• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଉତ୍ତରାଖଣ୍ଡର ଚମୋଲିରେ ଗତକାଲି ଗ୍ଲାସିୟର ଫାଟିବାରୁ ଅଚାନକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ୨୬ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନାହିଁ।
  2. ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ସର୍ବଭାରତୀୟ ବ୍ୟବସାୟ ସଂଘଠନ  ବିରୋଧ କରି ଫେବ୍ରୁଆରି ୨୬ରେ ଭାରତ ବାଣିଜ୍ୟ ବନ୍ଦ ଘୋଷଣା କରିଛି । ଏହ।କୁ  ସମର୍ଥନ କରି  ଅଲ ଇଣ୍ଡିଆ ପରିବହନ କଲ୍ୟାଣ ସଂଘ ଫେବ୍ରୁଆରି ୨୬ରେ ସାରା ଦେଶରେ ଚକାଜାମ ଘୋଷଣା କରିଛି ।
  3. ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାନ୍ଧବୀ ତଥା ଘନିଷ୍ଠ ସହଯୋଗୀ ଶଶୀକଳା  ଜେଲରୁ ମୁକ୍ତ ହୋଇ ଖୁବ୍‌ ଶୀଘ୍ର ‘ପୂର୍ଣ୍ଣକାଳୀନ’ ରାଜନୀତିକୁ ଫେରିବେ ବୋଲି ଘୋଷଣା କରିଛନ୍ତି।
  4. ଭାରତ-ଚୀନ ମଧ୍ୟରେ ଲାଇନ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ(ଏଲଏସି)ରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ୯ଥର କମାଣ୍ଡରସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍  ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।
  5. ଚାଷୀ ଆନ୍ଦୋଳନକୁ ନେଇ ବଲିଉଡର ଅନେକ କଳାକାର ସମେତ ଖେଳ ଜଗତର ସେଲିବ୍ରିଟି କରିଥିବା ଟୁଇଟକୁ ନେଇ ମହାରାଷ୍ଟ୍ରରେ ରାଜ୍ୟ ଇଣ୍ଟେଲିଜେନ୍ସ ଏଜେନ୍ସି ଏହି ମାମଲାର ଯାଞ୍ଚ କରିବ।
  6. .ଫ୍ରାନ୍ସରୁ କିଣାଯାଇଥିବା ସମସ୍ତ ରାଫେଲ ଯୁଦ୍ଧ ବିମାନ ଏପ୍ରିଲ ୨୦୨୨ ସୁଦ୍ଧା ଭାରତୀୟ ବାୟୁସେନାରେ ସାମିଲ ହେବ ।
  7. ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ଗୋଟିଏ ସିଟିଂରେ ଓ ଗୋଟିଏ ପ୍ରଶ୍ନପତ୍ରରେ ମାଟ୍ରିକ ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିବ ।
  8. ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମତିଥିରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ୩୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪ଟି କୋଠା କୁନ୍ତଳା କୁମାରୀ ଗ୍ରନ୍ଥାଗାର ସହିତ ଏକାଡେମିକ୍ ବ୍ଲକ୍ -୨, ଏକାଡେମିକ ବ୍ଲକ୍ -୩ ଏବଂ ଅନ୍ବେଷା ଛାତ୍ରୀନିବାସର ଲୋକାର୍ପଣ କରାଯାଇଛି।
  9. ଓଟିଡିସି( ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ)ର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ବଲାଙ୍ଗୀରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ।
  10. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ ଏହି ନୂତନ କୃଷି ଆଇନ୍‌ ପ୍ରତ୍ୟାହାର  ହେବ ନାହିଁ।
  11. ୨୦୨୧ରେ ପୁଣି ଥରେ ଉଲ୍‌କା ପିଣ୍ଡ ପୃଥିବୀ ପ୍ରତି ବିପଦ ସୃଷ୍ଟି କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । କିଛି ଦିନ ପରେ ବିଶାଳକାୟ ଉଲ୍‌କା ପିଣ୍ଡ ପୃଥିବୀ ପାଖ ଦେଇ ଗତି କରିବାର ଅଛି।
  12. ହଲିଉଡ଼ର ଫେମସ୍ ଫିଲ୍ମ ଏଡିଟର ତଥା ସ୍କ୍ରିନ୍ ରାଇଟର ରବର୍ଟ ସି ଜୋନ୍ସଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଛି । ରବର୍ଟଙ୍କୁ ‘ଗେସ୍ ହୁଜ୍ କମିଙ୍ଗ ଟୁ ଡିନର’ ଏବଂ ‘ଲଭ୍ ଷ୍ଟୋରି ପାଇଁ’ ଜଣାଯାଏ । 
  13. ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ସୁନିଶ୍ଚିତ କରିବା ମୋର ସ୍ଵପ୍ନ ଯେ ପ୍ରତି ରାଜ୍ୟରେ ଅତି କମ୍‌ରେ ଗୋଟିଏ ମେଡିକାଲ କଲେଜ୍ ଏବଂ ଏକ ବୈଷୟିକ କଲେଜ୍‌ରେ ମାତୃଭାଷାରେ ପାଠପଢା ଆରମ୍ଭ କରାଯିବ।
  14. ଗୁଆହାଟୀର ସର୍ସୁଜାଇ ଷ୍ଟାଡିୟମ୍‌ରେ ଚାଲିଥିବା ୩୬ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ତୃତୀୟ ଦିବସରେ ଓଡ଼ିଶା ୪ ପଦକ ଜିତିଛି। ଏଥି ସହିତ ଓଡ଼ିଶାର ପଦକ ସଂଖ୍ୟା ୬ରେ ପହଞ୍ଚିଛି।
  15. ଏଣିକି ଭାରତରେ ଡ୍ରୋନ ମାଧ୍ୟମରେ ହୋଇପାରିବ କ୍ରିକେଟ ମ୍ୟାଚର ରେକର୍ଡିଙ୍ଗ | ଚଳିତବର୍ଷ ଭାରତରେ ବିସିସିଆଇ ଦ୍ୱାରା ହେବାକୁ ଥିବା ସମସ୍ତ କ୍ରିକେଟ ମ୍ୟାଚର କ୍ୟାମେରା ସୁଟିଂ ପାଇଁ ଡ୍ରୋନ ବ୍ୟବହାର କରାଯାଇପାରିବ | 
  16. ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲାଣ୍ଡ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ପ୍ରଥମେ ବ୍ୟାଟିଂ କରି ବିଶାଳ ୫୭୮ ରନ କରିଥିବା ଇଂଲାଣ୍ଡ ନିଜର ୨ୟ ଇନିଂସରେ ମାତ୍ର ୧୭୮ ରନ କରି ଅଲଆଉଟ ହୋଇଯାଇଛି 
  17. ୨୦୧୫ରେ ଜାମ୍ମୁ-କାଶ୍ମୀରରୁ ନିର୍ବାଚିତ ହୋଇ ରାଜ୍ୟସଭା ଯାଇଥିବା ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦଙ୍କ କାର୍ଯ୍ୟକାଳ ଫେବୃଆରୀ ୧୫ରେ ସମାପ୍ତ ହେଉଛି।
  18. ରାଜ୍ୟବାସୀ ଯଦି ଚାହିଁବେ ତାଙ୍କୁ ଆଉ ୧୦ବର୍ଷ ମୁଖ୍ୟମନ୍ତ୍ରୀ ନିର୍ବାଚିତ କରିପାରିବେ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି।
  19. ଓ୍ଵିଜଡନର ରିପୋର୍ଟ ଅନୁଯାୟୀ ଭାରତୀୟ ଦଳ ଚେନ୍ନାଇ ଟେଷ୍ଟର ଚତୁର୍ଥ ଦିନ ବହୁତ ଧିମା ଓଭର ବୋଲିଂ କରିଛି। ଏହି କାରଣରୁ ଆଇସିସି ଓ୍ଵାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍‌ରେ ଭାରତର ପଏଣ୍ଟ କାଟି ପାରେ, ଯେମିତି ଅଷ୍ଟ୍ରେଲିଆ ସହିତ  ହୋଇଥିଲା। 
  20. ଝାରପଡା ଅଞ୍ଚଳର ମନୋରମା ସାହୁ ନାମକ ମହିଳା ମଙ୍ଗଳବାର ସକାଳୁ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ବେଳେ ଝାରପଡା ଜେଲ୍ ସମ୍ମୁଖରୁ ତାଙ୍କଠାରୁ ଲୁଟ୍ ହୋଇଛି । ମହିଳାଙ୍କ ବେକରେ ମାରଣାସ୍ତ୍ର ଲଗାଇ ସୁନା ଚେନ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.