• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲା କହିଛନ୍ତି ଯେ, ଭଗବାନ ରାମ ଆମ ସମସ୍ତଙ୍କର। ଯଦି ଆମେ ଆଲ୍‌ହା ଏବଂ ଭଗବାନଙ୍କ ମଧ୍ୟରେ ପ୍ରଭେଦ ଦେଖିବା ତେବେ ଦେଶ ଭାଙ୍ଗିଯିବ।
  2. ମିଆଁମାରରେ ସେନା ସରକାର ଅନ୍ତର୍ଜାତୀୟ ଚାପରେ ମଧ୍ୟ ନଉଁ ନାହାନ୍ତି। ଜାତିସଂଘରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ଗିରଫ ନେତାଙ୍କୁ ମୁକ୍ତ କରିବା ଓ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କୁ କ୍ଷମତା ଅର୍ପଣ ଲାଗି ମିଆଁମାର ସେନାକୁ ଅପିଲ କରିସାରିଲେଣି।
  3. ସୋମବାର ଏଲନ ମସ୍କଙ୍କ ଇଲେକ୍ଟ୍ରୋନିକ କାର କମ୍ପାନୀ ଟେସଲା ଦ୍ଵାରା ବିଟ୍‌କଏନରେ ୧.୫ ଅରବ ଡଲାର ନିବେଶ କରିବା ଘୋଷଣା ପରେ ମଙ୍ଗଳବାର ବିଟ୍‌କଏନର ଦାମ ଆକାଶଛଇଁଛି। ଗୋଟିଏ ବିଟ୍ କଏନର ମୂଲ୍ୟ ୪୭,୦୦୦ ଡଲାର ଅତିକ୍ରମ କରିଛି।
  4. ମଙ୍ଗଳ ଗ୍ରହରେ କେବେ ଜୀବନର ସତ୍ତା ଥିଲା କି ନାହିଁ ଏହାର ସନ୍ଧାନ କରିବା ପାଇଁ ଖୁବ୍‌ ଶିଘ୍ର ତିନୋଟି ଅନ୍ତରୀକ୍ଷ ଯାନ ମଙ୍ଗଳରେ ପହଞ୍ଚିବ । ଏହି ଅଭିଯାନରେ ପ୍ରଥମେ ୟୁନାଇଟେଡ୍‌ ଆରବ୍‌ ଏମିରେଟସ୍‌ ( ୟୁଏଇ ) ର ଯାନ ୯ ଫେବୃଆରୀରେ ମଙ୍ଗଳ ଗ୍ରହରେ ପହଞ୍ଚିବ ।
  5.  ଅଭିନେତା ରାଜୀବ କପୁରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୮ବର୍ଷ ବୟସ ହୋଇଥିଲା । 
  6. ବିବିସି ଇଣ୍ଡିଆନ ସ୍ପୋର୍ଟ୍ସଓ୍ବିମେନ୍ ଅଫ୍ ଦି ଇୟର ଆଓ୍ବାର୍ଡ ପାଇଁ ୫ ଜଣ ଖେଳାଳି ମନୋନୀତ ହୋଇଛନ୍ତି । ସେମାନେ ହେଲେ ଓଡିଶାର ଦୂତୀ ଚାନ୍ଦ, ସୁଟର୍ ମନୁ ଭାକର, ହକି ଖେଳାଳି ରାନୀ ରାମପାଲ, ରେସଲର ଭିନେଶ ଫୋଗାଟ୍ ଓ ଚେସ୍ ଖେଳାଳି କେନେରୁ ହମ୍ପି ।
  7.  ଦିଲ୍ଲୀ ହିଂସା ଘଟଣାର  ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦୀପ ସିଦ୍ଧଙ୍କୁ ଗିରଫ କରିଛି।
  8. ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଦ୍ବାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ‘ପ୍ରବାସୀ ଭାଷା ସମ୍ମାନ’ ୨୦୨୧ ପାଇଁ ଘୋଷଣା କରାଯାଇଛି । 
  9.  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଟିମ୍‌। ଟିମ୍‌ କହିଛି ଯେ, ଉହାନରୁ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଡିସେମ୍ବର ୨୦୧୯ ପୂର୍ବରୁ କରୋନା ଭୂମାଣୁ ବ୍ୟାପିଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। 
  10. ଖଣ୍ଡଗିରି ମେଳା ଓ ଯାତ୍ରାକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ହୋଇଛି। ଆଜି ଅଂଶୀଦାର, ପୂଜକ, ସାଧୁସନ୍ଥ ଓ ବରିଷ୍ଠ ପ୍ରଶାସକମାନଙ୍କ ସହିତ ଆଲୋଚନା ପରେ ବିଏମ୍‌ସି ପକ୍ଷରୁ ଚଳିତ ବର୍ଷ ଖଣ୍ଡଗିରି ମେଳା ହେବ ନାହିଁ ଏବଂ କେବଳ ପରମ୍ପରା ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। 
  11. ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢୁଥିବା ସବୁ ଛାତ୍ରଛାତ୍ରୀ ୨୦୨୧ ମେ’ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ସାର୍ଟିଫିକେଟ୍‍ ପରୀକ୍ଷା(ମାଟ୍ରିକ୍‍) ଦେଇପାରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। 
  12. ଭାରତୀୟ କ୍ରିକେଟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଚେନ୍ନାଇରେ ଅନୁଷ୍ଠିତ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାଜିତ କରିଛି।
  13. ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ଗଠନ ହେବାର ସାଢେ ତିନି ମାସ ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି | ଆଜି ରାଜ୍ୟପାଳ ଫାଗୁ ଚୌହାନ ଦ୍ୱାରା ମୋଟ ୧୭ ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି |
  14. ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ କରୋନା କାରଣରୁ କାହାର ମୃତ୍ୟୁ ହୋଇନାହିଁ। ଦୀର୍ଘ ୧୦ମାସ ପରେ ଏହି ଦିନ ଦିଲ୍ଲୀବାସୀଙ୍କୁ ଦେଖିବାକୁ ମିଳିଛି। ଗୋଟେ ସମୟରେ ଦିଲ୍ଲୀରେ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ଅଧିକ ରହୁଥିବା ବେଳେ ଆଜିର ଦିନଟି ଦିଲ୍ଲୀବାସୀଙ୍କ ପାଇଁ ଖୁସି ଆଣିଦେଇଛି।
  15. ଚୀନର ମୁକାବିଲା କରିବାକୁ ଭାରତୀୟ ସେନା ଜରୁରୀକାଳୀନ ଭିତ୍ତିରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ  କିଣୁଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦକୁ ସୂଚୀତ କରାଯାଇଛି ।
  16. ଖଲିସ୍ତାନୀ ସମର୍ଥକ କିମ୍ବା ପାକିସ୍ତାନ ସମର୍ଥିତ ପାଖାପାଖି ୧୨୦୦ ଟ୍ବିଟର ଆକାଉଣ୍ଟ୍‌କୁ ନିଷିଦ୍ଧ କିମ୍ବା ବନ୍ଦ କରିବା ଲାଗି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟର କମ୍ପାନିକୁ ଅବଗତ କରାଯାଇଛି। 
  17. ମାର୍ଚ୍ଚ ୧୫ ଓ ୧୬ ତାରିଖରେ ସାରା ଦେଶରେ ବ୍ୟାଙ୍କ ସେବା ବନ୍ଦ କରି ଧର୍ମଘଟ କରିବାକୁ ବ୍ୟାଙ୍କ ୟୁନିୟନମାନେ ଘୋଷଣା କରିଛନ୍ତି ।
  18. ଏବେ ଦେଶରେ ୩୦୦ରୁ ଅଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରହିଛି। ସେଗୁଡ଼ିକ ସଂଖ୍ୟା ଦୁଇ ଡଜନ ପର୍ଯ୍ୟନ୍ତ ହ୍ରାସ କରିବା ଉପରେ ବିଚାର କରାଯାଉଛି। ଅଣ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଥିବା ସଂସ୍ଥାଗୁଡ଼ିକର ଘରୋଇକରଣ କରାଯିବ। କ୍ଷତିରେ ଚାଲୁଥିବା ସଂସ୍ଥାଗୁଡ଼ିକୁ ସବୁଦିନ ପାଇଁ ବନ୍ଦ କରାଯିବ।
  19. ଆଲୁମିନିୟମ ଏବଂ ମୂଲ୍ୟଯୁକ୍ତ ଉତ୍ପାଦ କ୍ଷେତ୍ରରେ ଦେଶର ଅନ୍ୟତମ ଅଗ୍ରଣୀ ଉତ୍ପାଦନକାରୀ ବେଦାନ୍ତ ଝାରସୁଗୁଡ଼ା ଓଡ଼ିଶା ରାଜ୍ୟ ରପ୍ତାନି ପୁରସ୍କାର ଲାଭ କରିଛି । ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷ ପାଇଁ ଏହା ସର୍ବୋତ୍ତମ ରପ୍ତାନିକାରୀ ପୁରସ୍କାର ହାସଲ କରିଛି ।
  20. ନିକଟରେ ଆଲିୟା ସୋସିଆଲ ମିଡିଆରେ କହିଛନ୍ତି, ରଣବୀର ମଙ୍ଗଳବାର ଠାରୁ ତାଙ୍କର ଘର ଥାକଗୁଡ଼ିକରେ ସଜାଡ଼ି ରଖିଥିବା ଜିନିଷ ବିକ୍ରୀକରୁଛନ୍ତି ଏବଂ ସେଥିରୁ ଯାହା କିଛି ମିଳିବ ସେଥିରେ ସେ କ୍ୟାନ୍ସରରେ ପୀଡିତ ପିଲାମାନଙ୍କୁ ସାହାଯ୍ୟ କରିବେ । ଆଲିଆଙ୍କର ଏହି ପୋଷ୍ଟ ପରେ ରଣବୀରଙ୍କର ବଡ଼ପଣକୁ ନେଇ ଖୁବ୍ ପ୍ରଶଂସା କରାଯାଉଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.