• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୧-୨୨ ବଜେଟରେ କୋଭିଡ ଟିକାକରଣ ଲାଗି ୩୫ ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ତେବେ ଜାନୁୟାରୀ-ମାର୍ଚ୍ଚ ଟିକାକରଣ ବାବଦକୁ ଖର୍ଚ୍ଚର ପରିମାଣ ୨ ହଜାର ୭୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଏଥିଲାଗି କିଛି ପ୍ରତିଶତ ଅର୍ଥମନ୍ତ୍ରାଳୟ ବହନ କରୁଥିବା ବେଳେ ବାକି ଅର୍ଥ ପିଏମ କେୟାର ଫଣ୍ଡସରୁ ବ୍ୟୟ ହେଉଛି। 
  2. ପ୍ରତ୍ୟେକ କାର୍ଯ୍ୟକ୍ରମରେ ଦେଶର ସ୍ୱ ନିର୍ଭରତା ଉପରେ ପ୍ରଧାନମନ୍ତ୍ରୀ ପ୍ରାଥମିକତା ଦେଉଛନ୍ତି। ଏଥିରେ ‘ଆତ୍ମନିର୍ଭର’ ଶବ୍ଦକୁ ଅକ୍ସଫର୍ଡ ଲାଙ୍ଗୁଏଜ୍ ହିନ୍ଦୀ ୱାର୍ଡ ଅଫ ଦି ଇୟର-୨୦୨୦ ମନୋନୀତ କରିଥିବା ଜଣାପଡିଛି।
  3. ମମତାଙ୍କ ତୃଣମୂଳ କଂଗ୍ରେସ( ଟିଏମସି)ରୁ ଆଉ ଅଧିକ ନେତାଙ୍କୁ ଗ୍ରହଣ କରିବନି ବେଙ୍ଗଲ ବିଜେପି।  ରାଜ୍ୟ ନେତୃବୃନ୍ଦ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ଟିଏମସିର ଅନେକ ନେତା ଓ ମନ୍ତ୍ରୀ କେନ୍ଦ୍ର ନେତୃତ୍ୱଙ୍କ ସହ କଥାବାର୍ତ୍ତା କରି ସିଧା ଶଳଖ ଦଳରେ ଯୋଗ ଦେଉଛନ୍ତି। 
  4. ନରେନ୍ଦ୍ରମୋଦିଙ୍କ ସରକାର ସାର୍ବଜନିକ ଉପକ୍ରମ ଓ ଆର୍ଥିକ ସଂସ୍ଥାନରୁ ସରକାରଙ୍କ ଅଂଶଧନ ବିକି ୨୦୨୧-୨୨ ଆର୍ଥିକ ବର୍ଷରେ ୧.୭୫ଲକ୍ଷ କୋଟି ଟଙ୍କା ସଂଗ୍ରହ ଲାଗି ଲକ୍ଷ ଧାର୍ଯ୍ୟ କରିଛନ୍ତି।
  5. ନାସା ଦ୍ୱାରା ପ୍ରସ୍ତୁତ ଆମେରିକା ଅନ୍ତରିକ୍ଷ ଏଜେନ୍ସିରେ ଭାରତୀୟ ବଂଶୋଦ୍ଭବ ଭବ୍ୟ ଲାଲ୍‌ଙ୍କୁ କାର୍ଯ୍ୟକାରୀ ପ୍ରମୁଖ ଭାବେ ନିଯୁକ୍ତ କରାଯାଇଛି । 
  6. କିଶାନ ମଜଦୁର ସଙ୍ଘର୍ଷ ସମିତି ପଞ୍ଜାବ ପ୍ରାନ୍ତର ଅଧ୍ୟକ୍ଷ ସତନାମ ସିଂ କହିଛନ୍ତି ଯେ, ସରକାର କୃଷକଙ୍କ ସହ ଆଲୋଚନା କରିବାକୁ ହେଲେ ପ୍ରଥମେ ଗିରଫ ଚାଷୀଙ୍କୁ ମୁକ୍ତ କରନ୍ତୁ । ବ୍ୟାରିକେଡ୍ ସହ ପାଣି ଓ ଇଣ୍ଟରନେଟ୍ ଓ ଶୌଚାଳୟ ଉପରୁ କଟକଣା ହଟାନ୍ତୁ । ଏହାସହ ସେ ଡିଜେ ବନ୍ଦ କରିବାକୁ ମଧ୍ୟ ଦାବି କରାଯାଉଛି ।
  7. ଜାତୀୟ ପରୀକ୍ଷା ଏଜେନ୍‌ସି ୨,୩,୪,୫,୬,୭, ୧୦,୧୧,୧୨,୧୪ ଏବଂ ୧୭ ମଇ ୨୦୨୧ରେ ୟୁଜିସି ନେଟ୍‌ ୨୦୨୧ ପରୀକ୍ଷା କରିବ।
  8. ଜାତୀୟ ପରୀକ୍ଷା ଏଜେନ୍‌ସି ଜୁନିଅର ରିସର୍ଚ୍ଚ ଫେଲୋସିପ୍‌ ଏବଂ ସହକାରୀ ପ୍ରଫେସରଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ୨,୩,୪,୫,୬,୭, ୧୦,୧୧,୧୨,୧୪ ଏବଂ ୧୭ ମଇ ୨୦୨୧ରେ ହେବ।
  9. କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିଷୟ ପାଇଁ ତାରିଖ ସୂଚୀ ଘୋଷଣା କରିଛନ୍ତି । ଏହି ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ ୧୦ ପର୍ଯ୍ୟନ୍ତ ଚାଲିବ ।
  10. କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସୀମାରେ ବସିଥିବା କୃଷକ ସଂଗଠନ ଆସନ୍ତା ୬ ତାରିଖରେ ଦେଶବ୍ୟାପୀ ‘ଚକା ଜାମ୍‌’ କରିବାକୁ ଘୋଷଣା କରିଛନ୍ତି | ଆଉ ଟ୍ରାକ୍ଟର ପ୍ୟାରେଡ଼ ସମୟରେ ହୋଇଥିବା ବିଶୃଙ୍ଖଳାକୁ ଆଉ ଦୋହରାଇବାକୁ ଚାଁହୁନି ଦିଲ୍ଲୀ ପୁଲିସ
  11. ସୋମବାର ମିଆଁମାର ସେନାବାହିନୀ ଦେଶର ଶାସନକଳକୁ ବିନା ରକ୍ତପାତରେ ନିଜ କବ୍‌ଜାକୁ ନେଇଯାଇଛି। ଏଥି ସହିତ ଗଣତନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଅଙ୍ଗ ସାନ୍‌ ସୁ କି ଏବଂ ରାଷ୍ଟ୍ରପତି ଵିନ୍‌ ମାଇଣ୍ଟ୍‌ଙ୍କୁ ଅଟକ ରଖି ଦେଶରେ ବର୍ଷକ ପାଇଁ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି।
  12. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ ବହୁ ପ୍ରତୀକ୍ଷିତ ସ୍କ୍ରାପେଜ୍‌ ନୀତିର ଘୋଷଣା କରିଛନ୍ତି। ଏହି ନୀତି ଅନୁସାରେ ରାସ୍ତାରୁ ୧୫ ବର୍ଷରୁ ଅଧିକ ସମୟର ବାଣିଜ୍ୟିକ ଗାଡ଼ି ଏବଂ ୨୦ ବର୍ଷରୁ ଅଧିକ ସମୟର ବ୍ୟକ୍ତିଗତ ଗାଡ଼ିକୁ ହଟାଇ ଦିଆଯିବ।
  13. ସହରାଞ୍ଚଳର ଭିତ୍ତିଭୂମି ଏବଂ ବିଶେଷକରି ସାଧାରଣ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବଜେଟ୍‌ରେ ବ୍ୟବସ୍ଥା‌ କରାଯାଇଛି। ମେଟ୍ରୋ ରେଳ ନେଟୱାର୍କର ସଂପ୍ରସାରଣ ସହିତ ସିଟି ବସ୍ ସେବାକୁ ବ୍ୟାପକ କରାଯିବ।
  14. ଗ୍ରାମାଞ୍ଚଳରେ ସମ୍ପତ୍ତି ମାଲିକାନା ସମ୍ପର୍କିତ ସ୍କିମ୍ ସ୍ବାମିତ୍ବକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ। ୨୦୨୧-୨୨ରେ କୃଷି ଋଣ ବାବଦରେ ୧୬.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।
  15. ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ସୀମାକୁ ୪୯%ରୁ ବଢ଼ାଇ ୭୪% କରାଯାଇଛି। କିଛି ସୁରକ୍ଷା ବ୍ୟବସ୍ଥା ସହିତ ବୀମା କଂପାନିରେ ବିଦେଶୀ ମାଲିକାନା ଓ ନିୟନ୍ତ୍ରଣକୁ ମଧ୍ୟ ଅନୁମତି ଦିଆଯାଇଛି।
  16. ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଏଠାରେ ଆସନ୍ତା ୧୩ରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରତିଦିନ ଷ୍ଟାଡ଼ିୟମ ସିଟ୍ ସଂଖ୍ୟାର ୫୦% ଦର୍ଶକ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ହୋଇଛି।
  17. ଅଭିନେତା ପ୍ରଭାସ ଏବଂ ସୈଫ୍‌ ଅଲ୍ଲୀ ଖାନଙ୍କ ଅଭିନୀତି ଚଳଚ୍ଚିତ୍ର ‘ଆଦିପୁରୁଷ’ର ଶୁଟିଂ ସେଟ୍‌ରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବା ପାଇଁ ୮ଟି ଦମଳକ ଗାଡ଼ି ନିୟୋଜିତ ହୋଇଛନ୍ତି। ଏହି ଘଟଣାରେ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
  18. ଚଳିତ ବଜେଟରେ ୭୫ ବର୍ଷ ବୟସରୁ ଅଧିକ ବୟସ୍କ ନାଗରିକମାନଙ୍କୁ ଆଉ ଆୟକର ଦାଖଲ କରିବାକୁ ପଡିବ ନାହିଁ। 
  19. ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବାକୁ ଥିବା ବେଳେ ଇଂଲଣ୍ଡ ଦଳ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍‌ରେ ବିଜୟୀ ହୋଇପାରିବ ନାହିଁ ବୋଲି ମତ ଦେଇଛନ୍ତି ପୂର୍ବତନ ଭାରତୀୟ ଓପନର୍‌ ଗୌତମ ଗମ୍ଭୀର।
  20.  ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ (ICC) ମଙ୍ଗଳବାର ‘ପ୍ଲେୟାର ଅଫ୍ ଦ ମଂଥ୍‌’ ଘୋଷଣା କରିଛି । ଟିମ୍‌ ଇଣ୍ଡିଆର ଓ୍ବିକେଟ୍‌ କିପର ତଥା ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ, ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଏବଂ ଆୟରଲାଣ୍ଡର ପୋଲ ଷ୍ଟାଲିଙ୍ଗ୍‌ଙ୍କୁ ଜାନୁଆରୀ ମାସ ପାଇଁ ‘ପ୍ଲେୟାର ଅଫ୍ ଦ ମଂଥ୍‌’ ଘୋଷଣା କରାଯାଇଛି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.