• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚମୋଲୀ ଜିଲା ଅନ୍ତର୍ଗତ ରେଣୀ ଗାଁରେ ରବିବାର ହିମସ୍ଖଳନ ଯୋଗୁ ଘଟିଥିବା ବନ୍ୟାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ପ୍ରାୟ ୧୫୦ରୁ ଅଧିକ ଶ୍ରମିକ ପ୍ରାଣ ହରାଇଥିବା ନେଇ ରାଜ୍ୟ  ମୁଖ୍ୟ ଶାସନ ସଚିବ ଆଶଙ୍କା ପ୍ରକାଶ କରିଛନ୍ତି।
  2. ଗ୍ଲାସିୟର ଦୁର୍ଗତଙ୍କ ପରିବାର ଲାଗି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ କ୍ଷତିପୂରଣ ଘୋଷଣା, ପ୍ରତି ମୃତକଙ୍କ ଲାଗି ଦିଆଯିବ ୪ଲକ୍ଷ ଟଙ୍କା
  3. ଆମ୍ବୁଲାନ୍ସରେ ଜିପିଏସ ସିଷ୍ଟମ ଖଞ୍ଜାଯିବ। ଏହି ପରି ସଡକ ଦୁର୍ଘଟଣା ରୋକିବା ଦିଗରେ ମନ୍ତ୍ରଣାଳୟ ଅନେକ ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛି। ସମଗ୍ର ଦେଶରେ ଆଇଆଇଟି, ଏନଆଇଟି ପରି ଇଞ୍ଜିନିୟରିଂ ସଂସ୍ଥା ସହିତ ମିଶି ସଡକ ଦୁର୍ଘଟଣା ରୋକିବା ଦିଗରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।
  4.  ସିନେ ସାମ୍ବାଦିକ ତଥା ଓଡିଶା ଚଳଚ୍ଚିତ୍ର ସଂଘର ପ୍ରାଣ ପ୍ରତିଷ୍ଠାତା ରଣଧୀର ଦାସଙ୍କର ପରଲୋକ ଘଟିଛି। କଟକ ଡଗରପଡାସ୍ଥିତ ତାଙ୍କ ବାସଭବନରେ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। 
  5. କର୍ଣ୍ଣାଟକ ବେଙ୍ଗାଲୁରୁସ୍ଥିତ ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ୨୩ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ନିଜର ଅଭିଭାଷଣ ପ୍ରଦାନ କରି ସେ କହିଛନ୍ତି ଯେ ଯଦିଓ କରୋନା ଏକ ପ୍ରକାର ସ୍ୱାସ୍ଥ୍ୟ ସଙ୍କଟ ଭଳି ମନେହୁଏ ଯାହା କ୍ୱଚିତ୍ ଘଟେ, କିନ୍ତୁ ବୈଜ୍ଞାନିକମାନେ ଆମକୁ ଆଗାମୀ ଦିନରେ ଏଭଳି ଆହ୍ୱାନ ପାଇଁ ପ୍ରସ୍ତୁତ ହେବାକୁ ଚେତାବନୀ ଦେଇଛନ୍ତି। 
  6. ଭାରତରେ ଗତ ୨୪ ଘଣ୍ଟାରେ ୧୨,୦୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୪ ହଜାର ୯୯୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୧ ଲକ୍ଷ ୪୮ ହଜାର ୭୬୬ ଜଣ ସକ୍ରିୟ ରୋଗୀ ଥିବାବେଳେ ୧, ୦୫, ୨୨,୬୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। 
  7. ସେଖରୀପୁରମ ନାରାୟଣନ ସୁବ୍ରମଣ୍ୟନ୍ ଆସନ୍ତା ୩ ବର୍ଷ ପାଇଁ ଜାତୀୟ ନିରାପତ୍ତା ପରିଷଦର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। 
  8. ଅଯୋଗ୍ୟ  ଲୋକ ମଧ୍ୟ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ଉଠାଉଛନ୍ତି। ଯୋଜନା ଆଧାରରେ ୩୨.୯୧ ଲକ୍ଷ ଅଯୋଗ୍ୟ ଲାଭାର୍ଥୀଙ୍କ ଖାତାରେ ୨,୩୨୬ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଛି। ଆୟକର ପୈଠ କରୁଥିବା କିଛି କୃଷକ ମଧ୍ୟ ଯୋଜନାର ଲାଭ ଉଠାଉଛନ୍ତି। ରାଜ୍ୟ ସରକାର ଏମିତି ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ମାମଲା ରୁଜୁ କରୁଛନ୍ତି।
  9. ଟ୍ୱିଟର ଇଣ୍ଡିଆର ପବ୍ଲିକ ପଲିସି ମୁଖ୍ୟ ପଦରୁ ମହିମା କୌଲ ଇସ୍ତଫା ଦେଇଛନ୍ତି। କମ୍ପାନୀର ଜନୈକ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଥିବା ବେଳେ ସେ ତାଙ୍କ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି। 
  10. ପ୍ରକାଶ ଜାଭଦେକର କହିଛନ୍ତି ଯେ, ଇଣ୍ଟରନେଟ୍ ଓ ମୋବାଇଲ ଆସୋସିଏସନ ଅଫ୍ ଇଣ୍ଡିଆ ବା ଆଇଏଏମଏଆଇ ଓଟିଟି ଡିଜିଟାଲ କଣ୍ଟେଣ୍ଟ୍ ପାଇଁ ନିୟମାବଳୀ ଆଣିବେ । କେଉଁ କଣ୍ଟେଣ୍ଟ୍ ପ୍ରଦର୍ଶିତ ହେବ ଓ କଣ ପ୍ରଦର୍ଶିତ ହୋଇପାରିବ ନାହିଁ ତାହା ଉପରେ ଗାଇଡଲାଇନ୍ ରହିବ ।
  11. ୨୦୧୮ ମାର୍ଚ୍ଚ ମାସ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ଦୁଇ ଥର ନୁହେଁ, ଗତ ତିନିବର୍ଷ ମଧ୍ୟରେ ମହାନଦୀ ସଂକ୍ରାନ୍ତରେ ୧୯ ଥର ଶୁଣାଣି ହୋଇଛି। ହେଲେ ଏ ପର୍ଯ୍ୟନ୍ତ ମହାନଦୀ ମାମଲାରେ କୌଣସି ଗୋଟିଏ ନିଷ୍କର୍ଷ ବାହାରିପାରିଲା ନାହିଁ
  12. କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୦୫୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୭୮ ମୃତ୍ୟୁ
  13. ଭାରତ-ଚୀନ୍‌ ସଂପର୍କ ଏବେ ଭୀଷଣ ତିକ୍ତତା ଭିତର ଦେଇ ଗତି କରୁଛି। ଗତବର୍ଷ ଲଦାଖ ସୀମାରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବା ପରଠାରୁ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି।
  14. ମିଆଁମାର୍‌ରେ ସାମରିକ ବିଦ୍ରୋହ ଦ୍ବାରା ସେନାର କ୍ଷମତା ଦଖଲକୁ ନେଇ ଜୋର୍‌ଦାର ବିରୋଧ ଜାରି ରହିଛି। ଆଜି ୩୦୦ରୁ ଅଧିକ ଲୋକ ପ୍ରତିନିଧି ଏକ ଘୋଷଣାନାମାରେ ସ୍ବାକ୍ଷର କରି ଦେଶରେ ସାମରିକ ଶାସନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
  15. ଖୁବ୍‌ଶୀଘ୍ର ଚୀନ୍‌ କେତେକ ଅତ୍ୟାଧୁନିକ ଯୁଦ୍ଧ ପୋତ ଏବଂ ବୁଡ଼ା ଜାହାଜ ପାକିସ୍ତାନକୁ ବିକ୍ରି କରିବାକୁ ଯାଉଛି।
  16. ଦେଶର ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ ପାଇଁ ନାବାର୍ଡ ଚଳିତ ଆର୍ଥିକ ବର୍ଷର ପ୍ରଥମ ୧୦ ମାସରେ ୧୬୫୦୦ କୋଟି ଟଙ୍କା ପ୍ରଦାନ କରିଛି। ଏହି ସମୟ ମଧ୍ୟରେ ନାବାର୍ଡ ୩୦୨୦୦ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ ୧୬୫୦୦ କୋଟି ଟଙ୍କା ପ୍ରଦାନ କରିଛି।
  17. ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇଁ ବ୍ୟାରେଲ ପିଛା ୬୦ ଡଲାର ନିକଟତର ହୋଇଛି।
  18. ଚେନ୍ନାଇର ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ୍ ମଧ୍ୟରେ ଚାଲିଥିବା ଟେଷ୍ଟ୍ ମ୍ୟାଚ୍‌ର ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ଟି ୱକେଟ ହରାଇ ୨୫୭ ରନ୍‌ ସଂଗ୍ରହ କରିଛି। ବିରାଟ ବାହିନୀ ଇଂଲଣ୍ଡର ପ୍ରଥମ ପାଳି ଆଧାରରେ ୩୨୧ ରନ୍‌ ପଛରେ ରହିଛି।
  19. ଯଦି ଗତ ୨୦୨୦ ବର୍ଷର ଦର ସହ ଚଳିତ ବର୍ଷର ପ୍ରାରମ୍ବିକ ମାସ ଦରକୁ ତୁଳନା କରାଯାଏ  ତେବେ ପେଟ୍ରୋଲ ଲିଟର ପିଛା ପ୍ରାୟ ୨୦ ଟଙ୍କା ବଢିଥିବା ବେଳେ ସମାନ୍ତରାଳରେ ଡିଜେଲ ଦରରେ ୧୫ ଟଙ୍କା ବୃଦ୍ଧି ହୋଇଛି।
  20. ବଜେଟ୍ ୨୦୨୧-୨୨ ରେ ସ୍କ୍ରାପ୍ ପଲିସିର ନୀତି ଘୋଷଣା କରାଯାଇଛି | ନୂତନ ସ୍କ୍ରାପ୍ ପଲିସି ଅନୁଯାୟୀ, ୨୦ ବର୍ଷରେ ବ୍ୟକ୍ତିଗତ କିମ୍ବା ବେସରକାରୀ ଯାନ ଏବଂ ୧୫ ବର୍ଷରେ ବ୍ୟବସାୟିକ ଯାନ ପାଇଁ ଏକ ‘ଫିଟନେସ୍ ଟେଷ୍ଟ’ ହେବ।ଯେଉଁ ଗ୍ରାହକମାନେ ସେମାନଙ୍କ ଗାଡିକୁ ସ୍କ୍ରାପ୍ କରିବାକୁ ଚାହିଁବେ, ସେମାନଙ୍କୁ କାର ନିର୍ମାତାଠାରୁ କିଛି ଲାଭ ମିଳିବ 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.