- ଆମେରିକାରେ ଭାରତୀୟମାନେ ଅନ୍ୟ ଦେଶର ପ୍ରବାସୀଙ୍କ ତୁଳନାରେ ସବୁଠାରୁ ଅଧିକ ଆୟ କରନ୍ତି |
- ପରମାଣୁ ଅସ୍ତ୍ରକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡ଼ିଛି । ପାକିସ୍ତାନ ଏହି ପରମାଣୁ ଅସ୍ତ୍ର ନିଷେଧ ସମ୍ବନ୍ଧୀୟ ଚୁକ୍ତିକୁ ମାନିବାକୁ ମନା କରିଦେଇଛି । ଶୁକ୍ରବାର ଏନେଇ ପାକିସ୍ତାନ କହିଛି ଯେ, ସେ ଏହି ଚୁକ୍ତିକୁ ମାନିବାକୁ ବାଧ୍ୟ ନୁହେଁ ।
- ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପାଇଁ ଜୈଶ-ଉଲ-ହିନ୍ଦ ନିଜକୁ ଦାୟୀ କରିଛି । ଟେଲିଗ୍ରାମ୍ ଆପ୍ ଜରିଆରେ ଏହି ଆତଙ୍କବାଦୀ ସଙ୍ଗଠନ ଏନେଇ ସୂଚନା ଦେଇଛି ।
- ଭାରତ ଓ ଚୀନ ସେନା ସୀମାନ୍ତରେ ମୁହାଁମୁହିଁ ଥିବାବେଳେ ଲଦାଖ ଅଞ୍ଚଳରେ ଅପୂର୍ବ ବୀରତ୍ବ ପ୍ରଦର୍ଶନ ପାଇଁ ୨୦୨୧ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଭାରତର ରାଷ୍ଟ୍ରପତି କେର୍ଣ୍ଣଲ ପୁଣ୍ୟବାଚି ମହାନ୍ତିଙ୍କୁ ‘ଯୁଦ୍ଧ ସେବା ମେଡାଲ’ରେ ଭୂଷିତ କରିଛନ୍ତି।
- ମାଇକ୍ରୋସଫ୍ଟ ଦିଲ୍ଲୀ ଏନସିଆର-ନୋଇଡାରେ ନିଜର ନୂଆ ଇଣ୍ଡିଆ ଡେଭେଲପମେଣ୍ଟ ସେଣ୍ଟର (IDC) ଫାସିଲିଟି ଆରମ୍ଭ କରିଛି। ମାଇକ୍ରୋସଫ୍ଟର ଏହି ନୂଆ ଅଫିସ ତାଜମହଲ ଡିଜାଇନରେ ତିଆରି ହୋଇଛି।
- କାଲିଫର୍ଣ୍ଣିଆର ଡେଭିସ୍ ସହର ସେଣ୍ଟ୍ରାଲ ପାର୍କରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି । କିଛି ଅଜଣା ଲୋକ ଏହାକୁ ଭଙ୍ଗାରୁଜା କରିଛନ୍ତି । ଏହା ଜାନୁଆରୀ ୨୮ରେ ଘଟିଥିଲା ।
- ନୂଆ କୃଷି ଆଇନକୁ ନେଇ କୃଷକ ଆନ୍ଦୋଳନ ଏବେବି ଥମିବାର ନାଁ ନେଉନାହିଁ । ଏବେବି କୃଷକମାନେ ଆନ୍ଦୋଳନ କରୁଛନ୍ତି ।ଶନିବାର ମହାତ୍ମା ଗାନ୍ଧିଙ୍କ ପୂଣ୍ୟତିଥିରେ କୃଷକମାନେ ଉପବାସ ରହିବେ ।
- ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ବିଲ୍ ଗେଟ୍ସ ସର୍ବଦା ସାମାଜିକ ଏବଂ ଜନ କଲ୍ୟାଣକାରୀ କାର୍ଯ୍ୟରେ ନିୟୋଜିତ ଥାଆନ୍ତି। ତାଙ୍କ ଫାଉଣ୍ଡେସନ ଜରିଆରେ ସେ ବିଭିନ୍ନ ଦେଶରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି
- ଉତ୍ତରପ୍ରଦେଶର ମୁଜାଫର୍ନଗର ଅଞ୍ଚଳର ହଜାର ହଜାର କୃଷକ କିସାନ ମହାପଞ୍ଚାୟତରେ ଅଂଶଗ୍ରହଣ କରିବାକୁ ନିଜର ସମର୍ଥନ ଦେଇ ଗାଜିପୁର ସୀମାଆଡ଼କୁ ଅଗ୍ରସର ହେଉଥିବା ରାଲିରେ ସାମିଲ୍ ହେଉଛନ୍ତି । ଏହାକୁ ଆଖିରେ ରଖି ଗାଜିଆବାଦ୍ ଏବଂ ଗାଜିପୁରକୁ ସଂଯୁକ୍ତ କରୁଥିବା ଜାତୀୟ ରାଜପଥ-୨୪କୁ ବନ୍ଦ କରି ଦିଆଯାଇଛି ବୋଲି ଦିଲ୍ଳୀ ଟ୍ରାଫିକ୍ ପୁଲିସ୍ ସୂଚନା ଦେଇଛି।
- ଶୁକ୍ରବାର ଦିନ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ଏକ ଟିମ୍ ପ୍ରାୟ ବର୍ଷେ ତଳେ ପ୍ରଥମେ କୋଭିଡ୍-୧୯ ରୋଗୀମାନଙ୍କୁ ଚିକିତ୍ସିତ କରାଯାଇଥିଲା ବୋଲି ଚୀନ୍ କହୁଥିବା ଏକ ଡାକ୍ତରଖାନା ପରିଦର୍ଶନ କରିଛନ୍ତି।
- କରୋନାଭାଇରସ୍ ଟିକାକରଣ ଅଭିଯାନ ଆରମ୍ଭ ହେବାର ମାତ୍ର ୧୩ ଦିନ ମଧ୍ୟରେ ୩ ନିୟୁତ ବ୍ୟକ୍ତିଙ୍କୁ ଟିକା ଦେଇ (୩୦ ଲକ୍ଷ) ଭାରତ ଦ୍ରୁତ ବେଗରେ ବିଶ୍ୱର ଅଗ୍ରଣୀ ଦେଶ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।
- ଶୁକ୍ରବାର ଅପରାହ୍ଣରେ ସିଂଘୁ ସୀମାନ୍ତରେ ସଙ୍ଗଠିତ ହିଂସାକାଣ୍ଡ ସମୟରେ ଅଲିପୁର ଏସ୍ଏଚ୍ଓଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ସମେତ ୪୪ଜଣଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି।
- କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଶନିବାରଠାରୁ ଆମରଣ ଅନଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ତେବେ ଆଜି ଆନ୍ନା ତାଙ୍କ ଅନଶନ ନିଷ୍ପତ୍ତିରୁ ଓହରି ଯାଇଛନ୍ତି।
- ଆସନ୍ତା ଫେବ୍ରୁଆରିରେ ୯ମ ଓ ଏକାଦଶ ଶ୍ରେଣୀ ଖୋଲିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।
- ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ)ର ସଂପାଦକ ଜୟ ଶାହା ଏସିଆନ୍ କ୍ରିକେଟ୍ କାଉନସିଲର ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି।
- ଆଫ୍ରିକାର ସବୁଠାରୁ ସୁରକ୍ଷିତ ଗାଡି ମାନ୍ୟତା ପାଇଲା ମହିନ୍ଦ୍ରା ଏକ୍ସୟୁଭି-୩୦୦ | ଦେଶର ଅଗ୍ରଣୀ ଅଟୋମୋବାଇଲ ନିର୍ମାତା ମହିନ୍ଦ୍ରାର କମ୍ପାକ୍ଟ ଏସୟୁଭି କାର ଏକ୍ସୟୁଭି ୩୦୦ର ସୁରକ୍ଷା ପୂର୍ବରୁ ପ୍ରମାଣିତ ହୋଇଥିବାବେଳେ ଏବେ ଆଫ୍ରିକାରେ ବି ଏହି କାର ସବୁଠାରୁ ସୁରକ୍ଷିତ
- କିଟ୍ରେ ଚାଲିଥିବା ଏମ୍ଜିଏମ୍ ଓଡ଼ିଶା ମହିଳା ଟ୍ବେଣ୍ଟି-୨୦ ଲିଗ୍ର ଶୁକ୍ରବାର ଦୁଇଟି ମ୍ୟାଚ୍ରେ ଓଡ଼ିଶା ପର୍ପଲ ଏବଂ ଓଡ଼ିଶା ଭାଓଲେଟ୍ ଦମ୍ଦାର ବିଜୟ ହାସଲ କରିଛନ୍ତି।
- କଟକରେ ଚାଲିଥିବା ୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତାରେ ଶୁକ୍ରବାର ରାଉରକେଲା, ଝାରସୁଗୁଡ଼ା, କିଟ୍, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ଼ ବିଜୟୀ ହୋଇଛନ୍ତି।
- ଆର୍ଜେଣ୍ଟିନା ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ସେଠାକାର ବରିଷ୍ଠ ଦଳ ବିପକ୍ଷରେ ପୁଣି ହାରିଛି।
- ୟଶ ଓ ସଞ୍ଜୟ ଦତ୍ତଙ୍କ ଅଭୀନିତ ‘କେଜିଏଫ୍-୨’ର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଏବଂ ଫିଲ୍ମର ନିର୍ମାତା ଏହି ବହୁପ୍ରତୀକ୍ଷିତ ଫିଲ୍ମ ଜୁଲାଇରେ ରିଲିଜ୍ ହେବ ବୋଲି ଟ୍ବିଟ କରି ଜଣାଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.