ଟକୁ ଦୃଷ୍ଟିରେ ରଖି ଏଥର ଗଣତନ୍ତ୍ର ଦିବସ ପରେଡକୁ ସଂକ୍ଷିପ୍ତ କରିଦେଇଥିଲେ। ଗଣତନ୍ତ୍ର ଦିବସ ପରେଡର ରୁଟ ପାଖାପାଖି ୫ କିଲୋମିଟର ଛୋଟେଇ ଦିଆଯାଇଥିଲା।
  3. ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଲାଲକିଲ୍ଲାର ଯେଉଁ ପ୍ରାଚୀର ଉପରେ ପତାକା ଉତ୍ତୋଳନ କରନ୍ତି କୃଷକ ସେଠାରେ ପହଞ୍ଚି ପତାକା ଉଡାଇଛନ୍ତି। ଦିଲ୍ଲୀରେ ପୂର୍ବରୁ ଏମିତି ସ୍ଥିତି କେବେ ଦେଖିବାକୁ ମିଳିନଥିଲା।
  4.  ଆମେରିକା ଦକ୍ଷିଣ ଏସିଆର ତିନିଟି ଦେଶ ପାଇଁ ନିଜ ଟ୍ରାଭେଲ ଆଡ଼ଭାଇଜାରୀ ଜାରି କରିଛି | ଆଉ ଏହି ଟ୍ରାଭେଲ ଆଡ଼ଭାଇଜାରୀରେ ପାକିସ୍ତାନକୁ ଯିବା ବିପଦପୂର୍ଣ୍ଣ ବୋଲି କୁହାଯାଇଛି |
  5. ଭାରତର ୭୨ତମ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ଏବଂ ବୃକ୍ଷରୋପଣ ଅଭିଯାନ ସହ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ମସ୍‌ଜିଦ୍‌ ପ୍ରକଳ୍ପର ଶୁଭାରମ୍ଭ ହୋଇଛି।
  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଣ୍ଡିଆ ଗେଟ୍‌’ ଅଞ୍ଚଳରେ ଥିବା ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
  7. ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ(ଏସ୍‌ଡିଏମ୍‌ସି) ଅଧୀନରେ ଥିବା ଅଞ୍ଚଳରେ ଏଣିକି କାଠରେ ନୁହେଁ ଗୋବର ଘସି(ଗୋବରରୁ ତିଆରି ଏକ ଜାଳେଣି)ରେ କରାଯିବ ଶବ ସତ୍କାର। 
  8. ଭାରତର ଶେଷ ଭାଇସ୍‌ରୟ ଲର୍ଡ ଲୁଇ ମାଉଣ୍ଟ୍‌ବେଟେନ୍‌ଙ୍କ ବଡ଼ଝିଅ ପାଟ୍ରିସିଆଙ୍କର ଗୋଟାଏ ହୀରାହାର, ଜୟପୁରରେ ନିର୍ମିତ ରତ୍ନଖଚିତ ହଳେ ହାତୀ ଓ ଅନେକ ଭାରତୀୟ ହସ୍ତଶିଳ୍ପ ସାମଗ୍ରୀ ସମେତ ୩୫୦ଟି ବ୍ୟକ୍ତିଗତ ସାମଗ୍ରୀ ମାର୍ଚ ମାସରେ ଲଣ୍ଡନ୍‌ରେ ନିଲାମ କରାଯିବ
  9.  ମିଳିତ ଜାତିସଂଘ ଭାରତର ଅର୍ଥନୀତି ଖୁବ୍ ଶୀଘ୍ର ଉତ୍ସାହଜନକ ଭାବେ ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ କରିଛି । ଗତ ବର୍ଷ ଅର୍ଥ ବ୍ୟବସ୍ଥାରେ ୯.୬ ପ୍ରତିଶିତ ହ୍ରାସ ଦେଖିବାକୁ ମିଳିଥିଲା । କିନ୍ତୁ ଏହି କ୍ୟାଲେଣ୍ଡର ବର୍ଷରେ ୭.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ୟୁଏନ୍ ଆଶା କରିଥିବା କହିଛି।
  10.  ଚୀନର ଆଇନଗତଃ ଚ୍ୟାଲେଞ୍ଜ ଏବଂ କଠୋରତା ନୀତିକୁ ବିଚାର କରି ଭାରତ ସବୁଦିନ ପାଇଁ ୫୯ଟି ଚାଇନିଜ୍ ଆପକୁ ବ୍ୟାନ୍ ଘୋଷଣା କରିଛି । ଏଥି ମଧ୍ୟରେ ଚୀନର ଲୋକପ୍ରିୟ ଭିଡିଓ ଆପ୍ ଟିକ୍ ଟକ୍, ବାଇଡୁ, ୱି ଚ୍ୟାଟ୍, ଆଲିବାବାର ୟୁସି ବ୍ରାଉଜର, ସପିଙ୍ଗ୍ ଆପ୍ କ୍ଲବ୍ ଫ୍ୟାକ୍ଟ୍ରି, ଏମ୍ ଆଇ ଭିଡିଓ କଲ୍ ଏବଂ ବିଗୋ ଲାଇଭ୍ ଭଳି ଆପ୍ ସାମିଲ୍ ଅଛି ।
  11. ଦେଶବାସୀ ଆନନ୍ଦ ଉଲ୍ଲାସର ସହ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରୁଛନ୍ତି । ଏହି ଅବସରରେ ପ୍ରତିବର୍ଷ ଭଳି ନୂଆଦିଲ୍ଲୀର ରାଜପଥରେ ପରେଡ୍ ଆୟୋଜିତ ହୋଇଛି । ସାରା ବିଶ୍ୱ ଭାରତର ଶକ୍ତି, ସଂସ୍କୃତି ଓ ପରମ୍ପରାର ଝଲକ ଦେଖୁଛି ।
  12. ୨୦୨୧ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର। ଚଳିତବର୍ଷ ମୋଟ ୧୧୯ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର। ପଦ୍ମ ପୁରସ୍କାର ମଧ୍ୟରେ ପଦ୍ମଶ୍ରୀ, ପଦ୍ମ ବିଭୂଷଣ ଓ ପଦ୍ମ ଭୂଷଣ ପୁରସ୍କାର ଦିଆଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଛି। ୭ ଜଣଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ମିଳିବାକୁ ଥିବା ବେଳେ ୧୦ ଜଣଙ୍କୁ ମିଳିବ ପଦ୍ମ ଭୂଷଣ ପୁରସ୍କାର।
  13. ପ୍ରାକୃତିକ ପରିବେଶରେ ବିଶ୍ୱରେ ସବୁଠୁ ଅଧିକ ୧୮ ଫୁଟର ଅଣ୍ଡିରା ଓ ୧୬ ଫୁଟର ମାଈ ଧଳା କୁମ୍ଭୀର ଠାବ ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ, ନାଳରେ ୧୬ଟି ଧଳା ବଉଳା କୁମ୍ଭୀର ଅଛନ୍ତି।
  14. ୨୦୨୦ ବର୍ଷର ରାଜ୍ୟପାଳ ପୁରସ୍କାର ପାଇବା ପାଇଁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ ମନୋନୀତ ହୋଇଛନ୍ତି। ପ୍ରତିବର୍ଷ ପୁଲିସ୍ ବିଭାଗର କର୍ମଚାରୀ ମାନଙ୍କୁ ଏଭଳି ସମ୍ମାନଜନକ ଗଭର୍ଣ୍ଣର ଆୱାର୍ଡ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥାଏ।
  15. ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପି ନାହିଁ, ବରଂ ରାଜସ୍ଥାନରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଉପରକୁ ଚାଲିଯାଇଛି | 
  16. ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ଦୀର୍ଘ ଦିନ ପରେ ଆକ୍ରାନ୍ତଙ୍କ ସଂକ୍ୟା ୧୦୦ରେ ସୀମିତ ହୋଇଛି। ଆଉ ଚିହ୍ନଟ ପଜିଟିଭ ୯୯। 
  17. ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଆନୁକୂଲ୍ୟରେ ଆୟୋଜିତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ର ପ୍ରଥମ ସଂସ୍କରଣର ଫାଇନାଲ ମ୍ୟାଚ୍ ଆସନ୍ତା ଜୁନ୍‌ ୧୮ରୁ ୨୨ ପର୍ଯ୍ୟନ୍ତ ଖେଳାଯିବ। ଜୁନ୍‌ ୨୩କୁ ରିଜର୍ଭ ଦିନ ଭାବେ ରଖାଯାଇଥିବା ଆଇସିସି ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି।
  18. ୩୦ ଜଣ ସେନା ଅଧିକାରୀଙ୍କୁ ପରମ ବିଶିଷ୍ଟ ସେବା ମେଡାଲ (ପିଭିଏସ୍‌ଏମ୍‌) ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ସେନାର ଉପମୁଖ୍ୟ ନିଯୁକ୍ତ ହୋଇଥିବା ଓଡ଼ିଆ ସେନା ଅଫିସର ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି।
  19. ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ୍‌ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ଓଡ଼ିଆ ଯବାନ ନାଏବ ସୁବେଦାର ନନ୍ଦୁରାମ ସୋରେନଙ୍କୁ ମରଣୋତ୍ତର ଭାବେ ବୀରଚକ୍ର ସମ୍ମାନରେ ସମ୍ମାନିତ କରାଯିବ ।
  20. ତାମିଲନାଡୁର ଉଦ୍ୟୋଗପତି ଶ୍ରୀଧର ଭେମ୍ବୁ ବିଶ୍ବର ୫୯ତମ ଧନୀ ଭାରତୀୟ ।ବାର୍ଷିକ କାରବାର ୨୫୦୦ କୋଟି ଟଙ୍କା ।ସୁଦୂର ଆମେରିକାରୁ ଚାଲିଆସି ଜନ୍ମମାଟି ସେବାରେ ଲାଗିଗଲେ ।  ନିଷ୍ଠାପର ସେବା ଏବଂ ନିଜର ଉତ୍ସର୍ଗୀକୃତ ମନୋଭାବ ପାଇଁ ତାଙ୍କୁ ସମ୍ମାନସୂଚକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିବା ପାଇଁ ଘୋଷଣା କରାଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.