• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1.  କୋଭିଡ- ୧୯ ମହାମାରୀ ସମୟରେ ସ୍ୱେଚ୍ଛାସେବୀ ଭାବେ କାର୍ୟ୍ୟ କରି ସମାଜ ପାଇଁ ଏକ ଉତ୍ତମ ବାର୍ତ୍ତା ଦେଇଥିଲେ। ଆଜି ବିହାର ରାଜ୍ୟ ସରଣର ବିବେକାନନ୍ଦ ହଲରେ ଜଗନ୍ନାଥଙ୍କୁ ରାଷ୍ଟ୍ରୀୟ ପ୍ରେରଣା ଦୂତ ସମ୍ମାନ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।
  2. କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାଉଦି ଆରବ ଭାରତ ଓ ଆମେରିକା ସମେତ ୨୦ ଦେଶରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି।
  3. ରାଜ୍ୟର ସମସ୍ତ ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। ଏହାଦ୍ବାରା ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।
  4. ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଲଗାତାର ହ୍ରାସ ହେଉଛି। ଦିନକରେ ୧୧,୦୩୯ ନୂଆ ପଜିଟିଭ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭,୭୭,୨୮୪କୁ ବୃଦ୍ଧି ପାଇଛି।
  5. ସ୍ଥାନୀୟ ଏମ୍.ଏ. ଚିଦମ୍ବରମ୍ ଷ୍ଟାଡିୟମ୍‌ରେ ଫେବୃଆରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଘରୋଇ ଭାରତ ପ୍ରଥମ ଟେଷ୍ଟମ୍ୟାଚ୍‌ ଖେଳିବ। ଏହି ଷ୍ଟାଡିୟମ୍‌ରେ ମଧ୍ୟ ଉଭୟ ଦଳଙ୍କ ମଧ୍ୟରେ ଫେବୃଆରୀ ୧୩ରୁ ୨ୟ ଟେଷ୍ଟମ୍ୟାଚ୍‌ ଖେଳାଯିବ।
  6. ଦୀପ୍‍ ସିଦ୍ଧୁ, ଯୁଗରାଜ ସିଂହ, ଗୁରୁଜୋତ ସିଂହ ଓ ଗୁରୁଜନ୍ତ ସିଂହଙ୍କ ସମ୍ବନ୍ଧରେ ତଥ୍ୟ ଦେଲେ ୧ଲକ୍ଷ ଟଙ୍କା ଲେଖାଏଁ
    ପୁରସ୍କାର ପ୍ରଦାନ କରିବାକୁ ଦିଲ୍ଲୀ ପୋଲିସ୍‍ ଘୋଷଣା କରିଛି।
  7. ଜାନୁଆରି ୨୬ ତାରିଖରେ ଚାଷୀ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ଏକ ଲଜ୍ଜାଜନକ ଘଟଣା ଥିଲା ବୋଲି ଚାରିଆଡେ ସମାଲୋଚନା ହୋଇଥିଲା।
  8. ପରସ୍ପର ମଧ୍ୟରେ ଭୀଷଣ ତିକ୍ତତା ଥିବା ଦୁଇଜଣ ଶୀର୍ଷସ୍ତରୀୟ ଲେଫ୍ଟନାଣ୍ଟ୍‌ ଜେନେରାଲ୍‌ଙ୍କ ଆବେଦନ ଭିତ୍ତିରେ ତଦନ୍ତ ଲାଗି ସେନାମୁଖ୍ୟ ‘କୋର୍ଟ ଅଫ୍‌ ଇନ୍‌କ୍ୱାରି’ ନିମନ୍ତେ ଆଦେଶ ଦେବା ପରେ ସେମାନେ ନିଜ ନିଜର ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି।
  9.  ଚୀନ୍‌ର ବିସ୍ତାରବାଦୀ ନୀତି ଏବଂ ପାକିସ୍ତାନର ଛଦ୍ମ ଯୁଦ୍ଧ ଯୋଗୁଁ ଭାରତ ନିଜ ସୀମାର ସୁରକ୍ଷା ପାଇଁ ଏବେ ସର୍ବାଧିକ ଆଲର୍ଟରେ ରହିଛି। ଏଭଳି ସମୟରେ ଭାରତ ତିଆରି କରୁଥିବା ଷ୍ଟିଲ୍‌ଥ ଡ୍ରୋନ୍‌ ଆଗାମୀ ଦିନରେ ବାୟୁସେନାର ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ହେବାକୁ ଯାଉଛି।
  10. ମିଆଁମାର ସେନା ଦେଶରେ ସାମରିକ ବିଦ୍ରୋହ କରି ଶାସନ କ୍ଷମତାକୁ ନିଜ ଦଖଲକୁ ନେବା ଘଟଣା ହିଁ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପାଇଁ ନୂତନ ଅନ୍ତର୍ଜାତୀୟ ଆହ୍ବାନ ଭାବେ ଉଭା ହୋଇଛି। 
  11. ସଂଶୋଧିତ ନାଗରିକତା ଆଇନ (ସିଏଏ) ଅଧୀନରେ ଏବେ ନିୟମ ପ୍ରସ୍ତୁତ କରାଯାଉଛି ଏବଂ ଏଥିପାଇଁ ଜୁଲାଇ ୯ ପର୍ଯ୍ୟନ୍ତ ସମୟ ଦିଆଯାଇଛି ବୋଲି ଆଜି ଗୃହ ମନ୍ତ୍ରାଳୟ ପକ୍ଷରୁ ଲୋକସଭାରେ ସୂଚନା ଦିଆଯାଇଛି।
  12. ସେସୁକୁ ଅଧିଗ୍ରହଣ କରିଥିବା ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡି‌ଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିସିଓଡିଏଲ୍‌) ଚଳିତ ବର୍ଷ ଏପ୍ରିଲ୍‌ରୁ ଏହାର ପରିଚାଳନା ଅଞ୍ଚଳରେ ସ୍ମାର୍ଟ ମିଟର୍‌ ଲଗାଇବା କାର୍ଯ୍ୟ ଆରମ୍ଭ କରିବ।
  13. ଏଲନ୍‌ ମସ୍କଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ ପକ୍ଷରୁ ପରୀକ୍ଷଣ କରାଯାଉଥିବା ଏକ ପ୍ରୋଟୋଟାଇପ୍‌ ଷ୍ଟାରସିପ୍‌ ରକେଟ୍‌ ଜଳିଯାଇଛି। ଏହି ରକେଟ୍‌କୁ ଟେକ୍ସାସର ବୁକା ଚିକାରୁ ଲଞ୍ଚ କରାଯାଇଥିଲା। ପୂର୍ବରୁ ଏକ ରକେଟ୍‌ ଧ୍ବଂସ ହେବା ପ​‌ରେ ପୁଣି ଥରେ ମଙ୍ଗଳବାର ଆଉ ଏକ ରକେଟ୍‌ ବିସ୍ଫୋରଣ ଘଟିଛି।
  14. ଜାମ୍ମୁ କାଶ୍ମୀରର ଜଣେ ଝିଅ ଦୁନିଆରେ ଆଜି ଏକ ନୂଆ ପରିଚୟ ସୃଷ୍ଟି କରି ପାରିଛନ୍ତି । ମହିଳା ମାନଙ୍କ ପାଇଁ ସାରା ଭାରତରେ ଆଜି ଉଦାହରଣ ପାଲଟି ଯାଇଛନ୍ତି । ୨୫ ବର୍ଷର ଆୟେସା ଅଜିଜ୍ ଏୟାର ଇଣ୍ଡିଆର ବିମାନ ଉଡ଼ାଇବା ସହିତ ଦେଶର ସବୁଠାରୁ କମ୍ ବୟସର ମହିଳା ପାଇଲଟ୍ ହୋଇଛନ୍ତି ।
  15.  ହିଂସାକାଣ୍ଡ ଘଟଣାରେ ଗିରଫ ହୋଇ ରାଜଧାନୀର ବିଭିନ୍ନ କାରାଗାରରେ ବନ୍ଦୀ ଥିବା ୧୧୫ ଜଣ ଚାଷୀଙ୍କ ନାମ ତାଲିକା ଘୋଷଣା କରିଛନ୍ତି।
  16. ଭାରତୀୟ କିଷାନ ୟୁନିଅନ (ଅଣ-ରାଜନୈତିକ) ର ଜାତୀୟ ମୁଖପାତ୍ର ଚୌଧୁରୀ ରାକେଶ ଟିକାୟତ କହିଛନ୍ତି ଯେ, ସରକାର ଦିଲ୍ଲୀ ରାସ୍ତା ବନ୍ଦ କରି, କଣ୍ଟା ତାର ଲଗାଇ ସାଧାରଣଲୋକଙ୍କୁ କୃଷକଙ୍କ ବିରୋଧୀ କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ, ଆନ୍ଦୋଳନ ଏବେ ଶେଷ ହେବ ନାହିଁ । ଏହା ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ଏବଂ ସରକାରଙ୍କ ସହ ଆଲୋଚନା ମଧ୍ୟ ହେବ ।
  17. ୨୬ ଜାନୁଆରୀ ଅର୍ଥାତ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକମାନେ କରିଥିବା ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକୁ ନେଇ ଆଜି ସୁପ୍ରିମ୍ କୋର୍ଟ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ କୋର୍ଟ ଏହି ମାମଲାରେ ମୁଣ୍ଡ ପୁରାଇବେ ନାହିଁ ବୋଲି ସିଧା ସିଧା କହିଛନ୍ତି ।
  18. ବୁଧବାର ଦିନ ସରକାର ୮୩ ତେଜସ ଲାଇଟ କମ୍ବାଟ ବିମାନ (Tejas LCA) ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ବେଙ୍ଗାଲୁରୁରେ ଆୟୋଜିତ ଏରୋ ଇଣ୍ଡିଆ ୨୦୨୧ (Aero India 2021) କାର୍ଯ୍ୟକ୍ରମରେ ଏହି ଔପଚାରିକ ପ୍ରକ୍ରିୟା ହୋଇଛି। 
  19. ଆମାଜନ ସିଇଓ ଜେଫ୍ ବେଯୋଶ୍ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ସେ ପଦବୀ ଛାଡିଦେବେ।
  20.  ରାଜ୍ୟସଭା ଗୃହ କାର୍ଯ୍ୟ ଆରମ୍ଭରୁ ବିବାଦରେ ଥିବା ୩ଟି ନୂଆ କୃଷି ଆଇନକୁ ରଦ୍ଦ କରିବା ଏବଂ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ହଙ୍ଗାମା ହୋଇଥିଲା । ହୋହଲ୍ଲା କରୁଥିବା ଆମ୍ ଆଦମୀ ପାର୍ଟିର ତିନି ଜଣ ସାଂସଦ ସଞ୍ଜୟ ସିଂହ, ସୁଶୀଲ କୁମାର ଗୁପ୍ତା ଏବଂ ଏନ ଡି ଗୁପ୍ତାଙ୍କୁ ବୁଧବାର ଦିନକ ପାଇଁ କାର୍ଯ୍ୟକାଳରୁ ବାଦ୍ ଦିଆଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.