• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନୌସେନାର ଆଧୁନିକୀକରଣ ଲାଗି ପାକିସ୍ତାନ ତା’ର ଘନିଷ୍ଠ ବନ୍ଧୁ ଚୀନ୍‌ ଠାରୁ ୪ଟି ଆଧୁନିକ ଯୁଦ୍ଧପୋତ ଏବଂ ଆଠଟି ବୁଡ଼ାଜାହାଜ ଆଣିବ ବୋଲି ପାକିସ୍ତାନ ନୌସେନାର ମୁଖ୍ୟ କହିଛନ୍ତି।
  2.  ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡକୁ ଛାଡ଼ି ଅନ୍ୟ ସବୁ ରାଜ୍ୟରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକା ଜାମ୍‌ କରାଯାଇଥିଲା। ଏଥିରେ ୪୦ଟି କୃଷକ ସଂଗଠନ ଅଂଶଗ୍ରହଣ କରିଥିବାବେଳେ ରାସ୍ତାଘାଟରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଥିଲା।
  3. ୨୦୨୦ରେ ସମଗ୍ର ଭାରତରେ ୯୬୫ଟି ଭୂମିକମ୍ପ ସଂଘଠିତ ହୋଇଥିବା ରେକର୍ଡ କରାଯାଇଛି ଏବଂ ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂକମ୍ପନର ତୀବ୍ରତା ୩ କିଂବା ତତୋଽଧିକ। ସେଥିରୁ ପ୍ରାୟ ୧୩ଟି ଭୂମିକମ୍ପ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ଏବଂ ତାହାର ଆଖପାଖ ଅଞ୍ଚଳରେ ସଂଘଠିତ ହୋଇଛି।
  4. କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ହୃଦ୍‌ଘାତର ଶିକାର ହେଲେ ତାଙ୍କର ମୃତ୍ୟୁ ଆଶଙ୍କା ଯଥେଷ୍ଟ ବଢ଼ିଯାଇଥାଏ ବୋଲି ଜଣାଯାଇଛି। ସେହିପରି ବିଶେଷ କରି ମହିଳା ରୋଗୀଙ୍କ କ୍ଷେତ୍ରରେ ସର୍ବାଧିକ ମୃତ୍ୟୁ ଆଶଙ୍କା ରହିଛି ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି।
  5. ଲୋକସଭାରେ ହଟ୍ଟଗୋଳ, ରାଜ୍ୟସଭାରେ ଉତ୍ତେଜକ ବିତର୍କ ସଂସଦ ସୋମବାର ପର୍ଯ୍ୟନ୍ତ ମୁଲତବୀ ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ୭୨ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ଦିନକୁ ଦିନ ଜଟିଳ ରୂପ ନେଉଛି
  6. ପୋଲାଭରମ୍‌ ପ୍ରକଳ୍ପ ଅନ୍ତର୍ଗତ ପଛୁଆ ବନ୍ୟାଜଳ ସମସ୍ୟାର ସମାଧାନ ପାଇଁ ସାବେରୀ ଓ ସିଲେରୁ ନଦୀରେ ଆଡ଼ିବନ୍ଧ ନିର୍ମାଣ ପ୍ରସ୍ତାବ ରହିଛି। ତେବେ, ଓଡିଶା ସରକାର ଏହାକୁ ବିରୋଧ କରି ଆସୁଥିବାବେଳେ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଜଙ୍ଗଲ ମଞ୍ଜୁରୀ ମିଳିଛି।
  7. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚୀନ୍‌କୁ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକା ଏବେ ତା’ର ପୂର୍ବ ଧାରାକୁ ଫେରିଛି ଏବଂ ଚୀନ୍‌ ପଟୁ ଆସୁଥିବା ଯେ କୌଣସି ଚ୍ୟାଲେଂଜକୁ ଆମେ ମୁହାଁମୁହିଁ ସମ୍ମୁଖୀନ ହେବୁ।
  8. ଆସନ୍ତା ମାର୍ଚ୍ଚ ମାସରୁ ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍‌ ଟିକାକରଣ ଆରମ୍ଭ ହେବ ଏବଂ ଏଥିରେ ୨୭ କୋଟି ହିତାଧିକାରୀ ସାମିଲ ହେବେ। ସେମାନଙ୍କ ଭିତରେ ୫୦ ବର୍ଷରୁ ଅଧିକ ବୟସର ଓ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ଥିବା ୫୦ ବର୍ଷରୁ କମ୍‌ ବୟସର ହିତାଧିକାରୀ ରହିଛନ୍ତି 
  9.  ଆସନ୍ତା ୮ ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। 
  10. ଫେବ୍ରୁଆରି ମାସର କାର୍ଯ୍ୟ ଦିବସ ଥିବା ସମସ୍ତ ଶିନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ଏ ନେଇ କଟକ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
  11. ସିଆରପିଏଫର ନକ୍ସଲ ବିରୋଧୀ ଜଙ୍ଗଲ ୱାରଫେୟରରେ ନିପୁଣ ସ୍ପେଶାଲ କୋବ୍ରା କମାଣ୍ଡୋ ୟୁନିଟରେ ପ୍ରଥମଥର ପାଇଁ ମହିଳା କମାଣ୍ଡୋ ସାମିଲ ହୋଇଛନ୍ତି। 
  12. ଉତ୍ତର ପ୍ରଦେଶରେ ମାର୍ଚ୍ଚ ୧ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ । ଏହା ବ୍ୟତୀତ ୧୦ ଫେବ୍ରୁଆରୀରୁ ଷଷ୍ଠରୁ ଅଷ୍ଟ୍ରମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ । 
  13. କୋଭିଡ-୧୯ ଟିକା ପାଇଁ ଭାରତକୁ ୨୨ଟି ଦେଶ ଅନୁରୋଧ କରିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । 
  14. ପଞ୍ଜାବ ଏବଂ ହରିୟାଣାର ଚାଷୀମାନେ ସ୍ପଷ୍ଟ କରିଛନ୍ତି ଯେ, ଦେଓଲ ପରିବାରକୁ ଏହି ଦୁଇ ରାଜ୍ୟରେ ଫିଲ୍ମ ସୁଟିଂ କରିବାକୁ ଦିଆଯିବନାହିଁ । କିଛି ଦିନ ପୂର୍ବରୁ ଅଭିନେତା ବବି ଦେଓଲଙ୍କ ଫିଲ୍ମ ଲଭ ହଷ୍ଟେଲର ସୁଟିଂକୁ ବନ୍ଦ କରିଦେଇଥିଲେ ଚାଷୀ । ଫଳରେ ଫିଲ୍ମର କ୍ରୁ ସଦସ୍ୟକୁ ବାଧ୍ୟ ହୋଇ ଫେରିବାକୁ ପଡିଥିଲା ।
  15. ଚକାଜାମ ଆନ୍ଦୋଳନ ପରେ ରାକେଶ ଟିକାୟତଙ୍କ ଚରମ ଚେତାବନୀ, ଅକ୍ଟୋବର ୨ତାରିଖ ସୁଦ୍ଧା ନୂଆ କୃଷି ଆଇନ ପ୍ରତ୍ୟାହାର ନହେଲେ ଆନ୍ଦୋଳନର ପରବର୍ତ୍ତୀ ଯୋଜନା କରାଯିବ । ଦେଶବ୍ୟାପୀ ଯାତ୍ରା କରାଯିବ ଏବଂ ଆନ୍ଦୋଳନ ଜାରି ରହିବ ବୋଲି ରାକେଶ ଟିକାୟତ କହିଛନ୍ତି ।
  16. ଭାରତର ବିଦେଶୀ ମୁଦ୍ରାଭଣ୍ଡାର ବୃଦ୍ଧି ପାଇ ୫୯୦ ବିଲିୟନ ବା ୫୯,୦୦୦ ଡଲାରରେ (୧ ବିଲିୟନ = ୧୦୦ କୋଟି) ପହଞ୍ଚିଛି । ଗତ ବର୍ଷ ତୁଳନାରେ ଏହା ୧୧୯ ବିଲିୟନ ଡଲାର ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଭାରତର ମୋଟ ବୈଦେଶିକ ଋଣ ପରିମାଣ ୫୫୪ ବିଲିୟନ ଡଲାର ରହିଛି ।
  17. ‘ସୁଇଚ୍ ଦିଲ୍ଲୀ’ ଅଭିଯାନରେ ବୈଦ୍ୟୁତିକ ଯାନ ନୀତି ଅନୁଯାୟୀ ଦିଲ୍ଲୀ ସରକାର ବୈଦ୍ୟୁତିକ ଦୁଇ ଚକିଆ ଏବଂ ଚାରି ଚକିଆ ଗାଡି କ୍ରୟ ଉପରେ ବ୍ୟାପକ ସବସିଡି ଯୋଜନା କରିଛନ୍ତି, ଏହା ବ୍ୟତୀତ ସଡକ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଶୁଳ୍କ ମଧ୍ୟ ଛାଡ କରାଯାଇଛି। 
  18. ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଦୁଇପକ୍ଷ ମଧ୍ୟରେ ଇତିମଧ୍ୟରେ ୯ଟି ପର୍ଯ୍ୟାୟରେ କଥାବାର୍ତ୍ତା  ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆଖିଦୃଷ୍ଟିଆ ଅଗ୍ରଗତି ହୋଇନଥିବା କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ।
  19. ସୁନାର ଦାମ୍ ଏବେ ୧୦ ଗ୍ରାମ ପିଛା ୪୭ ହଜାର ତଳେ ରହିଛି । ତେବେ ଆଗାମୀ ୧ ବର୍ଷ ମଧ୍ୟରେ ଦର ୫୨ ହଜାର ଟଙ୍କା ଛୁଇଁପାରେ । ଦୀପାବଳିରେ ସୁନା ଦାମ୍ ୫୦ ହଜାର ଟପିବ ବୋଲି ଅନୁମାନ କରାଯାଉଛି ।
  20. ବିଶ୍ୱ ବାଣିଜ୍ୟ ସଂଗଠନର ମୁଖ୍ୟ ହେବା ପାଇଁ ଦକ୍ଷିଣ କୋରିଆର ବାଣିଜ୍ୟ ମନ୍ତ୍ରୀ ୟୋ ମ୍ୟୁଙ୍ଗ-ହେ ଏବଂ ନଗୋଜି ଓକୋଞ୍ଜୋ-ଆଇୱାଲା ପୂର୍ବରୁ ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ୟୋ ମିୟୁଙ୍ଗ-ହି ତାଙ୍କର ନିଷ୍ପତ୍ତିରୁ ଓହରି ଯିବାପରେ ନଗୋଜି ଓକୋଞ୍ଜୋ-ଆଇୱାଲା ଡବ୍ଲୁଟିଓର ମୁଖ୍ୟ ହେବା ପାଇଁ ମନୋନୀତ ହୋଇଛନ୍ତି ।ନାଇଜେରିଆର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ନଗୋଜି ଓକୋଞ୍ଜୋ-ଆଇୱାଲା ପ୍ରଥମ ମହିଳା ଏବଂ ପ୍ରଥମ ଆଫ୍ରିକୀୟ ଭାବେ ଏହି ଭାର ସମ୍ଭାଳିବାକୁ ଯାଉଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.