• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମା’ ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୨ଶହ କୋଟିର ଯୋଜନା ହୋଇଛି। ୨ଶହ କୋଟିର ସମଲେଇ ଯୋଜନା ଘୋଷଣା କରାଯାଇଛି।
  2.  ବିଧାନସଭାକୁ ସଂଯୋଗ କରୁଥିବା କିଛି ରାସ୍ତାକୁ ନୋ ମ୍ୟାନ୍ ଏରିଆ କରାଯିବ। କଟକଣା ଆସନ୍ତାକାଲିଠାରୁ ଆରମ୍ଭ କରି ବିଧାନସଭାର କାର୍ଯ୍ୟଦିବସଗୁଡ଼ିକରେ ଲାଗୁ ହେବ।
  3.  ସିଡିିଏ ସେକ୍ଟର-୭ର ଜଣେ ଡାକ୍ତର ଠକାମୀର ଶିକାର ହୋଇଛନ୍ତି। ତାଙ୍କ ଠାରୁ ମୋଟ ୭୭ ଲକ୍ଷ ୮୬ ହଜାର ୭୨୭ ଟଙ୍କା ଠକିଛନ୍ତି। ଏତେ ପରିମାଣର ସାଇବର  ଠକେଇ ଓଡିଶା ଇତିହାସରେ ବୋଧହୁଏ ପ୍ରଥମ।  
  4. ମିଳିତ କୃଷକ ସଂଗଠନ କାଲି ସାରା ଦେଶରେ ରେଳରୋକ୍  କରିବ ବୋଲି ଡାକରା ଦେଇଛି। ସାରା ଭାରତରେ ୪ଘଣ୍ଟା ପାଇଁ ରେଳ ରୋକ୍ କରିବେ ଆନ୍ଦୋଳନରତ ଚାଷୀ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ 
  5. ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ.ଜେ.ଆକବର ସାମ୍ବାଦିକା ପ୍ରିୟା ରମାନୀଙ୍କ ବିରୋଧରେ ଦାୟର କରିଥିବା ଅପରାଧିକ ମାନହାନି ମକଦ୍ଦମାକୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି ।
  6. (ବୁଧବାର) ପ୍ରଥମ ଥର ପାଇଁ ରାଜସ୍ଥାନରେ ଲିଟର ପିଛା ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରିଛି।
  7. ଦେଶରେ ପ୍ରଚଳିତ ଥିବା ନାବାଳକ ଆଇନ ବା ଜୁଭେନାଇଲ୍‌ ଜଷ୍ଟିସ୍‌ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ଅଧିନିୟମ ୨୦୧୫ରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ଆଜି ଅନୁମୋଦନ ପ୍ରଦାନ କରିଛି।
  8. ନେପାଳକୁ ବିଜେପିର ସମ୍ପ୍ରସାରଣ ପ୍ରସଙ୍ଗରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତି ବିରୋଧରେ ମଙ୍ଗଳବାର ଦିନ କାଠମଣ୍ଡୁ ଆପତ୍ତି କରିଛି।
  9. ‘ଟୁଲ୍‌କିଟ୍‌’ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତା ମୁମ୍ବାଇର ଓକିଲ ନିକିତା ଜାକୋବ୍‌ଙ୍କୁ ମୁମ୍ବାଇ ହାଇକୋର୍ଟ ୩ ସପ୍ତାହ ନିମନ୍ତେ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। 
  10. ମାନବାଧିକାର ପାଇଁ ଲଢ଼ୁଥିବା ଅନ୍ତର୍ଜାତୀୟ ସଂସ୍ଥା ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆର ୧୭.୬୬ କୋଟି ଟଙ୍କାର ସଂପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି। 
  11. ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କ୍ୟାପ୍ଟେନ ସତୀଶ ଶର୍ମାଙ୍କ ପରଲୋକ। 
  12. ସ୍ୱାଧୀନ ଭାରତ ଇତିହାସରେ ପ୍ରଥମଥର ଜଣେ ମହିଳା କଏଦୀଙ୍କୁ ଫାଶୀ ଦିଆଯିବ। ଉତ୍ତର ପ୍ରଦେଶ ମଥୁରା ସ୍ଥିତ ଏକମାତ୍ର ମହିଳା ଫାଶୀଘରରେ ଶବନମଙ୍କୁ ଫାଶୀ ଦଣ୍ଡ ଦିଆଯିବ। 
  13. ସାମ୍ବାଦିକ ରାଜଦୀପ୍‌ ସରଦେଶାଇଙ୍କୁ ଆଶ୍ୱସ୍ତି । ରାଜଦୀପ୍‌ଙ୍କ ବିରୋଧରେ କୋର୍ଟ ଅବମାନନା ନେଇ କୌଣସି ମାମଲା ରୁଜୁ ହୋଇନାହିଁ ବୋଲି ସ୍ପଷ୍ଟ କଲେ ସୁପ୍ରିମକୋର୍ଟ । 
  14.  ମଙ୍ଗଳବାର ଗୁଏନିଆରେ ଇବୋଲାର ନୂଆ ମାମଲା ସାମ୍ନାକୁ ଆସିବାପରେ ଏହାର ସଂକ୍ରମଣକୁ ଦୃଷ୍ଟିରେ ରଖି ହୁ ଏପରି ସତର୍କତା ଜାରି କରିଛି । ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ ଏନେଇ କହିଛି ଯେ, ପୂର୍ବ ସଂକ୍ରମଣକୁ ବିଚାର କଲେ ଏହାର ପୁଣିଥରେ ପୁନଃରୁଥାନ ହୋଇଛି ।
  15.  ଇୟୁରେପିଅନ୍‌ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ ଏବଂ ଅନ୍ୟ ଦୁଇଟି ଅନୁଷ୍ଠାନର ମିଳିତ ସହଯୋଗରେ ଗୁଗୁଲ୍‌ କଭିଡ୍‌-୧୯ରେ କ୍ଷତି ସହିଥିବା ଛୋଟ ଏବଂ ମଧ୍ୟମ ଧରଣର କମ୍ପାନୀମାନଙ୍କୁ ୭୫ ମିଲିୟନ୍‌ ଡଲାର୍‌ର ସହଯୋଗ କରିବାକୁ ଘୋଷଣା କରିଛି ।
  16. ରାଜ୍ୟସରକାର କଳିଙ୍ଗ ଷ୍ଟୁଡିଓକୁ ନବକଳେବର କରିବା ପାଇଁ ଏକ ବଡ ପଦକ୍ଷେପ ନେଇଛନ୍ତି । କଳିଙ୍ଗ ଷ୍ଟୁଡିଓରେ ‘ଷ୍ଟେଟ ଅଫ ଦି ଆର୍ଟ’ ଆଧୁନିକ ସିନେମା ଷ୍ଟୁଡିଓ ନିର୍ମାଣ ହେବ ।
  17. ଣିକି ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ମିଳିବ ଟ୍ରାନ୍ସଫର ସାର୍ଟିଫିକେଟ(ଟିସି) ଓ କଣ୍ଡକ୍ଟ ସାର୍ଟିଫିକେଟ (ସିସି)। ମାର୍ଚ୍ଚରୁ ୨୦ଟି କ୍ଷେତ୍ରରେ ଅନ୍‌ଲାଇନ୍‌ ସୁବିଧା ପ୍ରଦାନ କରାଯିବ। ଏଣିକି ପଞ୍ଚାୟତସ୍ତରରେ ଥିବା ଜନସେବା କେନ୍ଦ୍ରରେ ମିଳିବ ଟିସି ଓ କ‌ଣ୍ଡକ୍ଟ ସାର୍ଟିଫିକେଟ୍‌। 
  18. ସୀମାନ୍ତରେ ଚୀନର ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲଏ) ପକ୍ଷରୁ ନିର୍ମିତ ଶିବିର ଓ ଭିତ୍ତିଭୂମିକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଉଛି। ଫିଙ୍ଗର ୪ ଓ ଫିଙ୍ଗର ୮ ମଧ୍ୟସ୍ଥ ଅଞ୍ଚଳରେ ୨୦୨୦ ଏପ୍ରିଲ ପରଠାରୁ ହେଲିପ୍ୟାଡ, ଜେଟ୍ଟି, ନିରୀକ୍ଷଣ କେନ୍ଦ୍ର ଇତ୍ୟାଦି ଯେତେ ଯାହା ନିର୍ମାଣ ହୋଇଥିଲା ସବୁଗୁଡ଼ିକୁ ଭଙ୍ଗାଗଲାଣି। 
  19. ଜିଏସଟି ନିଅଣ୍ଟ ପୂରଣ ପାଇଁ କେନ୍ଦ୍ର ସ୍ବତନ୍ତ୍ର ବାତାୟନ ମାଧ୍ୟମରେ ସଂଗ୍ରହ ହୋଇଥିବା ୩୫୮୪.୧୭ କୋଟି ଟଙ୍କା ପ୍ରଦାନ କରିଛି। ଜିଏସଟି କ୍ଷତିପୂରଣ ନିଅଣ୍ଟ ପୂରଣ କରିବା ପାଇଁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ସୋମବାର ରାଜ୍ୟକୁ ୫୦୦୦ କୋଟି ଟଙ୍କା ୧୬ତମ ସାପ୍ତାହିକ କିସ୍ତି ବାବଦରେ ପ୍ରଦାନ କରିଛି। 
  20. ଟେଲିକମ୍‌ କମ୍ପାନୀଗୁଡ଼ିକ ଏପ୍ରିଲ ପହିଲାରୁ କଲ୍‌ର ଦର ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ପରେ ମଧ୍ୟ ଦର ବୃଦ୍ଧି ଜାରି ରହିବ। ରେଟିଂ ଏଜେନ୍ସି ପକ୍ଷରୁ ଏନେଇ ସୂଚନା ମିଳିଛି।        (Collected from mass media)

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.