• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୂର୍ବ ଭଳି ରେପୋ ରେଟ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ ୩.୩୫ ପ୍ରତିଶତରେ ରହିଛି, ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। 
  2. କେନ୍ଦ୍ର ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‍ଠାରେ ସେଣ୍ଟ୍ରାଲ୍‍ ଭିସ୍ତା ଏଭିନ୍ୟୁର ଭୂମି ପୂଜନ କରିଛନ୍ତି। ନର୍ଥ ଏବଂ ସାଉଥ୍‍ ବ୍ଲକ୍‍ଠାରୁ ଇଣ୍ଡିଆ ଗେଟ୍‍ ପର୍ଯ୍ୟନ୍ତ ରାଜପଥ, କେନାଲ୍‍, ଚଲାପଥ, ବିଜୟଚୌକ୍‍ ଏବଂ ଇଣ୍ଡିଆ ଗେଟ୍‍ ପ୍ଲାଜା ଏଥିରେ ଅନ୍ତର୍ଭୁକ୍ତ।
  3. ପରିବେଶ କର୍ମୀ ଗ୍ରେଟା ଥର୍ଣ୍ଣବର୍ଗ କରିଥିବା ଏକ ଟ୍ୱିଟର ପୋଷ୍ଟରେ ଟୁଲ୍‍ କିଟ୍‍ ବ୍ୟବହାର କରାଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ୍‍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସୂଚନା ମୁତାବକ ଭାରତ ବିରୋଧରେ ଅର୍ଥନୈତିକ, ସାମାଜିକ ଏବଂ ସାଂସ୍କୃତିକ ବିରୋଧାଭାଷ ସୃଷ୍ଟି କରିବା ଦିଗରେ ଏହି ଟୁଲ୍‍ କିଟ୍‍ର ବ୍ୟବହାର କରାଯାଇଥିଲା।
  4. ଦୀର୍ଘ ୧୮ମାସ ଧରି ୪ଜି ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିଲା। ଜମ୍ମୁ-କଶ୍ମୀରର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ଛାତ୍ର ଛାତ୍ରୀମାନଙ୍କ ଅନ୍ ଲାଇନ୍ ପାଠପଢାରେ ବ୍ୟାଘାତ ହେଉଥିବାରୁ କେନ୍ଦ୍ର ସରକାର ୪ ଜି ମୋବାଇଲ ଇଣ୍ଟରନେଟ୍ ସେବା ଚାଲୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। 
  5.  ସମସ୍ତ ମେଟ୍ରୋ ସହରରେ ଅଣ ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ଟଙ୍କା ବୃଦ୍ଧି ପାଇଛି। ଏହା ସହ ସରକାର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୟୁନିଟ୍ ପିଛା ୧୮୪ଟଙ୍କା ବୃଦ୍ଧି କରିଛନ୍ତି।
  6. ଭୁବନେଶ୍ବରରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଏଲପିଜି ମୂଲ୍ୟ ୭୨୧ଟଙ୍କା 
  7.  ୨୦୨୦ରେ କରୋନା କାରଣରୁ ୟୁପିଏସସି ପରୀକ୍ଷା ଦେବାର ଶେଷ ସୁଯୋଗ ହରାଇଥିବା ପରୀକ୍ଷାର୍ଥୀଙ୍କୁ ମିଳିବ ଆଉ ଏକ ସୁଯୋଗ। ଏ ନେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ଉତ୍ତର ମାଗିଥିବା ବେଳେ ଆଜି ଆଉ ଏକ ସୁଯୋଗ ଦେବାକୁ ରାଜି ହୋଇଛନ୍ତି କେନ୍ଦ୍ର ସରକାର।
  8. ଆସନ୍ତା ମାର୍ଚ୍ଚମାସରୁ ଦେଶରେ ୫୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ କରୋନା ଚୀକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ।
  9. ତାମିଲନାଡୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଡାପଡ୍ଡି କେ ପଲାନିସ୍ୱାମୀ ମୋଟ ୧୨,୧୧୦ କୋଟି ଟଙ୍କାର ଶଷ୍ୟ ଋଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି ।
  10. ରୁଷୀୟ ବିରୋଧୀ ନେତା ଆଲେକ୍ସି ନଭଲନିଙ୍କୁ ତୁରନ୍ତ ମୁକ୍ତ କରିବାକୁ କହିବା ସହ ଗୁରୁବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ନିର୍ଦେଶମତେ କାର୍ଯ୍ୟ କରିବା ସମୟର ଅବସାନ ଘଟିଛି।
  11. ଭାରତର ବୈଦେଶିକ ଟିକା ନୀତି; ୧୭ଟି ରାଷ୍ଟ୍ରକୁ ଉପହାର ଦିଆଗଲାଣି ୫୬ ଲକ୍ଷ ଡୋଜ୍‌ କୋଭିଡ୍‌-୧୯ ଟିକା
  12. ଦିଲ୍ଲୀର ଅରବିନ୍ଦ କେଜରିୱାଲଙ୍କ ସରକାର ଆବାସୀୟ, ବାଣିଜ୍ୟିକ ଏବଂ ଔଦ୍ୟୋଗିକ ସର୍କିଲ ହାରରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଲାଗି ନିଷ୍ପତ୍ତି ନେଇଛନ୍ତି।
  13. କରୋନାରେ ଆକ୍ରାନ୍ତ ହେବା ପରେ ହୃଦଘାତ ଜନିତ ମୃତ୍ୟୁ ମାମଲାରେ ପୁରୁଷଙ୍କ ଠାରୁ ମହିଳାମାନଙ୍କ ଠାରେ ୯ ଗୁଣା ଭୟ ଅଧିକ ରହୁଛି । ଏନେଇ ସ୍ବିଡେନ୍‌ ବେହଜ୍ଞାନିକ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି।
  14. କଂଗ୍ରେସକୁ ୨୦୧୯-୨୦ରେ ୧୩୯ କୋଟି ଟଙ୍କା ଚାନ୍ଦା ମିଳିଛି । ଏଥିରେ ସବୁଠୁ ବଡ ଯୋଗଦାନ କପିଲ ସିବ୍ବଲଙ୍କର ରହିଛି । ସେ ଦଳୀୟ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । 
  15. ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ(ମାଟ୍ରିକ୍‌) ପରୀକ୍ଷା ମେ’ ୩ରୁ ଆରମ୍ଭ ହେବ ଏବଂ ଏହା ମେ’ ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 
  16. କୁଟିଆ ଅଞ୍ଚଳକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଠନ କରାଯିବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି ବୋଲି କହିଛନ୍ତି।
  17. ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ବିଛନ୍ଦ ଚରଣ ପ୍ରଧାନଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ବୟସ ହୋଇଥିଲା । 
  18. କଟକ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ କୋଭିଡ୍ ଟିକା ନେବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ । ଫେବୃଆରୀ ୧୦ ସୁଦ୍ଧା ଟିକା ନେବା ଲାଗି ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଟିକା ନନେଲେ ଦରମା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।
  19. ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ୍ ସର୍ବଦା କ୍ରିକେଟ୍‌ପ୍ରେମୀଙ୍କୁ ରୋମାଞ୍ଚିତ କରିଥାଏ। ୪ ବର୍ଷ ପରେ ଭାରତ ଗସ୍ତରେ ଆସିଛି ଇଂଲଣ୍ଡ ଦଳ। 
  20.  ଶୁକ୍ରବାର ବିଏସଇ ସେନସେକ୍ସ ଆରମ୍ଭରୁ ୪୦୦ ଅଙ୍କ ବୃଦ୍ଧି ପାଇ ପ୍ରଥମ ଥର ୫୧ ହଜାର ସ୍ତରରେ ପହଁଚିଛି । ସେହିପରି ନିଫ୍ଟି ମଧ୍ୟ ୧୫୦୦୦ ଅଙ୍କ ପାର୍ କରିଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.