• +91-9861016349 / +91-9437281655
  • Email: amarisatya@gmail.com

Odia Current Affair

 

  1. ନୂତନ କୃଷି ଆଇନ ଆଇନଗୁଡ଼ିକ ‘ଇଚ୍ଛାଧୀନ ଏବଂ ବାଧ୍ୟତାମୂଳକ ନୁହେଁ’ ବୋଲି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅର୍ପଣ କରିବା ଅବସରରେ ସ୍ପଷ୍ଟ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
  2. ଇକ୍‌ବାଲ୍‌ ସିଂହ ନାମକ ଏହି ‘ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌’ ତାଲିକାଭୁକ୍ତ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ପଞ୍ଜାବର ହୋସିଆର୍‌ପୁରରୁ ଗିରଫ କରାଯାଇଥିଲା।
  3. ଆରବ ଜଗତର ସର୍ବପ୍ରଥମ ଗ୍ରହାନ୍ତର ଅଭିଯାନର ବିଜୟସ୍ୱରୂପ ମଙ୍ଗଳବାର ଦିନ ‘ୟୁନାଇଟେଡ୍‌ ଆରବ ଏମିରେଟ୍‌ସ୍‌’ର ଏକ ମହାକାଶଯାନ ମଙ୍ଗଳ ଗ୍ରହର କକ୍ଷ ପଥରେ ପ୍ରବେଶ କରିଛି। 
  4. ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ମଙ୍ଗଳବାର ଦିନ ଭାରତ-ପ୍ରାଶାନ୍ତ ଅଞ୍ଚଳରେ ଅନ୍ୟତମ ବିଶିଷ୍ଟ ଅଂଶୀଦାର ଆଖ୍ୟା ଦେବା ସହ ଅଗ୍ରଣୀ ବୈଶ୍ୱିକ ଶକ୍ତିଭାବେ ଭାରତର ଅଭ୍ୟୁଦୟକୁ ସ୍ୱାଗତ କରିଛି।
  5.  ରାଜ୍ୟସଭାରୁ ଅବସର ନେଇଥିବା ବରିଷ୍ଠ କଂଗ୍ରେସ ସାଂସଦ ଗୁଲାମ ନବି ଆଜାଦ୍‌(୭୧)ଙ୍କୁ ଆଜି ବିଭିନ୍ନ ଦଳର ନେତାମାନେ ଭାବପୂର୍ଣ୍ଣ ବିଦାୟ ଜଣାଇଛନ୍ତି। ଏହି ଅବସରରେ ସେ ନିଜକୁ ଜଣେ ଭାରତୀୟ ମୁସ୍‌ଲିମ୍‌ ଭାବେ ବହୁତ ଗର୍ବ କରନ୍ତି ବୋଲି ଆଜାଦ୍‌ କହିଛନ୍ତି।
  6. ଉତ୍ତରାଖଣ୍ଡରେ ହିମଶୈଳ ଫାଟି ସଂଘଟିତ ବନ୍ୟା ବିଭୀଷିକାର ଆଜି ତୃତୀୟ ଦିନରେ ଆଉ ୭ଟି ମୃତଦେହ ମିଳିଛି। ଏହାକୁ ମିଶାଇ ମୋଟ ୩୩ଟି ଶବ ଉଦ୍ଧାର ହୋଇଥିବା ବେଳେ ଅଦ୍ୟାବଧି ୧୭୫ ଜଣରୁ ଅଧିକ ନିଖୋଜ ରହିଛନ୍ତି।
  7. କରୋନା ଟିକାକରଣରେ ୯୭% ସନ୍ତୁଷ୍ଟ, ୬୪ ଲକ୍ଷରୁ ଅଧିକ ଲୋକ ଟିକା ନେଲେଣି
  8. ବିଶ୍ବରେ ସବୁଠାରୁ ଅଧିକ ସଡ଼କ ଦୁର୍ଘଟଣା ଭାରତରେ ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।
  9. ବୁଧବାର ଦିନ କଂଗ୍ରେସ ମହାସଚିବ ଓ ଉତ୍ତର ପ୍ରଦେଶ କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଶାକୁମ୍ଭରୀ ଦେବୀଙ୍କ ଦର୍ଶନ କରି ଉତ୍ତର ପ୍ରଦେଶରେ ନିଜ ଅଭିଯାନ ଆରମ୍ଭ କରିଛନ୍ତି। 
  10. ଦେଶରେ କୋବିଡ ଆରୋଗ୍ୟ ହାର ୯୭.୨୭ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ୧୩ ହଜାରରୁ ଅଧିକ ଲୋକ କୋବିଡରୁ ଆରୋଗ୍ୟ ଲାଭ କରିଛନ୍ତି। 
  11. ମାଇକ୍ରୋବ୍ଲଗିଂ ସାଇଟ୍‌ର ବିକଳ୍ପ ଭାବେ ଗତବର୍ଷ tooter ନାମରେ ଏକ ୱେବସାଇଟ୍‌ ଲଞ୍ଚ ହୋଇଥିଲା। ଏବେ ‘koo’ ଆପ୍‌ ଟ୍ବିଟରର ବିକଳ୍ପ ଭାବେ ଉଭା ହୋଇଛି।
  12. ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ଭବ୍ୟ ରାମ ମନ୍ଦିର ଲାଗି ଚାନ୍ଦା ଆଦାୟ କରାଯାଉଛି। ଏହି ଅଭିଯାନ ଅଧୀନରେ ରାଜସ୍ଥାନର କୋଟାରେ ଆରଏସଏସର ଜିଲା ସଂଘ ସଞ୍ଚାଳକ ଦୀପକ ଶାହ ଚାନ୍ଦା ଆଦାୟ କରୁଥିବାବେଳେ ତାଙ୍କୁ ଗୁଳିମାଡ଼ କରାଯାଇଛି।
  13.  ହ୍ବାଟସଆପକୁ ଟକ୍କର ଦେବା ପାଇଁ କେନ୍ଦ୍ର ସରକାର ଏକ ମେସେଜିଂ ଆପ୍ ‘ସନ୍ଦେଶ’ ଲଞ୍ଚ କରିଛନ୍ତି। ତେବେ ବର୍ତ୍ତମାନ ଏହା ସରକାରୀ କର୍ମଚାରୀଙ୍କ ପାଇଁ ବ୍ୟବହୃତ ହେବ। ପରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ।
  14. କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ନୂଆ ଶ୍ରମ ନିୟମ ଆଣିବାକୁ ଯାଉଛି। ଏଥିପାଇଁ ଚିଠା ନିୟମ ପ୍ରସ୍ତୁତ କରାଯାଇଛି। ଚିଠା ନିୟମର ବ୍ୟବସ୍ଥା ଅନୁଯାୟୀ ଜଣେ ଶ୍ରମିକ ସପ୍ତାହରେ ୪ଦିନ କାମ କରିବ ଓ ୩ଦିନ ଛୁଟି ପାଇବ। 
  15. ରାଜ୍ୟର ମୋଟ ୧୨ଟିସରକାରୀ ବଶ୍ୱବି ଦ୍  ୟାଳୟର ୫୦୪ଟିସହକାରୀ ପ୍ରଫେସର ପଦବୀ ଫାଙ୍କା ପଡ଼ଛ
  16. ଡ଼ଫ୍ ଆଣ୍ଡ ଫେଲପ୍ସ ଦ୍ବାରା ହେଉଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭ୍ୟାଲୁଏସନ୍ ଷ୍ଟଡି ୨୦୨୦’ରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ୍ ସେଲେବ’ ର ମାନ୍ୟତା ହାସଲ କରିଛନ୍ତି ।
  17.  ଝାଡଖଣ୍ଡ ସରକାରଙ୍କୁ ରାଜ୍ୟରେ ଥିବା ମଠ ମନ୍ଦିରର ଆୟରୁ ଭାଗ ଦରକାର। ଏଥିଲାଗି ଏବେ ମନ୍ଦିରମାନଙ୍କୁ ନୋଟିସ୍‌ ଜାରି ହେଉଛି। ଏଣୁ ସରକାର ଏବେ ମନ୍ଦିର ଆୟରୁ ନିଜର ଭାଗ ନେବେ ବୋଲି ନୋଟିସ୍‌ରେ ସୂଚିତ କରିଛନ୍ତି।
  18. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟ୍‌ ଅଧିବେଶନରେ ଦୁଇଟି ସରକାରୀ ବ୍ୟାଙ୍କକୁ ଘରୋଇକରଣ କରିବା ନେଇ ଘୋଷଣା କରିଥିଲେ । ଏହାକୁ ନେଇ ସରକାରୀ ବ୍ୟାଙ୍କର କର୍ମଚାରୀମାନଙ୍କ ସଂଗଠନ ୧୫ ଏବଂ ୧୬ ତାରିଖରେ ହରତାଳ କରିବା ନେଇ ଘୋଷଣା କରିଛନ୍ତି ।
  19. ଡିସେମ୍ବର ୩୧, ୨୦୨୦ ସୁଦ୍ଧା ଉଭୟ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ ଏୟାର ଇଣ୍ଡିଆର ୪୯୮.୧୭ କୋଟି ଟଙ୍କା ବକେୟା ପଡ଼ିଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ ଆଜି (ବୁଧବାର) କହିଛନ୍ତି।
  20. ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ର ସରକାର ନିଜ କବଜାରେ ନେଇସାରିଛନ୍ତି। ଏ ନେଇ ପ୍ରଶାସନ ନିକଟରେ ଖବର ରହିଥିଲେ ମଧ୍ୟ ଏହାକୁ ପ୍ରଶାସନ ଗୁରୁତ୍ବର ସହ ନେଉନଥିବା ଦେଖିବାକୁ ମିଳିଛି।

© 2020 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.