- ଭାରତୀୟ ରେଳବାଇ ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ୫୬ଟି ରେଳ ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ କହିଛି।
- ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟକୁ ମରୁଡ଼ି ମୁକାବିଲା ପାଇଁ ୧୦୦ କୋଟି ଓ ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ ଲାଗି ୮୦୦ କୋଟି ଟଙ୍କା ଅନୁଦାନ ମିଳିବ। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ୨୦୨୧-୨୬ ମସିହା ମଧ୍ୟରେ ଏହି ଅନୁଦାନ ରାଶି କେନ୍ଦ୍ରରୁ ପ୍ରଦାନ କରାଯିବ।
- ଆଗାମୀ ୬ ମାସ ମଧ୍ୟରେ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ଭାବେ ପେଟ୍ରୋଲ୍-ଡିଜେଲ୍ ଚାଳିତ ଯାନରୁ ଇଲେକ୍ଟ୍ରିକ୍ ଯାନକୁ ପରିବର୍ତ୍ତିତ ହେବାକୁ ଯାଉଛନ୍ତି । ସାଧାରଣ ଲୋକଙ୍କୁ ଇଲେକ୍ଟ୍ରିକ୍ ଯାନ କିଣିବା ପାଇଁ ସରକାର ପ୍ରୋତ୍ସାହିତ କରିବା ସହିତ ଏଥି ପାଇଁ ସ୍ୱିଚ୍ ଦିଲ୍ଲୀ ଅଭିଯାନର ଆରମ୍ଭ କରୁଛନ୍ତି ।
- ଦିଲ୍ଲୀର ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଭବ୍ୟ ଷ୍ଟେସନ ଭାବେ ନିର୍ମାଣ କରିବାକୁ ଯୋଜନା ଚାଲିଛି। ଏହି ରେଳ ଷ୍ଟେସନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୬୫୦୦ କୋଟି।
- ତୈଳ କମ୍ପାନୀମାନେ ବଜେଟ ପରେ ଗ୍ୟାସ୍ ଦାମ୍ରେ ବୃଦ୍ଧି କରିଛନ୍ତି । ଦେଶର ସବୁଠାରୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡ୍ ଏଲ୍ପିଜି ବିତରଣ କମ୍ପାନୀ ଏହି ଦାମ୍ ବୃଦ୍ଧି କରିଛି । ଇଣ୍ଡେନ୍ ଗ୍ୟାସ୍ ଫେବୃଆରୀ ୪ତାରିଖରୁ ବର୍ଦ୍ଧିତ ଦର ଲାଗୁ ହୋଇଛି । ଇଣ୍ଡେନ୍ ଓ୍ୱେବସାଇଟ୍ ଅନୁସାରେ ସବ୍ସିଡ଼ି ଗ୍ୟାସ୍ ସିଲିଣ୍ଡରର ଦାମ୍ ଦିଲ୍ଲୀରେ ୨୫ଟଙ୍କା ବଢିଛି । କିନ୍ତୁ ବାଣିଜିକ୍ୟ ଗ୍ୟାସ୍ ସିଲିଣ୍ଡର ଦାମ୍ରେ ୬ଟଙ୍କା ବୃଦ୍ଧି ପାଇଛି ।
- ଇଂରାଜୀ ଟିଭି ଚ୍ୟାନେଲ ‘ରିପବ୍ଲିକ ଟିଭି’ର ଏଡିଟର-ଇନ୍-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ, ତାଙ୍କ ପତ୍ନୀ ସମ୍ୟାବ୍ରତ ରାୟ ଗୋସ୍ୱାମୀ ଏବଂ ରିପବ୍ଲିକ୍ ଟିଭିର ପରିଚାଳନା କମ୍ପାନି ଏଆରଜି ଆଉଟିଲିୟର ମିଡିଆ ପ୍ରାଇଭେଟ ଲିମିଟେଡ୍ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର ହୋଇଛି । ମୁମ୍ବାଇର ଜୋନ-୯ ଡିସିପି ଅଭିଷେକ ତ୍ରିମୁଖେ ଏକ ଫୌଜଦାରୀ ମାନହାନୀ ମକଦ୍ଦମା ଦାୟର କରିଛନ୍ତି ।
- ବାଲେଶ୍ୱରରେ ପ୍ରତିଷ୍ଠା ହେବ ବଜ୍ରପାତ ଗବେଷଣା କେନ୍ଦ୍ର (ଥଣ୍ଡରଷ୍ଟ୍ରମ ରିସର୍ଚ୍ଚ ଟେଷ୍ଟ ବେଡ୍) । ଦେଶରେ ପ୍ରଥମ କରି ଏଭଳି ଅତ୍ୟାଧୁନିକ ପାଣିପାଗ ଗବେଷଣା କେନ୍ଦ୍ର ଓଡ଼ିଶାର ବାଲେଶ୍ୱରରେ ପ୍ରତିଷ୍ଠା ହେବାକୁ ଯାଉଛି ।
- ଜଟଣୀ ଇନ୍ଫୋସିଟି-୨ ନିକଟରେ ବିଶ୍ୱସ୍ତରୀୟ କ୍ୟାନ୍ସର ହସ୍ପିଟାଲ କରିବାକୁ ସରକାର ଏକପ୍ରକାର ନିଷ୍ପତ୍ତି ନେଇ ସାରିଛନ୍ତି । ଏଥିପାଇଁ ଜମି ଚିହ୍ନଟ ସରିଛି । ରାଜ୍ୟ ସରକାର ହସ୍ପିଟାଲ ପାଇଁ ଜଟଣୀରେ ୨୦ରୁ ୨୫ ଏକର ଜମି ସଂପୂର୍ଣ୍ଣ ମାଗଣାରେ ଯୋଗାଇ ଦେବେ ।
- ଦେଶର ଜନସଂଖ୍ୟାର ୨୧% ଲୋକ(୧୦ବର୍ଷରୁ ଅଧିକ ବୟସ) କରୋନା ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି। ଏ ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ସର୍ବଶେଷ ଜାତୀୟ ସେରୋ ସର୍ଭେରୁ ଜଣାପଡ଼ିଛି।
- ଆଷ୍ଟ୍ରାଜେନେକା / ଅକ୍ସଫୋର୍ଡ ଏବଂ ନୋଭାଭ୍ୟାକ୍ସ ଟିକାର ଦୀର୍ଘକାଳୀନ ଯୋଗାଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ୟୁନିସେଫ୍ ଚୁକ୍ତି କରିଛନ୍ତି। ଏଥିରେ ପ୍ରାୟ ୧୦୦ଦେଶକୁ ୧.୧ବିଲିୟନ ଡୋଜ ଟିକା ବିତରଣ କରାଯିବ।
- କୃଷି କ୍ଷେତ୍ରରେ ଅଣାଯାଇଥିବା ସଂସ୍କାରକୁ ସ୍ୱାଗତ କରିବା ସହ କୃଷକମାନଙ୍କ ସହ ଆଲୋଚନା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଭାରତ ସରକାରଙ୍କୁ ପରାମର୍ଶ ଦେବା ସହ ‘ଶାନ୍ତିପୂର୍ଣ୍ଣ ପ୍ରତିବାଦ’କୁ ସ୍ୱୀକୃତି ଦେବା ଏବଂ ‘ଇଣ୍ଟର୍ନେଟ୍’ ସେବା ଅବ୍ୟାହତ ରଖିବାକୁ କହିଛି।
- ୨୦୨୧-୨୨ର ରେଳ ବଜେଟରେ ଓଡ଼ିଶା ଲାଗି ୬୯୯୫.୫୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ପୂର୍ବଥର ତୁଳନାରେ ୨୬ ପ୍ରତିଶତ ଅଧିକ । ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୦-୨୧ ରେ ଓଡିଶାକୁ ୫୭୫୯.୬୪ କୋଟି ଟଙ୍କା ଅନୁଦାନ ମିଳିଥିଲା ।
- ଚଳିତ ବର୍ଷ ବଜେଟ୍ରେ ରେଳ ପ୍ରକଳ୍ପଗୁଡ଼ିକ ପାଇଁ ରାଜ୍ୟ ସରକାର ୭୨୦୦ କୋଟି ଟଙ୍କା ଦେବାକୁ ଦାବି କରିଥିବା ବେଳେ କେନ୍ଦ୍ର ସରକାର ୫୫୨୮ କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି।
- ସରକାରୀ ଡିଗ୍ରି କଲେଜରେ ଖୋଲିଥିବା କ୍ୟାରିୟର କାଉନସେଲିଂ ସେଲ୍ଗୁଡ଼ିକ ବନ୍ଦ କରାଯିବ। ଉଚିତ କ୍ୟାରିୟର୍ ବାଛିବା ସମ୍ପର୍କରେ କଲେଜସ୍ତରରୁ ଛାତ୍ରଛାତ୍ରୀଙ୍କୁ ଦିଗ୍ଦର୍ଶନ ଦେବ ଲାଗି ଖୋଲିଥିବା ଏହି ସେଲ୍ଗୁଡ଼ିକ ମୂଳଲକ୍ଷ୍ୟଠାରୁ ବିଚ୍ୟୁତ ହେଉଛି।
- ସରସ୍ବତୀ ପୂଜା ପରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।
- ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୬ଟି ପ୍ରମୁଖ ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ କରି ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ। ପ୍ରକଳ୍ପଗୁଡ଼ିକ ହେଉଛି ଖୋର୍ଦ୍ଧା ରୋଡ୍-ବାରଙ୍ଗ (୩୨ କିମି), ମନୋହରପୁର-ବଣ୍ଡାମୁଣ୍ଡା ତୃତୀୟ ଲାଇନ୍ (୩୦ କିମି), ସମ୍ବଲପୁର-ତାଳଚେର ଦୋହରୀକରଣ (୧୬୮ କିମି), ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ (୧୦୬ କିମି), ରାୟପୁର-ଟିଟିଲାଗଡ଼ (୨୦୩ କିମି) ଓ ବାଂଶପାଣି-ଦୈତାରି-ଟମ୍କା-ଯଖପୁରା ଦୋହରୀକରଣ (୧୬୪ କିମି)।
- ଭାରତୀୟ କ୍ରିକେଟର୍ ଜୟଦେବ ଉନାଦକାତ୍ ୨ ଫେବୃଆରୀ ୨୦୨୧ରେ ନିଜ ଦୀର୍ଘଦିନର ବାନ୍ଧବୀ ରୀନିଙ୍କୁ ବିବାହ କରିଛନ୍ତି।
- ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲିଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇର ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଆରମ୍ଭ ହେବ।
- ଗୁରୁବାର ରାଜ୍ୟରୁ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୬୧୧କୁ ବୃଦ୍ଧି ପାଇଛି ।
- ବୌଦ୍ଧ ଜିଲ୍ଳାର ଅନେକ ଗ୍ରାମରେ ନଳକୂପ ଗୁଡିକରେ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଛି । ଫ୍ଲୋରାଇଡଯୁକ୍ତ ପାଣିକୁ ପାନୀୟଜଳ ଭାବରେ ବ୍ୟବହାର ଯୋଗୁଁ ଜିଲ୍ଳାରେ କିଡନୀ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଥିବା ବେଳେ ଅନେକ ଲୋକ ମୃତ୍ୟୁର ଶୀକାର ହୋଇ ସାରିଲେଣି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.