• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭବିଷ୍ୟତର ୧୦୦ ଉଦୀୟମାନ ନେତାଙ୍କ ତାଲିକା ଜାରି କରିଛି ‘ଟାଇମ୍‌’ ମାଗାଜିନ। ଏଥିରେ ଏକମାତ୍ର ଭାରତୀୟ ଭାବେ ଭୀମ ଆର୍ମିର ନେତା ଚନ୍ଦ୍ରଶେଖର ଆଜାଦଙ୍କ ନାମ ସ୍ଥାନ ପାଇଛି। 
  2. ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ୟ୍ୟର ଶୁଭାରମ୍ଭ କରିଛନ୍ତି। 
  3. ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆଗତ ଯୌନବ୍ୟଭିଚାର ସଂକ୍ରାନ୍ତ ତଦନ୍ତକୁ ବନ୍ଦ କରାଇ ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ସମ୍ଭାବନା ଏଡ଼ାଇ ଦିଆଯାଇ ନ ପାରେ।
  4. ଗତ ବର୍ଷ ହୋଇଥିବା ଗଲଓ୍ବାନ ଉପତ୍ୟାକା ସଂଘର୍ଷ ଘଟଣାରେ ପ୍ରକୃତରେ ୪୫ ଜଣ ଚୀନ ସୈନ୍ୟ ମୃତ୍ୟୁବରଣ କରିଥିଲେ ବୋଲି ଜଣେ ବରିଷ୍ଠ ସେନାଧିକାରୀ କହିଛନ୍ତି ।
  5. ଅଷ୍ଟ୍ରେଲିଆରେ ବହୁଳ ଭାବରେ ଚାଷ ହେଉଥିବା ଇଣ୍ଡିଗୋ ରୋଜ ଟମାଟୋ (କଳା ଟମାଟୋ)ର ଚାଷ ବର୍ତ୍ତମାନ ଝାଡ଼ଖଣ୍ଡରେ ଆରମ୍ଭ ହୋଇଛି |
  6. ପୁଡୁଚେରୀ ଉପରାଜ୍ୟପାଳ ତାମିଲିସାଇ ସୌନ୍ଦର୍ଯ୍ୟରାଜନ ମୁଖ୍ୟମନ୍ତ୍ରୀ ବି. ନାରାୟଣସ୍ବାମୀଙ୍କୁ ୨୨ ଫେବୃଆରୀ  ସନ୍ଧ୍ୟା ୫ରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରାଇବାକୁ ନିର୍ଦେଶ ଦେଇଛନ୍ତି।
  7. ଜେଡିୟୁ ୨୦୬ ଏଲଜେପି ନେତାଙ୍କୁ ସାମିଲ କରିବା ପରେ ଆଦସିପି ସିଂହ କହିଛନ୍ତି, ‘ଆଜି ଯିଏ ବି ନେତା ନିଜ ଦଳ ଛାଡ଼ି ଜେଡିୟୁରେ ସାମିଲ ହୋଇଛନ୍ତି ସମସ୍ତେ ଏଲଜେପିର ପଦାଧିକାରୀ ଥିଲେ।
  8. କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ବାସ୍ତବରେ ବାବା ରାମଦେବଙ୍କ ପତଞ୍ଜଳି ଗ୍ରୁପରୁ ଭାରତୀୟ ଶିକ୍ଷା ବୋର୍ଡର ଆରମ୍ଭ ପାଇଁ ମଞ୍ଜୁରି ପ୍ରଦାନ କରିସାରିଛନ୍ତି । ଏହା ଭାରତୀୟ ଜ୍ଞାନ ପଦ୍ଧତି ଉପରେ ଆଧାରିତ ଏକ ବୋର୍ଡ ହେବ ।
  9. ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ଭଳି ଷ୍ଟାର୍‌ମାରନଙ୍କର ଫିଲ୍ମ ଶୁଟିଂ କରାଇ ନଦେବାକୁ ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ। ବର୍ତ୍ତମାନ ସୁଧା ଏହି ଷ୍ଟାର୍‌ମାନେ ତୈଳଦର ବୃଦ୍ଧି ସମ୍ପର୍କରେ ପଦୁଟିଏ ବି କହି ନାହାନ୍ତି।
  10.  ପର୍ସିଭେରେନ୍ସ ରୋବର୍ ହେଉଛି ଚତୁର୍ଥ ପୀଢ଼ିର ରୋବର୍। ଏହି ରୋବର ମଙ୍ଗଳର ଜଜେରୀ ଫ୍ରିଟରରେ ଓହ୍ଲାଇବ ବୋଲି ଜଣାଯାଇଛି। କୁହାଯାଉଛି ଯେ, ମଙ୍ଗଳର ଏହି ଅଂଶରେ ପାଣି ପୂରା ଭରି ରୁହେ, ତେଣୁ ଏଠି ଜୀବନର ସତ୍ତା ଖୋଜିବ ରୋବର୍। ପୃଥିବୀର ଆରମ୍ଭ ସମୟର ପରିବେଶ ସହ ଏହି ଅଞ୍ଚଳର ପାଣିପାଗ ପ୍ରାୟତଃ ସମାନ ରହିଥିବା ନେଇ ବି ସୂଚନା ମିଳିଛି, ଆଉ ଏହା ଜଣାପଡିବା ପରେ ଏହି ରହସ୍ୟକୁ ଭେଦିବାକୁ ଚେଷ୍ଟା କରାଯାଇଛି।
  11. ଦିଲ୍ଲୀରେ ଗତମାସ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲିରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହି ହିଂସା ଘଟଣାର ମୋଷ୍ଟ ୱାଣ୍ଟେଡ୍‌ ମନିନ୍ଦର ସିଂହଙ୍କୁ ପୋଲିସ ଗିରଫ କରିଛି।
  12. ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ହୋମିଓପାଥି ଓ ଆୟୁର୍ବେଦ ଡାକ୍ତରଙ୍କୁ କରୋନା ଟିକା ମିଳିନି।
  13. ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ, ପଟିଆଲାରେ ଖେଳା ଯାଉଥିବା ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସରେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ସଫଳତା । ପ୍ରତିଯୋଗିତା ଆରମ୍ଭ ଦିନରେ ଦୂତୀ ୧୦୦ ମିଟର ରେସରେ ଜିତିଛନ୍ତି ।
  14. ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ ଗେଟସ ଏକ ପୁସ୍ତକ ଲେଖିଛନ୍ତି। ଏହି ପୁସ୍ତକର ନାମ ‘ହାଓ ଟୁ ଆଭଏଡ ଏ କ୍ଲାଇମେଟ ଡିଜାଷ୍ଟର’ (ଜଳବାୟୁ ବିପର୍ଯ୍ୟୟରୁ କେମିତି ବଞ୍ଚିବା)। ଏହି ପୁସ୍ତକ ଜରିଆରେ ସେ ଜଳବାୟୁ ପରିବର୍ତ୍ତନ ସହିତ ଜଡ଼ିତ ଅନେକ କଥା ଲେଖିଛନ୍ତି।
  15. କେରଳର ମତଦାନ ପୂର୍ବରୁ ଭାରତର କିମ୍ବଦନ୍ତୀ "ମେଟ୍ରୋ ମ୍ୟାନ୍" ଇ ଶ୍ରୀଧରନ୍ ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ୮୮ବର୍ଷୀୟ ଇ ଶ୍ରୀଧରନ୍ ରବିବାର କେରଳରେ ହେବାକୁ ଥିବା ବିଜୟ ଯାତ୍ରା ସମୟରେ ଦଳରେ ଯୋଗଦେବାର ସମ୍ଭାବନା ରହିଛି
  16.  ନିକଟରେ ପ୍ରଧାନମନ୍ତ୍ରୀ ମାତୃତ୍ବ ବନ୍ଧନ ଯୋଜନା ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶାରେ ଏପର୍ଯ୍ୟନ୍ତ ପିଏମ୍‌ଏମ୍‌ଭିୱାଇ କାର୍ଯ୍ୟକାରୀ କରାଯାଇନାହିଁ।
  17. ଉତ୍ତରପ୍ରଦେଶର ଉନ୍ନାଓରେ ପୁଣି ଏକ ଅଭାବନୀୟ ଘଟଣା‌ ଘଟିଛି। ୨ ଜଣ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ଏବଂ ସେମାନଙ୍କ ମୃତଦେହ ଏକ ପଡ଼ିଆରୁ ଉଦ୍ଧାର ହୋଇଛି। 
  18.  ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ୨୯୦୧୯ ମସିହାରେ ଆଗତ ଯୌନ ନିର୍ଯାତନା ମାମଲାକୁ ସୁପ୍ରିମକୋର୍ଟ ଆପଣା ଛାଏଁ ବନ୍ଦ କରିଦେଇଛନ୍ତି।
  19. ସାମାଜିକ ଦୃଷ୍ଟିଭଙ୍ଗୀରୁ ମଣିଷର କେଉଁ ଅଙ୍ଗ ‘ବ୍ୟକ୍ତିଗତ ଅଙ୍ଗ’ ତାହା ନିର୍ଦ୍ଧାରଣ କରାଯାଇଥାଏ ବୋଲି ମୁମ୍ବାଇର ଏକ କୋର୍ଟ କହିଛନ୍ତି। ପୋକସୋ କୋର୍ଟ ଜଣେ ଯୁବକକୁ ୧୦ବର୍ଷର ବାଳିକାଙ୍କ ନିତାମ୍ବକୁ ସ୍ପର୍ଶ କରିବା ଅପରାଧରେ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
  20.  ଇଣ୍ଡିଆନ୍ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ଆଜି ଖେଳାଳି ନିଲାମୀରେ ୧୬.୨୫ କୋଟି ଟଙ୍କାରେ ନିଲାମ ହୋଇ ସବୁଠୁ ଦାମୀ ଖେଳାଳି ପାଲଟିଛନ୍ତି ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ୍ ମୋରିସ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.